ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା ଦୁର୍ଘଟଣା। ଯେତେବେଳେ ଦୁର୍ଘଟଣାର ଖବର ପ୍ରଘଟ ହେଲା ସେତେବେଳେ କୁହାଗଲା ଯେ ଆମୋନିଆଁ ଗ୍ୟାସ୍‌ ଲିକ୍‌ ହେବାରୁ ତିନିଜଣଙ୍କର ଜୀବନହାନି ଘଟିଛି ଏବଂ ସମସ୍ତେ ହେଉଛନ୍ତି କେଉଁଝରର ଆଦିବାସୀ ଜୁଆଙ୍ଗ ସଂପ୍ରଦାୟର ମହିଳା। କ୍ରମେ କ୍ରମେ ମୃତ୍ୟୁସଂଖ୍ୟା ବଢ଼ିବଢ଼ି ଗଲା ଏବଂ ଆଜି ପର୍ଯ୍ୟନ୍ତ ମିଳିଥିବା ସର୍ବଶେଷ ତଥ୍ୟ ଅନୁଯାୟୀ ଏହି ଦୁଃଖଦ ଘଟଣାରେ ଷୋହଳ ଜଣ ମୃତ୍ୟୁବରଣ କରିଛନ୍ତି ଏବଂ ତାହା ଭିତରେ ଚଉଦ ଜଣ କେଉଁଝରର ଆଦିବାସୀ ଲଳନା। ଏହା ହୁଏତ ସୂଚିତ କରେ ଯେ କୌଣସି ମଣିଷକୃତ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟାକୁ ମଣିଷକୃତ ଭାବରେ ପ୍ରାଥମିକ ସ୍ତରରେ ଚାପି ଦିଆଯାଏ ଲୋକମାନଙ୍କର ଆକସ୍ମିକ କ୍ରୋଧକୁ ପ୍ରଶମନ କରିବା ପାଇଁ।
ଏହି ଘଟଣା ଅନେକ ଅକୁହା କଥା ପଦାରେ ପକାଇଛି। ଆଗରୁ ଧାରଣା ଥିଲା ଦାରିଦ୍ର୍ୟ ଜର୍ଜରିତ କେବଳ ପଶ୍ଚିମ ଓଡ଼ିଶାର କିଛି ବଛା ବଛା ଜିଲାରୁ ଲୋକମାନେ ଦାଦନ ଖଟିବାକୁ ଯାଆନ୍ତି, ଯାହା ଭ୍ରମାତ୍ମକ ବୋଲି ପ୍ରମାଣିତ ହୋଇଛି। ଓଡ଼ିଆ ମୃତକମାନେ ସମସ୍ତେ ଖଣିଜ ସମ୍ପଦରେ ଭରପୂର କେଉଁଝର ଜିଲାର ଆଦିବାସୀ ସଂପ୍ରଦାୟ ଜୁଆଙ୍ଗ ସମାଜର ଅନ୍ତର୍ଭୁକ୍ତ। ଜୁଆଙ୍ଗମାନଙ୍କର ମୋଟ ସଂଖ୍ୟା ହାରାହାରି ପଚାଶହଜାର ଭିତରେ ଏବଂ ଏମାନେ ଜନଜାତିଙ୍କ ଭିତରେ ଏକ ବିଶେଷ ସଂଖ୍ୟାନୂ୍ୟନ ଗୋଷ୍ଠୀ, ଯାହାକୁ କୁହାଯାଉଛି (ଚବକ୍ସଗ୍ଧସମଙ୍କକ୍ଷବକ୍ସକ୍ଷଚ୍ଚ ଠଙ୍କକ୍ଷଦ୍ଭରକ୍ସବଭକ୍ଷର ଞକ୍ସସଭବକ୍ଷ ଶକ୍ସକ୍ଟଙ୍କକ୍ଟ୍ର) ବା ନିର୍ଦ୍ଦିଷ୍ଟ ଭାବରେ କ୍ଷୟିଷ୍ଣୁ, ଜନଜାତି ଗୋଷ୍ଠୀ ଯେଉଁମାନେ ଆପାତତଃ ବିଲୟାଭିମୁଖୀ। ଏପରି ଜନଜାତିଙ୍କ ସଂରକ୍ଷଣ, ବିକାଶ ଓ ସଭ୍ୟତାର ମୁଖ୍ୟଧାରା ସହିତ ସଂଯୋଜିତ କରିବାପାଇଁ ବହୁବିଧ ଯୋଜନା ରହିଛି, ଯାହାକୁ (ମାଇକ୍ରୋ ପ୍ରୋଜେକ୍ଟ) କ୍ଷୁଦ୍ର ସାଧନ ପ୍ରକଳ୍ପ ଭାବରେ କୁହାଯାଇଥାଏ; ଯେମିତି ଜୁଆଙ୍ଗ ଉନ୍ନୟନ ପ୍ରକଳ୍ପ। ଜୁଆଙ୍ଗ ଜନଜାତିର ଲୋକଙ୍କ ଭିତରୁ ସଂଖ୍ୟାଧିକ କେଉଁଝର ସଦର ସବ୍‌ଡିଭିଜନର ବାଂଶପାଳ, ତେଲକୋଇ, ହରିଚନ୍ଦନପୁର, ଘଟଗାଁ ଓ ସଦର ବ୍ଲକରେ ରହନ୍ତି। ଏଠାରେ ଜୁଆଙ୍ଗ ଡେଭଲପମେଣ୍ଟ ଏଜେନ୍ସି ବହୁ ବର୍ଷ ହେଲା କାର୍ଯ୍ୟକରୁଥିଲେ ମଧ୍ୟ ଏଠାରୁ ବହୁ ଆଦିବାସୀ ମହିଳା କିପରି ପନ୍ଦରଶହ କିଲୋମିଟର ଦାଦନ ଖଟିବାକୁ ଯାଉଥିଲେ ତା’ର କୌଣସି ସନ୍ତୋଷଯୋଗ୍ୟ ଉତ୍ତର ପ୍ରକଳ୍ପ କର୍ମକର୍ତ୍ତାଙ୍କ ପାଖରେ ନାହିଁ।
ବାଛିବାଛି ଆଦିବାସୀ ଯୁବତୀମାନଙ୍କୁ ଏତେ ଦୂରକୁ ନେଇ ଯେଉଁ ଦଲାଲମାନେ ସୁଦୂର ତାମିଲନାଡୁରେ ସେମାନଙ୍କ ପାଇଁ ସ୍ବର୍ଣ୍ଣିମ ସୁଯୋଗ ଅପେକ୍ଷା କରିଛି ବୋଲି ସେମାନଙ୍କ ପରିବାରବର୍ଗଙ୍କୁ କହିଥିବେ, ସେମାନେ ଗଲେ କୁଆଡ଼େ। ଏହି ମଧ୍ୟସ୍ଥମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବିଳମ୍ବରେ ଆରମ୍ଭ କରାଯାଇଥିବାର ଖବର ମିଳିଛି। ଆଦିବାସୀମାନେ ସାଧାରଣତଃ ଅଧିକ ପରିଶ୍ରମୀ ଏବଂ ସେମାନେ ଅଭିଯୋଗପ୍ରବଣ ନୁହନ୍ତି। ସେମାନଙ୍କୁ ଦୀର୍ଘସମୟ ପର୍ଯ୍ୟନ୍ତ କାର୍ଯ୍ୟରେ ନିୟୋଜିତ କଲେ ମଧ୍ୟ ସେମାନେ ବିରକ୍ତିଭାବ ଅନୁଭବ କରନ୍ତି ନାହିଁ କୁଆଡ଼େ। ସଂପୃକ୍ତ କାରଖାନାରେ ସେମାନଙ୍କର କାମ ମୁଖ୍ୟତଃ ଥିଲା ଚିଙ୍ଗୁଡ଼ିର ଖୋଳପା ଛଡ଼ାଇବା। କାରଖାନା ନିୟମ ଅନୁସାରେ ଶ୍ରମିକମାନେ କେବେ ବି କାରଖାନା ପରିସର ଭିତରେ ରହିବା ବେଆଇନ। ମାତ୍ର ସମ୍ପୃକ୍ତ କାରଖାନାର ପରିସର ମଧ୍ୟରେ ଏହି ମହିଳା ଶ୍ରମିକମାନଙ୍କୁ କିପରି ରଖାଯାଇଥିଲା? ଯାହା ଫଳରେ ସେମାନଙ୍କୁ ଯେ କୌଣସି ସମୟରେ କାର୍ଯ୍ୟରେ ନିୟୋଜିତ କରାଯାଇପାରିବ। ସେମାନଙ୍କର ନିରାପତ୍ତା ପାଇଁ ଥିବା ସବୁ ସର୍ତ୍ତକୁ ଉଲ୍ଲଂଘନ କରାଯାଉଥିଲା ଖୋଲାଖୋଲି ଭାବରେ।
ଚିଙ୍ଗୁଡ଼ି ଚାଷ କିଛିବର୍ଷ ହେଲାଣି ଆମ ଦେଶର ଅର୍ଥନୀତିରେ ଏକ ପ୍ରମୁଖ ଯୋଗଦାନ କରୁଛି ବୋଲି ଅନେକ ଆଲୋଚନା ଆପଣ ଶୁଣିଥିବେ। ଚିଙ୍ଗୁଡ଼ି ଧରା ହେବାମାତ୍ରେ ତାକୁ ଖୋଳପାଛଡ଼ାଯାଇ ତୁରନ୍ତ ଶୀତଳୀକରଣ ପ୍ରକ୍ରିୟା ଭିତରେ ରଖା ନ ଗଲେ ତାହା ରପ୍ତାନିଯୋଗ୍ୟ ହୋଇପାରେନାହିଁ। ଆମୋନିଆଁକୁ ଶୀତଳୀକରଣର ପ୍ରମୁଖ ଉପାଦାନ ଭାବରେ ଗ୍ରହଣ କରାଯାଉଛି କାରଣ ତାହାର ବିପରୀତ ପ୍ରାକୃତିକ ପ୍ରତିକ୍ରିୟା ନାହିଁ ବୋଲି ସାଧାରଣତଃ କୁହାଯାଏ। ମାତ୍ର ଆମୋନିଆଁ ଗ୍ୟାସ ବିଷାକ୍ତ ହୋଇଥିବାରୁ ଏହାକୁ ଅତ୍ୟନ୍ତ ସତର୍କତାର ସହିତ ବ୍ୟବହାର କରାଯିବା ଜରୁରୀ। ଯେଉଁ ଶୀତଳ ଘରେ ଚିଙ୍ଗୁଡ଼ି ରଖାଯାଏ ତା’ର ତାପମାତ୍ରା ମାଇନସ୍‌ କୋଡ଼ିଏରୁ ଚାଳିଶ ଡିଗ୍ରୀ ଭିତରେ ରହିଥାଏ। ଏହା ଭିତରକୁ ପଶୁ ପଶୁ ମଣିଷକୁ ହୃତକମ୍ପ ହୋଇଯାଏ, ତେଣୁ ବୈଧାନିକ ସତର୍କତା ଅନୁଯାୟୀ ତା’ ଭିତରକୁ ବୈଜ୍ଞାନିକ ଅନୁମୋଦିତ ବସ୍ତ୍ର ପି.ପି.ଇ. କିଟ୍‌ ପରିଧାନ କରି ପ୍ରବେଶ କରିବା କଥା, ମାତ୍ର ନିରୀହ ଅଜ୍ଞାନ ଏବଂ ସରଳ ଆଦିବାସୀ ଝିଅଟିଏ ବିନା କୌଣସି ଏପରି ପୋଷାକ ପିନ୍ଧି ତା’ଭିତରେ ଚଳପ୍ରଚଳ ହୁଏ। କର୍ମଚାରୀକୁ ବିପଦକୁ ଠେଲି ଦେଇ ମାଲିକ ହୁଏ ମାଲାମାଲ।
ମୃତକମାନଙ୍କ ମଧ୍ୟରୁ କେତେକଙ୍କର ବୟସ ପନ୍ଦର ବର୍ଷ ବୋଲି ଲେଖାଯାଇଛି। ସମ୍ବାଦପତ୍ର ହିନ୍ଦୁରେ ପ୍ରକାଶିତ ତଥ୍ୟ ଅନୁସାରେ ଆଧାରକାର୍ଡରେ ସେମାନଙ୍କର ବୟସ ଚଞ୍ଚକତାପୂର୍ବକ କମେଇ ଲେଖେଇ ଦିଆହୋଇଛି। ଅର୍ଥାତ୍‌ କାମ କରୁଥିବା ଏଇ ଶ୍ରମଜୀବୀମାନଙ୍କ ଭିତରେ ବହୁ ନାବାଳିକା କାମ କରୁଥିଲେ। ବିଷାକ୍ତ ଗ୍ୟାସ, ଖୁବ୍‌ ଶୀତଳ ପରିବେଶରେ କାମ କରୁଥିବା କାରଖାନାକୁ ବୈଜ୍ଞାନିକ ଭାଷାରେ କୁହାଯାଏ ବିପଦପୂର୍ଣ୍ଣ, ମାତ୍ର ସେଥିରେ କେବଳ ସାବାଳକମାନେ କାମ କରିବା କଥା, ତାହା ପୁଣି ଉପଯୁକ୍ତ ବିଜ୍ଞାନସମ୍ମତ ପୋଷାକ ସହିତ। ହେଲେ ସେଇ କାରଖାନା କର୍ତ୍ତୃପକ୍ଷ ଜାଣିଶୁଣି କାରଖାନା ଆଇନ, ଶିଶୁ ଶ୍ରମ ନିରୋଧ ଆଇନକୁ ଫୁ କରି ଉଡ଼େଇ ଦେଉଥିଲେ। ନାବାଳିକାମାନଙ୍କୁ ରାଜ୍ୟ ବାହାରକୁ ଚାଲାଣ କରିବା ପଛରେ ମାନବ ଚାଲାଣ ର଼୍ୟାକେଟ୍‌ କାମ କରୁଥିଲା ବୋଲି ଅଭିଯୋଗ ହେବାରୁ କେଉଁଝର ଜିଲା ପ୍ରଶାସନ ଶେଷରେ ଏଜେଣ୍ଟ ବିରୋଧରେ କେସ୍‌କରି ତାକୁ ଗିରଫ କରିଛନ୍ତି। ଆଉ ବଡ଼ ଆଶ୍ଚର୍ଯ୍ୟର କଥା ଗିରଫ ହୋଇଥିବା ଶ୍ରମ କଣ୍ଟ୍ରାକ୍ଟର ବି ନିଜେ ଜଣେ ଆଦିବାସୀ। ତାମିଲନାଡୁ ପୋଲିସ କାରଖାନା ମାଲିକଙ୍କୁ ଗିରଫ କରିଛନ୍ତି ଏବଂ ତାଙ୍କ ବିରୋଧରେ ଅନେକ ସଙ୍ଗିନ ଦଫାରେ ଅଭିଯୋଗ ରହିଛି।
ଏତେ ଭୟଙ୍କର ପରିବେଶରେ ମାସିକ ଆଠହଜାରରୁ ପନ୍ଦର ହଜାର ଦରମାରେ ଆଦିବାସୀ ତରୁଣୀମାନଙ୍କୁ ଖଟାଯାଉଥିଲା। ରାତି ଅଧରେ ଚିଙ୍ଗୁଡ଼ି ପହଞ୍ଚିଲେ ସେମାନଙ୍କୁ ନିଦରୁ ଉଠାଯାଇ କାମରେ ଲଗାଯାଉଥିଲା। କୋଣାର୍କ କବିତାରେ କବି ସଚ୍ଚି ରାଉତରା ଯାହା ଲେଖିଥିଲେ ତାହା ମନେପଡ଼ିଲେ ଯେମିତି ହୃଦୟରେ ଛୁରି ଚାଲିଲା ଭଳି ଲାଗେ ତାହା ଯେମିତି ପୁନର୍ବାର ଅଭିନିତ ହୋଇଥିଲା- ‘ଅମର ହୋଇବ କାଳର କରାଳେ ଯେଣୁ ଜଣକର ନାମ, ଲକ୍ଷ ବେଦାମୀ ଜୀବନରେ ତେଣୁ ଗଢ଼ାହେଲା ଶମଶାନ।’ ଅର୍ଥନୀତିକୁ ଦୃଢ଼ କରିବା ନାଁରେ ବିଦେଶୀ ମୁଦ୍ରା ସଂଗ୍ରହ ନାଁରେ ଧନପତି ମୁନାଫାଖୋର ମାଲିକ କିପରି ହଜାର ହଜାର କିଲୋମିଟର ଦୂରରୁ ଆଦିବାସୀ ଯୁବତୀଙ୍କୁ ନେଇ ତା’ର ସାମ୍ରାଜ୍ୟ ଗଢ଼ୁଥିଲା ଏଇ ଦୁର୍ଘଟଣା ତା’ର ପର୍ଦ୍ଦାଫାଶ କରିଛି।
ଏହା ଭିତରେ ଷାଠିଏରୁ ଊର୍ଦ୍ଧ୍ୱ କାର୍ଯ୍ୟରତ ଆଦିବାସୀ ମହିଳାଙ୍କୁ ଫେରେଇ ଆଣିଛି ଆମର ଶ୍ରମ ବିଭାଗ। କାଳେ ଓଡ଼ିଶାର ତତୁଲ୍ୟ କାର୍ଯ୍ୟ ସମାନ କାରଖାନାରେ ଚାଲିଥିବ ସେଥିପାଇଁ ନିରାପତ୍ତା ଅଡିଟ କରାଯାଉଛି। ମାତ୍ର କାହାରିକୁ ଅଜଣା ନାହିଁ ଯେ ଏପରି ଆଇନ ଉଲ୍ଲଂଘନ ଓ ଉତ୍ପୀଡ଼ନ କେବଳ ଦିନେ ଅଧେ ନୁହେଁ, ଏହା ପ୍ରଶାସନର ନାକତଳେ ଚାଲିଥାଏ ସବୁଦିନ। କାହିଁକି ଆନ୍ତଃରାଜ୍ୟ ଦାଦନ ଆଇନ ଅନୁସାରେ ସବୁ ଶ୍ରମିକମାନଙ୍କର ପଞ୍ଜୀକରଣ ହୋଇ ନ ଥିଲା, କାହିଁକି ନିରାପତ୍ତା ସାମଗ୍ରୀ ସେମାନଙ୍କୁ ଯୋଗାଇ ଦିଆଯାଉ ନ ଥିଲା, କାହିଁକି ଶିଶୁଶ୍ରମିକ ନିରୋଧ ଆଇନରେ ଉଲ୍ଲଂଘନ ହେଉଥିଲା- ତା’ର ଉତ୍ତର କାହାରି ପାଖରେ ନାହିଁ। ଡିଏମ୍‌ଏସ୍‌ ଯୋଜନାରେ କେଉଁଝର ଜିଲାରେ ହଜାରେ କୋଟିରୁ ଅଧିକ ବର୍ଷକୁ ଖର୍ଚ୍ଚ ହେଉଥିଲା ବେଳେ ଜୁଆଙ୍ଗମାନଙ୍କ ଉନ୍ନତି କ’ଣ କରାଯାଇଛି? ରାଜ୍ୟ ସରକାର ଦଶଲକ୍ଷ ଟଙ୍କା ଲେଖାଏ ଏକ୍ସଗ୍ରାସିଆ ମଞ୍ଜୁର କରିଛନ୍ତି ଏବଂ ତାମିଲନାଡୁ ସରକାର ଦୁଇଲକ୍ଷ ଲେଖାଏ ପ୍ରତି ମୃତକଙ୍କ ପରିବାରକୁ ପ୍ରଦାନ କରିଛନ୍ତି- ମାତ୍ର ସମସ୍ୟାର ସ୍ଥାୟୀ ସମାଧାନ କ’ଣ ସେତିକିରେ ହୋଇପାରିବ?

ଡ.ନିରଞ୍ଜନ ସାହୁ

(ଲେଖକ ଭାରତୀୟ ପ୍ରଶାସନିକ ସେବାର ପୂର୍ବତନ ଅଧିକାରୀ)
ମୋ: ୯୪୩୮୪୮୨୯୧୧

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

ସିନ୍ଥେଟିକ ବୁଦ୍ଧିମତ୍ତା

ସଭ୍ୟତାକୁ ଗତିଶୀଳ କରିଥିବା ସବୁଠାରୁ ବଡ଼ ଉଦ୍ଭାବନ ହେଉଛି ଚକ। ଇତିହାସବିତ୍‌ଙ୍କ ମତରେ ଆଜି ଆମେ ଯେଉଁ ଦ୍ରୁତଗତି ସମାଜରେ ବାସ କରୁଛୁ, ତାହାର ମୂଳରେ ରହିଛି…

ବାଲ୍ୟକାଳ ବାହୁଡ଼ି ନ ଆସୁ

ସୁପ୍ରସିଦ୍ଧ ଗଜଲ ଗାୟକ ଜଗଜ୍ଜିତ ସିଂହଙ୍କର ସେଇ କାଳଜୟୀ ଗଜଲଟିର ଅନୁବାଦ ଯଦି ଆମ ଭାଷାରେ କରାଯାଏ, ତେବେ ତାହାର ଶବ୍ଦରୂପ ବୋଧହୁଏ ଏମିତି କିଛି ହେବ-…

ଅନଶନ ସହଜ ନୁହେଁ

ଏନ୍‌ଇଇଟି ପରୀକ୍ଷାରେ ଅନିୟମିତତା ଓ ଶିକ୍ଷା ବ୍ୟବସ୍ଥାରେ ଅସଙ୍ଗତି ଦେଖାଦେଇଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ନୂଆଦିଲ୍ଲୀର ଯନ୍ତ୍ରରମନ୍ତରରେ ୨୧ ଦିନ ଆମରଣ ଅନଶନ…

ଏଇ ଭାରତରେ

ପ୍ରଦ୍ୟୋତ ଭୋଲେଟି ଗରିବ ଓ ଅସହାୟ ପିଲାଙ୍କୁ ମାଗଣାରେ ବାସ୍କେଟବଲ ପ୍ରଶିକ୍ଷଣ ଦେଉଛନ୍ତି। ସେ ଡ୍ରିବଲ ଏକାଡେମୀ ମାଧ୍ୟମରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri