ବିଜେଡିରେ ବଢ଼ୁଛନ୍ତି ଆଶାୟୀ

ଢେଙ୍କାନାଳ,୧୦ା୧(ରତନ ନାୟାର): ସାଧାରଣ ନିର୍ବାଚନ ଆଗକୁ ଥିବାରୁ ଏବେଠାରୁ ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡିରେ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସମର୍ଥକମାନେ ସହରର ଜନଗହଳି ଅଞ୍ଚଳରେ ନିଜ ନେତାଙ୍କ ସପକ୍ଷରେ ଆଲୋଚନା କରୁଥିବା ଦେଖିବାକୁ ମିଳୁଛି। ଫଳରେ ସହରରେ ରାଜନୈତିକ ବାତାବରଣ ଧୀରେ ଧୀରେ ସରଗରମ ହେଲାଣି।
ଟିକେ ପଛକୁ ଫେରି ଦେଖିଲେ, ୨୦୦୦ ମସିହାରେ ବିଜେଡି-ଭାଜପା ମେଣ୍ଟ ସମୟରେ ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀରୁ ଭାଜପା ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପାତ୍ର ବିଜୟୀ ହୋଇଥିଲେ। ୨୦୦୪ରେ କଂଗ୍ରେସରୁ ଜିତି ସୁଧୀର କୁମାର ସାମଲ ବିଧାୟକ ହୋଇଥିଲେ। ୨୦୦୯ରେ ବିଜେଡି ଓ ଏନ୍‌ସିପି ମଧ୍ୟରେ ମେଣ୍ଟ ହୋଇଥିଲା। ସେତେବେଳେ ଏନ୍‌ସିପି ପ୍ରାର୍ଥୀ ନବୀନ ନନ୍ଦ ଜିତିଥିଲେ। ୨୦୧୪ରେ ବିଜେଡି ପ୍ରାର୍ଥୀ ସରୋଜ କୁମାର ସାମଲ ଏହି ଆସନରୁ ବିଧାୟକ ନିର୍ବାଚିତ ହୋଇଥିଲେ। ତେବେ କଂଗ୍ରେସରୁ ଆସି ବିଜେଡିରେ ସାମିଲ ହୋଇଥିବା ସୁଧୀର କୁମାର ସାମଲଙ୍କୁ ୨୦୧୯ରେ ଟିକେଟ ମିଳିବା ପରେ ସେ ବିଧାୟକ ହୋଇଥିଲେ। ସେତେବେଳେ ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ସଦର ଓ ଗଁଦିଆ ବ୍ଲକ ଅଞ୍ଚଳରେ ବିରୋଧୀ ଭାଜପା ଓ କଂଗ୍ରେସ ଅପେକ୍ଷା ବିଜେଡି ଅଧିକ ଭୋଟ ପାଇଥିଲା। ହେଲେ ଢେଙ୍କାନାଳ ପୌରାଞ୍ଚଳରେ ଭାଜପାଠାରୁ ବିଜେଡି କମ୍‌ ଭୋଟ ହାସଲ କରିଥିଲା। ଏପରିକି ଗତ ପୌର ନିର୍ବାଚନରେ ଢେଙ୍କାନାଳ ପୌରାଞ୍ଚଳରୁ ଭାଜପା ପ୍ରାର୍ଥୀ ବିଜୟୀ ହୋଇଥିଲେ। ଭାଜପାର ଅପ୍ରତ୍ୟାଶିତ ବିଜୟ ବିଜେଡିକୁ ଚକିତ କରିଥିଲା। ସେହି ଅନୁଯାୟୀ ଦେଖିଲେ ୨୦୨୪ ସାଧାରଣ ନିର୍ବାଚନ ବେଳେ ବିଜେଡି ଢେଙ୍କାନାଳ ପୌରାଞ୍ଚଳର ଭୋଟ ଆପଣାଇବା ପାଇଁ କିଭଳି ରଣନୀତି କରିବ ତାହା ସାଧାରଣରେ ଆଲୋଚନାର ବିଷୟ ହୋଇଛି।
ନିର୍ବାଚନ ପାଇଁ ବିଜେଡି ଆଶାୟୀଙ୍କ ମଧ୍ୟରେ ବର୍ତ୍ତମାନର ବିଧାୟକ ସୁଧୀର କୁମାର ସାମଲ ଓ ପୂର୍ବତନ ବିଧାୟକ ସରୋଜ କୁମାର ସାମଲଙ୍କ ନାମକୁ ନେଇ ସମର୍ଥକମାନେ ଅଧିକ ଚର୍ଚ୍ଚା କରୁଥିବାରୁ ରାଜନୈତିକ ଉଷ୍ମତା ବଢ଼ୁଛି। ଅଭିଜ୍ଞତାକୁ ଦେଖିଲେ ଏହି ୨ ଆଶାୟୀ ପୂର୍ବରୁ ୨ ଥର ବିଧାୟକ ଭାବେ ନିର୍ବାଚିତ ହୋଇସାରିଛନ୍ତି। ସୁଧୀର କୁମାର ସାମଲ ଥରେ କଂଗ୍ରେସରୁ ଜିତିଥିବା ବେଳେ ବର୍ତ୍ତମାନ ସେ ବିଜେଡିରୁ ବିଧାୟକ ଅଛନ୍ତି। ସେହିପରି ସରୋଜ ସାମଲ ପୂର୍ବରୁ ଗଁଦିଆ ଓ ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ହୋଇସାରିଛନ୍ତି। ଏମାନଙ୍କ ବ୍ୟତୀତ ଅନ୍ୟ ଆଶାୟୀଙ୍କ ମଧ୍ୟରେ ରହିଛନ୍ତି, ଜିଲା ଯାଦବ ମହାସଭାର ପ୍ରମୁଖ ତଥା ଜିଲା ବିଜେଡି କାର୍ଯ୍ୟକାରୀ ସଭାପତି ଦେବୀ ପ୍ରସାଦ ଭୂତିଆ, ରାଜ୍ୟ ବିଜେଡି ସମ୍ପାଦକ ତଥା ଢେଙ୍କାନାଳ ରାଜ ପରିବାରର ସଦସ୍ୟ ହର୍ଷବର୍ଦ୍ଧନ ସିଂହଦେଓ ପ୍ରମୁଖ। ସେହିପରି ମହିଳା ଆଶାୟୀଙ୍କ କଥା ଦେଖିଲେ ଜିଲା ପରିଷଦ ସଭାପତି ଅର୍ଚ୍ଚନା ପୁହାଣ ଓ ଜିଲା ମହିଳା ବିଜେଡି ସଭାପତି ସାଗରିକା ମିଶ୍ରଙ୍କ ନାମ ଚର୍ଚ୍ଚାକୁ ଆସୁଛି ା
ଆଶାୟୀଙ୍କ ସଂଖ୍ୟା ବଢୁଥିବାରୁ ଆଶାୟୀମାନଙ୍କୁ ନେଇ ସମର୍ଥକମାନଙ୍କ ମଧ୍ୟରେ ଆକ୍ଷେପ ପ୍ରତିଆକ୍ଷେପ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି। ସୋସିଆଲ ମିଡିଆରେ ଆଶାୟୀମାନଙ୍କ ସମର୍ଥକମାନେ ନିଜ ନିଜ ନେତାଙ୍କ ପାଇଁ ଏକପ୍ରକାର ପ୍ରଚାର ଆରମ୍ଭ କରିଦେଇଥିବାରୁ ଦଳୀୟ ସଙ୍ଗଠନରେ ଗୋଷ୍ଠୀ କନ୍ଦଳ ବଢୁଥିବା ମଧ୍ୟ ଆଲୋଚନା ହେଉଛି।
ସୁଧୀର କୁମାର ସାମଲଙ୍କ ସମର୍ଥକ ତଥା ଜିଲା ବିଜେଡି ସାଧାରଣ ସମ୍ପାଦକ ଦେବାଶିଷ ମିଶ୍ର କହିଛନ୍ତି, ଆଗାମୀ ସାଧାରଣ ନିର୍ବାଚନରେ ଢେଙ୍କାନାଳ ବିଧାନସଭା ଆସନରୁ ସୁଧୀର କୁମାର ସାମଲ ହିଁ ଦଳୀୟ ଟିକେଟ ପାଇବେ ଓ ବିଜୟୀ ମଧ୍ୟ ହେବେ। ତାଙ୍କର କେହି ବିକଳ୍ପ ନାହାନ୍ତି। ସଦର ଓ ଗଁଦିଆ ବ୍ଲକରେ ପାନୀୟଜଳ ସମସ୍ୟା ସମାଧାନ ଓ ମହିମାଗାଦି ଯୋରନ୍ଦାର ରୂପାନ୍ତରୀକରଣ ପାଇଁ ତାଙ୍କର ଉଦ୍ୟମ ରହିଥିବାରୁ ସେ ନିଶ୍ଚିତ ବିଜୟୀ ହେବେ। ଅନ୍ୟତମ ସମର୍ଥକ ଢେଙ୍କାନାଳ ପୌର ଉପାଧ୍ୟକ୍ଷ ପ୍ରକାଶଚନ୍ଦ୍ର କୁଅଁର କହିଛନ୍ତି, ଆମର ଏକମାତ୍ର ନେତା ସୁଧୀର କୁମାର ସାମଲ। ସେ ବିଜୟୀ ହେବା ସୁନିଶ୍ଚିତ।
କୁମାର ସାମଲଙ୍କ ସମର୍ଥକ ସଦର ବ୍ଲକ ଶଙ୍କରପୁର ପଞ୍ଚାୟତ ପୂର୍ବତନ ସରପଞ୍ଚ ଅର୍ଜୁନ ସାହୁ କହିଛନ୍ତି, ଗାଁ ଗହଳିରେ ଲୋକେ ସରୋଜ ସାମଲଙ୍କୁ ଚାହଁୁଛନ୍ତି। ଆମେ ଯାହାଙ୍କ ସହିତ ବସିପାରୁଛୁ, କଥାହୋଇ ପାରୁଛୁ, ସେଭଳି ନେତା ହେଉଛନ୍ତି ସରୋଜ କୁମାର ସାମଲ। ତେଣୁ ସେ ଏଥର ବିଜେଡି ଟିକେଟ ପାଇ ବିଜୟୀ ହେବେ। ଅନ୍ୟତମ ସମର୍ଥକ ଅବସରପ୍ରାପ୍ତ ସୈନିକ ସଂଘ ଉପସଭାପତି ବିଭୂତି ଭୂଷଣ ନନ୍ଦ କହିଛନ୍ତି, ସରୋଜ ଦୁଇଥର ବିଧାୟକ ହୋଇଛନ୍ତି। ସେ ଜଣେ ଶିକ୍ଷିତ ଓ ଭଲ ମଣିଷ। ସେ ଟିକେଟ୍‌ ପାଇଲେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ବିଭୂତି କହିଛନ୍ତି। ଅନ୍ୟପଟରେ ବର୍ତ୍ତମାନ କୌଣସି ଦଳରେ ନ ଥିବା ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି। ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀରେ ଶେଷ ମୁହୂର୍ତ୍ତରେ କିଛି ବି ଘଟିପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

ପାଟ୍ରୋଲିଂ ବେଳେ କାର୍‌ ଡିକିରୁ ଆସିଲା ଛେଳି ଗନ୍ଧ, ଧରାପଡ଼ିଲେ ୪ ଚୋର; କାର୍‌-ଖଣ୍ଡା ଜବତ…

ଦିଗପହଣ୍ଡି,୭|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅନ୍ତର୍ଗତ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ଜଣେ ଚାଷୀଙ୍କ ଗୁହାଳରୁ ଛେଳି ଚୋରି ଘଟଣାରେ ପୋଲିସ ୪…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

କଳାହାଣ୍ଡିରେ କଲେଜ ନିର୍ବାଚନ ନ ହେଉଣୁ ଉତ୍ତେଜନା: ପୋଷ୍ଟର ଚିରାକୁ ନେଇ ଜାତୀୟ ରାଜପଥରେ ଏବିଭିପିର ବିକ୍ଷୋଭ, ଥାନାରେ…

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ)-କଲେଜ ନିର୍ବାଚନ ତାରିଖ ନିକଟତର ହେଉଥିବା ବେଳେ କଳାହାଣ୍ଡି ଜିଲାରେ କ୍ୟାମ୍ପସ ରାଜନୀତି ସରଗରମ ହେବାରେ ଲାଗିଛି। ବୁଧବାର ଅପରାହ୍ନରେ ଭବାନୀପାଟଣା କଲେଜ ଛକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?