ଶିବରାତ୍ରିର ରହସ୍ୟ

ଜଗଦାନନ୍ଦ ଜୀ

ଶିବ ପୁରାଣର କୋଟିରୁଦ୍ର ସଂହିତାରେ ଉଲ୍ଲେଖ କରାଯାଇଛି ଶିବରାତ୍ରି ବ୍ରତ ଭକ୍ତ, ସାଧକ, ଉପାସକ ପୂଜା ଅନୁଷ୍ଠାନ କରିବା ଦ୍ୱାରା ଭୋଗ ଓ ମୋକ୍ଷ ପ୍ରାପ୍ତିର ଅଧିକାରୀ ହୋଇଥାଏ। ଏକଦା ବ୍ରହ୍ମା,ବିଷ୍ଣୁ ତଥା ପାର୍ବତୀ ମହାନ୍‌ ଶିବରାତ୍ରିର ପୁଣ୍ୟଫଳ ବିଷୟରେ ଜାଣିବାର ଆଗ୍ରହ କରି ମହାଦେବଙ୍କୁ ପ୍ରଶ୍ନ ପଚାରିଥିଲେ। ଉତ୍ତରରେ ମହାଦେବ କହିଥିଲେ, ମୋକ୍ଷାର୍ଥ ମୋକ୍ଷକୁ ପ୍ରାପ୍ତ କରିବା ପାଇଁ ଚାରୋଟି ବ୍ରତ ନିୟମପୂର୍ବକ ପାଳନ କଲେ ମଙ୍ଗଳ ହୋଇଥାଏ। ଯଥା ଭଗବାନ ଶିବଙ୍କର ପୂଜା, ରୁଦ୍ର ମନ୍ତ୍ର ଜପ, ଶିବ ମନ୍ଦିରରେ ଜାଗର ଉପବାସ, କାଶୀ କ୍ଷେତ୍ରରେ ଶରୀର ତ୍ୟାଗ। ଶିବ ପୁରାଣରେ ମୋକ୍ଷାର୍ଥର ମୋକ୍ଷ ଏହି ଚାରୋଟି ସନାତନ ମାର୍ଗ ଭାବରେ କୁହାଯାଇଛି। ଏହି ଚାରୋଟି ମଧ୍ୟରେ ଶିବ ମନ୍ଦିରରେ ଜାଗର ଉପବାସର ବିଶେଷ ମହତ୍ତ୍ୱ ରହିଛି। ନିଷ୍କାମ ଓ ସକାମ ଭାବରେ ସମସ୍ତ ମନୁଷ୍ୟ ବର୍ଣ୍ଣ ଆଶ୍ରମ, ସ୍ତ୍ରୀ, ବାଳକ ତଥା ଦେବତାଙ୍କ ପାଇଁ ସର୍ବଶ୍ରେଷ୍ଠ ମଙ୍ଗଳମୟ ଭାବରେ ଗ୍ରହଣ କରାଯାଇଛି। ପ୍ରାୟତଃ ସମସ୍ତ ଦେବଦେବୀଙ୍କ ପୂଜା, ବ୍ରତ, ଅନୁଷ୍ଠାନ ଦିନରେ ହିଁ ଅନୁଷ୍ଠିତ ହେବା କ୍ଷେତ୍ରେ ଭଗବାନ ଶିବଙ୍କ ରାତ୍ରି ପୂଜା କାହିଁକି ପ୍ରିୟ? ଏହା ମଧ୍ୟ ଫାଲ୍‌ଗୁନ ଚତୁର୍ଦ୍ଦଶୀ ତିଥିରେ? ଏହାକୁ ନେଇ ଅନେକ ବିଦ୍ବାନ୍‌ ଗୁଣୀ, ଜ୍ଞାନୀ ମତ ପ୍ରକାଶକରି କୁହନ୍ତି, ମହାଦେବ ଶିବ ସଂହାର ଶକ୍ତି, ତମଗୁଣର ଅଧିଷ୍ଠାତା ଅଟନ୍ତି, ଅତଃ ତମୋମୟୀ ରାତ୍ରି ତାଙ୍କର ପ୍ରିୟ ହେବା ସ୍ବାଭାବିକ। ରାତ୍ରି ସଂହାର କାଳର ପ୍ରତିନିଧି ଓ ରାତ୍ରିର ଆଗମନରେ ସର୍ବପ୍ରଥମେ ପ୍ରକାଶର ସଂହାର ଏବଂ ଶେଷରେ ନିଦ୍ରା ଦ୍ୱାରା ଚେତନାର ସଂହାର ହୋଇ ସମ୍ପୂର୍ଣ୍ଣ ବିଶ୍ୱ ସଂହାରିଣୀ ରାତ୍ରିର କୋଳରେ ଅଚେତ ହୋଇଯାଆନ୍ତି। ଏହି ବିଶେଷ କାରଣ ଯୋଗୁ ପ୍ରାକୃତିକ ଦୃଷ୍ଟିରୁ ଶିବଙ୍କର ରାତ୍ରି ଅତିପ୍ରିୟ ହୋଇଥାଏ। ସେଥିପାଇଁ ଶଙ୍କରଙ୍କର ଆରାଧନା କେବଳ ରାତ୍ରିର ପ୍ରାରମ୍ଭରେ କରାଯାଏ।
ଶିବରାତ୍ରି କୃଷ୍ଣପକ୍ଷରେ ହେବା ସ୍ବାଭାବିକ। ଶୁକ୍ଳପକ୍ଷରେ ଚନ୍ଦ୍ରମା ସବଳ ହୋଇ କୃଷ୍ଣପକ୍ଷରେ କ୍ଷୀଣ ହୁଅନ୍ତି। ତାଙ୍କରି ଅଭିବୃଦ୍ଧି ହେବା ସଙ୍ଗେ ସଙ୍ଗେ ସଂସାରରେ ସମ୍ପୂର୍ଣ୍ଣ ରସମାନ ପଦାର୍ଥ ବୃଦ୍ଧି ଓ କ୍ଷୟ ହେବା ସ୍ବାଭାବିକ ଓ ପ୍ରତ୍ୟକ୍ଷ । କ୍ରମଶଃ ଚନ୍ଦ୍ର ଅମାବାସ୍ୟା ବେଳକୁ ସମ୍ପୂର୍ଣ୍ଣ କ୍ଷୀଣ ହୋଇ ଯାଆନ୍ତି। ସଚରାଚର ଜଗତର ମନର ଅଧିଷ୍ଠାତା ଚନ୍ଦ୍ରମା କ୍ଷୀଣ ହେବାମାତ୍ରେ ତା’ର ପ୍ରଭାବ ଅଣ୍ଡ, ପିଣ୍ଡ, ବାଧ ଅନୁଯାୟୀ ସମ୍ପୂର୍ଣ୍ଣ ଭୂମଣ୍ଡଳ ଉପରେ ପଡ଼ିଥାଏ ଏବଂ ଜୀବର ଅନ୍ତକରଣରେ ତାମସୀ ଶକ୍ତି ପ୍ରବୃଦ୍ଧ ହୋଇ ଅନେକ ପ୍ରକାର ନୈତିକ ଓ ସାମାଜିକ ଅପରାଧର କାରଣ ହୋଇଥାଏ। ଏହି ଶକ୍ତିଗୁଡ଼ିକର ଆଧ୍ୟାତ୍ମିକ ଶବ୍ଦ ବା ଭାଷାରେ ଭୂତ ପ୍ରେତାଦି କୁହାଯାଏ। ତେଣୁ ଶିବଙ୍କୁ ଏମାନଙ୍କର ନିୟନ୍ତ୍ରକ ଭାବେ ଗ୍ରହଣ କରାଯାଇଛି। ଦିନରେ ଯଦ୍ୟପି ଜଗଦାତ୍ମା ସୂର୍ଯ୍ୟ ସ୍ଥିତିରେ ଆତ୍ମତତ୍ତ୍ୱର ଜାଗୁରକତା। ସେହି କାରଣ ଯୋଗୁ ଏହି ତାମସୀ ଶକ୍ତି ନିଜର ବିଶେଷ ପ୍ରଭାବ ଦେଖାଇ ନ ଥାଏ। କିନ୍ତୁ ଚନ୍ଦ୍ର ବିହୀନ ଅନ୍ଧକାର ରାତ୍ରିର ଆଗମନ ହେବା ସଙ୍ଗେ ସଙ୍ଗେ ନିଜର ପ୍ରଭାବ ଦେଖାଇଥାଏ। ସେଥିପାଇଁ ଚନ୍ଦ୍ରକ୍ଷୟ ଅମାବାସ୍ୟା ତିଥି ଆସିବା ପୂର୍ବରୁ ସମ୍ପୂର୍ଣ୍ଣ ତାମସୀ ବୃତ୍ତି ଉପାସନାର୍ଥେ ଏହି ବୃତ୍ତିର ଏକମାତ୍ର ଅଧିଷ୍ଠାତା ଭଗବାନ ଆଶୁତୋଷଙ୍କ ଆରାଧନା କରିବାର ବିଧାନ ଶାସ୍ତ୍ରକାରମାନେ ନିର୍ଣ୍ଣୟ କରିଛନ୍ତି। ତେଣୁ ଶିବ ଚତୁର୍ଦ୍ଦଶୀ ରାତ୍ରିରେ ଶିବ ଉପାସନାର ସ୍ବତନ୍ତ୍ରତା ରହିଛି।
ଆଉ ଏକ ରହସ୍ୟମୟ ଗାଥା ଅନୁସାରେ କଳ୍ପର ପ୍ରାରମ୍ଭରେ ଭଗବାନ ବ୍ରହ୍ମା କ୍ଷୀରସାଗରରେ ପହଞ୍ଚି ସେଠାରେ ସେ ଦେଖିଲେ ଭଗବାନ ନାରାୟଣ ଶେଷନାଗଙ୍କ ଉପରେ ବିଶ୍ରାମ କରୁଛନ୍ତି। ଭୂମିଦେବୀ, ଶ୍ରୀଦେବୀ, ମହାଲକ୍ଷ୍ମୀ ଭଗବାନଙ୍କ ଶ୍ରୀଚରଣ ସେବା କରୁଛନ୍ତି। ବ୍ରହ୍ମା ଏଭଳି ଦୃଶ୍ୟ ଦେଖି କ୍ରୋଧକୁ ସମ୍ଭାଳି ନ ପାରି ନାରାୟଣଙ୍କ ସମ୍ମୁଖକୁ ଯାଇ ପଚାରିଲେ କିଏ ତୁମେ ? ଉଠ ଦେଖ ମୁଁ ତୁମର ସ୍ବାମୀ, ଜଗତପିତା ସମ୍ମୁଖରେ ଉପସ୍ଥିତ ହୋଇଛି। ଭଗବାନ ନାରାୟଣ କହିଲେ, ତୁମେ ସ୍ବୟଂ ମୋ ନାଭିକମଳରୁ ଜାତ ହୋଇଛ, ଏଣୁ ତୁମେ ମୋର ପୁତ୍ର। ଦୁହିଁଙ୍କ ମଧ୍ୟରେ ବାଦବିବାଦ ଆରମ୍ଭ ହୋଇ ମହା ବିନାଶକାରୀ ଯୁଦ୍ଧରେ ପରିଣତ ହୋଇଥିଲା। ଦେବଗଣ ଏହା ଦେଖି ମହାଦେବଙ୍କ ନିକଟକୁ ଯାଇ ସୃଷ୍ଟି ରକ୍ଷା ନିମନ୍ତେ ପ୍ରାର୍ଥନା କରିଥିଲେ। ମହାଦେବ ସେହି ସମୟରେ ଉଭୟ ଯୁଦ୍ଧ କରୁଥିବା ସ୍ଥାନ ମଧ୍ୟରେ ଜ୍ୟୋତିର୍ମୟ ସ୍ତମ୍ଭରୂପେ ପ୍ରକଟିତ ହୋଇଥିଲେ। ବ୍ରହ୍ମା ଓ ବିଷ୍ଣୁଙ୍କ ଦ୍ବାରା ପ୍ରୟୋଗ ହୋଇଥିବା ମହେଶ୍ବର ଓ ପାଶୁପତ ଅସ୍ତ୍ର ଧୀରେ ଧୀରେ ସେହି ଜ୍ୟୋତିର୍ମୟ ଲିଙ୍ଗରେ ଲୀନ ହୋଇଥିଲା। ବ୍ରହ୍ମା ଓ ବିଷ୍ଣୁ ଉଭୟେ ସେହି ସ୍ତମ୍ଭ ବା ଲିଙ୍ଗର ପୂଜାର୍ଚ୍ଚନା ଆରମ୍ଭ କଲେ। ଏହି ଲିଙ୍ଗ ଫାଲ୍‌ଗୁନ କୃଷ୍ଣ ଚତୁର୍ଦ୍ଦଶୀରେ ପ୍ରକଟ ହୋଇଥିବା ଯୋଗୁ ସେଦିନରୁ ଲିଙ୍ଗ ପୂଜା ହୋଇ ଆସୁଛି। ବ୍ରହ୍ମା ଓ ବିଷ୍ଣୁ ଉଭୟେ ପଚାରିଲେ ମହାଭାଗ ଆମେ ଲିଙ୍ଗର ଆଦିଅନ୍ତ ପ୍ରାପ୍ତ କରିପାରିଲୁ ନାହିଁ, ମନୁଷ୍ୟ କେମିତି ପୂଜାର୍ଚ୍ଚନା କରିବ। ମହାଦେବ ଏହି ଲିଙ୍ଗକୁ ଦ୍ବାଦଶ ଜ୍ୟୋତି ଲିଙ୍ଗରେ ବିଭକ୍ତ କଲେ। ଏହି ଦିନକୁ ମହାଶିବରାତ୍ରି ଭାବରେ ଆମେ ସମସ୍ତେ ପାଳନ କରି ଆସୁଅଛୁ।
ସଂସ୍କୃତି ଗବେଷକ,ଜୟପୁର, କୋରାପୁଟ


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri