ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ ଟାଣି ହୋଇଥାଏ, କେହି କେହି ସାମାନ୍ୟ ଉପଶମକାରୀ ବଟିକା କ’ଣ ଗୋଟିଏ ଖାଇ ଦିଅନ୍ତି। ଏଇଠୁ ହିଁ ବଡ଼ ସମସ୍ୟା ସୃଷ୍ଟି ହୋଇଥାଏ। କାରଣ ଖାଲି ପେଟରେ ରୁହନ୍ତୁ, କୌଣସି ଔଷଧର ପାର୍ଶ୍ୱପ୍ରତିକ୍ରିୟା, ନିଶାଦ୍ରବ୍ୟ ସେବନ, ମଦ୍ୟପାନ ହେଉଛି ଶରୀରର ସବୁଠାରୁ ପେଟ ସମ୍ବନ୍ଧୀୟ ରୋଗ ‘ଲିଭର ସିରୋସିସ୍‌’। ‘ଲିଭର ସିରୋସିସ୍‌’ ସହିତ ଲିଭରର ସ୍ଥିତି ଏହାର କର୍ମକ୍ଷମତା ଓ ନିରାପଦତା ସମ୍ପର୍କରେ ସୂଚନା ଦେଉଥିବା ପରୀକ୍ଷାଟି ହେଉଛି ‘ଫାଇବ୍ରୋ ସ୍କାନ’। ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କୁହାଯାଉଥିବା ଲିଭର ସମ୍ପର୍କିତ ଜ୍ଞାନ ଆହରଣ ପାଇଁ ଫାଇବ୍ରୋ ସ୍କାନ ଏକ ଉନ୍ନତ ଧରଣର ସୂକ୍ଷ୍ମମାନର ଯନ୍ତ୍ର। ଫାଇବ୍ରୋ ସ୍କାନ ସମ୍ପର୍କରେ ଅନେକେ ଜାଣି ନ ଥା’ନ୍ତି। ଲିଭରରେ ଯଦି କୌଣସି କ୍ଷତି ହୋଇଛି, ତେବେ ତାହା କେତେ ପରିମାଣର? ଏହା ଜଣାପଡ଼ିଥାଏ ଫାଇବ୍ରୋ ସ୍କାନ ପରୀକ୍ଷାରୁ। ଆଜିକାଲି ଅନେକ ଲୋକ ଏହାକୁ ଅଣଦେଖା କରିବାରୁ ପ୍ରାଥମିକ ଭାବେ ଲିଭର ଖରାପ ହେଉଛି। ପରବର୍ତ୍ତୀ ସମୟରେ ଲିଭର ସିରୋସିସ୍‌ ଏବଂ ସ୍ଥଳବିଶେଷରେ ଲିଭର ନଷ୍ଟ ହୋଇଯାଉଛି। ସେତେବେଳକୁ ଜଣକ ପାଖରେ ଆଉ କୌଣସି ସାଧନ ମଧ୍ୟ ନଥାଏ। ଲିଭର ବା ଯକୃତ (କଲିଜା) ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ଶରୀରର ସବୁଠାରୁ ବଡ଼ଗ୍ରନ୍ଥି। କଲିଜା ହେଉଛି ଶରୀରର ଏକ ରାସାୟନିକ ବିଜ୍ଞାନାଗାର। ଏକ ସମୟରେ ଏହା ବହୁତ ପ୍ରକାରର ରାସାୟନିକ କାର୍ଯ୍ୟ କରିଥାଏ।
ଅତ୍ୟଧିକ ମଦ୍ୟପାନ, ଚର୍ବିଜାତୀୟ ଖାଦ୍ୟ, ହେପାଟାଇଟିସ୍‌ ‘ବି’, ‘ସି’ ଓ ‘ଡି’ ସଂକ୍ରମଣ, ମଧୁମେହ, ପିତ୍ତକୋଷ ରୋଗ କିମ୍ବା ଅତ୍ୟଧିକ ଲୌହକଣା ଜମିଗଲେ ଲିଭରରେ ସୂତ୍ରତନ୍ତୁମୟତା ସୃଷ୍ଟି ହୁଏ ଓ ଯକୃତ ସଂକୁଚିତ ହୋଇ ଉପରିଭାଗରେ ଛୋଟ ଛୋଟ ଫୁଲା ବା ଗ୍ରନ୍ଥିକା ସୃଷ୍ଟି ହୋଇ ସିରୋସିସ୍‌ ରୋଗରେ ରୂପାନ୍ତରିତ ହୁଏ। ଏହି ସୂତ୍ରତନ୍ତୁମୟତାକୁ ମାପିବା ପାଇଁ ଲିଭରରୁ ଜୀବନ୍ତତନ୍ତୁ (ବାୟୋପ୍‌ସି) ନେଇ ପରୀକ୍ଷା କରାଯାଏ। ଏକ ଛୁଞ୍ଚତ୍ ସାହାଯ୍ୟରେ ଯକୃତରୁ ଏକ ଛୋଟ ଅଂଶ କାଟିନେଇ ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ପରୀକ୍ଷା କରାଯାଏ। କିନ୍ତୁ ଏହା ଏକ କଷ୍ଟକର ଓ ଭୟଙ୍କର ପରୀକ୍ଷା ଓ ବେଳେବେଳେ ଆଭ୍ୟନ୍ତରୀଣ ରକ୍ତକ୍ଷରଣ ମାଧ୍ୟମରେ ରୋଗୀ ଅଧିକ କଷ୍ଟପାଏ। ତେଣୁ ଲିଭରକୁ କ୍ଷତି ନ କରିବା କୌଣସି ପ୍ରକାର ଛୁଞ୍ଚତ୍ ଦ୍ୱାରା ଜୀବନ୍ତ ତନ୍ତୁ ନ ନେଇ ଫାଇବ୍ରୋ ସ୍କାନ ମାଧ୍ୟମରେ ଏହି ସୂତ୍ରତନ୍ତୁମୟତାକୁ ମାପିହେବ। ଏହା ଏକ ଅତ୍ୟଧିକ ସୂକ୍ଷ୍ମମାନର ଯନ୍ତ୍ର। ଅଲଟ୍ରାସାଉଣ୍ଡର ଶଳାକା (ପ୍ରୋବ୍‌) ପରି ଏହାର ମଧ୍ୟ ଏକ ଶଳାକା ଥାଏ, ଯାହାକି ଡାହାଣ ଛାତିର ନିମ୍ନଭାଗରେ ରଖି ବୋତାମ ଚିପିଲେ କଲିଜାର କଠିନତା ସମ୍ବନ୍ଧରେ ମାପିହୁଏ।
ଆସନ୍ତୁ ଫାଇବ୍ରୋ ସ୍କାନ ପରୀକ୍ଷା ସମ୍ପର୍କରେ ଜାଣିବା। କମ୍ପ୍ୟୁଟର ମାଧ୍ୟମରେ ଏହି ତଥ୍ୟକୁ ପର୍ଯ୍ୟବେକ୍ଷଣ କଲାପରେ ପରଦାରେ ଏହାର ମାନ ଲିଖିତ ଆକାରରେ ଦେଖାଯାଏ। ଦଶ ମିନିଟ ଭିତରେ ଏହି ପରୀକ୍ଷା ଶେଷ ହୁଏ। ଏଥିରେ କୌଣସି କଷ୍ଟ ହୁଏନାହିଁ ବା ରକ୍ତ ବାହାରେ ନାହିଁ। ଏହି ପରୀକ୍ଷା ପୂର୍ବରୁ ଖାଲି ପେଟ ରହିବା ଜରୁରୀ। ଅତ୍ୟଧିକ ମୋଟା ବ୍ୟକ୍ତି, ଯେଉଁମାନଙ୍କ ପେଟରେ ପାଣି ଜମିଯାଇଛି, ବୟସ୍କ ବ୍ୟକ୍ତିମାନଙ୍କର ଫାଇବ୍ରୋ ସ୍କାନ୍‌ ଠିକ୍‌ ଭାବରେ କରିହୁଏ ନାହିଁ। ଯେଉଁମାନଙ୍କର ହୃତ୍‌ପିଣ୍ଡରେ ପେସ୍‌ମେକର ବା ଗତିଚାଳକ ଲାଗିଛି ବା ଗର୍ଭବତୀ ମହିଳାମାନଙ୍କର ଫାଇବ୍ରୋ ସ୍କାନିଂ ପରୀକ୍ଷା ନିଷେଧ। ଫାଇବ୍ରୋ ସ୍କାନିଂ ମାଧ୍ୟମରେ ପେଟର ଅନ୍ୟାନ୍ୟ ଅଙ୍ଗ ଯଥା ଅଗ୍ନ୍ୟାଶୟ, ପ୍ଲୀହା, ଜରାୟୁ ଓ ଖାଦ୍ୟନଳୀ ପରୀକ୍ଷା ହୋଇପାରେ ନାହିଁ। ଜନସାଧାରଣଙ୍କ ସଚେତନତା ବଢ଼ିଲେ ସେମାନେ ମଦ୍ୟପାନ, ଚର୍ବିଜାତୀୟ ଖାଦ୍ୟରୁ ବିରତ ଓ ହେପାଟାଇଟିସ୍‌ ସଂକ୍ରମଣ ସମ୍ବନ୍ଧରେ ଚିକିତ୍ସା କରିବାକୁ ଓ ଟିକା ନେବାକୁ ଆଗେଇ ଆସନ୍ତି।
ଓଡ଼ିଶାରେ ସରକାରୀ ଡାକ୍ତରଖାନାରେ ଏହି ବ୍ୟୟବହୁଳ ପରୀକ୍ଷାର ବ୍ୟବସ୍ଥା ଏ ପର୍ଯ୍ୟନ୍ତ ହୋଇନାହିଁ। ଓଡ଼ିଶାରେ ଯେଉଁ ଦୁଇ ତିନୋଟି ପ୍ରାଇଭେଟ ଡାକ୍ତରଖାନାରେ ଏହାର ପରୀକ୍ଷା ହେଉଛି, ସେଠାରେ ଏହା ଅତ୍ୟନ୍ତ ବ୍ୟୟବହୁଳ। ବର୍ତ୍ତମାନ ସମୟରେ ଏହି ପରୀକ୍ଷା ଅତ୍ୟନ୍ତ ଜରୁରୀ। ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଲିଭର। ତେଣୁ ଲିଭର ସମ୍ପର୍କିତ ସବୁଠାରୁ ଅତ୍ୟାବଶ୍ୟକ ପରୀକ୍ଷା ବ୍ୟବସ୍ଥାଟି ହେଉଛି ଫାଇବ୍ରୋ ସ୍କାନ ପରୀକ୍ଷା ବ୍ୟବସ୍ଥା। କୌଣସି ଦାତବ୍ୟ ଅନୁଷ୍ଠାନ ବା ସେବା ଅନୁଷ୍ଠାନ ଏହି ପରୀକ୍ଷା କରୁଥିଲେ ତୁରନ୍ତ ଏହାର ସୁଯୋଗ ନେବା କଥା। ସବୁଠାରୁ ବଡ଼କଥା ହେଉଛି, ଏହି ପରୀକ୍ଷାକୁ ନେଇ ସେପରି କିଛି ଭୟ କରିବାର କାରଣ ନାହିଁ। ଏକ ପତଳା ଛୁଞ୍ଚତ୍ ଦ୍ୱାରା ମାତ୍ର ଦୁଇ ତିନି ମିନିଟ ମଧ୍ୟରେ ଏହାର ପରୀକ୍ଷା ହୋଇଥାଏ ଏବଂ ବିଶେଷଜ୍ଞ ତୁରନ୍ତ ଏହାର ପରାମର୍ଶ ଦେଇଥାନ୍ତି। ନିଜ ଉତ୍ତମ ସ୍ବାସ୍ଥ୍ୟ ପାଇଁ ଯୋଗ, ପ୍ରାଣାୟମ ସବୁଠାରୁ ଭଲ। ସୁଷମ ଖାଦ୍ୟ ଖାଆନ୍ତୁ, ଖାଦ୍ୟରେ ତଟକା ପନିପରିବା ଓ ଫଳକୁ ଗୁରୁତ୍ୱ ଦିଅନ୍ତୁ, ନିରାମିଷ ଖାଦ୍ୟ ସବୁଠାରୁ ଭଲ, ଆନନ୍ଦମୟ ସକାରାତ୍ମକ ଜୀବନ ନିର୍ବାହ କରନ୍ତୁ। ସମସ୍ତ ପ୍ରକାର ମାଦକଦ୍ରବ୍ୟ ଓ ନିଶାସେବନଠାରୁ ଦୂରେଇ ରୁହନ୍ତୁ। ଏହିସବୁ ଜୀବନଗୁଡ଼ିକ ଜଣଙ୍କୁ ବାସ୍ତବିକ ଦୀର୍ଘାୟୁ ଓ ଆନନ୍ଦମୟ କରିବାରେ ସାହାଯ୍ୟ କରିଥାଏ। ମାଦକ ଦ୍ରବ୍ୟ ସେବନରୁ ଦୂରେଇ ରହିବା ପାଇଁ ଏହି ଫାଇବ୍ରୋ ସ୍କାନ ରୋଗୀକୁ ସତର୍କ କରିଦିଏ।
ଅବସରପ୍ରାପ୍ତ ପ୍ରଫେସର, ଲିଭର ବିଶେଷଜ୍ଞ, କଟକ
ମୋ: ୯୪୩୭୦୫୧୯୫୭

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri