ଐତିହ୍ୟ ପ୍ରଦର୍ଶନର ଆବଶ୍ୟକତା

ଡ. ପ୍ରମୋଦ କୁମାର ପଣ୍ଡା

ପୁରୁଷୋତ୍ତମ କ୍ଷେତ୍ର ପୁରୀରେ ଶ୍ରୀମନ୍ଦିର ପରିକ୍ରମା ସୌନ୍ଦର୍ଯ୍ୟକରଣ ଏକ ସ୍ବାଗତଯୋଗ୍ୟ ଓ ସୁନ୍ଦର ପଦକ୍ଷେପ। ଏହାଦ୍ୱାରା ବିଶ୍ୱ ପର୍ଯ୍ୟଟନ କ୍ଷେତ୍ରରେ ପୁରୀର ଗୁରୁତ୍ୱ ବୃଦ୍ଧି ପାଇବା ସୁନିଶ୍ଚିତ। ଜଗନ୍ନାଥ ସଂସ୍କୃତି କେଉଁ ଆଦିମ କାଳରୁ ବିଶ୍ୱକୈନ୍ଦ୍ରିକ ଭାବେ ପ୍ରସ୍ଫୁଟିତ ହୋଇଛି। ଅନ୍ୟ ସମସ୍ତ ସ୍ଥାନରେ ଭଗବାନ୍‌ ବିଷ୍ଣୁଙ୍କର ଚକ୍ଷୁ ମନୁଷ୍ୟ ଚକ୍ଷୁ ପରି ହୋଇଥିବା ସ୍ଥଳେ ଜଗନ୍ନାଥଙ୍କର ଚକ୍ଷୁରେ ବିଶ୍ୱ ଦୃଶ୍ୟମାନ (ଗୋଲାକାର)। ସର୍ବତ୍ର ପ୍ରସାଦ କୁହାଯାଉଥିବା ବେଳେ ପୁରୀରେ ମହାପ୍ରସାଦ, ସର୍ବତ୍ର ଶ୍ମଶାନର ନାମ ଥିବାବେଳେ ପୁରୀରେ ଏଡା ସ୍ବର୍ଗଦ୍ୱାର। ପ୍ରତ୍ୟହ ୫୬ ଭୋଗ ରନ୍ଧନ ଓ ଅର୍ପଣ, ସେବା ପୂଜା ପାଇଁ ଛତିଶଟି ନିଯୋଗ ବା ସମ୍ପ୍ରଦାୟକୁ ଦାୟିତ୍ୱ ବଣ୍ଟନ ଇତ୍ୟାଦି ସବୁ କିଛି ଅନେକ ଅନେକ ସ୍ବନ୍ତ୍ରତା ବହନକରେ, ଯାହାକୁ ଆମେ ବିଶ୍ୱସ୍ତରୀୟ ରୂପେ ବର୍ଣ୍ଣନା କରିପାରିବା।
ଏଠାରେ ଆଉ ଏକ ଅଦ୍ଭୁତ କଥା ହେଉଛି ମଠ ଓ ମନ୍ଦିରର ସମନ୍ବୟନ। ହିନ୍ଦୁଧର୍ମର ବିକାଶ ଓ ବୃଦ୍ଧିରେ ସାଧୁ ସନ୍ଥ, ମୁନିଋଷି, ମଠ ଓ ମନ୍ଦିରର ଅତୁଳନୀୟ ଅବଦାନ ରହିଛି। କେଉଁ ପ୍ରାଚୀନ କାଳରୁ ଏଠାରେ ବିଭିନ୍ନ ପ୍ରାଚୀନ ମଠ ମଧ୍ୟ ଗଢ଼ି ଉଠିଛି ଓ ମନ୍ଦିରର ରୀତିନୀତି ସହିତ ଓତପ୍ରୋତ ଭାବେ ଜଡ଼ିତ ହୋଇଛି। ସେ ଆଦି ଶଙ୍କରଙ୍କ ସ୍ଥାପିତ ଗୋବର୍ଦ୍ଧନ ମଠ ହେଉ, ସନ୍ଥ ରାମାନୁଜଙ୍କ ସ୍ଥାପିତ ରାମାନୁଜ ମଠ ହେଉ, ଗୁରୁ ନାନକ ଦେବଙ୍କ ରହଣି ମଙ୍ଗୁମଠ ହେଉ ବା ଶ୍ରୀ ଚୈତନ୍ୟ ଦେବଙ୍କ ପତିଷ୍ଠିତ ଶ୍ରୀ ଗୌଡିଅ ମଠ ହେଉ, ସବୁଠାରେ ପ୍ରାଚୀନ ଐତିହ୍ୟ ସମ୍ପୂର୍ଣ୍ଣ ଛବି ଦେଖିବାକୁ ମିଳେ। ଶ୍ରୀକ୍ଷେତ୍ର ବା ଜଗନ୍ନାଥ ଧାମ ଯେ କେବଳ ହିନ୍ଦୁମାନଙ୍କର ପବିତ୍ର ସ୍ଥାନ ତାହା ନୁହେଁ, ଏହା ସବୁ ଧର୍ମର ମିଳନ ସ୍ଥଳ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଠାରେ ବୁଦ୍ଧ, ଜୈନ, ଶିଖ୍‌, ମୁସଲମାନ, ଶାକ୍ତ, ବୈଷ୍ଣବ, ପାର୍ସି, ଖ୍ରୀଷ୍ଟିଆନ୍‌ ସମସ୍ତେ ନିଜ ନିଜର ଇଷ୍ଟ ଦେବଙ୍କୁ ଜଗନ୍ନାଥ ମାଧ୍ୟମରେ ପାଇ ଅପୂର୍ବ କୃପା ଲାଭ କରନ୍ତି। ସମସ୍ତଙ୍କ ମନର ଅଭିଳାଷକୁ ପୂରା କରିପାରୁ ଥିବାରୁ ଏହାର ନାମ ତ ଥିଲା ପୁରୀ। ସେ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ହୁଅନ୍ତୁ କିମ୍ବା ସନ୍ଥ ରାମାନୁଜ ଅଥବା ସନ୍ଥ ତୁଳସୀ ଦାସ, ସନ୍ଥ କବୀର, ଗୁରୁ ନାନକଦେବ, ଶ୍ରୀଚୈତନ୍ୟ, ଭକ୍ତରାଜ ଇନ୍ଦ୍ରଦ୍ୟୁମ୍ନ, ଭକ୍ତ ସାଲବେଗ, ଭକ୍ତ ଜୟଦେବ, ଜଗନ୍ନାଥ ଦାସ, ବଳରାମ ଦାସ, ରାମାନନ୍ଦ, ଦାସିଆ ବାଉରି, ମାଣିକ ଗଉଡୁଣୀ ନିଜ ଜୀବନକୁ ଧନ୍ୟ କରିଥିଲେ ଜଗନ୍ନାଥଙ୍କ ଅପାର କୃପା ଲାଭ କରି। କେହି କେହି ମତଦିଅନ୍ତି ଯେ ଯିଶୁଖ୍ରୀଷ୍ଟ ମଧ୍ୟ ଅନେକ ଦିନ ପୁରୀରେ ଅବସ୍ଥାନ କରି ଜଗନ୍ନାଥଙ୍କ କୃପା ଲାଭ କରିଥିଲେ। ସେଥିପାଇଁ ତ ରାମକୃଷ୍ଣ ପରମହଂସ କହିଥିଲେ- ସେ ଯଦି ପୁରୀ ଯିବେ, ଆଉ ଫେରିପାରିବେ ନାହିଁ। ତାଙ୍କର ପ୍ରିୟ ଶିଷ୍ୟ ସ୍ବାମୀ ବିବେକାନନ୍ଦଙ୍କୁ ବି କହିଥିଲେ- ତୋତେ ସମଗ୍ର ଭାରତରେ ଧର୍ମପ୍ରଚାର କରିବାର ଅଛି। ପୁରୀ ଗଲେ ଆଉ ଫେରି ପାରିବୁନି। ତେଣୁ ସେଠାକୁ ଯାଆନା। ସ୍ବାମୀ ବିବେକାନନ୍ଦ ସମଗ୍ର ଭରତବର୍ଷ ଭ୍ରମଣ କରି ସନାତନ ହିନ୍ଦୁଧର୍ମ ପ୍ରଚାର କଲେ ସତ, କିନ୍ତୁ କେବେ ପୁରୀ ଆସିଲେ ନIହିଁ; ଯଦିଓ ବଙ୍ଗାଳୀମାନଙ୍କ ପାଇଁ ପୁରୀ ସବୁଠୁ ପବିତ୍ରତମ ସ୍ଥାନ I
ଅତି ଆନନ୍ଦର କଥା, ସେହି ଜଗତର ପ୍ରଭୁ ଜଗନ୍ନାଥଙ୍କ ପରିକ୍ରମା ପାଇଁ ବ୍ୟବସ୍ଥା ହେଉଛି। ମଠର ସାଧୁ ସନ୍ଥମାନେ କେଉଁ ଆଦିମ କାଳରୁ ଜଗନ୍ନାଥ ସଂସ୍କୃତିକୁ ରୁଦ୍ଧିମନ୍ତ କରି ଆସିଛନ୍ତି। ଯଦି ଏହି ପରିକ୍ରମା ମାର୍ଗରେ ପୁରୀରେ ବିଭିନ୍ନ ସମ୍ପ୍ରଦାୟର ପ୍ରାଚୀନ ମଠ, ଋଷି ଆଶ୍ରମ, ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସଂଗ୍ରହାଳୟ, ଶବର ରାଜା ବିଶ୍ୱାବସୁଙ୍କ ସଂଗ୍ରହାଳୟ, ଯେତେ ସବୁ ସନ୍ଥ ମହାପୁରୁଷ ପୁରୀରେ ଅବସ୍ଥାନ କରି ନିଜର ଇଷ୍ଟ ଦର୍ଶନ କରିଛନ୍ତି, ସେମାନଙ୍କର ପ୍ରତିମୂର୍ତ୍ତି/ସମ୍ପର୍କୀୟ ତଥ୍ୟ ଆଦି ଉତ୍କଳୀୟ ଶୈଳୀରେ ନିର୍ମାଣ କରି ଅବସ୍ଥାପିତ କରନ୍ତେ, ତାହା ଐତିହ୍ୟ ପରିକ୍ରମାକୁ ଆହୁରି ଜୀବନ୍ତ କରିପାରନ୍ତା। ପ୍ରତ୍ୟେକ ପ୍ରାଚୀନ ମଠ କିମ୍ବା ଆଶ୍ରମର ଗାଦି, ଇଷ୍ଟ, ଇତିହାସ, ପୁସ୍ତକାଗାର ପ୍ରଭୃତି ଦେଖି ଭକ୍ତମାନେ ଧନ୍ୟ ମନେକରନ୍ତେ। ଯତେବେଳେ ଭକ୍ତମାନେ ଭ୍ରମଣ କରିବେ, ସେତେବେଳେ ଚତୁର୍ଦ୍ଦିଗରୁ ଭଜନ, କୀର୍ତ୍ତନ, ଶଙ୍ଖ, ଘଣ୍ଟା, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ସମଗ୍ର ପରିକ୍ରମା ମାର୍ଗ ପ୍ରକମ୍ପିତ ହୁଅନ୍ତା, ଯାହାକି ଭକ୍ତ ମନରେ ଏକ ନିଆରା ଅନୁଭୂତି ସୃଷ୍ଟି କରିପାରନ୍ତା। ଅବଶ୍ୟ ଏହି ଐତିହ୍ୟ ପରିକ୍ରମା ମାର୍ଗରେ କିଛି ମଠ ସ୍ଥାପିତ ହୋଇଛି, ମାତ୍ର ଯାତ୍ରୀ ସୁବିଧା କେନ୍ଦ୍ର ସହିତ ଯଦି ଉପରୋକ୍ତ ବର୍ଣ୍ଣିତ ଐତିହ୍ୟରାଜିକୁ ସ୍ଥାପିତ କରିବାରେ ଆମେ ସଫଳ ହେବI, ତା’ହେଲେ ନିଶ୍ଚିତ ରୂପେ ଏହା ପର୍ଯ୍ୟଟକମାନଙ୍କୁ ଅଧିକ ଆକୃଷ୍ଟ କରିବାରେ ସହାୟକ ହେବ I ଜଗନ୍ନାଥଙ୍କ ପୌରାଣିକ କଥାବସ୍ତୁକୁ ଲେଖା ଚିତ୍ର ଓ ମୂର୍ତ୍ତି ମାଧ୍ୟମରେ ମଧ୍ୟ ପ୍ରଦର୍ଶିତ କରିପାରିବା। ତା’ଛଡ଼ା ମଠଗୁଡ଼ିକୁ ମନ୍ଦିରଠୁ ଦୂରେଇ ଦେଲେ, ସେମାନଙ୍କ ସେବା ପ୍ରଦାନରେ ବିଳମ୍ବ ହେବା ସହିତ ଆଗାମୀ ଦିନରେ ଧୀରେ ଧୀରେ ଜଗନ୍ନାଥ ସଂସ୍କୃତିରେ ମଠ ମନ୍ଦିରର ପ୍ରାସଙ୍ଗିକତା ଓ ଆଧ୍ୟାତ୍ମିକତା ହ୍ରାସ ପାଇବାର ସମ୍ଭାବନା ରହିଛି। ଆଗରୁ ସବୁ ଜଗନ୍ନାଥପ୍ରେମୀ ଏ ମହତ୍‌ କାର୍ଯ୍ୟରେ ସହଯୋଗ କରିଛନ୍ତି, ଏବେ ମଧ୍ୟ ଅକୁଣ୍ଠ ଚିତ୍ତରେ ନିଶ୍ଚିତ ରୂପେ ସହଯୋଗର ହାତ ବଢ଼ାଇବେ। ପୁରୀ କ୍ଷେତ୍ରର ସମସ୍ତ ପ୍ରାଚୀନ ଐତିହ୍ୟକୁ ପରିକ୍ରମା ମାର୍ଗରେ ପ୍ରଦର୍ଶିତ କରି ନ ପାରିଲେ, ଏହା କେବଳ ସୌନ୍ଦର୍ଯ୍ୟବୋଧ ଭିତରେ ସୀମିତ ରହିଯିବ, ମାତ୍ର ଆବଶ୍ୟକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟିରେ ବିଫଳ ହେବ। ପୁରୀରେ ଥିବା ପ୍ରତ୍ୟେକ ପ୍ରାଚୀନ ଐତିହ୍ୟକୁ ଓ କିମ୍ବଦନ୍ତୀକୁ ପରିକ୍ରମା ମାର୍ଗରେ ଉତ୍କଳୀୟ କଳା ସ୍ଥାପତ୍ୟ ଶୈଳୀରେ ନିର୍ମିତ ଗୃହରେ ଅବସ୍ଥାପିତ କରି ଜଗନ୍ନାଥ ଧIମର ଇତିହାସକୁ ଆଗାମୀ ପିିଢ଼ି ସମ୍ମୁଖରେ ପ୍ରଦର୍ଶିତ କରିବା ପାଇଁ ପ୍ରୟାସ କରିବା ଆବଶ୍ୟକ।
ପ୍ରଧାନ ବୈଜ୍ଞାନିକ
ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ
(ଭାରତ ସରକାର), ଭୁବନେଶ୍ୱର
ମୋ: ୮୯୧୭୪୨୬୪୪୦


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?