ବାଂଲାଦେଶୀ କବାଡ଼ିଆ ସଂଖ୍ୟା ବଢୁଛି

ଯାଜପୁରରୋଡ୍‌,୭ା୬(ଡି.ଏନ.ଏ.): କଳିଙ୍ଗନଗରର ମୁଖଶାଳା ଭାବେ ପରିଚିତ କ୍ରମବର୍ଦ୍ଧିଷ୍ଣୁ ଯାଜପୁର ରୋଡ୍‌ ବା ବ୍ୟାସନଗର ସହରରେ ବଢୁଛି ବାଂଲାଦେଶୀଙ୍କ ସଂଖ୍ୟା। ଫଳରେ ସହରରେ ଦିନକୁ ଦିନ ଚୋରି, ଡକାୟତି ଭଳି ନାନା ପ୍ରକାର ଅସାମାଜିକ କାର୍ଯ୍ୟ ବୃଦ୍ଧିପାଉଛି। ସେମାନେ କବାଡ଼ିଆ ଭାବେ ଆସି ସହରର ବିଭିନ୍ନ ସ୍ଥାନରେ ସରକାରୀ ଜମି, ବସ୍ତି ଅଞ୍ଚଳରେ ବଳପୂର୍ବକ ମାଡ଼ିବସି ଘର କରି ରହୁଛନ୍ତି। ସହରର ରେଳବାଇ ପ୍ଲଟ, ମୁଣ୍ଡମାଳ, ସାପଗାଡ଼ିଆ, ବଙ୍ଗାଳି ସାହି, ଚୋରଦା ବାଇପାସ୍‌ ଓ ଧବଳଗିରି ଆଦି ଅଞ୍ଚଳରେ ଆଡ୍ଡା ଜମାଇ ବିଭିନ୍ନ ଅସାମାଜିକ କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ ହେଉଛି।
ସେମାନେ ରାତି ଦିନ ସହରର ବିଭିନ୍ନ ଅଞ୍ଚଳରେ ଦଳଦଳ ହୋଇ ବୁଲି ଦୋକାନ ବଜାରରୁ ବାହାରୁଥିବା ଜରି, ପ୍ଲାଷ୍ଟିକ, କାଗଜ ପଟି, ମଦ ବୋତଲ ଓ ବିଭିନ୍ନ କବାଡ଼ିଆ ଜିନିଷଗୁଡ଼ିକୁ ସଂଗ୍ରହ କରି ବିକ୍ରି କରୁଛନ୍ତି। ଏହି ଆଳରେ ଚୋରି, ଲୁଟ୍‌, ଡକାୟତି, ଅବୈଧ ନିଶା ଓ ଦେହ ବ୍ୟବସାୟ ପରି ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି, ଯାହାର ଶିକାର ହେଉଛନ୍ତି ଯୁବପିଢ଼ି। କିଛିବର୍ଷ ହେବ ପଶ୍ଚିମବଙ୍ଗର ମୁର୍ସିଦାବାଦ, ମେଦିନପୁର, ଚବିଶ ପର୍ଗନା ଓ ବେହେଲା ଅଞ୍ଚଳରୁ ନିର୍ମାଣ କାର୍ଯ୍ୟ କରିବାକୁ ରାଜମିସ୍ତ୍ରି, ଫେରିବାଲା ଓ କବାଡ଼ିଆଭାବେ ଆସି ଶହଶହ ସଂଖ୍ୟାରେ ପରିବାର ସହ ଏଠାରେ ବସବାସ କରୁଛନ୍ତି। ମଉକା ଦେଖି ଡକାୟତି କରି ଫେରାର ହୋଇଯାଉଛନ୍ତି। ପୋଲିସ ସେମାନଙ୍କୁ କାବୁ କରିବାରେ ବିଫଳ ହେଉଛି।
କେତେଜଣ ସ୍ଥାନୀୟ ନେତା ମୋଟା ଅଙ୍କର ଟଙ୍କା ନେଇ ସେମାନଙ୍କ ନାମ ଭୋଟର ଲିଷ୍ଟରେ ମଧ୍ୟ ସଂଯୋଗ କରିଛନ୍ତି। ସେମାନଙ୍କର କୌଣସି ପରିଚୟ ପତ୍ର ପୌର ପରିଷଦ, ପୋଲିସ କିମ୍ବା ପ୍ରଶାସନ ପାଖରେ ନାହିଁ। ସେମାନ ବାଂଲାଦେଶୀ ରିଫୁଜି ହୋଇଥିବାରୁ କିପରି ଓ କେଉଁ ବାଟେ ଆସୁଛନ୍ତି ତାହା ଜଣାପଡୁନାହିଁ। ପୋଲିସ ସେମାନଙ୍କୁ ତଦନ୍ତ ପରିସରକୁ ନ ଆଣିବା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଆଗାମୀ ଦିନରେ ସେମାନେ ସହରର ଓ ଜନସାଧାରଣଙ୍କ ପ୍ରତି ଅଧିକ ବିପଦ ସୃଷ୍ଟି କରିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। ତେଣୁ ଜିଲା ପ୍ରଶାସନ ଓ ପୋଲିସ ଏଥିପ୍ରତି ଗୁରୁତ୍ୱ ସହ ବିଚାର କରିବା ଆବଶ୍ୟକ ବୋଲି ସହରର ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ଏ ସମ୍ପର୍କରେ ଯାଜପୁର ରୋଡ୍‌ ଆଦର୍ଶ ଥାନା ଅଧିକାରୀ ଉପେନ୍ଦ୍ର ପ୍ରଧାନଙ୍କୁ ପଚାରିବାରେ ସେ କହିଛନ୍ତି, ସହରରେ ରହୁଥିବା ବାଂଲାଦେଶୀ କବାଡ଼ିଆ ଓ ନିର୍ମାଣ କାର୍ଯ୍ୟ ପାଇଁ ଆସୁଥିବା ବାହାର ରାଜ୍ୟର ରାଜମିସ୍ତ୍ରି ଏବଂ ଶ୍ରମିକମାନଙ୍କୁ ସେମାନଙ୍କ ପରିଚୟ ପତ୍ର ଏବଂ ପରିବାରର ଫଟୋ ଥାନାରେ ଆଣି ପ୍ରଦାନ କରିବାକୁ ପୋଲିସ ପକ୍ଷରୁ କୁହାଯାଇଛି। ପରିଚୟପତ୍ର ଦେଲେ ସେମାନଙ୍କ ତଥ୍ୟ ସଂଗ୍ରହ କରାଯିବ। ଏବେ ଦେଖିବାକୁ ଅପେକ୍ଷା ପୋଲିସ ଆଗାମୀ ଦିନରେ ଏହି କାର୍ଯ୍ୟରେ କେତେ ସଫଳ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri