ବସନ୍ତରେ ବୈଶାଖ ତାତି

ବରଗଡ଼ ଅଫିସ୍‌,୧୧।୩: ବସନ୍ତ ସରିନାହିଁ। ହେଲେ ବୈଶାଖର ତାତି ପରିଲକ୍ଷିତ ହେଲାଣି। ଦିନ ୧୧ଟାରୁ ତାତିର ପ୍ରକୋପ ଜଣାପଡୁଛି। ରାସ୍ତାଘାଟରେ ଲୋକଙ୍କ ଯାତାୟାତ କମିଯାଉଛି। ଗତପ୍ରାୟ ସପ୍ତାହକ ପୂର୍ବରୁ ବରଗଡ଼ ଜିଲାରେ ଏଭଳି ଅନୁଭୂତ ହେଉଛି। ତାତି ଯୋଗୁ ଲୋକେ ମୁଣ୍ଡରେ ପଗଡ଼ି, ଟୋପି ପିନ୍ଧିବା ସହିତ ଗାମୁଛା, ଛତା ଧରି ରାସ୍ତାରେ ଯାତାୟାତ କରୁଛନ୍ତି। ସେହିପରି ଝିଅମାନେ ମୁଣ୍ଡରେ ଓଢ଼ଣି, ହାତରେ ଗ୍ଲୋଭ୍‌ସ ପିନ୍ଧି ପଦାକୁ ବାହାରୁଥିବା ଦେଖିବାକୁ ମିଳିଛି। ଜିଲାରେ ପାଣିପାଗ ସୂଚନା କେନ୍ଦ୍ର ନାହିଁ। ଫଳରେ ଠିକ୍‌ ତାପମାତ୍ରା ଆକଳନ ହୋଇପାରୁନାହିଁ । ଗ୍ରୀଷ୍ମ ଆସିଲେ ଜିଲା ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ କେନ୍ଦ୍ରରେ ଏକ ସାଧାରଣ ତାପମାପକ ଯନ୍ତ୍ରରେ ତାପମାତ୍ରା ଆକଳନ କରାଯାଇଥାଏ। ମାତ୍ର ତାହା ଏଯାଏ ସ୍ଥାପନ କରାଯାଇ ନାହିଁ। ଜିଲାରେ ତାପମାତ୍ରା ବର୍ତ୍ତମାନ ୩୫ ଡିଗ୍ରୀ ଟପିଥିବା ଅନୁଭୂତ ହେଉଛି।
ଅନ୍ୟପକ୍ଷେ ଜିଲାରେ ଗ୍ରୀଷ୍ମ ମୁକାବିଲା ନେଇ ଯେଭଳି ତତ୍ପରତା ପ୍ରକାଶ ପାଇବା କଥା, ତାହା ପରିଲକ୍ଷିତ ହୋଇନାହିଁ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସ୍କୁଲ, କଲେଜ ସକାଳୁଆ ହୋଇଛି। କିନ୍ତୁ ଜଳଛତ୍ର କିମ୍ବା ରାସ୍ତାକଡ଼ରେ ଆଶ୍ରୟସ୍ଥଳ ନାହିଁ । ଅନ୍ୟପଟେ ଥଣ୍ଡା ପାନୀୟର ଚାହିଦା ବଢ଼ିଛି। ଗ୍ରୀଷ୍ମ ପ୍ରବାହ ଯୋଗୁ ଦିନ ୧୨ଟା, ଗୋଟାଏରୁ ଦୋକାନ ବଜାର ବନ୍ଦ ହେଉଛି। ସେହିପରି ବାରମ୍ବାର ବିଦ୍ୟୁତ ବିଭ୍ରାଟ୍‌ ଲୋକଙ୍କୁ ବ୍ୟତିବସ୍ତ କରି ପକାଉଛି।
ବରଗଡ଼ର ଜଣେ ପରିବେଶବିତ୍‌ ଜେଠୁ ଭୋଇ କହିଛନ୍ତି, ନଦୀରୁ ବାଲି କାଢ଼ି ନିଆଯାଉଛି। ମାତ୍ରାଧିକ ପରିମାଣରେ ଗଭୀର ନଳକୂପ ଖନନ କରାଯାଉଛି। ଏହି ଦୃଷ୍ଟିରୁ ଦିନକୁ ଦିନ ଜଳସ୍ତର ହ୍ରାସ ପାଇବା ସହିତ ମାଟିର ଆଦର୍‌ରତା ମଧ୍ୟ କମି ଯାଉଛି। ଏହାସତ୍ତ୍ବେ ଜଳ ସଂରକ୍ଷଣ ପାଇଁ ସରକାରଙ୍କ ଠୋସ୍‌ ଯୋଜନା ନାହିଁ। ଜଙ୍ଗଲରୁ ଗଛକଟା, ନିଆଁ ମଧ୍ୟ ଅନିୟନ୍ତ୍ରିତ ହୋଇ ପଡୁଛି । ଏହିସବୁ କାରଣରୁ ତାତି ବଢ଼ି ଚାଲିଛି । ବରଗଡ଼ର ଜଣେ ବରିଷ୍ଠ ନାଗରିକ ଶିବାନନ୍ଦ ମଟାରୀ କୁହନ୍ତି, ଏଥର ଗ୍ରୀଷ୍ମରେ ତାତି ଅସମ୍ଭାଳ ହେବ । ତାହା ଏବେଠାରୁ ବାରି ହୋଇ ପଡ଼ିଲାଣି। ଏହାକୁ ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବା ଜରୁରୀ ହୋଇ ପଡ଼ିଛି। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡ଼ିଏମ୍‌ଓ) ଡା. ଅରୁଣ କୁମାର ପାତ୍ରଙ୍କୁ ପଚାରିବାରୁ ସେ କହିଲେ, ଅଂଶୁଘାତ ରୋକିବା ପାଇଁ ଏଥର ବ୍ୟାପକ ପଦକ୍ଷେପ ନିଆଯାଇଛି। ପ୍ରତି ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଂଶୁଘାତ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ଶୀତତାପ ନିୟନ୍ତ୍ରିତ କକ୍ଷ ଖୋଲାଯାଇଛି। ସ୍ବାସ୍ଥ୍ୟକେନ୍ଦ୍ର ସମେତ ଅଙ୍ଗନୱାଡ଼ି କର୍ମୀଙ୍କ ପାଖରେ ବ୍ୟାପକ ପରିମାଣରେ ଓଆରଏସ୍‌ ମହଜୁଦ ରଖାଯାଇଛି। ଅଧିକ ଖରାରେ ବାହାରକୁ ନ ଯିବା ପାଇଁ ସଚେତନତା ସୃଷ୍ଟି କରାଯାଉଛି ବୋଲି ସିଡିଏମ୍‌ଓ ପାତ୍ର କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ

ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍‌…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ଉତ୍ତରାଷାଢ଼ା ନକ୍ଷତ୍ର ସହ ଆୟୁଷ୍ମାନ ଯୋଗ: ଆଜିଠୁ ଏହି ୫ ରାଶିଙ୍କ ଭଲ ଦିନ ଆରମ୍ଭ, ଚାକିରିରେ ପ୍ରମୋସନ ସହ ଧନବର୍ଷା!

୨୫ ଅଗଷ୍ଟ ୨୦୨୬ ଦିନଟି ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ୍‌ ରହିପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ଦ୍ୱାଦଶୀ ତିଥି ଏବଂ ମଙ୍ଗଳବାର।…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

ନାବାଳକଙ୍କ ବାର୍‌ହା ସହ ଦୁଇ ଘଣ୍ଟା ଧରି  ଲଢ଼େଇ: ଶେଷରେ ଜୀବନ ବଞ୍ଚାଇବା ପାଇଁ…

ବାଙ୍କୀ, ୨୫।୮ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଗୋପାଳପୁର ପଞ୍ଚାୟତରେ ବାର୍‌ହା ଆତଙ୍କରେ ଭୟଭୀତ ଲୋକେ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଗୋପାଳପୁର ପଞ୍ଚାୟତର ୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri