Posted inଖେଳ

ମଜୁରି ଲାଗୁଥିବା କୁସ୍ତିଯୋଦ୍ଧାଙ୍କ ସହାୟତା ପାଇଁ ହାତ ବଢ଼ାଇଲା କ୍ରୀଡ଼ା ମନ୍ତ୍ରଣାଳୟ

ନୂଆଦିଲ୍ଲୀ, ୫।୨ – ମଜୁରିଆ ଭାବେ କାର୍ଯ୍ୟ କରୁଥିବା ମଧ୍ୟପ୍ରଦେଶର ଜଣେ କୁସ୍ତିଯୋଦ୍ଧା ସନ୍ନି ଯାଦବଙ୍କୁ କ୍ରୀଡ଼ା ମନ୍ତ୍ରଣାଳୟ ୨.୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛି। ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାଗୁଡ଼ିକ ଲାଗି ଟ୍ରେନିଂ ଏବଂ ପ୍ରସ୍ତୁତି ପାଇଁ ଆବଶ୍ୟକ ସରଞ୍ଜାମ କ୍ରୟ କରିବା କ୍ଷେତ୍ରରେ ସେ ଏହି ଅର୍ଥକୁ ବ୍ୟୟ କରିବେ। କ୍ରୀଡ଼ାବିତ୍‌ମାନଙ୍କ ଲାଗି ଉଦ୍ଦିଷ୍ଟ ପାଣ୍ଠି ଦିନଦୟାଲ ଉପାଧ୍ୟାୟ ଓ୍ବେଲଫେୟାର ଫଣ୍ଡ୍‌ରୁ ଯାଦବଙ୍କୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି। ରାଜସ୍ଥାନର ଚିତ୍ତୋରଗଡ଼ଠାରେ ୨୦୧୮ରେ ଅନୁଷ୍ଠିତ ୨୩ ବର୍ଷରୁ କମ୍‌ ଜାତୀୟ ଜୁନିୟର ରେସ୍‌ଲିଂ ଚାମ୍ପିୟନଶିପ୍‌ ଏବଂ ୨୦୨୦ରେ ଭୁବନେଶ୍ୱରରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ୟନିଭର୍ସିଟି ଗେମ୍ସରେ ଯାଦବ ୬୦ କେଜି ଗ୍ରିକୋ-ରୋମାନ୍‌ ଇଭେଣ୍ଟରେ ରୌପ୍ୟ ଜିତିଥିଲେ। କିନ୍ତୁ ଗତ କିଛିଦିନ ହେଲା ରେସ୍‌ଲିଂ ପ୍ରାକ୍ଟିସ ପରେ ଅନ୍ୟମାନଙ୍କ ଗାଡ଼ି ସଫା କରିବା ବ୍ୟତୀତ ମଜୁରିଆ ଭାବେ କାର୍ଯ୍ୟକରି ତାଙ୍କ ଗୁଜୁରାଣ ମେଣ୍ଟାଇ ଆସୁଛନ୍ତି। ଜଣେ କୁସ୍ତିଯୋଦ୍ଧା ହୋଇଥିବାରୁ ଏଥିପାଇଁ ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ। ମାତ୍ର କଠିନ ପରିଶ୍ରମ ସତ୍ତ୍ୱେ ସେ ଉପାର୍ଜନ କରୁଥିବା ଅର୍ଥ ଯଥେଷ୍ଟ ହେଉ ନାହିଁ। ଅନ୍ୟଠାରୁ ଋଣ କରି ସେ ତାଙ୍କ ଟ୍ରେନିଂ ଜାରି ରଖିଛନ୍ତି। ୨୦୧୭ରେ ଯାଦବଙ୍କ ପିତାଙ୍କର ବ୍ରେନ୍‌ ହାମରେଜ୍‌ରେ ପ୍ରାଣହାନି ଘଟିଥିଲା। ଏହାପରେ ସେ ଆର୍ଥିକ ଅନଟନ ଦେଇ ଗତି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଲିମ୍ପିକ୍‌ ଜ୍ୟୋତିକୁ ଜାପାନରେ ନୀରବ ସ୍ବାଗତ

ହିଗାଶିମାତ୍ସୁଶିମା, ୨୦।୩ (ଏଏଫ୍‌ପି)-କରୋନା ଭାଇରସ ସାରା ବିଶ୍ୱକ୍ରୀଡ଼ାକୁ ପ୍ରଭାବିତ କରିଥିବା ବେଳେ ଏବେ ଟୋକିଓରେ ଅଲିମ୍ପିକ୍ସ ଆୟୋଜନ ନେଇ ଆଶଙ୍କ ବୃଦ୍ଧିପାଇଛି। ତେବେ ଇତିମଧ୍ୟରେ ଶୁକ୍ରବାର...

ପୃଥ୍ବୀ ଶ’ଙ୍କ ସମର୍ଥନରେ ବାହାରିଲେ ‘ମିଷ୍ଟର କ୍ରିକେଟ’: କହିଲେ ‘ଦଳରୁ ବାହାର କରା ନ ଯାଉ’

ଆଡିଲେଡ୍‌,୨୩।୧୨: ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଖରାପ ପ୍ରଦର୍ଶନ କରିବା ଯୋଗୁ ଭାରତ ଏକାଦଶରୁ ପୃଥ୍ବୀ ଶ’ଙ୍କୁ ବାହାର କରିବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ସମୟରେ...

ଧୋନୀଙ୍କ ପାଇଁ ଖୁସି ଖବର; କରୋନାରୁ ସୁସ୍ଥ ହେଲେ ଏହି ଖେଳାଳି

ଦୁବାଇ, ୨୧।୯: ଚେନ୍ନାଇ ସୁପର୍‌ କିଙ୍ଗ୍‌ (ସିଏସ୍‌କେ) ପାଇଁ ଖୁସି ଖବର। ଦଳର ଯୁବ ବ୍ୟାଟ୍ସମ୍ୟାନ ରୁତୁରାଜ ଗାଏକ୍ୱାଡ କରୋନା ଭାଇରସ୍‌ରୁ ଆରୋଗ୍ୟ ଲାଭ କରିଛନ୍ତି।...

ଆରଆର ପାଇଁ ବିଜୟ ଲକ୍ଷ୍ୟ ୧୭୨ରନ…

ଜୟପୁର,୧୪।୫ : ଆଇପିଏଲ ୨୦୨୩ର ୬୦ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ(ଆରଆର) ରବିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ମଧ୍ୟରେ ମ୍ୟାଚ ହେଉଛି। ଏହି ମ୍ୟାଚ ଜୟପୁରର ସାୱାଇ...

ପ୍ରଥମରୁ ବିପର୍ଯ୍ୟୟ

ଧର୍ମଶାଳା, ୨୬ା୨ (ପି.ଟି.)-ସ୍ଥାନୀୟ ହିମାଚଳ ପ୍ରଦେଶ କ୍ରିକେଟ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚରେ ଓପନର ପାଥୁମ ନିଶାଙ୍କାଙ୍କ ୫୩ ବଲ୍‌ରୁ...

ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ

ମୁମ୍ବାଇ, ୧୬ା୪- କିଙ୍ଗ୍ସ ପଞ୍ଜାବ ବିପକ୍ଷ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ...

ଆଥିୟା ସେଟ୍ଟୀଙ୍କ ବୋଲ୍ଡ ଫଟୋରେ ଏମିତି କମେଣ୍ଟ ଦେଲେ ଏହି କ୍ରିକେଟର୍‌

ଭାରତୀୟ କ୍ରିକେଟର କେଲ୍‌ ରାହୁଲ ଏବଂ ଅଭିନେତ୍ରୀ ଆଥିୟା ସେଟ୍ଟୀଙ୍କ ମଧ୍ୟ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ଚାଲିଛି। ଦୁହେଁ ଏନେଇ କୌଣସି ମନ୍ତବ୍ୟ...

ଭାରତ ବିପକ୍ଷ ସିରିଜରେ ଗାଳିଗୁଲଜ ନୁହେଁ ବହୁତ ପରିହାସ ଦେଖିବାକୁ ମିଳିବ: ଲାଙ୍ଗର

ସିଡ୍‌ନୀ,୨୬।୧୧(ପି.ଟି.): ଆଗାମୀ ଭାରତ ବିପକ୍ଷ ସିରିଜରେ ଗାଳିଗୁଲଜ କିମ୍ବା ସ୍ଲେଜିଂର କୌଣସି ସ୍ଥାନ ନାହିଁ। ଏହା ବଦଳରେ ଦୁଇ ଦେଶ ଖେଳାଳିମାନଙ୍କ ମଧ୍ୟରେ ବହୁ ପରିମାଣରେ...

Advertisement
Archives

Model This Week