କେନ୍ଦୁଝର: ୨୦ ଜଳାଶୟରେ ପକ୍ଷୀ ଗଣନା

କେନ୍ଦୁଝର, ୬।୧(ସ୍ବ.ପ୍ର.)   କେନ୍ଦୁଝର ଜିଲାକୁ ପ୍ରତ୍ୟେକ ବର୍ଷ ବିଶେଷ କରି ଶୀତ ଋତୁରେ ବିଭିନ୍ନ ଅଞ୍ଚଳରୁ ଦେଶୀ ଓ ବିଦେଶୀ ପକ୍ଷୀ ଆସିଥାନ୍ତି। ସରକାରଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦୁଝର ବନଖଣ୍ଡ ଅଧୀନ ସଦର, ଘଟଗାଁ, ପାଟଣା, ତେଲକୋଇ, ଚମ୍ପୁଆ, ଭୂୟାଁ ଜୁଆଙ୍ଗ ପୀଢ ରେଞ୍ଜ ଅଧୀନ ୨୦ଟି ଡ୍ୟାମ, ନଦୀ, ପୋଖରୀ ଆଦି ଜଳାଶୟରେ ପକ୍ଷୀ ଗଣନା କାର୍ଯ୍ୟ ଶେଷ ହୋଇଛି। ଏହି ପକ୍ଷୀଗଣନା କାର୍ଯ୍ୟକ୍ରମରେ ସମୁଦାୟ ୩୮ଟି ଟିମ ସାମିଲ ହୋଇଥିଲେ ବୋଲି ଜଣାପଡିଛି। ସକାଳ ୬ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଏହି ପକ୍ଷୀ ଗଣନା କରାଯାଇଥିଲା। ସମୁଦାୟ ୨୮ ଜଣ ଫରେଷ୍ଟର, ୪ଜଣ ଓୟୁଏଟିର ଅଭିଜ୍ଞ ଟିମ୍‌ ସହିତ ୮୦ଜଣ ବନରକ୍ଷୀ ପକ୍ଷୀ ଗଣନାରେ ସାମିଲ ହୋଇଥିଲେ। ଠିକ ଭାବେ ପକ୍ଷୀ ଗଣନା କରିବା ପାଇଁ ନିଜ ନିଜ ରେଞ୍ଜ୍‌ର ଦାୟିତ୍ୱ ରେଞ୍ଜରଙ୍କୁ ଦିଆଯାଇଥିଲା। ସବିଶେଷ ରିପୋର୍ଟ ଆସିଲା ପରେ ଜିଲାରେ ପକ୍ଷୀଙ୍କ ସଂଖ୍ୟା ଜଣାପଡିବ ବୋଲି କେନ୍ଦୁଝର ବନଖଣ୍ଡ ଡିଏଫ୍‌ଓ ଏଚ୍‌ଡି ଧନରାଜ କହିଛନ୍ତି ା ଗତ ବର୍ଷ ଏହି ଡିଭିଜନରେ ୨୦ ପ୍ରଜାତିର ୨୮୬୫ ଟି ପକ୍ଷୀ ଦେଖିବାକୁ ମିଳିଥିଲା। ଏହା ସହ ୫ଟି ନୂଆ ଅତିଥି ପକ୍ଷୀ ମଧ୍ୟ ଚିହ୍ନଟ ହୋଇଥିଲା। ଚଳିତ ବର୍ଷ ପକ୍ଷୀଙ୍କ ଗଣନା ରିପୋର୍ଟ ୧ ସପ୍ତାହ ମଧ୍ୟରେ ଜଣାପଡିବ। ଜିଲାରେ ବିଶେଷ କରି ମୟୂର ଚୁଳିଆ, ଧଳା ଥୁଣ୍ଡ, କମନଟିଲ, ହୁଇସିଲିଙ୍ଗ ଟିଲ, ହଂସରାଳୀ, ମାଛରଙ୍କା, ଧଳାବଗ, ଗିରିଆ, ଗେଣ୍ଡାଳିଆ ଆଦି ଗଣନା ସମୟରେ ଦେଖିବାକୁ ମିଳିଥିଲା ବୋଲି ବନ କର୍ମଚାରୀ ମାନେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର ଦାନବାକ୍ସ ତାଡ଼ି ଚୋରି: ପୋଲିସର ତଦନ୍ତ ଜାରି

ବଡ଼ବିଲ,୯।୧୨(ସ୍ବ.ପ୍ର.) : କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଧୀନ ଟାଉନ ଫାଣ୍ଡି ନଂ. ୧ ସମ୍ମୁଖ ହରିହର ମନ୍ଦିର ପରିସରରେ ଥିବା ଦାନ ବାକ୍ସକୁ କେହି...

କୋଟିଏ ଟଙ୍କା ଠକିନେଇ ବନ୍ଧା ହେଲେ ଦମ୍ପତି

ଆନନ୍ଦପୁର,୧୧।୪(ସ୍ବ.ପ୍ର.): କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗରେ କେନ୍ଦୁଝର ଜିଲା ଘସିପୁରା ଥାନା ଅଧୀନ ଆନନ୍ଦପୁର ପୌରପରିଷଦ ୧୩ ନମ୍ବର ଓ୍ବାର୍ଡରୁ ପୋଲିସ ଦମ୍ପତିଙ୍କୁ ସୋମବାର...

ପୂର୍ଣ୍ଣଚନ୍ଦ୍ରଙ୍କ ‘ନିଶ’ ରଖିବା ସଉକ

କେନ୍ଦୁଝର, ୨୭ା୯ (ସ୍ବ.ପ୍ର.)ସମସ୍ତଙ୍କ କିଛି ନା କିଛି ସଉକ ଥାଏ ା ଏଭଳି ନିଶ ରଖିବା ମଧ୍ୟ ଅନେକଙ୍କ ସଉକ ଥିଲେ ହେଁ ଏକ ଭିନ୍ନ...

ସରୁନି ଆନିମଲ ଅଣ୍ଡରପାସ୍‌ କାମ

କେନ୍ଦୁଝର, ୩।୪(ଡି.ଏନ.ଏ.): କେନ୍ଦୁଝର ଜିଲା ଦେଇ ଯାଇଥିବା ଜାତୀୟ ରାଜପଥ ୨୦ର ପାଣିକୋଇଲିଠାରୁ ରିମୁଳି ପଯର୍‌ୟନ୍ତ ଅନେକ ସ୍ଥାନରେ ସଂରକ୍ଷିତ ଜଙ୍ଗଲ ରହିଛି। ଏହି ଜଙ୍ଗଲଗୁଡିକରେ...

ବର୍ଷା ଦିନରେ ଚାଲିଛି ମୋରମ କାମ

ଚମ୍ପୁଆ, ୨୯।୮(ଡି.ଏନ.ଏ.)- ଚମ୍ପୁଆ ଏନ.ଏ.ସିର ୨ନଂ ୱାର୍ଡ ପାଞ୍ଚପୋଖରିଆ ଗ୍ରାମ ରାସ୍ତା ମରଣଯନ୍ତା ପାଲଟିଛି । ରାସ୍ତା ନିର୍ମାଣ ପାଇଁ ମୋରମ ବିଛା ହୋଇଥିବାରୁ ଗ୍ରାମବାସୀ...

ସୁରକ୍ଷାକର୍ମୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଯୋଡ଼ା, ୨୨।୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡା ସହର ଓ୍ବାର୍ଡ ନଂ. ୩ ରେ ଥିବା ରାଉତ କମ୍ପ୍ଲେକ୍ସ ବିଲ୍ଡିଂର ଜଣେ ସୁରକ୍ଷାକର୍ମୀଙ୍କ ଝୁଲନ୍ତା ମୃତଦେହ ମଙ୍ଗଳବାର...

ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ଛାତରୁ ଗଳିଲା ବର୍ଷାପାଣି

ଆନନ୍ଦପୁର,୧୨।୫(ସ୍ବ.ପ୍ର.): ବାତ୍ୟା ପ୍ରଭାବରେ ବୁଧବାର ସକାଳେ ସାମାନ୍ୟ ବର୍ଷାରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ଭିତରେ ପାଦବୁଡ଼ା ପାଣି ଦେଖିବାକୁ ମିଳିଥିଲା। ରୋଗୀ ଏବଂ ରୋଗୀ ସହାୟକମାନେ ଯିବାଆସିବା...

ପାରୋଲରେ ଗଲେ ୫ କଏଦୀ

କେନ୍ଦୁଝର,୧୫ା୫(ଡି.ଏନ.ଏ.)-କରୋନା ସଂକ୍ରମଣ ବଢ଼ୁଥିବାବେଳେ ଜେଲରେ ସାମାଜିକ ଦୂରତ୍ୱ ବଜାୟ ରଖିବା ଲାଗି କଏଦୀ ସଂଖ୍ୟା ହ୍ରାସ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ସଜ୍ଜା କାଟୁଥିବା...

Advertisement
Archives

Model This Week