କେନ୍ଦୁଝର: ୨୦ ଜଳାଶୟରେ ପକ୍ଷୀ ଗଣନା

କେନ୍ଦୁଝର, ୬।୧(ସ୍ବ.ପ୍ର.)   କେନ୍ଦୁଝର ଜିଲାକୁ ପ୍ରତ୍ୟେକ ବର୍ଷ ବିଶେଷ କରି ଶୀତ ଋତୁରେ ବିଭିନ୍ନ ଅଞ୍ଚଳରୁ ଦେଶୀ ଓ ବିଦେଶୀ ପକ୍ଷୀ ଆସିଥାନ୍ତି। ସରକାରଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦୁଝର ବନଖଣ୍ଡ ଅଧୀନ ସଦର, ଘଟଗାଁ, ପାଟଣା, ତେଲକୋଇ, ଚମ୍ପୁଆ, ଭୂୟାଁ ଜୁଆଙ୍ଗ ପୀଢ ରେଞ୍ଜ ଅଧୀନ ୨୦ଟି ଡ୍ୟାମ, ନଦୀ, ପୋଖରୀ ଆଦି ଜଳାଶୟରେ ପକ୍ଷୀ ଗଣନା କାର୍ଯ୍ୟ ଶେଷ ହୋଇଛି। ଏହି ପକ୍ଷୀଗଣନା କାର୍ଯ୍ୟକ୍ରମରେ ସମୁଦାୟ ୩୮ଟି ଟିମ ସାମିଲ ହୋଇଥିଲେ ବୋଲି ଜଣାପଡିଛି। ସକାଳ ୬ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଏହି ପକ୍ଷୀ ଗଣନା କରାଯାଇଥିଲା। ସମୁଦାୟ ୨୮ ଜଣ ଫରେଷ୍ଟର, ୪ଜଣ ଓୟୁଏଟିର ଅଭିଜ୍ଞ ଟିମ୍‌ ସହିତ ୮୦ଜଣ ବନରକ୍ଷୀ ପକ୍ଷୀ ଗଣନାରେ ସାମିଲ ହୋଇଥିଲେ। ଠିକ ଭାବେ ପକ୍ଷୀ ଗଣନା କରିବା ପାଇଁ ନିଜ ନିଜ ରେଞ୍ଜ୍‌ର ଦାୟିତ୍ୱ ରେଞ୍ଜରଙ୍କୁ ଦିଆଯାଇଥିଲା। ସବିଶେଷ ରିପୋର୍ଟ ଆସିଲା ପରେ ଜିଲାରେ ପକ୍ଷୀଙ୍କ ସଂଖ୍ୟା ଜଣାପଡିବ ବୋଲି କେନ୍ଦୁଝର ବନଖଣ୍ଡ ଡିଏଫ୍‌ଓ ଏଚ୍‌ଡି ଧନରାଜ କହିଛନ୍ତି ା ଗତ ବର୍ଷ ଏହି ଡିଭିଜନରେ ୨୦ ପ୍ରଜାତିର ୨୮୬୫ ଟି ପକ୍ଷୀ ଦେଖିବାକୁ ମିଳିଥିଲା। ଏହା ସହ ୫ଟି ନୂଆ ଅତିଥି ପକ୍ଷୀ ମଧ୍ୟ ଚିହ୍ନଟ ହୋଇଥିଲା। ଚଳିତ ବର୍ଷ ପକ୍ଷୀଙ୍କ ଗଣନା ରିପୋର୍ଟ ୧ ସପ୍ତାହ ମଧ୍ୟରେ ଜଣାପଡିବ। ଜିଲାରେ ବିଶେଷ କରି ମୟୂର ଚୁଳିଆ, ଧଳା ଥୁଣ୍ଡ, କମନଟିଲ, ହୁଇସିଲିଙ୍ଗ ଟିଲ, ହଂସରାଳୀ, ମାଛରଙ୍କା, ଧଳାବଗ, ଗିରିଆ, ଗେଣ୍ଡାଳିଆ ଆଦି ଗଣନା ସମୟରେ ଦେଖିବାକୁ ମିଳିଥିଲା ବୋଲି ବନ କର୍ମଚାରୀ ମାନେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ଭାଙ୍ଗୁଛି ବାହାଘର: ମୌଳିକ ସୁବିଧାରୁ ବଞ୍ଚତ୍ତ କୁଆଡ଼ବାସୀ

ହାଟଡିହୀ,୬।୯(ଶୁଭକାନ୍ତ ନାୟକ):: ସ୍ବାଧୀନତାର ୮୦ ବର୍ଷ ପରେ ବି ଗାଁକୁ ଭଲ ରାସ୍ତା ନାହିଁ। ରାସ୍ତା ଯୋଗୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମୁଖ୍ୟତଃ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ପାଟଣାରେ ଗୁରୁଦିବସ: ଅବସରପ୍ରାପ୍ତ ଗୁରୁଙ୍କୁ ମାନପତ୍ର ଓ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧନା

ପାଟଣା,୫।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ଓ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପୂର୍ବତନ ରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବଳିଦାନ ଦିବସରେ ହିନ୍ଦୁଧର୍ମର ଉଦାରତା ଉପରେ ଆଲୋକପାତ

ପାଟଣା,୪ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶୁକ୍ରବାର କୃଷ୍ଣ ଜନ୍ମାଷ୍ଟମୀ, ବିଶ୍ୱ ହିନ୍ଦୁ ପରିଷଦ ପ୍ରତିଷ୍ଠା ଦିବସ ଓ ଲକ୍ଷ୍ମଣାନନ୍ଦ…

ଦୂରଶିକ୍ଷା ପାଇଁ ପାଟଣା ଆଞ୍ଚଳିକ ମହାବିଦ୍ୟାଳୟକୁ ଅନୁମତି

ପାଟଣା,୪ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷରୁ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଅଧୀନରେ ଦୂରଶିକ୍ଷାରେ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri