କ୍ରୀଡ଼ା ମନ୍ତ୍ରୀ ଖେଳିବେ ରଣଜୀ ଟ୍ରଫି

କୋଲକତା,୪।୧:ଚଳିତ ବର୍ଷର ରଣଜୀ ଟ୍ରଫି ପାଇଁ ପଶ୍ଚିମବଙ୍ଗ ନିଜର ଦଳ ଘୋଷଣା କରିଛି। ପୂର୍ବତନ ଅଧିନାୟକ ମନୋଜ ତିୱାରୀଙ୍କ ନାମ ମଧ୍ୟ ୨୧ ସଦସ୍ୟ ବିଶିଷ୍ଟ ଦଳରେ ସାମିଲ ଅଛି। ମନୋଜ ଏବେ ପଶ୍ଚିମବଙ୍ଗର କ୍ରୀଡ଼ା ମନ୍ତ୍ରୀ ଅଟନ୍ତି। ଗତ ବର୍ଷ ପଶ୍ଚିମବଙ୍ଗରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ମନୋଜ ତୃଣମୂଳ କଂଗ୍ରେସ ଟିକେଟରେ ଶିବପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ଭାଜପାର ରତନ ଚକ୍ରବର୍ତ୍ତୀଙ୍କୁ ୬୦୦୦ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ।
ମନୋଜ ତିୱାରୀ ରାଜନୈତିକ ପଡ଼ିଆରେ ପ୍ରବେଶ ପାଇଁ କ୍ରିକେଟ ଠାରୁ କିଛି ଦିନ ଦୂରରେ ରହିଥିଲେ। କିନ୍ତୁ ଏବେ ସେ ପୁଣି ପଡ଼ିଆକୁ ଫେରିବାକୁ ପ୍ରସ୍ତୁତ ଅଛନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟରେ ମନୋଜଙ୍କ ୧୭ତମ ବର୍ଷ ହେବ। ସେ ଶେଷ ଥର ପାଇଁ ମାର୍ଚ୍ଚ ୨୦୨୦ରେ ସୌରାଷ୍ଟ୍ର ବିପକ୍ଷରେ ରଣଜୀ ଟ୍ରଫି ଫାଇନାଲରେ ଖେଳିଥିଲେ। ଏହା ପରେ, ଗତ ସିଜିନରେ କରୋନା ଦ୍ୱାରା ପ୍ରଭାବିତ ହୋଇଥିବା ବେଳେ ସେ ଆଘାତ ହେତୁ ଖେଳିପାରି ନ ଥିଲେ। କିନ୍ତୁ ଏବେ ସେ ଅଭିମନ୍ୟୁ ଏସୱାରାନଙ୍କ ନେତୃତ୍ୱରେ ବଙ୍ଗଳା ଦଳରେ ଯୋଗ ଦେଇଛନ୍ତି।
ମନୋଜ ତିୱାରୀ ହାରାହାରି ୫୦.୩୬ ରେ ୧୨୫ ପ୍ରଥମ ଶ୍ରେଣୀ ମ୍ୟାଚରେ ୮୯୬୫ ରନ ସଂଗ୍ରହ କରିଛନ୍ତି। ସେ ୨୭ ଶତକ ଏବଂ ୩୭ ଅର୍ଦ୍ଧଶତକ ହାସଲ କରିଛନ୍ତି। ୩୦୩ ନଟ୍‌ଆଉଟ୍‌ ତାଙ୍କର ସର୍ବୋତ୍ତମ ସ୍କୋର। ମନୋଜ ୧୨ ଟି ଦିନିକିଆ ଏବଂ ତିନୋଟି ଟି -୨୦ ଖେଳିଛନ୍ତି। ସେ ମଧ୍ୟ ଦିନିକିଆରେ ଗୋଟିଏ ଶତକ ଏବଂ ଗୋଟିଏ ଅର୍ଦ୍ଧଶତକ ସ୍କୋର କରିଛନ୍ତି।
ବିଦର୍ଭ, ରାଜସ୍ଥାନ, କେରଳ, ହରିୟାଣା, ତ୍ରିପୁରା ସହିତ ବଙ୍ଗଳାକୁ ଗ୍ରୁପ ବିରେ ସ୍ଥାନିତ କରାଯାଇଛି। ଦଳ ଜାନୁଆରୀ ୧୩ରେ ତ୍ରିପୁରା ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପାଣିରେ ପଶି ଲୋକଙ୍କୁ ସାହାଯ୍ୟ କରୁଛନ୍ତି ବିଧାୟକ

ଗୁଆହାଟୀ,୧୪।୭:ଆସାମରେ ପ୍ରବଳ ବନ୍ୟା ଯୋଗୁ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏହି ସମୟରେ ଲୋକଙ୍କ ସହାୟତା ପାଇଁ ଆଗେଇ ଆସିଛନ୍ତି ଜଣେ ବିଧାୟକ। ବନ୍ୟା ପାଣିରେ...

ଲକ୍‌ଡାଉନ ମଧ୍ୟରେ ହେବ ସିବିଏସ୍‌ଇ ଦଶମ-ଦ୍ୱାଦଶ ପରୀକ୍ଷା: ସ୍ବତନ୍ତ୍ର ବସ୍‌ରେ ଯିବେ ପରୀକ୍ଷାର୍ଥୀ; ଶାହା

ନୂଆଦିଲ୍ଲୀ,୨୦।୫: କରୋନା ଲକ୍‌ଡାଉନ ଯୋଗୁ ପିଲାଙ୍କ ପାଠପଢ଼ା, ପରୀକ୍ଷା ଓ ଖାତାଦେଖା ବାଧାପ୍ରାପ୍ତ ହୋଇଛି। ସ୍କୁଲ, କଲେଜ ବନ୍ଦ ଥିବାରୁ ଛାତ୍ରୀଛାତ୍ରଙ୍କ ପାଠପଢ଼ା ଲାଗି ସରକାର...

୧୮ ମାସରେ ୨୦୦ କୋଟି ଟିକା, ଭାରତର ରେକର୍ଡ…

ନୂଆଦିଲ୍ଲୀ, ୧୬।୭ : ଦେଶରେ କରୋନା ମହାମାରୀ ବିରୋଧରେ ଲଢ଼େଇରେ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ସାର୍ବଜନୀକ ଟିକାକରଣ ଅଭିଯାନରେ ୧୮ ମାସରେ ୨୦୦...

ସ୍ମିଥ୍‌, ଡିଭିଲର୍ସଙ୍କୁ ବୋଲିଂ କରିବା ବଡ଼ ଚ୍ୟାଲେଞ୍ଜ: କୁଲଦୀପ୍‌

ନୂଆଦିଲ୍ଲୀ,୩।୭(ପି.ଟି): ଅଷ୍ଟ୍ରେଲିଆ ତାରକା ବ୍ୟାଟ୍ସମ୍ୟାନ ଷ୍ଟିଭ୍‌ ସ୍ମିଥ୍‌ ଓ ଦକ୍ଷିଣ ଆଫ୍ରିକା ପୂର୍ବତନ ବ୍ୟାଟ୍ସମ୍ୟାନ ଏବି ଡିଭିଲର୍ସଙ୍କୁ ବୋଲିଂ କରିବା ଏକ ବଡ଼ ଚ୍ୟାଲେଞ୍ଜ୍‌ ବୋଲି...

ଏହି ବାଳକଙ୍କ ବେଲି ଡ୍ୟାନ୍ସ ଆଗରେ ଫେଲ୍‌ ମାରିଯିବେ ବଡ଼ବଡ଼ ଡ୍ୟାନ୍ସର

ପ୍ରସିଦ୍ଧ ଗାୟିକା ତଥା ବେଲି ଡ୍ୟାନ୍ସର ଶକିରାଙ୍କ ନୃତ୍ୟ ଆପଣ ନିଶ୍ଚିତ ଦେଖିଥିବେ। ମାତ୍ର ପ୍ରତିଭା କାହା ପାଖରେ କେମିତି ବି ଥାଇପାରେ। ବିହାରର କାଟିହାରରେ...

ଦିଲ୍ଲୀ-ଦୋହା ବିମାନରେ ଯାତ୍ରୀଙ୍କ ମୃତ୍ୟୁ, କରାଚିରେ ଜରୁରୀକାଳୀନ ଅବତରଣ…

ନୂଆଦିଲ୍ଲୀ,୧୩।୩ : ଡାକ୍ତରୀ ପରିସ୍ଥିତି କାରଣରୁ ନୂଆଦିଲ୍ଲୀରୁ ଦୋହା ଅଭିମୁଖେ ଏକ ଇଣ୍ଡିଗୋ ବିମାନକୁ ପାକିସ୍ତାନର କରାଚିରେ ଜରୁରୀକାଳୀନ ଅବତରଣ କରାଯାଇଛି। ଏକ ବିମାନ ଅଧିକାରୀ...

୪ କୃଷକ ନେତାଙ୍କୁ ହତ୍ୟା ଷଡ଼ଯନ୍ତ୍ର

ନୂଆଦିଲ୍ଲୀ, ୨୪।୧(ପି.ଟି.): ୪ ଜଣ କୃଷକ ନେତାଙ୍କୁ ହତ୍ୟା କରିବା ସହ ଜାନୁୟାରୀ ୨୬ରେ ଦିଲ୍ଲୀରେ ହେବାକୁ ଥିବା ପ୍ରସ୍ତାବିତ ଟ୍ରାକ୍ଟର ରାଲିକୁ ଭଣ୍ଡୁର କରିବା...

ମହାରାଷ୍ଟ୍ରରେ କରୋନା ଭ୍ୟାକ୍ସିନ ବିତରଣ ପାଇଁ ଗଠନ କରାଯାଇଛି ଟାକ୍ସ ଫୋର୍ସ: ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୨୪ ।୧୧: ଦେଶରେ କରୋନା ମହାମାରୀ ପୁଣିଥରେ ତା’ର କାୟା ବିସ୍ତାର କରିଥିବା ବେଳେ ଏବେ ଏହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ଏହାର...

Advertisement
Archives

Model This Week