ଜାତୀୟ ରାଜପଥରେ ଖାଲଖମା

କୁଆଁରମୁଣ୍ଡା,୧୬ା୬(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଦେଇ ଝାଡ଼ଖଣ୍ଡକୁ ଯାଇଥିବା ୧୪୩ ନଂ ଜାତୀୟ ରାଜପଥର ଡାଏରୀ ଫାର୍ମ ନିକଟରୁ କୁଆଁରମୁଣ୍ଡା ଫାଣ୍ଡି ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଛି। ଫଳରେ ସେହି ରାସ୍ତା ଦେଇ ଯାଉଥିବା ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସାଧାରଣଭାବେ ଅଳ୍ପଟିକେ ବର୍ଷା ହେଲେ ଖାଲଗୁଡ଼ିକ ପାଣିରେ ଭର୍ତ୍ତି ହେବା ଯୋଗୁଁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଏଥିପ୍ରତିି ଜାତୀୟ ରାଜପଥ କର୍ତ୍ତୃପକ୍ଷ କିମ୍ବା ଜିଲା ପ୍ରଶାସନ କାହାର ବି ନଜର ପଡ଼ୁନାହିଁ ା ଅନ୍ୟ ପକ୍ଷରେ ଡାଏରୀ ଫାର୍ମ ନିକଟରୁ ଲାଲୁ ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ନୂତନଭାବେ ୪ ଥାକିଆ ବାଇପାସ୍‌ ରାଜପଥ ନିର୍ମାଣ ହୋଇଥିବାରୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ କୁଆଁରମୁଣ୍ଡା ବଜାର ଦେଇ ଯାଇଥିବା ପୁରୁଣା ରାଜପଥର ମରାମତି କରୁନାହାନ୍ତି। ଏ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଲୋକଙ୍କ ନିରାପତ୍ତା ଦୃଷ୍ଟିରୁ ବିପଦପୂର୍ଣ୍ଣ ଏହି ପୁରୁଣା ରାଜପଥର ମରାମତି କରିବା ପାଇଁ କୁଆଁରମୁଣ୍ଡା ପ୍ରଶାସନ ନିକଟରେ ଦୃଢ଼ ଦାବି କରିଛନ୍ତି। ନଚେତ୍‌ ଏ ନେଇ ଆଗାମୀ ଦିନରେ ବାଧ୍ୟ ହୋଇ ଲୋକେ ରାଜପଥ ଅବରୋଧ କରି ଆନ୍ଦୋଳନ କରିବାକୁ ପଛାଇବେ ନାହିଁ ବୋଲି କୁଆଁରମୁଣ୍ଡା ନାଗରିକ କମିଟି ଦାବି କରିଛି ା
ଏ ସମ୍ପର୍କରେ କୁଆଁରମୁଣ୍ଡା ଜିଲା ପରିଷଦ ସଭ୍ୟ ରାଜେନ୍ଦ୍ର କୁଜୁର କହିଛନ୍ତି, କୁଆଁରମୁଣ୍ଡା ବଜାର ଦେଇ ଯାଇଥିବା ପୁରୁଣା ରାଜପଥ ମରାମତି ସମ୍ପର୍କରେ ଆମେ ଗତ ଏକ ବର୍ଷ ତଳେ କୁଆଁରମୁଣ୍ଡା ଗସ୍ତରେ ଆସିଥିବା ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଜଣାଇଥିଲୁ। ସେ ଏନ୍‌ଏଚ୍‌ଏଆଇଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇବା ସହ ତୁରନ୍ତ ଏହି ରାଜପଥ ମରାମତି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ରାଜପଥ କର୍ତ୍ତୃପକ୍ଷ ମରାମତି କରୁ ନ ଥିବାରୁ ଲୋକେ ବହୁ ହଇରାଣ ହେବା ସହ ସ୍ଥାନୀୟ ବାସିନ୍ଦା ଅହରହ ଧୂଳି ପ୍ରଦୂଷଣରେ ଅତିଷ୍ଠ ହୋଇପଡ଼ିଲେଣି। ତେଣୁ ତୁରନ୍ତ ମରାମତି କରା ନ ଗଲେ ଆଗାମୀ ଦିନରେ ଆମେ ରାଜପଥ କର୍ତ୍ତୃପକ୍ଷ ସ୍ଥାନୀୟ କାର୍ଯ୍ୟାଳୟ ଆଗରେ ଧାରଣା ଦେବୁ ବୋଲି ଚେତାବନୀ ଦେଇଛନ୍ତି। ସରପଞ୍ଚ ରାଜେଶ ହସଦାଙ୍କୁ ପଚାରିବାରୁ, ରଥଯାତ୍ରା ପୂର୍ବରୁ ଜାତୀୟ ରାଜପଥକୁ ସମ୍ପୂର୍ଣ୍ଣଭାବେ ମରାମତି କରିବା ପାଇଁ ଦାବି କରିନ୍ତି। କୁଆଁରମୁଣ୍ଡା ନାଗରିକ କମିଟି ସଦସ୍ୟ ତଥା ଯୁବ ସାମାଜିକ କର୍ମୀ ରାଜୁ ତିୱାରୀ କହିଛନ୍ତି, ରାଜପଥ ଦୂରାବସ୍ଥା ସମ୍ପର୍କରେ ଆମେ ଜିଲାପାଳଙ୍କ ଜନଶୁଣାଣି ଶିବିରରେ ଅଭିଯୋଗ କରିଥିଲୁ। ଜିଲାପାଳ ମଧ୍ୟ ଏ ନେଇ ରାଜପଥ କର୍ତ୍ତୃପକ୍ଷଙ୍କୁ କହିଥିଲେ। ହେଲେ ରାଜପଥ ମରାମତି ହେଉ ହେଉନାହିଁ। ଫଳରେ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଏ ଦିଗରେ ପ୍ରଶାସନ ତ୍ୱରିତ ପଦକ୍ଷେପ ନେବାକୁ ତିୱାରୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟଙ୍କ ବଡ଼ ରାୟ: ହତ୍ୟାକାରୀଙ୍କୁ ଆଜୀବନ ଜେଲ

ଭବାନୀପାଟଣା,୩୦ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌. ରାମପୁର ଥାନା ଅନ୍ତର୍ଗତ କୁଟ୍ରୁପଲା ଗାଁରେ ୨୦୧୪ରେ ହୋଇଥିବା ଏକ ହତ୍ୟା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି।…

ପ୍ରେମିକଙ୍କ ଘର ବାରଣ୍ଡାରେ ଧାରଣାରେ ବସିଲେ ପ୍ରେମିକା

ମାଲକାନଗିର,୩୦।୭ (ଦୁର୍ଯ୍ୟୋଧନ ପାତ୍ର): ଜଣେ ବିବାହିତ ଯୁବକ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ଓ ପରେ ପ୍ରତାରଣା ବିରୋଧରେ ବିବାହିତ ପ୍ରେମିକା ଗତ ତିନି ଦିନ ଧରି…

ଖେଳ ପଡ଼ିଆରେ ଟ୍ରାକ୍ଟର ଚଳାଇ ଧାନ ତଳି ପକାଇଲେ, ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ-ଉତ୍ତେଜନା

ହାଟଡିହୀ, ୩୦।୭(ଶୁଭକାନ୍ତ ନାୟକ): ସରକାର ଖେଳ ଏବଂ ଶାରୀରିକ ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବାବେଳେ କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନସ୍ଥ ବଡ଼ରମ୍ପାସ…

କ୍ଷେତପୋଖରୀ ଦୁର୍ନୀତିକୁ ନେଇ ସରପଞ୍ଚ-ସମିତିସଭ୍ୟ ମୁହାଁମୁହିଁ: ହଟ୍ଟଗୋଳ ଯୋଗୁ ଉଠି ଚାଲିଗଲେ…

ଦିଗପହଣ୍ଡି,୩୦|୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଗୁରୁବାର ଦିଗପହଣ୍ଡି ବ୍ଲକସ୍ତରୀୟ ଏମଜିଏନଆରଇଜିଏ ଯୋଜନାର ସାମାଜିକ ସମୀକ୍ଷା ଜନଶୁଣାଣି…

କୋରାପୁଟରେ ୬୫୪. ୫ ମି.ମି. ରେକର୍ଡ ବର୍ଷା, ଭାଙ୍ଗିଲା ୮ ଘର

କୋରାପୁଟ,୩୦ା୭(ଅମିତାଭ ବେହେରା): ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲାର ୧୪ ବ୍ଲକରେ ମୋଟ ୬୫୪.୫ ମି.ମି. ବର୍ଷା ରେକର୍ଡ ହୋଇଛି। ହାରାହାରି ବର୍ଷାର ପରିମାଣ ୪୬.୭୫…

ପିସ୍ତଲ ଦେଖାଇ ହତ୍ୟା ଧମକ ଦେଇଥିଲେ, ଯୁବକଙ୍କୁ ବାନ୍ଧିଲା…

ଦେବଗଡ଼,୩୦ା୭(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନା ଅନ୍ତର୍ଗତ ସୁନାମୁଣ୍ଡା ଗ୍ରାମରେ ପିସ୍ତଲ ମୁନରେ ଭୟଭୀତ କରି ହତ୍ୟା ଧମକ ଦେଇଥିବା ଜଣେ ଯୁବକକୁ ପୋଲିସ ଗିରଫ କରିଛି।…

ଆମେରିକାର ବଡ଼ ଆକ୍ରମଣ, ଧ୍ୱଂସ ହେଲା ଇରାନର ସାମରିକ ଘାଟି

ବାଗଦାଦ୍‌,୩୦।୭: ଆମେରିକୀୟ ସେନା ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ବଡ଼ ଜବାବ ଦେଇଛି ଆମେରିକା। ଆମେରିକୀୟ ସେନାର ସେଣ୍ଟ୍ରାଲ କମାଣ୍ଡ ଅନୁଯାୟୀ ଇରାନର ବିପ୍ଳବୀ ଗାର୍ଡ କୋର୍‌(ଆଇଆରଜିସି)ର…

ଦେଖାଳି ଗାଁରେ ସିରିଜ୍ ଚୋରି: ଦୋକାନରୁ ଟଙ୍କା-ଜୋତା ଲୁଟ୍, ଅଞ୍ଚଳରେ ଆତଙ୍କ; ରାତ୍ରିକାଳୀନ ପାଟ୍ରୋଲିଂ…

ଦିଗପହଣ୍ଡି,୩୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କେ. ନୂଆଗାଁ ଥାନା ଅନ୍ତର୍ଗତ ଦେଖାଳି ଗାଁ ଓ ମୁଖ୍ୟ ରାସ୍ତାକଡ଼ରେ ଥିବା ବିଭିନ୍ନ ଦୋକାନରୁ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri