ଡାକ୍ତରଖାନାରେ ମୃତଦେହ ପକାଇ ଖସିଗଲେ ଦୁର୍ବୃତ୍ତ

ବରଗଡ଼ ଅଫିସ୍‌,୨୯।୫: ବରଗଡ଼ ସଦର ଥାନା ଅଧୀନ ପଥର୍ଲା ଛକ ନିକଟରେ ଏକ ହତ୍ୟାକାଣ୍ଡ ଘଟିଛି। କିଛି ଦୁର୍ବୃତ୍ତ ଜଣେ ଟ୍ରାକ୍ଟର ଡ୍ରାଇଭରଙ୍କୁ ଠେଙ୍ଗାରେ ଅତର୍କିତ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ପରେ ଦୁର୍ବୃତ୍ତମାନେ ମୃତଦେହକୁ ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ। ବାରଣ୍ଡାରେ ମୃତଦେହ ପକାଇ ସେମାନେ ଖସି ପଳାଇଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ବରଗଡ଼ ଜିଲା ଅତାବିରା ଆରଏମ୍‌ସି ପଡ଼ାର ଅଜୟ ଛତ୍ରିଆ(୩୩)। ମୃତକଙ୍କ କାକା ରାଜେନ୍ଦ୍ର ଛତ୍ର୍ରିଆ ଏ ନେଇ ସଦର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ସଦର ଥାନା ପୋଲିସ ଦଫା ୩୦୨, ୩୪ ଆଇପିସିରେ ଏକ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ କରାଇଛି। ଅଜୟଙ୍କୁ କିଏ ଏବଂ କାହିଁକି ହତ୍ୟା କଲେ ସେ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।
ପୋଲିସ ସୂଚନା ଅନୁସାରେ, ଅଜୟ ଅତାବିରାର ଜଣେ ଚାଷୀଙ୍କ ଧାନକୁ ଏକ ଟ୍ରାକ୍ଟର (ନଂ.ଓଡ଼ି୧୭ଜି/୫୩୬୩)ରେ ବୋଝେଇ କରି ପଥର୍ଲାର ଏକ ରାଇସ୍‌ ମିଲ୍‌କୁ ଆଣିଥିଲେ। ଉକ୍ତ ରାଇସ୍‌ ମିଲ୍‌ରେ ଧାନ ଅନ୍‌ଲୋଡ଼ ହୋଇ ନ ପାରିବାରୁ ସେ ସେଠାରେ ଟ୍ରାକ୍ଟର ରଖି ବବଲୁ ସାହୁ ନାମକ ତାଙ୍କର ଜଣେ ପରିଚିତ ଲୋକଙ୍କ ସହିତ ପଥର୍ଲା ଛକକୁ ଯାଇଥିଲେ। ଏହି ସମୟରେ ଏକ ନାଲି ରଙ୍ଗର କାର୍‌ରେ ୫ଜଣ ଦୁର୍ବୃତ୍ତ ପହଞ୍ଚିଥିଲେ। ପରେ ସେମାନେ ଅଜୟଙ୍କୁ ଠେଙ୍ଗାରେ ଅତର୍କିତ ଆକ୍ରମଣ କରିଥିଲେ। ଏହାଦେଖି ଭୟରେ ବବଲୁ ସେଠାରୁ ଦୌଡ଼ି ପଳାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

ବ୍ରହ୍ମପୁର ଅଫିସ,୭ା୧୦-ଟ୍ରେନ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ଗେଟବଜାର ଚନ୍ଦ୍ରମଣିପେଟା ସାହିର ରବି ବେହେରା (୨୨)। ସରକାରୀ ରେଳପଥ ପୋଲିସ...

ଆଖଣ୍ଡଳମଣି ମନ୍ଦିରରେ ତାଲା: ନିରାଶ ହୋଇ ଫେରୁଛନ୍ତି ଭକ୍ତ

ଆରଡି,୨୦।୩,(ଡି.ଏନ.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିରେ ଥିବା ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଶୁକ୍ରବାର ପ୍ରଭାତରୁ ତାଲା ଝୁଲୁଥିବା ଦେଖିବାକୁ ମିଳିଛି । ଗୁରୁବାର ରାତିରେ...

ବେକାରୀମୁକ୍ତ ସମାଜ ଗଠନ ଲାଗି ଆହ୍ବାନ

କେନ୍ଦୁଝର,୧୩।୨(ସ୍ବ.ପ୍ର.): ଜାତୀୟ ଯୁବ ପ୍ରକଳ୍ପ ପକ୍ଷରୁ ଶାନ୍ତି ଓ ସଦ୍‌ଭାବନା ରକ୍ଷା ପାଇଁ ସାଇକେଲ ଯାତ୍ରାରେ ଆସି ଗୁରୁବାର କେନ୍ଦୁଝର ଜିଲାରେ ପହଞ୍ଚିଛନ୍ତି ଯୁବତୀ ଯୁବକ।...

ସମ୍ବଲପୁର ଜିଲା ଚିଠି: ଶିଳାନ୍ୟାସରେ ସୀମିତ ଶୀତଳଭଣ୍ଡାର

ସମ୍ବଲପୁର ଜିଲା ସମେତ ପଶ୍ଚିମ ଓଡ଼ିଶାର ୧୦ଟି ଜିଲାର ଚାଷୀମାନଙ୍କ ଉତ୍ପାଦିତ ଶସ୍ୟ,ପନିପରିବା ତଥା ବଜାର ସୁବିଧା ପାଇଁ ଏକ ମଡର୍ନ ଟର୍ମିନାଲ ନିର୍ମାଣ ପାଇଁ...

ଦରଖଁଡ଼ିଆ ହେଇ ପଡ଼ିଛେ ଡାଇନିଂ ହଲ୍‌: ତଲେ ବସି ଖାଉଛନ୍‌ ଛାତ୍ରୀଛାତ୍ର

ଲାଠୋର, ୨୩।୧ (ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ମାଲପଡ଼ା ପଁଚେତ୍‌ ସଦରରେ ରହିଛେ ଅନୁସୂଚୀତ ଜାତି ଜନଜାତି ଉନ୍ନୟନ ବିଭାଗ ଦୁଆରା ପରିଚାଲିତ...

ଜେଲ୍‌ ଗଲେ ଶୁଭ୍ରା, ପ୍ରମାଣ ଯୋଗାଡ଼ରେ ସିବିଆଇ

ଭୁବନେଶ୍ୱର,୨୩।୧(ବ୍ୟୁରୋ): ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ଗିରଫ ହୋଇଥିବା ସଂସ୍ଥାର ଚେୟାରମ୍ୟାନ ଗୌତମ କୁଣ୍ଡୁଙ୍କ ସ୍ତ୍ରୀ ଶୁଭ୍ରା କୁଣ୍ଡୁଙ୍କ ୫ ଦିନିଆ ରିମାଣ୍ଡ ଅବଧି ଶୁକ୍ରବାର...

ସ୍ନାନମଣ୍ଡପରେ ଶ୍ରୀ ବଳଦେବଜୀଉ: ମନ୍ଦିର ନିକଟରେ ୧୪୪ ଧାରା ଜାରି, ଦର୍ଶନରୁ ବଞ୍ଚିତ ଶ୍ରଦ୍ଧାଳୁ

କେନ୍ଦ୍ରାପଡ଼ା ଅଫିସ,୫ା୬: ତୁଳସୀ କ୍ଷେତ୍ରାଧିପତି ଶ୍ରୀ ବଳଦେବଜୀଉଙ୍କ ସ୍ନାନଯାତ୍ରା ନୀତି ଶୁକ୍ରବାର ଅରମ୍ଭ ହୋଇଛି। ପ୍ରତ୍ୟୁଷରୁ ମଙ୍ଗଳାର୍ପଣ ପରେ ଶ୍ରୀ ବଳଦେବଜୀଉଙ୍କ ସହିତ ପ୍ରଭୁ ଜଗନ୍ନାଥ...

ଟ୍ରକ ଧକ୍କାରେ ଦୁଇ ଜଣଙ୍କ ଜୀବନ ଗଲା

ରାଇସୁଆଁ,୩ା୬(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ସଦର ଥାନା ନିକଟରେ ସୋମବାର ସକାଳେ ଏକ ଟ୍ରକ ଧକ୍କା ଦେବାରୁ ରାଇସୁଆଁର ଜଣେ ଯୁବତୀ ଓ ଜଣେ ମହିଳାଙ୍କ ଜୀବନ...

Advertisement
Archives

Model This Week