ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ ଅନୁଧ୍ୟାନ କରିବାକୁ ପଡ଼ିବ। ଆମକୁ ଦେଖିବାକୁ ପଡ଼ିବ ଭାରତୀୟମାନେ ପ୍ରଥମେ କେଉଁଠାରୁ ଆସିଥିଲେ। କ୍ରମବିବର୍ତ୍ତନ ଧାରାରେ ଭାରତୀୟମାନେ ଏଠାରେ କ୍ରମବିକଶିତ ହୋଇଥିଲେ ନା ବିଶ୍ୱର ଅନ୍ୟ କୌଣସି ଅଞ୍ଚଳରୁ ଆସିଥିଲେ ତାହା ବି ଦେଖିବାକୁ ହେବ। କୁହାଯାଏ ଆଦିମାନବ ପ୍ରଥମେ ଆଫ୍ରିକାରେ ରହୁଥିଲେ। ୬୦,୦୦୦ ବର୍ଷ ପୂର୍ୱେ ସେମାନେ ଆଫ୍ରିକା ଛାଡ଼ି ବାହାରକୁ ଯିବାରେ ଲାଗିଲେ। ଏହି କ୍ରମରେ ସେଠାରୁ ପ୍ରଥମେ ଆଦି ମାନବ ଭାରତକୁ ଆସିଥିଲେ। ଏହା ପୂର୍ୱରୁ ସେଠାରୁ ମଣିଷଙ୍କ ଭଳି ଦେଖାଯାଉଥିବା ଜୀବମାନେ ବାହାରକୁ ଯାଇ ରହିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ତିଷ୍ଠି ନ ଥିଲେ। ତାମିଲନାଡୁରେ ମିଳିଥିବା ୧,୫୦,୦୦୦ ବର୍ଷର ପୁରୁଣା ପଥର ନିର୍ମିତ ଉପକରଣ ଏହି ଅବିକଶିତ ମଣିଷଙ୍କ ଦେଶାନ୍ତରର ପ୍ରମାଣ ଦିଏ। ନର୍ମଦା ନଦୀକୂଳରୁ ମିଳିଥିବା ଖପୁରି ଏହାଠାରୁ ଆହୁରି ପୁରୁଣା। କୁହାଯାଏ, ୧.୮ ମିଲିୟନରୁ ୨,୦୦,୦୦୦ ବର୍ଷ ତଳେ ଆଧୁନିକ ହୋମୋ ସାପିଏନ୍ସଙ୍କ ପୂର୍ୱରୁ ଏମାନେ ଥିଲେ। ତେବେ ଏହି ଅସଫଳ ଦେଶାନ୍ତର ଗମନ ପରେ ୬୦,୦୦୦ ବର୍ଷ ପୂର୍ୱେ ମାନସିକ ସ୍ତରରେ ବିକଶିତ ମଣିଷ ପ୍ରଥମେ ଭାରତକୁ ଆସି ସମୁଦ୍ର ଉପକୂଳ ଦେଇ ଦକ୍ଷିଣ-ପୂର୍ୱ ଏସିଆ ଆଡ଼କୁ ଯାଇଥିଲେ। ସେମାନେ ଭାରତକୁ ଆସିବାବେଳେ ଭାବ ଆଦାନପ୍ରଦାନ ନିମନ୍ତେ ଯେଉଁଭଳି ସ୍ୱର ବ୍ୟବହାର କରୁଥିଲେ ସେଥିରେ ଟ, ଠ, ଡ, ଢ, ଣ… ଆଦିର ଧ୍ୱନି ରହିଥିଲା। ସେହି ଅକ୍ଷର ଧ୍ୱନିକୁ ଏବେ ବି ଭାରତରେ ବ୍ୟବହାର କରାଯାଉଛି। ଏହାସହ ଅଷ୍ଟ୍ରେଲିଆକୁ ଯାଇଥିବା ଏହି ଆଦିମାନବଙ୍କ ବଂଶଧରଙ୍କ ମଧ୍ୟରେ ସମାନ ପ୍ରକାର ଧ୍ୱନି ଥିଲା ବୋଲି ଜଣାଯାଏ। ଉଲ୍ଲେଖନୀୟ ବିଷୟ ହେଉଛି, ଭାରତ ଓ ଅଷ୍ଟ୍ରେଲିଆକୁ ବାଦ୍‌ଦେଲେ ଏହି ପ୍ରକାର ଧ୍ୱନି ବିଶ୍ୱରେ ଅନ୍ୟ କୌଣସି ଦେଶରେ ଦେଖିବାକୁ ମିଳେ ନାହିଁ।
ଆଫ୍ରିକାରୁ ମଣିଷ ଭାରତକୁ ଆସିବା ପରେ ବିଭିନ୍ନ ସମୟରେ ଏଠାକୁ ବିଶ୍ୱର ବିଭିନ୍ନ ସ୍ଥାନରୁ ଲୋକମାନେ ଆସିଛନ୍ତି। ସେମାନେ ଭଲ ବାସସ୍ଥାନ ଖୋଜିବା ଲକ୍ଷ୍ୟରେ ଏଭଳି କରିଛନ୍ତି। ଉଦାହରଣ ସ୍ୱରୂପ, ପ୍ରାୟ ୧ ହଜାର ବର୍ଷ ପୂର୍ୱେ ପାର୍ସୀ ଭାଷାଭାଷୀ ଲୋକେ ଧାର୍ମିକ ଅତ୍ୟାଚାରରୁ ରକ୍ଷା ପାଇବା ପାଇଁ ଇରାନରୁ ଭାରତକୁ ଆସିିଥିଲେ। ଏହା ବ୍ୟତୀତ ଅର୍ଥନୈତିକ କିମ୍ୱା ରାଜନୈତିକ କାରଣ ଏବଂ କର୍ମନିଯୁକ୍ତି ସୁଯୋଗକୁ ଦେଖି ଲୋକେ ଭାରତକୁ ଆସିଛନ୍ତି। ଏହାସହ ବିପଦରୁ ରକ୍ଷା ପାଇବା ଲାଗି ଲୋକେ ଦେଶାନ୍ତର ଗମନ କରିଥାନ୍ତି। ଦେଶାନ୍ତର ଗମନ ଯୋଗୁ ଲୋକଙ୍କ ଜୀବନଶୈଳୀ, ଭାଷା ଏବଂ ସଂସ୍କୃତିରେ ପରିବର୍ତ୍ତନ ହୋଇଥାଏ। ଆଦିମାନବଙ୍କୁ ଛାଡ଼ିଦେଲେ ଉପରଲିଖିତ କାରଣରୁ ୧୦,୦୦୦ ବର୍ଷ ପୂର୍ୱେ ବାହାର ଅଞ୍ଚଳରୁ ଲୋକମାନେ ଭାରତକୁ ଆସିଥିଲେ। ଏଥିରେ ଏବକାର ଇରାନୀୟ କୃଷକଙ୍କ ପୂର୍ୱଜମାନେ ହିନ୍ଦୁକୁଶ ପର୍ୱତ ବାଟଦେଇ ସିନ୍ଧୁ ଉପତ୍ୟକାରେ ପହଞ୍ଚତ୍ଥିଲେ। ସେମାନେ ସିନ୍ଧୁ ଉପତ୍ୟକାରେ କୃଷିରେ ବ୍ୟାପକ ବିକାଶ ଘଟାଇଥିଲେ। ଇରାନୀୟ କୃଷକମାନେ ବାର୍ଲି, ଗହମ ଚାଷ କରିବା ସହ ସେମାନେ ଛେଳି, ମେଣ୍ଢା ଓ ମଇଁଷି ପାଳନ କରୁଥିଲେ। ଆଜକୁ ୪,୫୦୦ରୁ ଅଧିକ ବର୍ଷ ପୂର୍ୱେ ଏହିଠାରୁ ହରପ୍ପା ସଭ୍ୟତାର ବିକାଶ ଘଟିଥିଲା। ପରେ ସେଠାରୁ ଲୋକମାନେ ପ୍ରଥମେ ପଶ୍ଚିମରେ ଗାଙ୍ଗେୟ ଉପତ୍ୟକା ଆଡ଼କୁ ଯିବା ପରେ ପୂର୍ୱରେ ଥିବା ନର୍ମଦା କୂଳରେ ପହଞ୍ଚିଥିଲେ। ସେମାନେ ଦକ୍ଷିଣରେ ପଶ୍ଚିମ ଉପକୂଳ ଆଡ଼କୁ ଯାଇ ମଧ୍ୟ ବସତି ସ୍ଥାପନ କରିଥିଲେ।
ଆନୁବାଂଶିକ (ଜେନେଟିକ) ଗବେଷଣା ମଧ୍ୟ ଭାରତକୁ ଆସିଥିବା ଲୋକମାନଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରେ। ଜଣାପଡ଼େ ଯେ, ପ୍ରାୟ ୩,୮୦୦ ବର୍ଷ ପୂର୍ୱେ ଇଣ୍ଡୋ-ୟୁରୋପୀୟ ଗୋଷ୍ଠୀ ଭାରତରେ ପହଞ୍ଚିିଥିଲେ। ସେମାନେ କାସ୍ପିଆନ ସାଗର ଉତ୍ତରରେ ଥିବା ତୃଣଭୂମି ଅଞ୍ଚଳରୁ ଆସିଥିଲେ। ସେମାନେ ଘୋଡ଼ା ପାଳୁଥିଲେ ଏବଂ ୟୁରୋପ ଓ କେନ୍ଦ୍ର ଏସିଆକୁ ସେମାନଙ୍କୁ ଆଣିଥିଲେ। କେନ୍ଦ୍ର ଏସିଆରେ ଏହି ଗୋଷ୍ଠୀ ଦୁଇ ଭାଗ ହୋଇ ଅନ୍ୟତ୍ର ଯିବାରେ ଲାଗିଲେ। ଗୋଟିଏ ଗୋଷ୍ଠୀ ଭାରତକୁ ଆସିଥିବାବେଳେ ଅନ୍ୟ ଏକ ଗୋଷ୍ଠୀ ଇରାନ ଆଡ଼କୁ ଚାଲିଯାଇଥିଲେ। ତେବେ ଭାରତକୁ ଆସିଥିବା ଲୋକେ ଜ୍ଞାନକୌଶଳରେ ସମୃଦ୍ଧ ଥିଲେ। ସେମାନେ ପଶୁ ଦ୍ୱାରା ଟଣାଯାଉଥିବା ରଥ ବ୍ୟବହାର କରୁଥିଲେ ଏବଂ ସଂସ୍କୃତ ଭାଷା ଜାଣିଥିଲେ। ଏହି ସଂସ୍କୃତ ବ୍ୟାକରଣ ଦକ୍ଷିଣ ଭାରତରେ ଦ୍ରାବିଡ଼ଙ୍କ ଭାଷାର ବ୍ୟାକରଣଠାରୁ ସମ୍ପୂର୍ଣ୍ଣ ଭିନ୍ନ। ପାଖାପାଖି ୪,୦୦୦ ବର୍ଷ ପୂର୍ୱେ ହରପ୍ପାର ଅଧିବାସୀମାନେ ଦକ୍ଷିଣ ଭାରତକୁ ଆସିଥିଲେ। କାସ୍ପିଆନ ସାଗରର ଉତ୍ତରରେ ଥିବା ଚାରଣଭୂମିରୁ ଆସିଥିବା ମେଷପାଳକଙ୍କ ଜିନ୍‌ (ଷ୍ଟିପ୍ପିି ପାଷ୍ଟୋରାଲ ଜିନ୍‌) ଭାରତୀୟଙ୍କଠାରେ ରହିଥିବା ଜଣାଯାଏ। କିନ୍ତୁ ପୂର୍ୱ ଓ ଦକ୍ଷିଣ ଭାରତରେ ଅଧିକାଂଶ ବୟସ୍କଙ୍କଠାରେ ଷ୍ଟିପି ପାଷ୍ଟୋରାଲ ଜିନ୍‌ ନାହିଁ। ଅନେକେ ଏହି ଜନ୍‌କୁ ଆର୍ଯ୍ୟଙ୍କ ଜିନ୍‌ ବୋଲି କହିଥାନ୍ତି, କିନ୍ତୁ ଏହାର କୌଣସି ପ୍ରମାଣ ନାହିଁ।
ଆଉ କେତେକ ସ୍ଥାନରୁ ଭାରତକୁ ଲୋକେ ଆସିଛନ୍ତି ।
ପୂର୍ୱ ଏସିଆରୁ ଅଷ୍ଟ୍ରୋ- ଏସିଆଟିକ ଭାଷାଭାଷୀ ‘ମୁଣ୍ଡା’ ଲୋକମାନେ ଦକ୍ଷିଣ-ପୂର୍ୱ ଏସିଆ( ଭିଏଟନାମ)ରୁ ଭାରତକୁ ଆସିଥିଲେ। ସେମାନେ ଧାନ ଚାଷ ଜାଣିଥିଲେ। ତେବେ ପୂବର୍ର୍(ମଗଧ) ଓ ପଶ୍ଚିମ(ମହାରାଷ୍ଟ୍ର ଅଞ୍ଚଳ) ମଧ୍ୟରେ ଏକ ଜିନ୍‌ଗତ ପ୍ରଭେଦ ଦେଖାଯାଏ। ଭାରତର ପୂର୍ୱରେ ମୁଣ୍ଡାଙ୍କ ଜିନ୍‌ ଥିବା ବେଳେ ପଶ୍ଚିମରେ ଷ୍ଟିପ୍ପି ଜିନ୍‌ ଦେଖିବାକୁ ମିଳେ। ସେମାନଙ୍କ ଭାଷା ମଧ୍ୟ ଭିନ୍ନ। ଏହା ବ୍ୟତୀତ ଖ୍ରୀଷ୍ଟପୂର୍ୱ ୩୦୦ରୁ ୩୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ଅନେକେ ଭାରତକୁ ଆସିଥିଲେ। ଏମାନଙ୍କ ମଧ୍ୟରେ ଅଛନ୍ତି ଗ୍ରୀକ୍‌ସ (ଯବନ), ସ୍କିଥିଆନ୍‌ସ (ସାକ), ପାର୍ଥିଆନ୍‌ସ (ପଲ୍ଲଭ ) ଏବଂ କୁଶାଣ। ଦଶମ ଶତାବ୍ଦୀ ପରେ ତୁର୍କୀ ଏବଂ ଆଫଗାନିସ୍ତାନରୁ ଲୋକ ଆସିଥିଲେ। ଏମାନଙ୍କ ଜିନ୍‌ଗତ ଗଠନ ସମାନ ଥିବାରୁ ଦେଶାନ୍ତର ଲାକଙ୍କ ମଧ୍ୟରେ ଜେନେଟିକ୍ସରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳେ ନାହିଁ। ହେଲେ ଏମାନଙ୍କ ସଂସ୍କୃତିରେ ବନ ପରିବର୍ତ୍ତନ ଘଟିଥିଲା। ସେଥିମଧ୍ୟରେ ଭାଷାଗତ ପରିବର୍ତ୍ତନ ଉଲ୍ଲେଖନୀୟ। ଖ୍ରୀଷ୍ଟପୂର୍ୱ ୩୦୦ ବେଳକୁ ପ୍ରାକୃତ ଭାଷା ରାଜଦରବାରରେ ପ୍ରଚଳନ ଥିଲା। ଖ୍ରୀଷ୍ଟୀବ୍ଦ ୫୦୦ ପରେ ଏହା ପରିବର୍ତ୍ତନ ଘଟି ସଂସ୍କୃତ ଏବଂ ୧୨୦୦ ଖ୍ରୀଷ୍ଟାବ୍ଦ ପରେ ପାର୍ସୀ ହୋଇଯାଇଥିଲା। ଭାଷାଗତ ପରିବର୍ତ୍ତନ ଧାରାରେ ଇଂଲିଶ ସରକାରୀ ଭାଷା ହୋଇଗଲା। ଭାରତ ସ୍ୱାଧୀନ ହେବା ପରଠାରୁ ହିନ୍ଦୀକୁ ସରକାରୀ ଭାଷା କରିବା ପାଇଁ ଚେଷ୍ଟା ଜାରି ରହିଛି। ହେଲେ ଭାରତରେ ପ୍ରତ୍ୟେକ ରାଜ୍ୟର ନିଜର ଆଞ୍ଚଳିକ ଭାଷା ସେମାନଙ୍କ ସରକାରୀ ଭାଷା। ଭାରତର ଅନ୍ୟ ସବୁ ଅଞ୍ଚଳ ତୁଳନାରେ ଉତ୍ତର ଭାରତରେ ହିନ୍ଦୀର ପ୍ରଭାବ ଅଧିକ। ଏହା ମଧ୍ୟ ବୈଦିକ ସଂସ୍କୃିତର କେନ୍ଦ୍ର ଥିଲା। ୨,୦୦୦ ବର୍ଷ ପୂର୍ୱେ ଉତ୍ତର ଭାରତରୁ ଲୋକେ ବିନ୍ଧ୍ୟ ପର୍ୱତ ପାର ହୋଇ ଅନ୍ୟତ୍ର ଯାଇଥିଲେ।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଜଳି ଶଙ୍ଖ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ ଧକ୍କାରେ ଓଲଟି ପଡ଼ିଲା ଅଟୋ

ଖଲ୍ଲିକୋଟ,୬।୯(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଜଳି ଶଙ୍ଖ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ରବିବାର ଅପରାହ୍ନରେ ଟ୍ରକ୍…

ଫୁଟବଲ ଖେଳ ଚାଲିଥିବା ବେଳେ ଆକାଶରୁ ଖସିଲା ମୃତ୍ୟୁ

କୁଆଁରମୁଣ୍ଡା,୬।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ କାଲୋଷିହିରିଆ ଗେଲ୍‌ଇଣ୍ଡିଆ ଖଡିଆବସ୍ତି ଫୁଟବଲ ପଡ଼ିଆରେ ରବିବାର ଏକ ଅଘଟଣ ଘଟିଛି। ପଡ଼ିଆରେ…

ଅବୈଧ ସମ୍ପର୍କରେ ବାଧା ସାଜିଲେ ସନ୍ତାନ; ପ୍ରେମିକ ସହ ମିଶି ହତ୍ୟା କଲେ, ଅନ୍ୟ ଜିଲାକୁ ନେଇ ଫିଙ୍ଗିଦେଲେ ମା’

ଚେନ୍ନାଇ,୬।୯: ତାମିଲନାଡୁର ତିରୁପତ୍ତୁର ଜିଲାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ୫ ବର୍ଷ ଓ ୩ ବର୍ଷ ବୟସର ଦୁଇ ଶିଶୁଙ୍କୁ କୂଅରେ ଫିଙ୍ଗି…

ରାହୁଙ୍କ ସବୁଠାରୁ ବଡ଼ ଗୋଚର; ୩ ରାଶିଙ୍କୁ ବମ୍ପର ଲାଭ, ଚମକି ଉଠିବ ଭାଗ୍ୟ

ଡିସେମ୍ୱର ୨୦୨୬ରେ ରାହୁ କୁମ୍ଭ ରାଶିରୁ ମକର ରାଶିକୁ ଚଳନ କରିବେ, ଯାହା ଫଳରେ କିଛି ରାଶିର ବ୍ୟକ୍ତିବିଶେଷଙ୍କୁ ପ୍ରଚୁର ଲାଭ ମିଳିବାର ଯୋଗ ରହିଛି। ବୈଦିକ…

UPI Payment: ଭୁଲ ନମ୍ୱରକୁ କରିଦେଇଛନ୍ତି କି ପେମେଣ୍ଟ? ଜାଣନ୍ତୁ କେମିତି ଫେରି ପାଇବେ ଆପଣଙ୍କ ଟଙ୍କା, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ,୬।୯: UPI ପେମେଣ୍ଟ ଟଙ୍କା କାରବାରକୁ ବହୁତ ସହଜ ଏବଂ ଦ୍ରୁତ କରିଦେଇଛି। ତଥାପି, ବେଳେବେଳେ ତରବରିଆ ଭାବେ କିମ୍ୱା ଅସାବଧାନତା ଯୋଗୁଁ ଭୁଲ ନମ୍ୱର ବା…

୭ରୁ ୧୩ ସେପ୍ଟେମ୍ୱର ଯାଏ ଏହି ୪ରାଶିଙ୍କୁ ମିଳିବ ବଡ଼ ଲାଭ; ହୁ ହୁ ହୋଇ ବଢିବ ଇନକମ୍‌, ଘରକୁ ଆସିବ ଖୁସି ଖବର

ସେପ୍ଟେମ୍ୱର ମାସର ଦ୍ୱିତୀୟ ସପ୍ତାହ କିଛି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଖୁସି ଏବଂ ସଫଳତାର ଉପହାର ନେଇ ଆସିଛି। ଏହି ସମୟ ମଧ୍ୟରେ ମନମୁତାବକ ଲାଭ ମିଳିବା…

ମନ୍ତ୍ରୀଙ୍କ ପ୍ରଦର୍ଶନ ଉପରେ ମୋଦିଙ୍କ ନଜର, କ୍ୟାବିନେଟ୍ ଅଦଳବଦଳ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୬ା୯: ମନ୍ତ୍ରୀମାନଙ୍କ କାର୍ଯ୍ୟଧାରା ଓ ବିଭିନ୍ନ ମନ୍ତ୍ରଣାଳୟର ପ୍ରଦର୍ଶନକୁ ନେଇ ସୋମବାର ସନ୍ଧ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକରେ ଅଧ୍ୟକ୍ଷତା…

ଗାଁରେ ମାଙ୍କଡ଼ ଆତଙ୍କ: ଦୁଇଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ ପରେ…

ବଞ୍ଚୋ,୬ା୯(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ମୋଚିନ୍ଦା ଗ୍ରାମରେ ଏକ ବୁଲା ମାଙ୍କଡ଼ର ଉତ୍ପାତକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଛି। ଗ୍ରାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri