Posted inଫୁରସତ

ରହସ୍ୟମୟ ଗର୍ଭବତୀ କୂଅ

ବେଜିଂ: ମା’ ହେବା ବିଶ୍ୱର ସବୁଠାରୁ ସୁନ୍ଦର ଅନୁଭବ ହୋଇଥାଏ। ସାଧାରଣତଃ ମାତୃତ୍ୱ ଲାଭ କରିବା ପରେ ଯାଇ ଜଣେ ମହିଳା ତାଙ୍କ ଜୀବନକୁ ସଂପୂର୍ଣ୍ଣ ଅନୁଭବ କରିଥାନ୍ତି। ତେବେ ବେଳେବେଳେ ମହିଳାମାନେ ବିଭିନ୍ନ କାରଣରୁ ଗର୍ଭବତୀ ହେବାକୁ ସକ୍ଷମ ହୋଇ ନ ଥାନ୍ତି। ବିଶେଷକରି ସାମ୍ପ୍ରତିକ ଜୀବନଶୈଳୀ ହେତୁ ବିଶ୍ୱବ୍ୟାପୀ ଏହି ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି।
ସମସ୍ୟା ଯୋଗୁ ମହିଳାମାନେ ସାଧାରଣତଃ ଉଦାସ ହୋଇ ବହୁ ଡାକ୍ତରଙ୍କ ପରାମର୍ଶ ନେବା ସହ ଭଗବାନଙ୍କର ପୂଜାର୍ଚ୍ଚନା କରିଥାନ୍ତି। ତେବେ ସମ୍ପ୍ରତି ଚାଇନାର ୟୁନାନ୍‌ ଅଞ୍ଚଳରେ ଅବସ୍ଥିତ ଏକ କୂଅକୁ ନେଇ ବହୁ ଆଲୋଚନା ହେଉଛି। ଏହି କୂଅଟି ପ୍ରେଗ୍ନାନ୍ସି ୱେଲ୍‌ ବା ଗର୍ଭବତୀ କୂଅ ଭାବରେ ଜଣାଶୁଣା। କୁହାଯାଏ, ଏହି କୂଅର ପାଣି ପିଇବା ପରେ ମହିଳାମାନେ ଗର୍ଭବତୀ ହୋଇଥାନ୍ତି। ଚାଇନାର ଏହି ଗର୍ଭବତୀ କୂଅ ଧୀରେ ଧୀରେ ଲୋକପ୍ରିୟ ହେବାରେ ଲାଗିଛି। ଉକ୍ତ ସ୍ଥାନରେ ୨ଟି କୂଅ ରହିଛି। ସେଥିମଧ୍ୟରୁ ଗୋଟିଏର ପାଣି ପିଇଲେ ପୁଅ ଏବଂ ଅନ୍ୟଟିର ପାଣି ପିଇଲେ ଝିଅ ଜନ୍ମ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଯଦି କୌଣସି ମହିଳା ଉଭୟ କୂଅରୁ ଏକସଙ୍ଗେ ପାଣି ପିଅନ୍ତି, ତେବେ ତାଙ୍କର ଯାଆଁଳା ସନ୍ତାନ ଜନ୍ମ ହୋଇଥାଏ। ବିଶ୍ୱର ଅନେକ ଦେଶରୁ ମହିଳାମାନେ ସନ୍ତାନପ୍ରାପ୍ତି ନିମନ୍ତେ ଏହି ସ୍ଥାନକୁ ଆସି ଉକ୍ତ ରହସ୍ୟମୟ କୂଅର ପାଣି ପିଇଥାନ୍ତି।
ଏହି କୂଅ ପାଣି ପିଇଲେ ମହିଳାମାନେ ଗର୍ଭବତୀ ହେବା କୌଣସି ଚମତ୍କାର ଘଟଣା ନୁହେଁ ବରଂ ଏହା ପଛରେ ବିଜ୍ଞାନ ଲୁଚି ରହିଛି ବୋଲି କେତେଜଣ ସ୍ଥାନୀୟ ବୈଜ୍ଞାନିକ କହିଛନ୍ତି। ଏହି ରହସ୍ୟମୟ କୂଅର ପାଣିରେ କିଛି ଉପାଦାନ ରହିଛି, ଯାହା ମହିଳାଙ୍କ ଶରୀରର ହରମୋନ୍‌ ନିୟନ୍ତ୍ରଣ କରିଥାଏ। ଗର୍ଭବତୀ ହେବା ପାଇଁ ମହିଳାଙ୍କ ଶରୀରରେ ହରମୋନ୍‌ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଯଦି ଜଣେ ମହିଳା ଖୁସିରେ ରହିବା ସହ ଚାପଗ୍ରସ୍ତ ନ ଥାନ୍ତି ତେବେ ଏହି ପାଣି ପିଇବା ପରେ ଗର୍ଭବତୀ ହେବାର ସମ୍ଭାବନା ଯଥେଷ୍ଟ ବୃଦ୍ଧି ପାଇଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏହି ତର୍କ ଅନୁଯାୟୀ, ଉକ୍ତ କୁଅର ଜଳ ମହିଳାମାନଙ୍କୁ ଗର୍ଭବତୀ କରାଇବାରେ ସାହାଯ୍ୟ କରିଥାଏ। ଅଦ୍ୟାବଧି ଅନେକ ମହିଳା ଏହି କୂଅ ପାଣି ପିଇ ସନ୍ତାନପ୍ରାପ୍ତିର ସୌଭାଗ୍ୟ ଲାଭ କରିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri