ଚିଲିକାରେ ବଢୁଛି ବିଦେଶୀ ପକ୍ଷୀଙ୍କ ସମାଗମ

ବାଲୁଗାଁ,୨୧।୧୦(ଡି.ଏନ୍‌.ଏ.): ବାୟୁମଣ୍ଡଳକୁ ଶୀତ ସ୍ପର୍ଶ ନ କରୁଣୁ ଏସିଆର ସର୍ବବୃହତ ଲବଣାକ୍ତ ହ୍ରଦ ଚିଲିକାକୁ ବିଦେଶୀ ପକ୍ଷୀଙ୍କ ସୁଅ ଛୁଟିବା ଆରମ୍ଭ ହୋଇଛି। ଗତ ୨ସପ୍ତାହରୁ ବୁଧବାର ସୁଦ୍ଧା ସମଗ୍ର ଚିଲିକାକୁ ପ୍ରଥମ ପର୍ଯ୍ୟାୟରେ ୬୨ପ୍ରଜାତିର ୨୨ହଜାରରୁ ଊର୍ଦ୍ଧ୍ୱ ପକ୍ଷୀଙ୍କ ସମାଗମ ହୋଇଥିବା ବାଲୁଗାଁ ବନ୍ୟପ୍ରାଣୀ ବିଭାଗୀୟ ସୂତ୍ରରୁ ଜଣାଯାଇଛି। ସେଥିମଧ୍ୟରୁ ନଳବଣରେ ୫୫ପ୍ରଜାତିର ମୋଟ ୫,୧୨୭ ପକ୍ଷୀଙ୍କ ଆଗମନ ହୋଇଥିବା ବେଳେ ପ୍ରାୟ ୧୦ହଜାରରୁ ଊର୍ଦ୍ଧ୍ୱ ସ୍ଥାନୀୟ ଦେଶୀ ପକ୍ଷୀ ମଧ୍ୟ ସମାଗମ ହୋଇଛନ୍ତି। ସର୍ବାଧିକ ସଂଖ୍ୟାରେ ଉଡ୍‌ସ୍ୟାଣ୍ଡ ପାଇପର୍‌ ୩୦୦, ଇରାସିଆନ୍‌ ଇୟୁଜିୟନ ୩୦୦, ପ୍ଲୋଭର ୨୮୦, ନର୍ଦନ ପିଣ୍ଟେଲ୍‌ ୨୫୦, ସୋଭଲର ୨୦୦, କମନକୁଟ୍‌ ୧୪୦, କମନ୍‌ ରେଡ୍‌ଷ୍ଟ୍ରକ୍‌ ୧୨୦, ଗୋଲଡେନ ପ୍ଲୋଭର ୧୦୦ଏବଂ ଚିଲିକାକୁ ଶୋଭା ବର୍ଦ୍ଧନ କରୁଥିବା ଆକର୍ଷଣୀୟ ଗ୍ରେଟର ଫ୍ଲେମିଙ୍ଗୋ (ଏରା ପକ୍ଷୀ) ଆଦି ପ୍ରଜାତିର ସ୍ବଳ୍ପ ସଂଖ୍ୟା ପକ୍ଷୀଙ୍କ ଆଗମନ ହୋଇଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। ଏହାବ୍ୟତୀତ ଅବଶିଷ୍ଟ ପକ୍ଷୀ ବାହାର ଚିିଲିକା ତଥା ଅନ୍ୟାନ୍ୟ ରେଞ୍ଜ ଟାଙ୍ଗି, ସାତପଡ଼ା, ଚିଲିକା ଓ ରମ୍ଭା ଆଦି
ଅଞ୍ଚଳରେ ଦୃଷ୍ଟିଗୋଚର ହୋଇଛନ୍ତି।
ପ୍ରାୟତଃ ଅକ୍ଟୋବର ପହିଲାରୁ ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଥାଏ। କିନ୍ତୁ ଚଳିତବର୍ଷ ଶୀତ ଆଗମନରେ ବିଳମ୍ବ ହେବା ସତ୍ତ୍ୱେ ତୃତୀୟ ସପ୍ତାହ ସୁଦ୍ଧା ଚିଲିକାକୁ ପକ୍ଷୀ ଆସିଯାଇଛନ୍ତି। ବରଫାବୃତ୍ତ ଅଞ୍ଚଳ ସାଇବେରିଆ, ରୁଷିଆ, କାଜାଖସ୍ତାନ, ଲଦାଖ, ମଙ୍ଗୋଲିଆ, ଆମେରିକା, କାନାଡା ଆଦି ରାଷ୍ଟ୍ରାଞ୍ଚଳରୁ ପ୍ରବଳ ହିମପ୍ରବାହ ଓ ଅସହ୍ୟ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ପକ୍ଷୀମାନେ ହଜାର ହଜାର ମାଇଲ୍‌ ଅତିକ୍ରମ କରି ଚିଲିକାକୁ ଆସନ୍ତି। ବିଶେଷକରି ପକ୍ଷୀମାନେ ନଳବଣ ଏବଂ ଟାଙ୍ଗି ରେଞ୍ଜ୍‌
ଅଧୀନ ମଙ୍ଗଳାଯୋଡ଼ି ଅଞ୍ଚଳରେ ରୁହନ୍ତି।
ଅନ୍ୟପକ୍ଷେ ପକ୍ଷୀଙ୍କ ଆଗମନ ହେତୁ ଶିକାରୀମାନେ ସକ୍ରିୟ ହୋଇପଡ଼ିଥିବା ବେଳେ ସୁରକ୍ଷା ପାଇଁ ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ସଜାଗ ହୋଇଛି। ପକ୍ଷୀଙ୍କ ସୁରକ୍ଷା ପାଇଁ ୨୧ଟି କ୍ୟାମ୍ପ ଓ ସ୍ଥଳପଥରେ ଗୋଟିଏ ଭ୍ରାମ୍ୟମାଣ ସ୍କ୍ବାଡ ଗଠନ କରାଯାଇଛି। ଟାଙ୍ଗୀ ରେଞ୍ଜରେ ସର୍ବାଧିକ ୧୧ଟି କ୍ୟାମ୍ପ, ବାଲୁଗାଁ ରେଞ୍ଜର ନଳବଣରେ ୪ଟି, ସାତପଡ଼ାରେ ୨ଟି, ରମ୍ଭା ୨ ଓ ଚିଲିକାରେ ୧ଟି କ୍ୟାମ୍ପ ପାଇଁ ବ୍ୟବସ୍ଥା ହୋଇଛି। ଭ୍ରାମ୍ୟମାଣ ସ୍କ୍ବାଡ ଦଳ ବାଲୁଗାଁଠାରୁ ଟାଙ୍ଗୀ ମଧ୍ୟରେ ସ୍ଥଳଭାଗରେ ବିଭିନ୍ନ ଢାବା ଓ ହୋଟେଲ ଆଦି ଅଞ୍ଚଳରେ ଚଢ଼ାଉ କରିବେ। ଜଳପଥରେ ପ୍ରତ୍ୟେକ କ୍ୟାମ୍ପ୍‌ରେ ଗୋଟିଏ ଲେଖାଏ ଯନ୍ତ୍ରଚାଳିତ ବୋଟ୍‌ ସମେତ ଜଣେ ବନପାଳ କିମ୍ବା ବନରକ୍ଷୀ ଏବଂ ଚିଲିକା ତଟବର୍ତ୍ତୀ ଗ୍ରାମ ପକ୍ଷୀ ସୁରକ୍ଷା ମଞ୍ଚର ୩ଜଣ ଲେଖାଏ ସଦସ୍ୟ ସାମିଲ ହୋଇଛନ୍ତି। ଏଥିସହ ଚିଲିକା ତଟବର୍ତ୍ତୀ ଗ୍ରାମରେ ପକ୍ଷୀ ସୁରକ୍ଷା ସମ୍ପର୍କିତ ସଚେତନମୂଳକ କାର୍ଯ୍ୟକ୍ରମ କରାଯିବ। ଗତବର୍ଷ ପକ୍ଷୀ ଶିକାର ଘଟଣାରେ ୭ଟି ମାମଲା ରୁଜୁ କରାଯାଇ ୧୫ଜଣଙ୍କୁ ଗିରଫ ସହ ୫୦ରୁ ଊର୍ଦ୍ଧ୍ୱ ମୃତ ପକ୍ଷୀ ଜବତ ହୋଇଥିଲା। ତେବେ ଗତବର୍ଷ ବିଭାଗୀୟ ଗଣନା ଅନୁଯାୟୀ ସମଗ୍ର ଚିଲିକାକୁ ୧୯୦ ପ୍ରଜାତିର ମୋଟ ୧୨ଲକ୍ଷ ୪୨ହଜାର ବିଦେଶୀ ପକ୍ଷୀଙ୍କ ସମାଗମ ହୋଇଥିଲା। ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ପାଗ ଅନୁକୂଳ ଥିବାବେଳେ ଆଗକୁ ଶୀତ ବଢ଼ିଲେ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇବ ବୋଲି ବାଲୁଗଁା ବନ୍ୟପ୍ରାଣୀ ବିଭାଗୀୟ
ଏସିଏଫ୍‌ ଶରତ ଚନ୍ଦ୍ର ମିଶ୍ର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହିଂସା ପାଇଁ ଶାହାଙ୍କୁ ଦାୟୀ କଲା ପିସିସି: କୁଶପୁତ୍ତଳିକା ଦାହ, ଇସ୍ତଫା ଦାବି

ଭୁବନେଶ୍ୱର, ୨୮।୨(ବ୍ୟୁରୋ): କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହା ଶୁକ୍ରବାର ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ତାଙ୍କର ଏହି ଗସ୍ତକୁ ବିରୋଧକରି ପ୍ରଦେଶ କଂଗ୍ରେସ କମିଟି(ପିସିସି)ର...

ବିଶ୍ୱ ହକି ଟ୍ରଫି ପରିକ୍ରମା ପାଇଁ ଉଠା ଦୋକାନୀଙ୍କୁ ଉଚ୍ଛେଦ: ଘଟଣାସ୍ଥଳରେ ଉତ୍ତେଜନା

ଭଦ୍ରକ ଅଫିସ,୫ା୧: ପୁରୁଷ ବିଶ୍ୱ ହକି ଟ୍ରଫି ପରିକ୍ରମା ପାଇଁ ଭଦ୍ରକ ସହର ମହତାବ ଛକଠାରୁ ଅପର୍ତ୍ତିବିନ୍ଧା ଛକ ପର୍ଯ୍ୟନ୍ତ ଜିଲା ପ୍ରଶାସନ ପକ୍ଷରୁ ଗୁରୁବାର...

ବିଦେଶ ଫେରନ୍ତା ୩ ଜଣଙ୍କୁ ଠାବ କଲା ମେଡିକାଲ ଟିମ୍‌

ରଘୁନାଥପୁର,୧୭।୩(ଡି.ଏନ୍‌.ଏ.): ବିଦେଶ ଫେରନ୍ତା ୩ ଜଣଙ୍କୁ ସୋମବାର ମେଡିକାଲ ଟିମ ଠାବ କରିଛି। ରଘୁନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡା. ପ୍ରଭାସ ଚନ୍ଦ୍ର ସ୍ବାଇଁଙ୍କ ନେତୃତ୍ୱରେ ଏକ...

୫୩ ଛାତ୍ରୀଛାତ୍ରକେ ଝନେ ଶିକ୍ଷକ

  ପାଇକମାଲ, ୨୧।୧ (ଡି.ଏନ.ଏ)- ବରଗଡ଼ ଜିଲା ପାଇକମାଲ ବ୍ଲକ ଜାମସେଠ ପଁଚେତ୍‌ ଖରାମାଲ ପ୍ରାଥମିକ ସ୍କୁଲରେ ୫୩ ଝନ୍‌ ଛାତ୍ରୀଛାତ୍ରକେ ଝନେ ଶିକ୍ଷକ ଅଛନ୍‌।...

ଭର୍ଚୁଆଲ ରାଲିରେ ଓଡିଶାବାସୀଙ୍କୁ ସମ୍ବୋଧିତ କଲେ ଗୃହମନ୍ତ୍ରୀ

ଭୁବନେଶ୍ୱର,୮।୬(ବ୍ୟୁରୋ)-ମୋଦି ସରକାରର ୨ୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଦିଲ୍ଲୀ ଭାଜପା କାର୍ଯ୍ୟାଳୟରେ ଆୟୋଜିତ ଭର୍ଚୁଆଲ ରାଲିରେ ସୋମବାର ଗୃହମନ୍ତ୍ରୀ ଅମିତ ଶାହ ଓଡିଶାବାସୀଙ୍କୁ...

ପଞ୍ଚାୟତ ବୈଠକରେ ଓ୍ବାର୍ଡ ସଭ୍ୟଙ୍କୁ ଆକ୍ରମଣ

ହିଞ୍ଜିଳିକାଟୁ,୨୯ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ବୁରୁପୋଡ଼ା ପଞ୍ଚାୟତରେ ଶନିବାର ଅନୁଷ୍ଠିତ ପଞ୍ଚାୟତ ବୈଠକ ବେଳେ ଏକ ରାସ୍ତା କାମକୁ ନେଇ ଜଣେ ବ୍ୟକ୍ତି ଓ୍ବାର୍ଡ...

୨ ଗାଡ଼ି ସହ ଗଞ୍ଜେଇ ଜବତ, ୩ ଗିରଫ

ମୋହନା,୧୦ା୬( ଡି.ଏନ.ଏ.): ଗଜପତି ଜିଲା ମୋହନା ପୋଲିସ ରବିବାର ଭୋରରେ ଅଠରନଳା ନିକଟରେ ଚଢାଉ କରି ଏକ କମାଣ୍ଡର ଗାଡିରୁ ୧୪୦ କିଗ୍ରା ଗଞ୍ଜେଇ ଜବତ...

ପୋଖରୀକୁ ଗାଧୋଇବାକୁ ଯାଇ ଫେରିଲେନି ବାପା-ଝିଅ

ନୂଆପଡ଼ା ଅଫିସ, ୭।୯: ପୋଖରୀକୁ ଗାଧୋଇବାକୁ ଯାଇ ଆଉ ଫେରିଲେନି ବାପା ଝିଅ। ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଡା ସଦର ଥାନା ନୂଆପଡା ଏନଏସିର...

Advertisement
Archives

Model This Week