ଲାଞ୍ଜ ହଜିବା ରହସ୍ୟ

”ଜାପାନସ୍ଥିତ କେଇଓ ବିଶ୍ୱବିଦ୍ୟାଳୟର କିଛି ଜୈବ ଇଞ୍ଜିନିୟର ମଣିଷଠାରେ ଲଗାଇବା ପାଇଁ କୃତ୍ରିମ ଲାଞ୍ଜ ତିଆରି କରିଛନ୍ତି। ଏହାର ନାମ ରଖାଯାଇଛି ‘ଆରକ୍ୟୁ’। ଭଲ କରି ଚାଲି ପାରୁ ନ ଥିବା ବୟସ୍କ ଲୋକଙ୍କଠାରେ ଏହା ଲଗାଯାଉଛି। ଫଳରେ ସେମାନେ ପାହାଡ଼ ଚଢ଼ିବାବେଳେ, ଉଚ୍ଚ ସ୍ଥାନକୁ ଗଲାବେଳେ ପଡ଼ିଯିବାରୁ ସୁରକ୍ଷା ମିଳୁଛି। ପୁନଶ୍ଚ ଦୀର୍ଘ ସମୟ ଧରି ବସି ରହିବାକୁ ପଡ଼ୁଥିବା ଲୋକଙ୍କର ଅଣ୍ଟାର ଯନ୍ତ୍ରଣା ମଧ୍ୟ ଏହାଦ୍ୱାରା ଉପଶମ ହେଉଛି।’

ମଣିଷ ଭଳି କେତେକଙ୍କୁ ବାଦ୍‌ ଦେଲେ ଅଧିକାଂଶ ପ୍ରାଣୀଙ୍କର ଲାଞ୍ଜ ହେଉଛି ଏକ ଉପାଦେୟ ଅଂଶ। ଏହାରି ସାହାଯ୍ୟରେ ସେମାନେ ନାନାଦି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରନ୍ତି। ମଶାମାଛିଙ୍କୁ ଘଉଡ଼ାଇବାଠାରୁ ଚାଲିବା ବା ଦଉଡ଼ିବା ବେଳେ ଆଗକୁ ବାହାରି ରହୁଥିବା ମୁଣ୍ଡର ଓଜନ ସହିତ ସମତୁଲତା ରକ୍ଷାକରିବା, ମାଛ ଆଦି ଜଳଜୀବମାନଙ୍କୁ ପହଁରିବା ପାଇଁ ଏବଂ ପକ୍ଷୀମାନଙ୍କୁ ଉଡ଼ିବା ଆଦିରେ ଏହା ସାହାଯ୍ୟ କରେ। କୁମ୍ଭୀର ଆଦି କେତେକ ପ୍ରାଣୀ ସେମାନଙ୍କର ଲାଞ୍ଜରେ ଚର୍ବି ବା ସ୍ନେହସାର ସଞ୍ଚୟ କରି ରଖିଥାଆନ୍ତି। ଖାଦ୍ୟ ନ ମିଳିବା ସମୟରେ ସେମାନେ ଏହାକୁ ଶକ୍ତିର ଉତ୍ସ ରୂପେ ବ୍ୟବହାର କରନ୍ତି। ଗଛରେ ବାସ କରୁଥିବା ମାଙ୍କଡ଼ ଭଳି ପ୍ରାଣୀଙ୍କୁ ଡାଳରୁ ଡାଳ ଗଲା ବେଳେ ଏହା ମଧ୍ୟ ସେମାନଙ୍କ ଶରୀରକୁ ସମତୁଲ ହୋଇ ରହିବାରେ ସାହାଯ୍ୟ କରେ। ତେଣୁ ସେମାନେ ତଳେ ପଡ଼ିଯାଆନ୍ତି ନାହିଁ।
ମାଙ୍କଡ଼ ବା ପ୍ରାକ୍‌-ମଣିଷ (Ape) ଉଭୟ ହେଲେ ମଣିଷର ପୂର୍ବପୁରୁଷ। ଅନ୍ୟ ଭାଷାରେ କହିବାକୁ ହେଲେ ସେମାନେ ତା’ ବିବର୍ତ୍ତନୀୟ ପରିବାର ବୃକ୍ଷର ଅଂଶବିଶେଷ। ଏହି ତିନି ଶ୍ରେଣୀର ଜୀବଙ୍କ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଭେଦତା ହେଲା ଯେ ମାଙ୍କଡ଼ର ଲାଞ୍ଜ ଥିବା ବେଳେ ଅନ୍ୟ ଦୁଇଟିର ଲାଞ୍ଜ ନାହିଁ। ସମ୍ଭବତଃ ଆଜକୁ ପ୍ରାୟ ୨୫ ନିୟୁତ ବର୍ଷ ପୂର୍ବେ ଆମ ପୂର୍ବପୁରୁଷ, ଅର୍ଥାତ୍‌ ପ୍ରାଗ୍‌-ମଣିଷ ଏହି ଅଙ୍ଗଟି ହରାଇଥିଲେ। ବିବର୍ତ୍ତନ ହେତୁ ଏପରି ଘଟିଲା ବୋଲି ବୈଜ୍ଞାନିକମାନଙ୍କର ମତ ପ୍ରଚଳିତ ହୋଇ ଆସିଛି ଡାର୍‌ଉଇନ୍‌ଙ୍କ ଯୁଗରୁ।
ଏଥି ଅନୁଯାୟୀ ମାଙ୍କଡ଼ ହେଲା ଚତୁଷ୍ପଦ ପ୍ରାଣୀ। ଅଧିକାଂଶ ସମୟରେ ଏହା ବୃକ୍ଷରେ ବାସ କରେ। ତାକୁ ଡାଳରୁ ଡାଳ ଡେଇଁ ଯା’ଆସ କରିବାକୁ ପଡ଼େ। ଏ କାର୍ଯ୍ୟରେ ଲାଞ୍ଜ ତାକୁ ସହାୟକ ହୋଇଥାଏ। ତେବେ ପ୍ରାଗ୍‌-ମଣିଷ ସୃଷ୍ଟି ହେଲା ବେଳକୁ ଆଫ୍ରିକାର ଅନେକ ଅଞ୍ଚଳ ଶୁଷ୍କ ହେବାକୁ ଲାଗିଲା। ଏହାର ଗଛଗୁଡ଼ିକ ଅପେକ୍ଷାକୃତ ସାନ ହେଲା। ପ୍ରାଗ୍‌-ମଣିଷକୁ ଏଥିରୁ ଫଳ ସଂଗ୍ରହ କରିବାକୁ ଭୂମି ଉପରେ ଦୁଇଗୋଡ଼ରେ ଠିଆ ହେବାକୁ ପଡ଼ିଲା। ଧୀରେ ଧୀରେ ସେ ଏମିତି ଚାଲିବା ମଧ୍ୟ ଦେଖିଲେ। ଏଣୁ ତା’ର ଲାଞ୍ଜର ଆବଶ୍ୟକତା ପଡ଼ିଲା ନାହିଁ। ତା’ପରେ ଆଜକୁ ପ୍ରାୟ ୬.୫ ନିୟୁତ ବର୍ଷ ପୂର୍ବେ ଆସିଲା ମଣିଷ। ପ୍ରାଗ୍‌-ମଣିଷ ଚାଲିବାରେ ଉଭୟ ଚାରି ଗୋଡ଼ ଏବଂ ଦୁଇ ଗୋଡ଼ ବ୍ୟବହାର କରୁଥିଲା। ହେଲେ ମଣିଷ ଭୂମି ଉପରେ ଦୁଇ ଗୋଡ଼ରେ ସିଧା ଠିଆ ହୋଇଥିଲା। ଏହା ତାକୁ ପ୍ରାଗ୍‌-ମଣିଷଠାରୁ ଭିନ୍ନ କରିବାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଦେଲା। ତା’ପରେ ସେ ମଧ୍ୟ ହାତରେ କାମ କରିବାକୁ ଲାଗିଲା। ଏଣୁ ଲାଞ୍ଜ ସମ୍ପୂର୍ଣ୍ଣ ଅଦରକାରୀ ହୋଇପଡ଼ିଲା। ସେଥିପାଇଁ ବିବର୍ତ୍ତନୀୟ ନିର୍ବାଚନ ତାକୁ ଲୋପ କରିଦେଲା। ତଥାପି ଗର୍ଭାଶୟରେ ଥିବା ବେଳେ ମଣିଷର ଭ୍ରୂଣଠାରେ ଲାଞ୍ଜଟିଏ ରହୁଛି। ଜନ୍ମ ହେବା ବେଳକୁ ତାହା ଉଭେଇ ଯାଉଛି ସିନା, ହେଲେ ମେରୁଦଣ୍ଡର ଶେଷ ଭାଗରେ ରହିଯାଉଛି ଲାଞ୍ଜ ହାଡ଼ ସ୍ବରୂପ କିଛି ଅଂଶ।
ପ୍ରାଗ୍‌-ମଣିଷ ଏବଂ ମଣିଷଠାରୁ ଲାଞ୍ଜ ଉଭେଇ ଯିବାର କାରଣ ମୂଳରେ ଜିନୀୟ ଧ୍ରୁବୀକରଣ ଥିବା ମତ ଦେଉଛନ୍ତି ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର ଇଟାନି ୟାନାଇ ଏବଂ ମାସାଚ୍ୟୁସେଟ୍‌ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଟେକ୍ନୋଲୋଜିର ବୋ’ ସ୍କିଆ। ଚଳିତବର୍ଷ ଫେବୃଆରୀରେ ପ୍ରକାଶିତ ଏକ ବିବରଣୀରେ ମାଙ୍କଡ଼ର ଲାଞ୍ଜ ଥିଲା ବେଳେ ପ୍ରାଗ୍‌-ମଣିଷ (ଏପ୍‌) ଏବଂ ମଣିଷର କାହିଁକି ତାହା ରହିଲା ନାହିଁ ସେ ବିଷୟରେ ସ୍ଲିଆ ସୂଚନା ଦେଇଛନ୍ତି। ଏକ ପରୀକ୍ଷାରେ ସେ ଏବଂ ତାଙ୍କର ସହଯୋଗୀମାନେ ଏହି ତିନିଶ୍ରେଣୀୟ ଜୀବଙ୍କ ଜିନୀୟ ଅନୁକ୍ରମମାନ ତୁଳନା କରିବାରୁ ପ୍ରାଗ୍‌-ମଣିଷ ଓ ମଣିଷଠାରେ ଗୋଟିଏ ଅଧିକ ଅନୁକ୍ରମ ଥିବାର ଚିହ୍ନଟ କରିଛନ୍ତି। ଏହାକୁ ‘ଇନ୍‌ସେରସନ’ (Insertion) ବୋଲି କୁହାଯାଇଛି। ଲାଞ୍ଜ ସୃଷ୍ଟି ପାଇଁ ଦାୟୀ ହୋଇଥିବା ‘TXBT’ ନାମକ ଜିନ୍‌ରେ ଏହା ଥିବାର ଦେଖାଯାଉଛି, ଯାହାକି ମାଙ୍କଡ଼ଙ୍କଠାରେ ନାହିଁ। ବୋଧହୁଏ ଏହାହିଁ ପ୍ରାଗ୍‌-ମଣିଷ ଏବଂ ମଣିଷମାନଙ୍କଠାରେ ଲାଞ୍ଜ ସୃଷ୍ଟି ହେବାକୁ ଦିଏ ନାହିଁ ବୋଲି ସେମାନେ ମନେକରନ୍ତି। ଏ ପ୍ରକାର ଜିନୀୟ ଧ୍ରୁବୀକରଣ ପ୍ରକ୍ରିୟାକୁ ବିବର୍ତ୍ତନର ପ୍ରଭାବ ତ୍ୱରାନ୍ବିତ କରିଥିବାର ଅନୁମାନ କରାଯାଏ। ତାଙ୍କ ପରୀକ୍ଷାରେ ଏହି ଫଳାଫଳକୁ ନିଶ୍ଚିତ କରିବା ଲାଗି ସ୍କିଆ ଏବଂ ସହଯୋଗୀମାନେ କିଛି ଜିନ୍‌ ପରିବର୍ତ୍ତିତ ମୂଷାମାନଙ୍କଠାରେ ‘ଇନ୍‌ସେରସନ୍‌’ ପ୍ରତିରୋପଣ କରିଥିଲେ। ଏହାଦ୍ୱାରା ସେମାନଙ୍କଠାରେ ଲାଞ୍ଜ ସୃଷ୍ଟି ହେବା ପ୍ରଭାବିତ ହେଲା। ତହିଁରୁ କେତେକ ବିନା ଲାଞ୍ଜରେ ଜନ୍ମ ଗ୍ରହଣ କଲେ।
ସ୍କିଆ ବିଶ୍ୱାସ କରନ୍ତି ଯେ, ଗରିଲା, ସିମ୍ପାଞ୍ଜି ଆଦି ପ୍ରାଗ୍‌-ମଣିଷଠାରେ ଲାଞ୍ଜ ହରାଇବା ପ୍ରକ୍ରିୟା ଆଜକୁ ପ୍ରାୟ ୨୫ ନିୟୁତ ବର୍ଷ ପୂର୍ବେ ଘଟିଥିଲା ଏବଂ ତତ୍‌ପରେ ସୃଷ୍ଟି ହେଲା ମଣିଷ। ତାଙ୍କ ମତରେ ଏପରି ଲାଞ୍ଜ ହରାଇବା ତା’ ପାଇଁ କେବଳ ସୁବିଧାଜନକ ହୋଇନାହିଁ, ଏଥିପାଇଁ ତାକୁ ମୂଲ୍ୟ ମଧ୍ୟ ଦେବାକୁ ପଡ଼ିଛି। ଜିନ୍‌ ଶରୀରରେ ବହୁବିଧ ଜୈବିକ ପ୍ରକ୍ରିୟାକରଣକୁ ପ୍ରଭାବିତ କରେ। ଏଣୁ ଏହି ଗୋଟିଏ କ୍ରିୟାବିଧି ପାଇଁ ସୁବିଧା ସୃଷ୍ଟି ହୁଏତ ଅନ୍ୟ କେଉଁଠି କୁପ୍ରଭାବ ପକାଇ ପାରିଥାଏ। ମୂଷାମାନଙ୍କଠାରେ ହୋଇଥିବା ପରୀକ୍ଷାରେ ଦେଖାଯାଉଥିଲା ଯେ, ‘TXBT’ ଜିନ୍‌ରେ ‘ଇନସେରସନ୍‌’ ଥିବା ଲାଞ୍ଜବିହୀନ ମୂଷାଙ୍କର କିଛିଟା ସ୍ନାୟବିକ ତ୍ରୁଟି ରହିଛି। ‘ସ୍ପାଇନା ଡିଫ୍ରିଡା’ ବୋଲି କୁହାଯାଉଥିବା ଏହି ତ୍ରୁଟି ୧୦୦୦ ଜଣରେ ଜଣେ ନବଜାତ ଶିଶୁଠାରେ ପରିଲକ୍ଷିତ ହେଉଛି। ଏହା ହେଉଛି ଏପରି ଏକ ଅବସ୍ଥା, ଯେଉଁଥିରେ ମେରୁଦଣ୍ଡ ଠିକ୍‌ ରୂପେ ଗଢ଼ି ହୋଇ ନ ଥାଏ। ଅତଏବ ତାହା ସ୍ନାୟବିକ ବ୍ୟବସ୍ଥାକୁ ପ୍ରଭାବିତ କରେ।
ଏଠାରେ ସୂଚନାଯୋଗ୍ୟ ଯେ, ଜାପାନସ୍ଥିତ କେଇଓ ବିଶ୍ୱବିଦ୍ୟାଳୟର କିଛି ଜୈବ ଇଞ୍ଜିନିୟର ମଣିଷଠାରେ ଲଗାଇବା ପାଇଁ କୃତ୍ରିମ ଲାଞ୍ଜ ତିଆରି କରିଛନ୍ତି। ଏହାର ନାମ ରଖାଯାଇଛି ‘ଆରକ୍ୟୁ’। ଭଲ କରି ଚାଲି ପାରୁ ନ ଥିବା ବୟସ୍କ ଲୋକଙ୍କଠାରେ ଏହା ଲଗାଯାଉଛି। ଫଳରେ ସେମାନେ ପାହାଡ଼ ଚଢ଼ିବା ବେଳେ, ଉଚ୍ଚ ସ୍ଥାନକୁ ଗଲା ବେଳେ ପଡ଼ିଯିବାରୁ ସୁରକ୍ଷା ମିଳୁଛି। ପୁନଶ୍ଚ ଦୀର୍ଘ ସମୟ ଧରି ବସି ରହିବାକୁ ପଡ଼ୁଥିବା ଲୋକଙ୍କର ଅଣ୍ଟାର ଯନ୍ତ୍ରଣା ମଧ୍ୟ ଏହାଦ୍ୱାରା ଉପଶମ ହେଉଛି।

ପ୍ର. ରମେଶ ଚନ୍ଦ୍ର ପରିଡ଼ା
– ଉଷା ନିବାସ,୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର-୩୦
ମୋ : ୯୯୩୭୩୦୧୪୬୦

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?