ଟେକ୍‌ କମ୍ପାନୀର ଏକଚାଟିଆ କ୍ଷମତା

ବୃହତ୍‌ ଟେକ୍‌ କମ୍ପାନୀଗୁଡ଼ିକର ଆମେରିକା ରାଷ୍ଟ୍ରପତିଙ୍କ ଅଧୀନରେ ଥିବା ପ୍ରଶାସନିକ ପ୍ରକ୍ରିୟା ଏବଂ ସାଧନଗୁଡ଼ିକ ଉପରେ ବ୍ୟାପକ ହସ୍ତକ୍ଷେପ ଆମେରିକାରେ ଏକ ନୂତନ ବିପଜ୍ଜନକ କ୍ଷମତାର ଢାଞ୍ଚା ସୃଷ୍ଟି କରୁଛି। ଏହା କେବଳ ଆମେରିକାରେ ସୀମିତ ରହିନାହିଁ, ଆମେରିକାର ମିତ୍ର ଓ ଶତ୍ରୁ ଦେଶଗୁଡ଼ିକୁ ଟ୍ରମ୍ପ ଦେଇଥିବା ଧମକକୁ ଲକ୍ଷ୍ୟ କରି ସେମାନଙ୍କ ଡିଜିଟାଲ ମାର୍କେଟ ଓ ଯୋଗାଯୋଗ ପଦ୍ଧତିକୁ ସଞ୍ଚାଳନ କରିବାକୁ ସାହସ କଲେଣି। ଏହା କେବଳ ଏକ ଆର୍ଥିକ ଉତ୍ପୀଡ଼ନ ନୁହେଁ, ବରଂ ସେମାନେ ଏହି ଡିଜିଟାଲ ବ୍ୟବସ୍ଥାକୁ ରପ୍ତାନି କରିବାକୁ ଚେଷ୍ଟା କରିବା ସହ ଆଇନର ଶାସନ ତଥା ଗଣତାନ୍ତ୍ରିକ ଶାସନକୁ ଦୁର୍ବଳ କରିବାକୁ ଏକ ପ୍ରୟାସ ଆରମ୍ଭ କରିଦେଇଛନ୍ତି। ଆମେରିକାର ୟୁରୋପୀୟ ମିତ୍ର ଦେଶଗୁଡ଼ିକ ପ୍ରତି ଟାରିଫ ବିପଦ ସୃଷ୍ଟି କରିଛି ଏବଂ ସେମାନେ ଅତ୍ୟାବଶ୍ୟକ ଡିଜିଟାଲ ନିୟମ ଲାଗୁ କରି ପ୍ରତିକାରାତ୍ମକ ପଦକ୍ଷେପ ନେଇଛନ୍ତି, ଯାହା ବ୍ରିଟେନ ଓ ବ୍ରାଜିଲ ଭଳି ଦେଶ କରିଛନ୍ତି। ସେମାନେ ଏକ ଡିଜିଟାଲ ସର୍ଭିସ ଟ୍ୟାକ୍ସ ଲାଗୁ କରିଛନ୍ତି। କିନ୍ତୁ ଏହି ଆହ୍ବାନଗୁଡ଼ିକ ମଧ୍ୟ ଗଣତାନ୍ତ୍ରିକ ଦେଶଗୁଡ଼ିକ ପାଇଁ ରଣନୀତିକ ସୁଯୋଗ ସୃଷ୍ଟି କରୁଛି। ଯଦି ସେମାନେ ମିଳିତ ଭାବେ ଆମେରିକାର ଚାପ ଆଗରେ ମୁଣ୍ଡ ନୁଆଁଇବାକୁ ମନା କରି ଦିଅନ୍ତି, ତେବେ କୌଣସି ଗୋଟିଏ ଦେଶ ଆମେରିକାର ପ୍ରତିଶୋଧାତ୍ମକ ପଦକ୍ଷେପର ଆଘାତର ସମ୍ମୁଖୀନ ହେବାର ସମ୍ଭାବନା କମ୍‌ ରହିବ। ଏଣୁ ଏହିସବୁ ଦେଶଗୁଡ଼ିକ ବୃହତ୍‌ ଟେକ୍‌ କମ୍ପାନୀଗୁଡ଼ିକ ବିରୋଧରେ ଏକାଠି ହେବା ଦରକାର । କାରଣ ଏହି କମ୍ପାନୀଗୁଡ଼ିକ ସେମାନଙ୍କ ନାଗରିକଙ୍କ ତଥ୍ୟ ରଖିବା ସହ ପ୍ରମୁଖ ସୂଚନା ଓ ବ୍ୟବସାୟିକ ଭିତ୍ତିଭୂମିକୁ ନିୟନ୍ତ୍ରଣ କରୁଛନ୍ତି। ଏହା ସହ ଦେଶ ସରକାରଙ୍କ ନ୍ୟାୟିକ କ୍ଷେତ୍ର ସମ୍ପର୍କରେ ଜାଣି ମଧ୍ୟ ଟିକସ ଦେବାକୁ ମନା କରୁଛନ୍ତି।
ଅବଶ୍ୟ ବାସ୍ତବ ନୂତନତ୍ୱକୁ ପ୍ରୋତ୍ସାହିତ କରୁଥିବାବେଳେ ଜାତୀୟ ସ୍ବାର୍ଥ ରକ୍ଷା କରିବାରେ ସନ୍ତୁଳନ ଆଣିବା ଏକ କଠିନ କାର୍ଯ୍ୟ। କିନ୍ତୁ ଅପ୍ରତ୍ୟାଶିତ ଭାବେ ବୃହତ୍‌ ଟେକ୍‌ କମ୍ପାନୀ ଓ ଟ୍ରମ୍ପ ପ୍ରଶାସନ ଏହି କାର୍ଯ୍ୟର ଅତ୍ୟାବଶ୍ୟକତାକୁ ଗୁରୁତ୍ୱ ଦିଏ। ଟ୍ରମ୍ପଙ୍କ ଡିପାର୍ଟମେଣ୍ଟ ଅଫ୍‌ ଗଭର୍ନମେଣ୍ଟ ଏଫିସିଏନ୍ସି (ଡିଓଜିଇ)ର ମୁଖ୍ୟ ଭାବେ ବିଶ୍ୱରୁ ସବୁଠୁ ଧନୀ ବ୍ୟକ୍ତିବିଶେଷ ଏଲନ ମସ୍କ ସରକାରୀ ଡେଟା ସିଷ୍ଟମରେ ପ୍ରବେଶ କରିବାର କ୍ଷମତା ହାଲ କରିଛନ୍ତି, ଯାହା ଅନେକ ହଜାର ଫେଡେରାଲ କର୍ମଚାରୀଙ୍କୁ କ୍ରୋଧିତ କରିଛି। ଏହା ସହ ମସ୍କ ମଧ୍ୟ ନିୟାମକ ସଂସ୍ଥାଗୁଡ଼ିକୁ କଠୋର ସମାଲୋଚନା କରିବା ସହ ଟାର୍ଗେଟ କରିଛନ୍ତି। ଏଥିସହିତ ମସ୍କ ମଧ୍ୟ ଫେଡେରାଲ ଟ୍ରେଡ୍‌ କମିଶନକୁ ଏକ ଅସ୍ତ୍ର ଭାବେ ବିଜ୍‌ନେସ୍‌ ବିରୋଧରେ ବ୍ୟବହାର କରିଛନ୍ତି, ଯେଉଁମାନେ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ବିଜ୍ଞାପନ ଦେବାକୁ ଅନିଚ୍ଛୁକ ଅଛନ୍ତି। ସେ ଏକ୍ସରେକୁ ଚରମ ଦକ୍ଷିଣପନ୍ଥୀଙ୍କ ପାଇଁ ପ୍ରଚାରର ଏକ ପ୍ଲାଟଫର୍ମ କରିଦେଇଛନ୍ତି ଏବଂ ଭୁଲ୍‌ ତଥ୍ୟ ଓ ରାଜନୈତିକ ହସ୍ତକ୍ଷେପର ଏକ ସାଧନ ବି କରିଦେଇଛନ୍ତି। ଟେକ୍‌ ବସ୍‌ ଭାବେ ମସ୍କ କେବଳ ଆଦେଶ ପାଳନ କରୁନାହାନ୍ତି । ମେଟା (ଯାହା ଅଧୀନରେ ଫେସବୁକ ଓ ଇନ୍‌ଷ୍ଟାଗ୍ରାମ ରହିଛି) ଆଉ ଫ୍ୟାକ୍ଟ ଚେକିଂ ପ୍ରୋଗ୍ରାମ କରିବ ନାହିଁ ବୋଲି ଜାନୁଆରୀରେ ଯେତେବେଳେ ମାର୍କ ଜୁକରବର୍ଗ ଘୋଷଣା କରିଥିଲେ ସେତେବେଳେ ସେ ଆଲୋଚନାର କେନ୍ଦ୍ର ପାଲଟିଥିବା ଟ୍ରମ୍ପଙ୍କ କଥାକୁ ଦୋହରାଇଥିଲେ। ଅତି ନିକଟରେ, ୟୁଜରମାନେ ଯେତେବେଳେ ଡେମୋକ୍ରାଟଙ୍କ ପାଇଁ ସର୍ଚ୍ଚ କଲେ ସେତେବେଳେ ଇନ୍‌ଷ୍ଟାଗ୍ରାମ ଫଳାଫଳକୁ ଗୁପ୍ତ ରଖିଲା ଏବଂ ଫେସବୁକ ଟ୍ରମ୍ପ ଓ ଉପରାଷ୍ଟ୍ରପତି ଜେ.ଡି. ଭାନ୍ସଙ୍କ ପୋଷ୍ଟଗୁଡ଼ିକୁ ବ୍ୟାପକ ଭାବେ ବ୍ୟାଖ୍ୟା କରିଥିଲା। ବିଶ୍ୱର ସବୁଠୁ କ୍ଷମତାଶାଳୀ ଟେକ୍‌ ସିଇଓମାନେ କିଭଳି ଜଣେ ଏକଚ୍ଛତ୍ରବାଦୀ ନେତାଙ୍କ ସହ ଏକମତ ହୋଇ ତାଙ୍କ ଲାଭରେ ଜନମତକୁ ଗଢ଼ିଛନ୍ତି ତାହାର ଏସବୁ ହେଉଛି ପ୍ରମୁଖ ଉଦାହରଣ। ଆମେରିକା ସରକାରକୁ ଏଭଳି ପ୍ରଯୁକ୍ତିଗତ ସ୍ବାର୍ଥ ନିଶା ଘାରିଥିବାବେଳେ ବିଶ୍ୱକୁ ଟେକ୍ନୋ ଫାସିଜମ ବା ପ୍ରଯୁକ୍ତିଗତ ଫାସିବାଦରୁ ମୁକ୍ତ କରିବା ସକାଶେ ଅନ୍ୟସବୁ ଦେଶ ଟ୍ରମ୍ପଙ୍କ ଧମକ ବିରୋଧରେ ଏକାଠି ମୁକାବିଲା କରିବା ଉଚିତ।
ଅନେକେ ଯୁକ୍ତି କରିବେ ଯେ, ଏକ ଦୃଢ଼ ନିୟାମକ ପଦକ୍ଷେପ ନେଲେ ଏହିସବୁ ଦେଶ ପ୍ରଯୁକ୍ତିଗତ ନୂତନତ୍ୱ ହରାଇବାର ଆଶଙ୍କା ରହିଛି। କିନ୍ତୁ ସେମାନେ ପ୍ରକୃତରେ ସ୍ଥିତିକୁ ବୁଝିନାହାନ୍ତି। ଅସାଧାରଣ ସୁରକ୍ଷା ଏବଂ ସୁଯୋଗକୁ ଦେଖିଲେ, ସେମାନେ ବାସ୍ତବରେ ଦେଶରେ ସୁରକ୍ଷିତ ରହିଛନ୍ତି ଏବଂ ଆମରିକାର ବୃହତ୍‌ ଟେକ୍‌ କମ୍ପାନୀଗୁଡ଼ିକ ଅନ୍ୟ ଦେଶରୁ ଅଧିକ ସୁବିଧା ସହଯୋଗ ଦରକାର କରନ୍ତି ନାହିଁ। ସେମାନେ ଏହିସବୁ ଦେଶଗୁଡ଼ିକର ବଜାରରେ ପ୍ରବେଶ କରିବାକୁ ଚାହାନ୍ତି। ବ୍ରାଜିଲ, ଇଣ୍ଡୋନେସିଆ ଓ ଭାରତ ଭଳି ମଧ୍ୟମ ଆୟବର୍ଗର ଦେଶ ତଥା ବିକାଶଶୀଳ କୁଶଳୀ ଶ୍ରମଶକ୍ତି ଥିବା ବିକଶିତ ଅର୍ଥ ବ୍ୟବସ୍ଥା ଯଥା ବ୍ରିଟେନ, ଜାପାନ ସମେତ ୟୁରୋପୀୟ ଦେଶସମୂହ ସେମାନଙ୍କ ପାଇଁ ଅତ୍ୟନ୍ତ ମୂଲ୍ୟବାନ।
ଆମେରିକାର ପ୍ରଭୁତ୍ୱ ବିସ୍ତାର କରିଥିବା ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ବା କୃତ୍ରିମ ବୁଦ୍ଧିମତ୍ତା କମ୍ପାନୀଗୁଡ଼ିକ ତୁଳନାରେ କମ୍‌ ବ୍ୟୟରେ ଚାଇନାର ଡିପ୍‌ସିକ୍‌ ଏକ ବୃହତ୍‌ ଲାଙ୍ଗୁଏଜ ମଡେଲ ବିକଶିତ କରିବାର ରହସ୍ୟ ଏହି ବିଷୟକୁ ସାମ୍ନାକୁ ଆଣିଛି। ସବୁଠୁ ବିକଶିତ ଚିପ୍ସ ଏବଂ କମ୍‌ ନିୟାମକ କଟକଣା ପରିବେଶରେ ଥିବା ବୃହତ୍‌ ଟେକ୍‌ କମ୍ପାନୀଗୁଡ଼ିକ କେବଳ ସବୁଠୁ ଭଲ ଏଆଇ ବିକାଶ କରିପାରିବେ ବୋଲି ଯେଉଁ ଧାରଣା ଥିଲା ତାହାକୁ ଡିପ୍‌ସିକ୍‌ ଭୁଲ୍‌ ପ୍ରମାଣିତ କରିଛି। ଏହା ମଧ୍ୟ ଦର୍ଶାଇଛି ଯେ, ସିଲିକନ୍‌ ଭ୍ୟାଲି ମଡେଲର ବିକଳ୍ପ ରହିଛି। ଏଯାବତ୍‌ ବ୍ରାଜିଲ ସହସଚ ଓ ଦୃଢ଼ ବିଶ୍ୱାସର ସହିତ ମସ୍କଙ୍କୁ ଚ୍ୟାଲେଞ୍ଜ କରିଛି। ଏପରି କି ଟ୍ରମ୍ପ ପ୍ରଶାସନରେ ଯୋଗଦେବା ପୂର୍ବରୁ ମଧ୍ୟ ଏହା କରିଆସୁଛି। ଡିଜିଟାଲ ମାର୍କେଟ ଏବଂ ଏଆଇକୁ ଉପଯୋଗ କରୁଥିବା ୟୁରୋପ ବିଶ୍ୱର ଧନୀଙ୍କ କ୍ଷମତାରେ ଲଗାମ ଓ ନିୟନ୍ତ୍ରଣ କରିବାରେ ଏହାର ଅଧିକାରକୁ ସୁରକ୍ଷିତ ରଖିବ କି ନାହିଁ ତାହା ଏବେ ଅସ୍ପଷ୍ଟ ରହିଛି। କାରଣ ପ୍ରତିଯୋଗିତାତ୍ମକ ନୀତି ଲାଗୁ କରିବାରେ ପାରମ୍ପରିକ ମାର୍କେଟ ସମସ୍ୟା ସହିତ ଅନ୍ୟସବୁ ପରିଣାମ ରହିଛି। ଏଣୁ ଅଧିକରୁ ଅଧିକ ଦେଶ ଡିଜିଟାଲ ସେବାକୁ ସଞ୍ଚାଳନ କରିବା ଉଚିତ। ଏହାର ଶକ୍ତିକୁ ଦୃଢ଼ କରିବା ପାଇଁ ମାର୍କେଟର ପ୍ରାଧାନ୍ୟକୁ ଗୁରୁତ୍ୱ ଦେବା ସହ ସାଧାରଣ ଆଲୋଚନା, ତଥ୍ୟ ପ୍ରବାହର ନିୟନ୍ତ୍ରଣ ଉପରେ ଧ୍ୟାନଦେବା ଉଚିତ। ସଂସ୍କୃତି ଓ ପରିବେଶକୁ କ୍ଷତି କରୁଥିବା ଅନିୟନ୍ତ୍ରିତ ଏଆଇ ବିକାଶକୁ ଅନୁମତି ଦେବା କିମ୍ବା ଏଭଳି ନୂତନତ୍ୱକୁ ସବ୍‌ସିଡି ଦେବା ଭଳି ଖରାପ ପଦକ୍ଷେପ ନେବା ବୈଶ୍ୱିକ ସ୍ତରରେ ଏକ ପ୍ରଯୁକ୍ତିଗତ ଫାସିବାଦ ଆଡ଼କୁ ବାଟ କଢ଼ାଇ ନେଇପାରେ।
ପ୍ରଭାବଶାଳୀ ଟେକ୍‌ କମ୍ପାନୀଗୁଡ଼ିକର ଏକଚାଟିଆ କ୍ଷମତାକୁ ଶକ୍ତିଶାଳୀ କରିବା ବଦଳରେ ଯଦି ପ୍ରତିଯୋଗିତା ଏବଂ ବୌଦ୍ଧିକ ସମ୍ପତ୍ତିର ସୁରକ୍ଷା ପାଇଁ ସ୍ପଷ୍ଟ ନିୟମ ଅଣାଯାଏ ତେବେ ତାହା ନୂତନତ୍ୱକୁ ପ୍ରେରଣା ଦେବାର ଅଧିକ ସମ୍ଭାବନା ରହିଛି। ଉଦାହରଣ ସ୍ବରୂପ, ୟୁରୋପୀୟ ସଂଘ( ଇୟୁ)ର ଜେନେରାଲ ଡେଟା ପ୍ରୋଟେକ୍‌ଶନ ରେଗୁଲେଶନ ପ୍ରଥମରୁ ବାଧାର ସମ୍ମୁଖୀନ ହୋଇଥିଲେ ମଧ୍ୟ ଏକ ବୈଶ୍ୱିକ ମାନ ହୋଇଛି ଏବଂ ଗୋପନୀୟତା ରକ୍ଷା କରିବାର ନୂତନତ୍ୱ ବୃଦ୍ଧି କରିବା ସହ କର୍ପୋରେଟ ହସ୍ତକ୍ଷେପ ବିରୋଧରେ ସୁରକ୍ଷା କବଚ ପାଲଟିଛି। ନୂତନତ୍ୱ ଏବଂ ନିୟମ ମଧ୍ୟରେ ଏକ ଭୁଲ୍‌ ପଦକ୍ଷେପ ବା ନିଷ୍ପତ୍ତି ନେବା ବଦଳରେ ବିଶ୍ୱର ଗଣତାନ୍ତ୍ରିକ ଦେଶଗୁଡ଼ିକ ପାଇଁ ଏକ ବାସ୍ତବ ନୂତନତ୍ୱ ପାଇଁ ପରିବେଶ ସୃଷ୍ଟି କରିବାର ସୁଯୋଗ ରହିଛି। ଏହା ବ୍ୟତୀତ ମୌଳିକ ଅଧିକାରକୁ ସୁରକ୍ଷିତ ରଖି କିଭଳି ଗଣତାନ୍ତ୍ରିକ ନିରୀକ୍ଷଣ ପ୍ରଯୁକ୍ତିଗତ ପ୍ରଗତି ଆଣିବାରେ ସକ୍ଷମ ହେବ ତାହା ଦର୍ଶାଇବାରେ ସ୍ପଷ୍ଟ ହେବ। କିନ୍ତୁ ଟେକ ପଲିସି ବା ନୀତି ଏକଚ୍ଛତ୍ରବାଦୀ ଆଭିମୁଖ୍ୟକୁ ପ୍ରତିରୋଧ କରିବାର ପ୍ରମୁଖ ଅସ୍ତ୍ର ହେବ ବୋଲି ଗ୍ରହଣ କରିବାକୁ ପଡ଼ିବ। ଏଭଳି ପଦକ୍ଷେପ ଆମେରିକା ବିରୋଧୀ ନୁହେଁ। ଅବଶ୍ୟ ଏହା ଆମେରିକାରେ ବୃହତ୍‌ ଟେକ୍‌ କମ୍ପାନୀ ଓ ରାଜନୈତିକ କ୍ଷମତାର ମିଳନରେ ସୃଷ୍ଟି ହେଉଥିବା ସମସ୍ୟାକୁ ପ୍ରତିଫଳିତ କରେ।

କର୍ଟନୀ ସି. ରୋଡେକ୍‌
ଡାଇରେକ୍ଟର, ସେଣ୍ଟର ଫର ଜର୍ନାଲିଜମ ଆଣ୍ଡ ଲବର୍ଟି, ଓପନ ମାର୍କେଟ ଇନ୍‌ଷ୍ଟିଚ୍ୟୁଟ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?