Posted inUncategorized

ବିଲୁଆଙ୍କ ସଂଖ୍ୟା ହ୍ରାସ ପାଉଛି

ମହାକାଳପଡ଼ା,୨୭ା୨(ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଜମ୍ବୁ ଦ୍ୱୀପର ସବୁଜ ବନାନୀ ଓ ବିସ୍ତୀର୍ଣ୍ଣ ହେନ୍ତାଳ ବଣ ଓ କିଆ ବୁଦା ମୂଳେ ସଞ୍ଜ ନଇଁଲେ ଶୁଭୁଥିଲା ବିଲୁଆଙ୍କର ହୁକେ ହୋ ରଡ଼ି। ୧୯୬୦-୭୦ଦଶକରେ ଏହି ଜଙ୍ଗଲଗୁଡ଼ିକରେ ହରିଣ, ବାର୍‌ହା, ହେଟାବାଘ, ବିଲୁଆ ଆଦି ପ୍ରାଣୀଙ୍କର ଭୂସ୍ବର୍ଗ ପାଲଟିଥିଲା। କାଳକ୍ରମେ ବିଭିନ୍ନ ପ୍ରକାରର ବିପର୍ଯ୍ୟୟ ଓ ଜଙ୍ଗଲ ଗଛ କାଟିବା ଯୋଗୁ ଜଙ୍ଗଲ ଅବକ୍ଷେୟ ହେଲା। ଜଙ୍ଗଲି ଜନ୍ତୁମାନେ ସାମୁଦ୍ରିକ ଝଡ଼, ଖାଦ୍ୟାଭାବ ଯୋଗୁ ବହୁ ପରିମାଣରେ ମୃତ୍ୟୁ ଘଟିଥିଲା। ଫଳରେ ବିଲୁଆମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି।
୧୯୭୧ ବାତ୍ୟା ପ୍ରଭାବରେ ମହାକାଳପଡ଼ା ଅଞ୍ଚଳର ବିଶେଷକରି ଜମ୍ବୁ ଓ ସୁନିତି ଅଞ୍ଚଳରେ ଜନ ଜୀବନ ପ୍ରଭାବିତ ହୋଇଥିଲା। ୩ ହଜାରରୁ ଅଧିକ ଲୋକଙ୍କ ଜୀବନ ସହ ବନ୍ୟଜନ୍ତୁ ଓ ଗୃହପାଳିତ ପ୍ରାଣୀ, ପକ୍ଷୀମାନଙ୍କ ଜୀବନ ଯାଇଥିଲା। ସାମୁଦ୍ରିକ ବାତ୍ୟା ପରବର୍ତ୍ତୀ ସମୟରେ କୁଢ଼ କୁଢ଼ ମୃତଦେହ ପଡ଼ି ପଚି ଦୁର୍ଗନ୍ଧ ପରିବେଶ ସୃଷ୍ଟି ହୋଇଥିଲା। ଏହି ମୃତଦେହକୁ ଖାଇବା ପାଇଁ ବିଲୁଆମାନଙ୍କ ଆବଶ୍ୟକତା ପଡ଼ିଥିଲା। ତତ୍‌କାଳୀନ ରାଜନଗର ନିର୍ବାଚନ ମଣ୍ଡଳୀର ବିଧାୟକ ବିଜୁ ପଟ୍ଟନାୟକ ଏହି ବାତ୍ୟା ବିପନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ। ପ୍ରାଥମିକତା ଦୃଷ୍ଟିରୁ ଭୋକିଲା ପେଟକୁ ଆହାର ଅନ୍ୟପକ୍ଷେ ମୃତଦେହକୁ ଖାଇବାକୁ ବିଲୁଆଙ୍କ ଆବଶ୍ୟକତା ରହିଥିଲା। ଯୁଦ୍ଧକାଳୀନ ଭିତ୍ତିରେ ବିପନ୍ନମାନଙ୍କ ପାଇଁ ଖାଦ୍ୟ ଓ ମୃତଦେହ ସଫା କରିବାକୁ ଗଡ଼ଜାତ ଅଞ୍ଚଳରୁ ହଜାରରୁ ଅଧିକ ବିଲୁଆଙ୍କୁ ଟ୍ରକ୍‌ ଯୋଗେ ଆଣି ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଛାଡ଼ିବାର ବନ୍ଦୋବସ୍ତ କରିଥିଲେ। ସମୟକ୍ରମେ ଜଳବାୟୁ ପରିବର୍ତ୍ତନ ଯୋଗୁ ବିଲୁଆଙ୍କ ବାସସ୍ଥାନ କିଆବୁଦା ନଷ୍ଟ ହୋଇଗଲାଣି। ବିଲୁଆମାନଙ୍କ ସଂଖ୍ୟା ଆଶାତୀତ ଭାବେ କମିଛି। ଖାଦ୍ୟାଭାବ ଯୋଗୁ ବିଲୁଆମାନେ ଖାଦ୍ୟ ଅନ୍ବେଷଣରେ ଜଙ୍ଗଲ ଛାଡ଼ି ଏବେ ଗଁା ମୁହଁା ହେଉଛନ୍ତି। କାରଣ ବିଲୁଆମାନଙ୍କ ପ୍ରିୟ ଖାଦ୍ୟ ମାଡୁଆ କଙ୍କଡ଼ା ଆଉ ଆଗ ଭଳି ନଦୀ ନାଳ ଦେଖିବାକୁ ମିଳୁନାହିଁ। ଏ ସମ୍ପର୍କରେ ପରିବେଶବିତ୍‌ ସମରେନ୍ଦ୍ର ମହାଳିଙ୍କୁ ପଚାରିବାରେ ଜଳବାୟୁ ପରିବର୍ତ୍ତନ, ବାସସ୍ଥାନ ଓ ଖାଦ୍ୟାଭାବ ଯୋଗୁ ଏମାନଙ୍କ ବଂଶ ବିପଦ ମୁହଁା ହୋଇଛି। ଏମାନଙ୍କ ସୁରକ୍ଷା ପାଇଁ ବ୍ୟାପକ ପରିମାଣରେ କିଆ ଜଙ୍ଗଲ ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ବୁଦ୍ଧିଜୀବୀ ସୁବାସ ସ୍ବାଇଁ କୁହନ୍ତି, ଆଗଭଳି ଆଉ ଗଁା ଗଣ୍ଡାରେ ସଞ୍ଜ ନଇଁଲେ ହୁକେ ହୋ ରଡି ଶୁଭୁନାହିଁ। ଗଁାର ପୁରୁଖା ଲୋକମାନଙ୍କ କହିବା କଥା, ଅଣ୍ଡିରା ବିଲୁଆ ରାତିର ୪ର୍ଥ ପ୍ରହରରେ ଭୁଲିଲେ ଅଞ୍ଚଳ ପ୍ରତି ବିପଦ ଅଛି ବୋଲି ଆଗୁଆ ସୂଚନା ମିଳେ। ଦିନ ଥିଲା ବିଲ ବାଡ଼ିରେ ଛେଳି, ମେଣ୍ଢା, କୁକୁଡା ବିଲୁଆମାନେ ଶିକାର କରି ଖାଉଥିଲେ। ଏମାନଙ୍କ ସଂଖ୍ୟା ଆଗ ଅପେକ୍ଷା ବହୁ ମାତ୍ରାରେ ହ୍ରାସ ପାଇଛି। ପରିବେଶ ସନ୍ତୁଳନ ରକ୍ଷା କରିବାରେ ଏମାନଙ୍କ ମୁଖ୍ୟ ଭୂମିକା ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ରଖିଥିଲେ ଶାରୀରିକ ସମ୍ପର୍କ, ଷଷ୍ଠ ଶ୍ରେଣୀର ଛାତ୍ରୀ ଜଣଙ୍କ ଗର୍ଭବତୀ ହେବାରୁ…

ବ୍ରହ୍ମପୁର,୩୦ା୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଫାଷ୍ଟଟ୍ରାକ୍‌ ପୋକ୍‌ସୋ ଜଜ୍‌ ରୋହିତଲାଲ ପଣ୍ଡା ବୁଧବାର ଜଣେ ନାବାଳିକା ବଳାତ୍କାର ମାମଲାର ଅଭିଯୁକ୍ତଙ୍କୁ ୨୦ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି। ଏଥିସହ ୫୦…

ଭୂମିକମ୍ପ ପରେ ମାଡ଼ି ଆସୁଛି ସମୁଦ୍ର

ଟୋକିଓ,୨୦।୪: ଜାପାନରେ ଏକ ଭୟଙ୍କର ଭୂମିକମ୍ପ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୪ ରେକର୍ଡ କରାଯାଇଛି । ରିପୋର୍ଟ ଅନୁଯାୟୀ, ଉତ୍ତର ଜାପାନର ଉପକୂଳରେ ଏହି…

ବାଣ କାରଖାନାରେ ବଡ଼ ଧରଣର ବିସ୍ଫୋରଣ; ୧୬ମୃତ, ବଢ଼ିପାରେ ମୃତ୍ୟୁ ସଂଖ୍ୟା

ଚେନ୍ନାଇ,୧୯ା୪: ତାମିଲନାଡୁର ବିରୁଧୁନଗର ଜିଲାରେ ଥିବା ଏକ ବାଣ ତିଆରି ୟୁନିଟରେ ଏକ ବଡ଼ ବିସ୍ଫୋରଣ ଘଟିଛି। ବାଣ କାରଖାନାରେ ହୋଇଥିବା ଏହି ଭୟଙ୍କର ବିସ୍ଫୋରଣରେ ଏପର୍ଯ୍ୟନ୍ତ…

ଟ୍ରମ୍ପଙ୍କ ଚାଇନା ଗସ୍ତ ପୂର୍ବରୁ ବଡ଼ ଗେମ୍‌ ଖେଳିଲେ ପୁଟିନ୍‌, ବେଜିଂକୁ ପଠାଇଲେ ‘ଚାଣକ୍ୟ’, ଜାଣନ୍ତୁ ସେ କିଏ…

ବେଜିଂ,୧୪।୪: ଦୁଇ ସପ୍ତାହ ପୂର୍ବରୁ ଆମେରିକା ଘୋଷଣା କରିଥିଲା ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ’ରେ ଚାଇନା ଗସ୍ତ କରିବେ। ଠିକ୍‌ ଏହି ସମୟରେ ଇରାନ ସହିତ…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

CSK ବିପକ୍ଷ ମ୍ୟାଚ୍‌ବେଳେ କାନ୍ଦି ପକାଇଲେ ରବିନ୍ଦ୍ର ଜାଡେଜା: ପଛରେ ରହିଛି ଏମିତି କାରଣ…

ନୂଆଦିଲ୍ଲୀ,୩୧।୩: ଭାରତୀୟ ଷ୍ଟାର କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ IPL ୨୦୨୬ ନାଟକୀୟ ଭାବରେ ବଦଳି ଯାଇଛି। ଯେଉଁ ଦଳ ପାଇଁ ସେ ପୂର୍ବ ସିଜନ ପର୍ଯ୍ୟନ୍ତ ନିଜ…

IPL 2026: ଆରମ୍ଭ ହେଲା ଟିକେଟ୍ ବୁକିଂ, ଘରେ ବସି ଏଭଳି ବୁକ୍‌ କରନ୍ତୁ , ମିଳିବ ସିଟ୍‌

ନୂଆଦିଲ୍ଲୀ,୨୯।୩: ୨୮ ମାର୍ଚ୍ଚରୁ ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମରେ RCB ବନାମ SRH ମଧ୍ୟରେ ପ୍ରଥମ ମୁକାବିଲା ସହ ଆଇପିଏଲ୍‌ର ନୂଆ ସିଜିନ୍ ଆରମ୍ଭ ହୋଇଛି।। ଟିକେଟ୍…

୭ ଦିନ ପରେ ଶେଷ ହେବ ଖରିଫ ଧାନ ସଂଗ୍ରହ: ଏବେ ବି ଟୋକନ ଅପେକ୍ଷାରେ…

ଭୁବନେଶ୍ୱର,୨୫।୩: ରାଜ୍ୟରେ ୭ ଦିନ ପରେ ଶେଷ ହେବ ଖରିଫ ଧାନ ସଂଗ୍ରହ। ଏବେ ବି ୧ ଲକ୍ଷ ୬୩ ହଜାର ଚାଷୀ ୭ ଦିନ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri