୫ ଦିନରେ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତର ହେବ

ନୟାଗଡ଼ ଅଫିସ,୧୦।୩: ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ଏବଂ ଅଣସଙ୍ଗଠିତ ଶ୍ରମିକଙ୍କୁ ସାମାଜିକ କଲ୍ୟାଣ ଯୋଜନାରେ ସହାୟତା ଯୋଗାଇ ଦେବା ପାଇଁ ସହାୟତା ପ୍ରଦାନ ଶିବିର ନୟାଗଡ଼ ସହରର ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ ଓ ମୁଖ୍ୟବକ୍ତା ରୂପେ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ସମ୍ମାନିତ ଅତିଥି ରୂପେ ଜିଲା ପରିଷଦ ସଭାପତି ଦେବାଶିଷ ପଟ୍ଟନାୟକ, ଜିଲାପାଳ ରବୀନ୍ଦ୍ର ନାଥ ସାହୁ, ଓଡ଼ଗଁା ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ମୁକ୍ତ ଯୋଜନା ଉପଦେଷ୍ଟା ଈପ୍‌ସିତା ସାହୁ ପ୍ରମୁଖ ଯୋଗଦେଇଥିଲେ। ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ଓ ଜିଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୯୯ ହିତାଧିକାରୀଙ୍କୁ ୧ କୋଟି ୬୯ ଲକ୍ଷ ଟଙ୍କାର ସହାୟତା ରାଶି ବଣ୍ଟନ କରାଯାଇଛି । ପ୍ରଭାଗୀୟ ଶ୍ରମଆୟୁକ୍ତଙ୍କ କାର୍ଯ୍ୟାଳୟ ଭଡ଼ାଘରୁ ଜିଲାପାଳଙ୍କ କାର୍ଯ୍ୟାଳୟକୁ ସ୍ଥାନାନ୍ତର ହେଉ ନ ଥିବାରୁ ଜିଲା ପରିଷଦ ସଭାପତି ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଥିଲେ । ୫ଦିନ ମଧ୍ୟରେ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ଜିଲାପାଳଙ୍କ ଅଫିସକୁ ସ୍ଥାନାନ୍ତର ହେବାକୁ ନୟାଗଡ଼ ବିଧାୟକ ଓ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ମାସରେ ୨ ଦିନ ପ୍ରଭାଗୀୟ ଶ୍ରମ ଆୟୁକ୍ତ ଅଫିସକୁ ଆସୁଥିବାବେଳେ ଅନ୍ୟ କାର୍ଯ୍ୟଦିବସ ଅନୁପସ୍ଥିତିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ପ୍ରତିମାସରେ ଥରେ ଶ୍ରମ କାର୍ଯ୍ୟାଳୟରେ କ’ଣ କାମ ହେଉଛି ତା’ର ସମୀକ୍ଷା ଜିଲାପାଳ କରିବାକୁ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି।
ଜିଲାର ୧୯୯ ହିତାଧିକାରୀଙ୍କୁ ୧.୬୯ କୋଟି ଟଙ୍କାର ସହାୟତା ବଣ୍ଟନ କରାଯାଇଛି । ୬୯ ଜଣ ହିତାଧିକାରୀ ୧କୋଟି ୩୩ ଲକ୍ଷ ଟଙ୍କାର ମୃତ୍ୟୁକାଳୀନ ସହାୟତା ରାଶି, ୬୩ ଜଣଙ୍କୁ ୩ ଲକ୍ଷ ୧୫ ହଜାର ଟଙ୍କା ଅନ୍ତିମ ସଂସ୍କାର ସହାୟତା, ୬୦ ଜଣଙ୍କୁ ୨୬ ଲକ୍ଷ ୭୫ ହଜାର ବିବାହ ସହାୟତା, ଜଣେ ହିତାଧିକାରୀଙ୍କୁ ୧୦ ହଜାର ଟଙ୍କାର ପ୍ରସୂତି ସହାୟତା, ୬ଜଣ ଅଣ ସଙ୍ଗଠିତ ଶ୍ରମିକଙ୍କୁ ୬ ଲକ୍ଷ ଟଙ୍କାର ମୃତ୍ୟୁକାଳୀନ ସହାୟତା ପ୍ରଦାନ କରାଯାଇଛି । ପୁଣି ୧୦ ନିର୍ମାଣ ଶ୍ରମିକ ଓ ୧୦୦ ଜଣ ଅଣ ସଙ୍ଗଠିତ ଶ୍ରମିକଙ୍କୁ ପରିଚୟ ପତ୍ର ବଣ୍ଟନ କରାଯାଇଛି ।
ସୂଚନାଯୋଗ୍ୟ, ଖଣ୍ଡପଡ଼ା ରୋଡ୍‌ରେ ଭଡ଼ାରେ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ଚାଲୁ ରହିଛି । ଏହାକୁ ଜିଲାପାଳଙ୍କ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରିବା ପାଇଁ ଅତିରିକ୍ତ ଜିଲାପାଳ ଓ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ ା ହେଲେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ଅଣଦେଖା କରୁଥିବା ଅଭିଯୋଗ ହୋଇଆସୁଥିଲା। ସେହିପରି ପ୍ରଭାଗୀୟ ଶ୍ରମ ଆୟୁକ୍ତ ମାସକରେ ଦିନେ କିମ୍ବା ଦୁଇ ଦିନ ଆସି ଅନ୍ୟ କାର୍ଯ୍ୟ ଦିବସରେ ଅନୁପସ୍ଥିତ ରହୁଛନ୍ତି। ୫୦୦ରୁ ୩ ହଜାର ଲାଞ୍ଚ ଦେଲେ ନିର୍ମାଣ ଶ୍ରମିକଙ୍କ କାର୍ଡ ମିଳିବା, ଅଣ ସଙ୍ଗଠିତ ଶ୍ରମିକଙ୍କ ଆବେଦନ ଗ୍ରହଣ ନ କରିବା ଉପରେ ମଞ୍ଚାସୀନ ଅତିଥିଙ୍କୁ ଗଣମାଧ୍ୟମର ପ୍ରତିନିଧି ଅଭିଯୋଗ କରିଥିଲେ । ଗଣମାଧ୍ୟମର ଅଭିଯୋଗ ପାଇବା ପରେ ବିଧାୟକ ଓ ଜିଲାପାଳ ଏହାକୁ ନେଇ ଆଲୋଚନା କରୁଥିବାବେଳେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ଗଣମାଧ୍ୟମକୁ ନାଲି ଆଖି ଦେଖାଇ ହଟହଟା ହୋଇଥିଲେ । ଏନେଇ ନୟାଗଡ଼ ବିଧାୟକ ଅରୁଣ ସାହୁ କୁହନ୍ତି, ଆସନ୍ତା ୫ଦିନ ମଧ୍ୟରେ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତର ହେବ। ଏଥିପାଇଁ ଜିଲାପାଳ ଓ ମୁଁ ନିର୍ଦ୍ଦେଶ ଦେଇସାରିଛୁ । ପ୍ରଭାଗୀୟ ଶ୍ରମ ଆୟୁକ୍ତ ଠିକ୍‌ରେ ଅଫିସକୁ ଆସିବେ । ସରକାର ଶ୍ରମିକ ଓ ଅଣସଙ୍ଗଠିତ ଶ୍ରମିକଙ୍କ ପାଇଁ ଅନେକ ଯୋଜନା କରିଥିଲେ ହେଁ ନୟାଗଡ଼ରେ ଏହାର ସୁଫଳ ମିଳି ନ ଥିଲା। ଏବେଠାରୁ ଏହା ଠିକ୍‌ରେ କାମ କରିବ। ସରକାରୀ ଯୋଜନା ହିତାଧିକାରୀଙ୍କ ପାଖରେ ପହଞ୍ଚିବା ପାଇଁ ଯେଉଁମାନେ ବାଧକ ସାଜିବେ ସେମାନଙ୍କ ବିରୋଧରେ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷେ ନିର୍ମାଣ ଶ୍ରମିକ, ଅଣସଙ୍ଗଠିତ ଶ୍ରମିକଙ୍କ ପରି ବିଭିନ୍ନ ବର୍ଗର ଶ୍ରମିକଙ୍କୁ ସହାୟତା ପ୍ରଦାନ କରିବା ଯୋଗୁ ସେମାନଙ୍କ ଜୀବନର ମାନବୃଦ୍ଧି ଘଟୁଛି । ରାଜ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସବୁଠାରୁ ଲୋକପ୍ରିୟ ଯୋଜନା ଦର୍ଶାଇ ବିଧାୟକ ସାହୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?