ଜମି ଦେଇ ଗାଁକୁ ରାସ୍ତା ନିର୍ମାଣ କଲେ ବୃଦ୍ଧ

ନୂଆଗାଁ,୩୦।୬ (ଧନେଶ୍ୱର ସାହୁ): ଆଦିବାସୀ ଗାଁକୁ ରାସ୍ତାଟିଏ ନିର୍ମାଣ କରିବା ପାଇଁ ସ୍ଥାନୀୟ ନେତା , ବ୍ଲକ ପ୍ରଶାସନକୁ ଗ୍ରାମବାସୀ ବାରମ୍ବାର ଗୁହାରୀ କରିଥିଲେ। ହେଲେ ରାସ୍ତା ନିର୍ମାଣ ହୋଇପାରିଲା ନାହିଁ । ହେଲେ ସମ୍ପୃକ୍ତ ଗ୍ରାମର ମନେଇ କହଁର ନାମକ ଜଣେ ବୃଦ୍ଧ ସେହି ରାସ୍ତା ନିର୍ମାଣ କରିଛନ୍ତି। ଏଥିପାଇଁ ତାଙ୍କୁ ନିଜସ୍ବ ଜାଗା ଦେବାକୁ ପଡିଛି। କେବଳ ସେତିକି ନୁହେଁ ଧାନ ବିକି ସଞ୍ଚିତ କରି ରଖିଥିବା ଦେଢ଼ଲକ୍ଷ ଟଙ୍କା ସେ ଖର୍ଚ୍ଚ କରିଛନ୍ତି। ଅବଶିଷ୍ଟ ସେ ୫୦ହଜାର ଟଙ୍କା ଅନ୍ୟମାନଙ୍କଠାରୁ ଧାର ସୂତ୍ରରେ ଆଣିଛନ୍ତି। ଏଥର ଧାନ ବିକିବା ପରେ ସେ ସେହି ଟଙ୍କା ସୁଝି ଦେବେ ବୋଲି କହିଛନ୍ତି। ନିଜସ୍ବ ଖର୍ଚ୍ଚରେ ସଡ଼କ ନିର୍ମାଣ କରି ମନେଇ ଅନ୍ୟମାନଙ୍କ ପାଇଁ ଉଦାହାରଣ ସୃଷ୍ଟି କରିଛନ୍ତି। ଏହି ଘଟଣା ନୟାଗଡ଼ ଜିଲା ନୁଆଗାଁ ବ୍ଲକ ବେରୁହଁାବାରୀ ପଞ୍ଚାୟତ ମଧୁବନ ଗାଁରେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁଯାୟୀ, ନୂଆଗାଁ ବ୍ଲକ ବେରୁହାଁବାରୀ ପଞ୍ଚାୟତ ମଧୂବନ ଗାଁରେ ୮ଟି ଆଦିବାସୀ ପରିବାର ବସବାସ କରନ୍ତି। ଏହି ଗାଁକୁ ରାସ୍ତା ନାହିଁ। ଗ୍ରାମବାସୀଙ୍କୁ ବାହାଡ଼ାଝୋଲାଠାରୁ ସୁନାମୁହିଁ ସଂଯୋଗ କରୁଥିବା ରାସ୍ତା ଭେଜିଖାଲକୁ ଯିବାକୁ ପଡେ । ସେଠାରୁ ଗାଁ ଭିତରକୁ ଚାଲି ଚାଲି ଯିବାକୁ ହୁଏ। ତେବେ ସରକାରଙ୍କ ଅନୁଦାନରେ ଦୀର୍ଘ ବର୍ଷ ପୂର୍ବେ ଗ୍ରାମ ଭିତରେ କଂକ୍ରିଟ ରାସ୍ତା ନିର୍ମାଣ କରାଯାଇଥିଲା । କିନ୍ତୁ ରାଜରାସ୍ତାଠାରୁ ଗ୍ରାମକୁ ଯିବାକୁ କୌଣସି ରାସ୍ତା ନ ଥିଲା। ଫଳରେ ଗହୀର ବିଲ ହୁଡା ଦେଇ ଗ୍ରାମବାସୀ ଯାତାୟତ କରୁଥିଲେ। କିନ୍ତୁ ଚାଲିକି ଯିବା ସହ ସାଇକେଲ କାନ୍ଧରେ ରଖି ଯିବା ଛଡା କୌଣସି ବାଇକ, ତିନି ଚକିଆ କିମ୍ବା ଚାରିଚକିଆ ଯାନ ଯାତାୟତ ସମ୍ଭବ ହେଉ ନ ଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ, ରୋଗୀକୁ ଖଟିଆରେ ବୋହି ଆଣି ଭେଜିଖାଲଠାରୁ ଆମ୍ବୁଲାନ୍ସରେ ଡାକ୍ତରଖାନାରେ ନେବାକୁ ପଡୁଥିଲା । ତେବେ ଗ୍ରାମକୁ ରାସ୍ତାଟିଏ ନିର୍ମାଣ କରିବା ପାଇଁ ସ୍ଥାନୀୟ ନେତା, ବ୍ଲକ ପ୍ରଶାସନକୁ ମଧୁବନବାସୀ ବାରମ୍ବାର ନେହୁରା ହୋଇଥିଲେ। ହେଲେ କେହି କିଛି ଶୁଣୁ ନ ଥିଲେ । ଗ୍ରାମବାସୀଙ୍କ ଏପରି ଅବସ୍ଥା ଗ୍ରାମର ୮୦ ବର୍ଷର ବୃଦ୍ଧ ମନେଇ କହଁର ସହ୍ୟ କରି ପାରିଲେ ନାହିଁ । ନିଜ ଗାଁକୁ ରାସ୍ତା ନିର୍ମାଣ କରିବା ପାଇଁ ସେ ଅଣ୍ଟା ଭିଡିଲେ । ଗାଁକୁ ରାସ୍ତା ନିର୍ମାଣ ପାଇଁ ସେ ନିଜ ଚାଷ ଜମିକୁ ଦାନ କରିବା ସହ ଆଉ ଜଣେ ବ୍ୟକ୍ତିଙ୍କୁ କହି କିଛି ଜାଗା ମାଗିଲେ । ନିଜେ ଧାନ ବିକ୍ରୀ କରି ରଖିଥିବା ସ୍ବ ଅର୍ଜିତ ଟଙ୍କାରୁ ପ୍ରାୟ ୨ ଲକ୍ଷ ଟଙ୍କା ବ୍ୟୟରେ ସେ ଦଶଫୁଟ ଚଉଡାର ପ୍ରାୟ ଏକ କିଲୋମିଟର ରାସ୍ତା ନିର୍ମାଣ କରିଛନ୍ତି। ନିଜେ ଜେସିବି, ଟ୍ରାକ୍ଟର ଲଗାଇ ରାସ୍ତା ନିର୍ମାଣ କରିବାକୁ ପଛାଇ ନ ଥିଲେ ମନେଇ। ଏଥିପାଇଁ ମନ୍ତୋଇଙ୍କ ସଞ୍ଚତ୍ତ ଦେଢ଼ ଲକ୍ଷ ଟଙ୍କା ସେ ଖର୍ଚ୍ଚ କରି ସାରିଛନ୍ତି। ଆଉ ୫୦ହଜାର ଟଙ୍କା ସେ ଅନ୍ୟମାନଙ୍କୁ ସୁଝିବାକୁ ବାକି ରହିଛି। ଚଳିତ ବର୍ଷ ଧାନ ଅମଳ ହେଲେ ସେ ବାକି ଟଙ୍କା ସୁଝି ଦେବି ବୋଲି କହିଛନ୍ତି। ତାଙ୍କର ଏଭଳି କାର୍ଯ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନୋଜ ପାଇଲେ ପ୍ରକୃତି ବନ୍ଧୁ ପୁରସ୍କାର

ବଡ଼ଗାଁ,୫ା୬(ଅଶୋକ ଷଡଙ୍ଗୀ): ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜଙ୍ଗଳ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ରୁନଗାଁର ମନୋଜ କୁମାର ଦାନୀଙ୍କୁ ଶୁକ୍ରବାର…

ଚାକିରିଆଙ୍କ ପାଇଁ ଖୁସିଖବର: PF ଆକାଉଣ୍ଟ ଥିଲେ ମିଳିବ ୭ ଲକ୍ଷର… ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ, ୫।୬: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ର ମାଗଣା ଜୀବନ ବୀମା ଯୋଜନା (Free Life Insurance Policy) ବିଷୟରେ ଅଧିକାଂଶ ଭାରତୀୟ ଜାଣିନାହାନ୍ତି,…

ଫିଲ୍ଡରେ କାର୍ଯ୍ୟ କରୁଥିବାବେଳେ ହଠାତ୍‌ ଟଳିପଡ଼ିଲେ ବିଦ୍ୟୁତ୍‌ କର୍ମଚାରୀ, ସ୍ତ୍ରୀଙ୍କୁ ଚାକିରି ସହ କ୍ଷତିପୂରଣ ଦାବିରେ…

ଭଞ୍ଜନଗର,୫ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାଓ୍ବାର ଅଧୀନରେ କାର୍ଯ୍ୟରତ କର୍ମଚାରୀ ଦୁର୍ଗାମାଧବ ଜେନା (୪୫) ଶୁକ୍ରବାର ଫିଲ୍ଡରେ କାମ କରୁଥିବା ବେଳେ ହଠାତ୍‌ ଟଳିପଡ଼ିଥିଲେ।…

କ’ଣ CJP ମୁଖ୍ୟ ଅଭିଜିତ ଦିପକେ ୩ ପ୍ରବକ୍ତାଙ୍କୁ ଦେବେ ଦରମା, ସୋସଆଲ ମିଡିଆରେ ଜୋର ଧରିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୬: ‘କକ୍ରୋଚ ଜନତା ପାର୍ଟି’ର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କ ଭାରତ ଫେରିବା ଏବଂ ଜୁନ ୬ ତାରିଖରେ ଦିଲ୍ଲୀରେ ପ୍ରତିବାଦ କାର୍ଯ୍ୟକ୍ରମ ସ୍ଥିର ହେବାର କିଛି ଦିନ…

TMCକୁ ଆଉ ଏକ ଧକ୍କା, ମେୟର ପଦରୁ ଇସ୍ତଫା ଦେଲେ ମମତାଙ୍କ ନିକଟତମ

କୋଲକାତା,୫।୬: ବଙ୍ଗଳା ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ତୃଣମୂଳ କଂଗ୍ରେସ ଭିତରେ ଦେଖାଦେଇଥିବା ଅନ୍ତର୍ଦ୍ୱନ୍ଦ୍ୱ ଏବଂ ବିଭାଜନ ମଧ୍ୟରେ, ଦଳର ବରିଷ୍ଠ ନେତା ଏବଂ ପୂର୍ବତନ…

ପାନୀୟ ଜଳ ବିଦ୍ୟୁତ ସମସ୍ୟା ନେଇ ଟାଟା ପାଓ୍ବାର ଅଫିସ ଘେରାଉ

ବଲାଙ୍ଗୀର,୫ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମପଞ୍ଚାୟତର ବହୁ ଗ୍ରାମବାସୀ ଶୁକ୍ରବାର ବଲାଙ୍ଗୀର ଆସି ଆରଡବ୍ଲ୍ୟୁଏସ୍‌ଏସ୍‌ ଅଧୀକ୍ଷଣ ଯନ୍ତ୍ରୀ ଅଫିସ ଏବଂ…

ମୋଦିଙ୍କ ପ୍ରଶଂସା ମଧ୍ୟରେ କ୍ୟାମେରାରେ କଏଦ ହୋଇଥିଲା ଏକ ହସ ପୁଟିନଙ୍କ ସାମ୍ନାରେ ବସିଥିବା ଏହି ରହସ୍ୟମୟୀ ମହିଳା ଜଣକ କିଏ? ଜାଣନ୍ତୁ…

ନୂଆଦିଲ୍ଲୀ,୫।୬: ଗୁରୁବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆନ୍ତର୍ଜାତୀୟ ସମ୍ବାଦ ସଂସ୍ଥାର ମୁଖ୍ୟମାନଙ୍କ ସହିତ ଆଲୋଚନା କରିଥିଲେ। ଆଲୋଚନା ସମୟରେ ସେ ଖୋଲାଖୋଲି ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

୯ ଦିନ ପରେ ମିଳିଲା ଗୌରାଙ୍ଗଙ୍କ ଗଳିତ ମୃତଦେହ, ପାଖରେ ପଡ଼ିଥିବା ଏସବୁ ଜିନିଷ ଦେଖି…

ଆଳି,୫ା୬(ବନମାଳୀ ସେନାପତି): ବହୁ ଚର୍ଚ୍ଚିତ ଆଳି ମହାଦେଇପାଟଣା ଗ୍ରାମର ନିଖୋଜ ଗୌରାଙ୍ଗ ସେଠୀଙ୍କ ଗଳିତ ମୃତଦେହ ୯ ଦିନ ପରେ ଉଦ୍ଧାର ହୋଇଛି। ଆଳି ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri