ରାଜଧାନୀରେ ଟିକାକେନ୍ଦ୍ର ସଂଖ୍ୟା ୨୭କୁ ବୃଦ୍ଧି

ଭୁବନେଶ୍ୱର,୨୦।୭(ବ୍ୟୁରୋ): କରୋନା ମହାମାରୀ କାୟା ବିସ୍ତାର କରୁଥିବାବେଳେ ଏଥିରୁ ରକ୍ଷା ପାଇବା ପାଇଁ ସରକାର ଟିକାକରଣ ଉପରେ ଗୁରୁତ୍ୱାରୋପ କରୁଛନ୍ତି। ରାଜଧାନୀ ଭୁବନେଶ୍ୱରରେ ମହାମାରୀର ପ୍ରକୋପ ଅଧିକ ରହୁଥିବାରୁ ଏଠାରେ ଟିକାକରଣକୁ ତ୍ୱରାନ୍ବିତ କରିବା ପାଇଁ ବିଏମ୍‌ସି ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଲୋକମାନେ ଯେପରି ଶୃଙ୍ଖଳାର ସହ ଯଥାଶୀଘ୍ର ଟିକା ନେଇପାରିବେ ସେନେଇ ବିଏମ୍‌ସି ଟିକାକେନ୍ଦ୍ର ବୃଦ୍ଧି କରିଛି। ପୂର୍ବରୁ ୧୨ଟି କେନ୍ଦ୍ରରେ ଟିକା ଦିଆଯାଉଥିବାବେଳେ ଏହାକୁ ବଢ଼ାଇ ୨୭ କରାଯାଇଛି। କେବଳ ବୁଷ୍ଟର ଡୋଜ୍‌ ନୁହେଁ ବରଂ ଯେଉଁମାନେ ପ୍ରଥମ ଏବଂ ଦ୍ୱିତୀୟ ଡୋଜ୍‌ ଟିକା ନେଇନାହାନ୍ତି ସେମାନଙ୍କ ପାଇଁ ମଧ୍ୟ ଟିକାକରଣର ବ୍ୟବସ୍ଥା ରହିଛି। କେବଳ ସେତିକି ନୁହେଁ, କୋଭାକ୍ସିନ୍‌ଠାରୁ ଆରମ୍ଭ କରି କୋଭିସିଲ୍ଡ ଏବଂ ପିଲାମାନଙ୍କ ପାଇଁ କୋର୍ବେଭାକ୍ସ ଟିକା ପ୍ରଦାନ ପାଇଁ ବ୍ୟବସ୍ଥା ହୋଇଛି।
ବିଏମ୍‌ସି ପକ୍ଷରୁ ଚିହ୍ନଟ ହୋଇଥିବା ୨୧ଟି ସ୍ବାସ୍ଥ୍ୟକେନ୍ଦ୍ର ଯଥା କ୍ୟାପିଟାଲ ହସ୍ପିଟାଲ, ଏମ୍‌ସ, ବିଏମ୍‌ସି ହସ୍ପିଟାଲ, ପଟିଆ ୟୁସିଏଚ୍‌ସି, ୟୁନିଟ-୪ ୟୁସିଏଚ୍‌ସି, ଡୁମୁଡୁମା ୟୁସିଏଚ୍‌ସି, ଶହୀଦନଗର ୟୁପିଏଚ୍‌ସି, ଘାଟିକିଆ ୟୁପିଏଚ୍‌ସି, ଆଇଆର୍‌ସି ଭିଲେଜ୍‌ ୟୁପିଏଚ୍‌ସି, କଳ୍ପନା ୟୁପିଏଚ୍‌ସି, ସାମନ୍ତରାପୁର ୟୁପିଏଚ୍‌ସି, ୟୁନିଟ-୮ ୟୁପିଏଚ୍‌ସି, ଇସିଓଆର୍‌, ଶିଖରଚଣ୍ଡୀ ୟୁପିଏଚ୍‌ସି, ଜିଜିପି ରସୁଲଗଡ଼ ୟୁପିଏଚ୍‌ସି, ଝାରପଡ଼ା ୟୁପିଏଚ୍‌ସି, ନୀଳାଦ୍ରିବିହାର ୟୁପିଏଚ୍‌ସି, ୟୁନିଟ-୩ ୟୁପିଏଚ୍‌ସି, ବ୍ରହ୍ମେଶ୍ୱର ପାଟଣା ୟୁପିଏଚ୍‌ସି, ପୋଖରୀପୁଟ ୟୁପିଏଚ୍‌ସି ଏବଂ ନହରକଣ୍ଟା ୟୁପିଏଚ୍‌ସିରେ କୋଭାକ୍ସିନ ଦିଆଯିବ। ଏଠାରେ ହିତାଧିକାରୀମାନେ ପ୍ରଥମ, ଦ୍ୱିତୀୟ ଏବଂ ବୁଷ୍ଟର ଡୋଜ୍‌ ନେଇପାରିବେ। ସେହିପରି ୟୁନିଟ-୯ ୟୁପିଏଚ୍‌ସିରେ କୋଭିସିଲ୍ଡ ବୁଷ୍ଟର ଡୋଜ୍‌ ପ୍ରଦାନ କରାଯିବ। ଏଥିସହ କ୍ୟାପିଟାଲ ହସ୍ପିଟାଲ, ଏମ୍‌ସ, ସତ୍ୟନଗର ୟୁପିଏଚ୍‌ସି, ଚନ୍ଦ୍ରଶେଖରପୁର ୟୁପିଏଚ୍‌ସି ଏବଂ କପିଳପ୍ରସାଦ ୟୁପିଏଚ୍‌ସିରେ ୧୨ରୁ ୧୪ ବର୍ଷର ପିଲାମାନଙ୍କୁ କୋର୍ବେଭାକ୍ସ ଟିକା ଦିଆଯିବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତ ଟିକାକେନ୍ଦ୍ରରେ ପୂର୍ବାହ୍ନ ୯ଟାରୁ ଅପରାହ୍ନ ୧ଟା ଏବଂ ଅପରାହ୍ନ ୩ଟାରୁ ୫.୩୦ ପର୍ଯ୍ୟନ୍ତ ଟିକାକରଣ କରାଯିବ। ତେବେ ଟିକାକରଣ ପାଇଁ ହିତାଧିକାରୀଙ୍କୁ ଅନ୍‌ଲାଇନ୍‌ରେ ସ୍ଲଟ୍‌ ବୁକିଂ କରିବାକୁ ପଡିବ। ପୂର୍ବରୁ ଅନ୍‌ଲାଇନ୍‌ ଏବଂ ସିଧାସଳଖ ଭାବେ ଟିକାକେନ୍ଦ୍ରକୁ ଯାଇ ଟିକା ନେବା ପାଇଁ ବ୍ୟବସ୍ଥା କରାଯାଇଥିଲା। ମାତ୍ର ଏହାଦ୍ୱାରା ଅତ୍ୟଧିକ ଗହଳି ହେଉଥିବାରୁ ବିଏମ୍‌ସି ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଥିବା ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ଉଗ୍ରତାରା, ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ନିରାକାରପୁର,୧୧।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀବ୍ଲକ ସାନ ରାଉତପଡା ପଞ୍ଚାୟତ ମୁଳିଝରଗଡ଼ ହାତୀଆ ଶୁଣି ପାହାଡ଼ ପାଦଦେଶରେ ଅବସ୍ଥିତ ମା’ଉଗ୍ରତାରାଙ୍କ ପୀଠରେ ବାସନ୍ତୀକ ଆଶ୍ୱିନ ନବରାତ୍ରର…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍‌ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ…

ବିବାହର ୩ ଦିନ ପରେ ବୋହୂଙ୍କ ଭୟଙ୍କର କାଣ୍ଡ! ପୂରା ପରିବାରକୁ ଦେଇଦେଲେ ମୂଷାମରା ଔଷଧ, ତାପରେ….

ମହାରାଷ୍ଟ୍ର,୧୧।୧୦: ବିବାହର ଖୁସି ମନାଉଥିବା ପରିବାରରେ ହଠାତ୍‌ ଖେଳିଗଲା ଆତଙ୍କ । ବିବାହର ମାତ୍ର ୭୨ ଘଣ୍ଟା ମଧ୍ୟରେ ନବବଧୂ ନିଜ ସ୍ୱାମୀଙ୍କ ସମେତ ଶାଶୂଘରର ଅନ୍ୟ…

ମା’ ଦୁର୍ଗାଙ୍କ ନବରାତ୍ର ପୂଜା ଆରମ୍ଭ, ଉତ୍ସବ ମୁଖର ଗାଁଠୁ ସହର

ଛତ୍ରପୁର,୧୧।୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ଅଗସ୍ତି ନୂଆଗାଁ ଗ୍ରାମର କଲ୍ୟାଣୀ ଯୁବକ ସଂଘ ପକ୍ଷରୁ ରବିବାର ମା’ ଦୁର୍ଗାଙ୍କ ନବରାତ୍ର ପୂଜା…

ଦିଗପହଣ୍ଡିରେ ଚର୍ଚ୍ଚା; ସ୍ୱପ୍ନରେ ଆସି ଏଭଳି କହିଲେ ମା’ କାଳୀ, ପୋଖରୀ ପାଣିରୁ ମିଳିଲା….

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ବି.ଯୁଧିଷ୍ଠିର ରେଡ୍ଡୀଙ୍କ ଝିଅ କାମିନୀ ରେଡ୍ଡୀଙ୍କ ସ୍ବପ୍ନରେ ଆସିଲେ ମା’ କାଳୀ…

କଂଗ୍ରେସ କାର୍ଯ୍ୟାଳୟରେ ଧସ୍ତାଧସ୍ତି ସହ ଚାପୁଡ଼ା ମାଡ଼; ରାଗରେ ବାହାରିଗଲେ ଅଜୟ

ଲକ୍ଷ୍ନୌ,୧୧।୧୦: ରବିବାର ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରେ ନବନିଯୁକ୍ତ ରାଜ୍ୟ ସଭାପତି ଆରାଧନା ମିଶ୍ର ‘ମୋନା’ଙ୍କ ଦାୟିତ୍ୱ ଗ୍ରହଣ ଉତ୍ସବ ସମୟରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ପୂର୍ବତନ…

ଡଙ୍ଗା ଓଲଟି ଚାଲିଗଲା ୧୦୦ରୁ ଅଧିକ ଜୀବନ, ୧୧୬ ନିଖୋଜ

ଜିବୁତି ସିଟି,୧୧।୧୦: ପୂର୍ବ ଆଫ୍ରିକାର ଜିବୁତି ଉପକୂଳରେ ଏକ ବଡ଼ ଡଙ୍ଗା ଦୁର୍ଘଟଣା ଘଟିଛି । ପ୍ରାୟ ୩୦୫ ଜଣ ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?