ଜମି ଦେଇ ଗାଁକୁ ରାସ୍ତା ନିର୍ମାଣ କଲେ ବୃଦ୍ଧ

ନୂଆଗାଁ,୩୦।୬ (ଧନେଶ୍ୱର ସାହୁ): ଆଦିବାସୀ ଗାଁକୁ ରାସ୍ତାଟିଏ ନିର୍ମାଣ କରିବା ପାଇଁ ସ୍ଥାନୀୟ ନେତା , ବ୍ଲକ ପ୍ରଶାସନକୁ ଗ୍ରାମବାସୀ ବାରମ୍ବାର ଗୁହାରୀ କରିଥିଲେ। ହେଲେ ରାସ୍ତା ନିର୍ମାଣ ହୋଇପାରିଲା ନାହିଁ । ହେଲେ ସମ୍ପୃକ୍ତ ଗ୍ରାମର ମନେଇ କହଁର ନାମକ ଜଣେ ବୃଦ୍ଧ ସେହି ରାସ୍ତା ନିର୍ମାଣ କରିଛନ୍ତି। ଏଥିପାଇଁ ତାଙ୍କୁ ନିଜସ୍ବ ଜାଗା ଦେବାକୁ ପଡିଛି। କେବଳ ସେତିକି ନୁହେଁ ଧାନ ବିକି ସଞ୍ଚିତ କରି ରଖିଥିବା ଦେଢ଼ଲକ୍ଷ ଟଙ୍କା ସେ ଖର୍ଚ୍ଚ କରିଛନ୍ତି। ଅବଶିଷ୍ଟ ସେ ୫୦ହଜାର ଟଙ୍କା ଅନ୍ୟମାନଙ୍କଠାରୁ ଧାର ସୂତ୍ରରେ ଆଣିଛନ୍ତି। ଏଥର ଧାନ ବିକିବା ପରେ ସେ ସେହି ଟଙ୍କା ସୁଝି ଦେବେ ବୋଲି କହିଛନ୍ତି। ନିଜସ୍ବ ଖର୍ଚ୍ଚରେ ସଡ଼କ ନିର୍ମାଣ କରି ମନେଇ ଅନ୍ୟମାନଙ୍କ ପାଇଁ ଉଦାହାରଣ ସୃଷ୍ଟି କରିଛନ୍ତି। ଏହି ଘଟଣା ନୟାଗଡ଼ ଜିଲା ନୁଆଗାଁ ବ୍ଲକ ବେରୁହଁାବାରୀ ପଞ୍ଚାୟତ ମଧୁବନ ଗାଁରେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁଯାୟୀ, ନୂଆଗାଁ ବ୍ଲକ ବେରୁହାଁବାରୀ ପଞ୍ଚାୟତ ମଧୂବନ ଗାଁରେ ୮ଟି ଆଦିବାସୀ ପରିବାର ବସବାସ କରନ୍ତି। ଏହି ଗାଁକୁ ରାସ୍ତା ନାହିଁ। ଗ୍ରାମବାସୀଙ୍କୁ ବାହାଡ଼ାଝୋଲାଠାରୁ ସୁନାମୁହିଁ ସଂଯୋଗ କରୁଥିବା ରାସ୍ତା ଭେଜିଖାଲକୁ ଯିବାକୁ ପଡେ । ସେଠାରୁ ଗାଁ ଭିତରକୁ ଚାଲି ଚାଲି ଯିବାକୁ ହୁଏ। ତେବେ ସରକାରଙ୍କ ଅନୁଦାନରେ ଦୀର୍ଘ ବର୍ଷ ପୂର୍ବେ ଗ୍ରାମ ଭିତରେ କଂକ୍ରିଟ ରାସ୍ତା ନିର୍ମାଣ କରାଯାଇଥିଲା । କିନ୍ତୁ ରାଜରାସ୍ତାଠାରୁ ଗ୍ରାମକୁ ଯିବାକୁ କୌଣସି ରାସ୍ତା ନ ଥିଲା। ଫଳରେ ଗହୀର ବିଲ ହୁଡା ଦେଇ ଗ୍ରାମବାସୀ ଯାତାୟତ କରୁଥିଲେ। କିନ୍ତୁ ଚାଲିକି ଯିବା ସହ ସାଇକେଲ କାନ୍ଧରେ ରଖି ଯିବା ଛଡା କୌଣସି ବାଇକ, ତିନି ଚକିଆ କିମ୍ବା ଚାରିଚକିଆ ଯାନ ଯାତାୟତ ସମ୍ଭବ ହେଉ ନ ଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ, ରୋଗୀକୁ ଖଟିଆରେ ବୋହି ଆଣି ଭେଜିଖାଲଠାରୁ ଆମ୍ବୁଲାନ୍ସରେ ଡାକ୍ତରଖାନାରେ ନେବାକୁ ପଡୁଥିଲା । ତେବେ ଗ୍ରାମକୁ ରାସ୍ତାଟିଏ ନିର୍ମାଣ କରିବା ପାଇଁ ସ୍ଥାନୀୟ ନେତା, ବ୍ଲକ ପ୍ରଶାସନକୁ ମଧୁବନବାସୀ ବାରମ୍ବାର ନେହୁରା ହୋଇଥିଲେ। ହେଲେ କେହି କିଛି ଶୁଣୁ ନ ଥିଲେ । ଗ୍ରାମବାସୀଙ୍କ ଏପରି ଅବସ୍ଥା ଗ୍ରାମର ୮୦ ବର୍ଷର ବୃଦ୍ଧ ମନେଇ କହଁର ସହ୍ୟ କରି ପାରିଲେ ନାହିଁ । ନିଜ ଗାଁକୁ ରାସ୍ତା ନିର୍ମାଣ କରିବା ପାଇଁ ସେ ଅଣ୍ଟା ଭିଡିଲେ । ଗାଁକୁ ରାସ୍ତା ନିର୍ମାଣ ପାଇଁ ସେ ନିଜ ଚାଷ ଜମିକୁ ଦାନ କରିବା ସହ ଆଉ ଜଣେ ବ୍ୟକ୍ତିଙ୍କୁ କହି କିଛି ଜାଗା ମାଗିଲେ । ନିଜେ ଧାନ ବିକ୍ରୀ କରି ରଖିଥିବା ସ୍ବ ଅର୍ଜିତ ଟଙ୍କାରୁ ପ୍ରାୟ ୨ ଲକ୍ଷ ଟଙ୍କା ବ୍ୟୟରେ ସେ ଦଶଫୁଟ ଚଉଡାର ପ୍ରାୟ ଏକ କିଲୋମିଟର ରାସ୍ତା ନିର୍ମାଣ କରିଛନ୍ତି। ନିଜେ ଜେସିବି, ଟ୍ରାକ୍ଟର ଲଗାଇ ରାସ୍ତା ନିର୍ମାଣ କରିବାକୁ ପଛାଇ ନ ଥିଲେ ମନେଇ। ଏଥିପାଇଁ ମନ୍ତୋଇଙ୍କ ସଞ୍ଚତ୍ତ ଦେଢ଼ ଲକ୍ଷ ଟଙ୍କା ସେ ଖର୍ଚ୍ଚ କରି ସାରିଛନ୍ତି। ଆଉ ୫୦ହଜାର ଟଙ୍କା ସେ ଅନ୍ୟମାନଙ୍କୁ ସୁଝିବାକୁ ବାକି ରହିଛି। ଚଳିତ ବର୍ଷ ଧାନ ଅମଳ ହେଲେ ସେ ବାକି ଟଙ୍କା ସୁଝି ଦେବି ବୋଲି କହିଛନ୍ତି। ତାଙ୍କର ଏଭଳି କାର୍ଯ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ...

ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆନନ୍ଦପୁର,୩୦।୪: ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫାପତ୍ର...

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝି

ନୂଆପଡ଼ା,୩୦ା୪ (ମକାରୁ ବେମାଲ): ନୂଆପଡ଼ା ନିର୍ବାଚନମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ଘାସିରାମ ମାଝି ମଙ୍ଗଳବାର ଆରାଧ୍ୟ ଦେବତା କଣାଭୈରା ମନ୍ଦିରରେ ପୂଜାପାଠ...

ବିଜେଡି ଛାଡ଼ିଲେ ସୁର ସେଠୀ

କାକଟପୁର,୩୦।୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ବେଳେ ମଙ୍ଗଳବାର ସେ...

ଲୋକଙ୍କ ସ୍ନେହ ଶ୍ରଦ୍ଧା ମୋ ପାଇଁଁ ଆଶୀର୍ବାଦ: ସଞ୍ଜୀବ

ଭଣ୍ଡାରିପୋଖରୀ,୩୦।୪(ରବିନାରାୟଣ ଖିଲାର): ଲୋକଙ୍କ ସ୍ନେହ, ଶ୍ରଦ୍ଧା ତାଙ୍କ ପାଇଁଁ ଆଶୀର୍ବାଦ ବୋଲି ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ସଞ୍ଜୀବ କୁମାର ମଲ୍ଲିକ ରାମଚନ୍ଦ୍ରପୁର ପଞ୍ଚାୟତରେ ଅନୁଷ୍ଠିତ  ବିଜେଡି...

ପୋଲିସ-ମାଓବାଦୀ ଗୁଳି ବିନିମୟ: ଦୁଇ ମହିଳାଙ୍କ ସମେତ ୭ ମାଓବାଦୀ ମୃତ

ମାଲକାନଗିରି,୩୦।୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ ମହିଳାଙ୍କ ସହ ୭ ମାଓବାଦୀଙ୍କ ମୃତ୍ୟୁ...

ସାନଖେମୁଣ୍ଡି ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ରମେଶ ଜେନା

ଛତ୍ରପୁର,୩୦।୪(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କୁ କଂଗ୍ରେସ ପୁଣି ପ୍ରାର୍ଥୀ କରି ରିପିଟ୍‌ କରିଛି। ସାନଖେମୁଣ୍ଡି ବିଧାନସଭା ଆସନ ପାଇଁ...

ଖରାକୁ ଖାତିର ନ କରି ବାଇକ୍‌ରେ ବୁଲି ପ୍ରଚାର କଲେ ପ୍ରାର୍ଥୀ

କେସିଙ୍ଗା,୩୦।୪(ତୁମେଶ୍ୱର ସାହୁ):କେସିଙ୍ଗା,୩୦।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକ ଅଧୀନ ବୋରିଆ, ପର୍ଥଲା, କିକିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପ୍ରଚାର କରିଛନ୍ତି ବିଜେଡିର ଉଭୟ ପ୍ରାର୍ଥୀ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri