କ୍ରୀଡ଼ା ମନ୍ତ୍ରୀ ଖେଳିବେ ରଣଜୀ ଟ୍ରଫି

କୋଲକତା,୪।୧:ଚଳିତ ବର୍ଷର ରଣଜୀ ଟ୍ରଫି ପାଇଁ ପଶ୍ଚିମବଙ୍ଗ ନିଜର ଦଳ ଘୋଷଣା କରିଛି। ପୂର୍ବତନ ଅଧିନାୟକ ମନୋଜ ତିୱାରୀଙ୍କ ନାମ ମଧ୍ୟ ୨୧ ସଦସ୍ୟ ବିଶିଷ୍ଟ ଦଳରେ ସାମିଲ ଅଛି। ମନୋଜ ଏବେ ପଶ୍ଚିମବଙ୍ଗର କ୍ରୀଡ଼ା ମନ୍ତ୍ରୀ ଅଟନ୍ତି। ଗତ ବର୍ଷ ପଶ୍ଚିମବଙ୍ଗରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ମନୋଜ ତୃଣମୂଳ କଂଗ୍ରେସ ଟିକେଟରେ ଶିବପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ଭାଜପାର ରତନ ଚକ୍ରବର୍ତ୍ତୀଙ୍କୁ ୬୦୦୦ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ।
ମନୋଜ ତିୱାରୀ ରାଜନୈତିକ ପଡ଼ିଆରେ ପ୍ରବେଶ ପାଇଁ କ୍ରିକେଟ ଠାରୁ କିଛି ଦିନ ଦୂରରେ ରହିଥିଲେ। କିନ୍ତୁ ଏବେ ସେ ପୁଣି ପଡ଼ିଆକୁ ଫେରିବାକୁ ପ୍ରସ୍ତୁତ ଅଛନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟରେ ମନୋଜଙ୍କ ୧୭ତମ ବର୍ଷ ହେବ। ସେ ଶେଷ ଥର ପାଇଁ ମାର୍ଚ୍ଚ ୨୦୨୦ରେ ସୌରାଷ୍ଟ୍ର ବିପକ୍ଷରେ ରଣଜୀ ଟ୍ରଫି ଫାଇନାଲରେ ଖେଳିଥିଲେ। ଏହା ପରେ, ଗତ ସିଜିନରେ କରୋନା ଦ୍ୱାରା ପ୍ରଭାବିତ ହୋଇଥିବା ବେଳେ ସେ ଆଘାତ ହେତୁ ଖେଳିପାରି ନ ଥିଲେ। କିନ୍ତୁ ଏବେ ସେ ଅଭିମନ୍ୟୁ ଏସୱାରାନଙ୍କ ନେତୃତ୍ୱରେ ବଙ୍ଗଳା ଦଳରେ ଯୋଗ ଦେଇଛନ୍ତି।
ମନୋଜ ତିୱାରୀ ହାରାହାରି ୫୦.୩୬ ରେ ୧୨୫ ପ୍ରଥମ ଶ୍ରେଣୀ ମ୍ୟାଚରେ ୮୯୬୫ ରନ ସଂଗ୍ରହ କରିଛନ୍ତି। ସେ ୨୭ ଶତକ ଏବଂ ୩୭ ଅର୍ଦ୍ଧଶତକ ହାସଲ କରିଛନ୍ତି। ୩୦୩ ନଟ୍‌ଆଉଟ୍‌ ତାଙ୍କର ସର୍ବୋତ୍ତମ ସ୍କୋର। ମନୋଜ ୧୨ ଟି ଦିନିକିଆ ଏବଂ ତିନୋଟି ଟି -୨୦ ଖେଳିଛନ୍ତି। ସେ ମଧ୍ୟ ଦିନିକିଆରେ ଗୋଟିଏ ଶତକ ଏବଂ ଗୋଟିଏ ଅର୍ଦ୍ଧଶତକ ସ୍କୋର କରିଛନ୍ତି।
ବିଦର୍ଭ, ରାଜସ୍ଥାନ, କେରଳ, ହରିୟାଣା, ତ୍ରିପୁରା ସହିତ ବଙ୍ଗଳାକୁ ଗ୍ରୁପ ବିରେ ସ୍ଥାନିତ କରାଯାଇଛି। ଦଳ ଜାନୁଆରୀ ୧୩ରେ ତ୍ରିପୁରା ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?