ପାଠପଢ଼ା ସ୍ଥିତି ପରଖିଲେ ଗଣଶିକ୍ଷାମନ୍ତ୍ରୀ : ବିଜେବିରେ ଯୁକ୍ତ ୨ ଖୋଲିବାକୁ ପ୍ରସ୍ତାବ

ଖୋର୍ଦ୍ଧା ଅଫିସ/ଯାଁଳା/ବେଗୁନିଆ,୧୧ା୧(ଡି.ଏନ୍‌.ଏ.): ରାଜ୍ୟ ସରକାର ଦୀର୍ଘ ୯ମାସ ପରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ କୋଭିଡ୍‌ କଟକଣାରେ ସ୍କୁଲ ଖୋଲିଛନ୍ତି। ପାଠପଢ଼ା କିପରି ଚାଲିଛି, ଏନେଇ ସୋମବାର ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଖୋର୍ଦ୍ଧାର ବିଭିନ୍ନ ବିଦ୍ୟାଳୟର ସ୍ଥିତି ପରଖିଛନ୍ତି। ପୂର୍ବାହ୍ନ ୧୧ଟାରେ ମନ୍ତ୍ରୀ ଦାଶ ସରକାରୀ ବାଳିକା ବିଦ୍ୟାଳୟରେ ପହଞ୍ଚି ପ୍ରଧାନଶିକ୍ଷୟିତ୍ରୀ କମଳାରାଣୀ ଆଚାର୍ଯ୍ୟଙ୍କ ସହ ଆଲୋଚନା କରିଥିଲେ। ଦଶମରେ ୧୮୭ ଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୮୭ଜଣ ଛାତ୍ରୀ ସ୍କୁଲକୁ ଆସୁଛନ୍ତି ବୋଲି ପ୍ରଧାନଶିକ୍ଷୟିତ୍ରୀ କହିଥିଲେ। ପରେ ମନ୍ତ୍ରୀ ଦାଶ ଶ୍ରେଣୀଗୃହରେ ପିଲାଙ୍କ ସହ ଆଲୋଚନା କରିଥିଲେ। ପାଠପଢା ସମ୍ପର୍କରେ ପଚାରି ବୁଝିଥିଲେ। ସେଠାରୁ ବକ୍ସି ଜଗବନ୍ଧୁ ବିଦ୍ୟାଧର(ବିଜେବି) ହାଇସ୍କୁଲକୁ ଯାଇଥିଲେ। ପ୍ରଧାନଶିକ୍ଷକ ଏସ୍‌କେ ଗୋହର ଅଲ୍ଲୀଙ୍କ ସହ ପିଲାଙ୍କ ପାଠପଢ଼ା କିପରି ଚାଲିଛି ପଚାରି ବୁଝିଥିଲେ। ସେହିପରି ଯଁାଳା ପଞ୍ଚାୟତର କୃଷ୍ଣଚନ୍ଦ୍ର ବିଦ୍ୟାପୀଠକୁ ବିଇଓ ନିରୁପା ବେହେରାଙ୍କ ସହ ମନ୍ତ୍ରୀ ଦାଶ ଯାଇଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ସେଠ୍‌ମାଝିଙ୍କ ସହ ପିଲାଙ୍କ ପାଠପଢ଼ା ସମ୍ପର୍କରେ ଆଲୋଚନା କରିଥିଲେ। ବେଗୁନିଆ ସଦର ମହକୁମାସ୍ଥିତ ଆଦର୍ଶ ବିଦ୍ୟାଳୟ ମନ୍ତ୍ରୀ ଦାଶ ପରିଦର୍ଶନ କରିଥିଲେ। ସ୍କୁଲର ଅର୍ଦ୍ଧନିର୍ମିତ ପାଚେରିକୁ ପୂର୍ଣ୍ଣାଙ୍ଗ କରିବା ଏବଂ ପରିସରରେ ଆବଶ୍ୟକ ଫୁଲ ଓ ଚାରାରୋପଣ ଉପରେ ଗୁରୁତ୍ୱ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ରାଜ୍ୟରେ ୬୦ପ୍ରତିଶତ ଛାତ୍ରୀଛାତ୍ର ବର୍ତ୍ତମାନ ବିଦ୍ୟାଳୟକୁ ଆସୁଛନ୍ତି। ସ୍ବାଭାବିକ ସ୍ଥିତିକୁ ଫେରିବା ଲାଗି ସମୟ ଲାଗିବ। ଶିକ୍ଷକ ଓ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିଲେ, ଏକ ଆଦର୍ଶ ବିଦ୍ୟାଳୟ ଗଠନ ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି।

ବିଜେବିରେ ଯୁକ୍ତ ୨ ଖୋଲିବାକୁ ପ୍ରସ୍ତାବ

ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ବିଜେବି ହାଇସ୍କୁଲ ପରିଦର୍ଶନ ସମୟରେ ସ୍ଥାନୀୟ ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର ପହଞ୍ଚି ମନ୍ତ୍ରୀଙ୍କ ସହ ବିଦ୍ୟାଳୟ ଭିତ୍ତିଭୂମି ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟରେ ସର୍ବ ପୁରାତନ ଏହିି ହାଇସ୍କୁଲରେ ଯୁକ୍ତ ୨ ଖୋଲିବା ଲାଗି ମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ। ଏ ଦିଗରେ ମନ୍ତ୍ରୀ ଦୃଷ୍ଟି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିବା ବିଧାୟକ ମିତ୍ର କହିଛନ୍ତି। ଯୁକ୍ତ ୨ ପାଠ୍ୟକ୍ରମ ଖୋଲିଲେ, ଏହାର ଗୌରବ ବୃଦ୍ଧି ପାଇବ ବୋଲି ପ୍ରଧାନଶିକ୍ଷକ ଏସ୍‌କେ ଗୋହର ଅଲ୍ଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମହାବୀର ପର୍ବତକୁ ଫେରିଆସିଛି ମାଈ ହାତୀ

ବଡ଼ଗାଁ,୧୩ା୯(ଅଶୋକ ଷଡ଼ଙ୍ଗୀ): ଝାଡ଼ଖଣ୍ଡ ରାଜ୍ୟ ଜଙ୍ଗଲରୁ କିଛି ମାସ ତଳେ ଆସିଥିବା ୨୬ ଟିକିଆ ହାତୀପଲ ସୁନ୍ଦରଗଡ଼ ଜିଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମହାବୀର ପର୍ବତରେ…

ଟ୍ରକ୍‌-କାର୍‌ ମୁହାଁମୁହିଁ ଧକ୍କା: ତିରିଂ ହାଇସ୍କୁଲ ପ୍ରଧାନଶିକ୍ଷକ ଗୁରୁତର

ରାଇରଙ୍ଗପୁର, ୧୪।୯ (ମାନସ ରଞ୍ଜନ ମହାନ୍ତି): ବହଳଦା ଥାନା ଅନ୍ତର୍ଗତ ରାଇରଙ୍ଗପୁର-ଟାଟା ଜାତୀୟ ରାଜପଥ ୨୨୦ ନମ୍ବର କାଦୁଆଣି-ବାସିଙ୍ଗୀ ମଧ୍ୟରାସ୍ତା ତିତିଲି ଢାବା ନିକଟରେ ସୋମବାର ଏକ…

ମଦ ଦୋକାନକୁ ନେଇ ବଢୁଛି ଅସନ୍ତୋଷ, ଅନ୍ୟତ୍ର ସ୍ଥାନାନ୍ତର ଦାବି

କେନ୍ଦୁଝର,୧୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ଡିଏଫ୍‌ଓଙ୍କ କାର୍ଯ୍ୟାଳୟ ସମ୍ମୁଖ ଗୁରୁତ୍ୱପୂର୍ଣ୍ଣ ଟ୍ରାଫିକ ଛକରେ ଏକ ଠିପିବନ୍ଦ ମଦ ଦୋକାନ ପୁଣିଥରେ ଖୋଲିବାକୁ ନେଇ…

କନ୍ଧମାଳ ସମସ୍ୟା ନେଇ ‘ବିଚାର ମନ୍ଥନ’, ସରକାରଙ୍କ ନିକଟରେ ଦାବି ରଖିବାକୁ ନିଷ୍ପତ୍ତି

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ହନୁମାନ ମନ୍ଦିର ପ୍ରାଙ୍ଗଣସ୍ଥିତ ସଭାଗୃହରେ ସୋମବାର ‘ବିଚାର ମନ୍ଥନ’ ନାମରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲାର…

ସ୍କୁଲ ବସ୍‌ ଧକ୍କାରେ ଚାଲିଗଲା ଜୀବନ: ଜଣେ ମୃତ, ଜଣେ ଗୁରୁତର

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଲା ଥାନା ଅନ୍ତର୍ଗତ କୁଲୁଥିପାଲି ଗାଁ ନିକଟ ରାସ୍ତାରେ ସୋମବାର ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି।…

୧୭ରେ ମୋଦିଙ୍କ ଜନ୍ମଦିନ, ଆଶୀର୍ବାଦର ଦୀପ ଜାଳିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ୱର,୧୪।୯: ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ‘ଆଶୀର୍ବାଦର ଦୀପ’ ଜାଳିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ, ଦେବୀ ଗଙ୍ଗାଙ୍କୁ ଆବାହନ ପରେ କଳସ ଯାତ୍ରା

ଦିଗପହଣ୍ଡି,୧୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବଜାର ସାହି ପୂଜା କମିଟି ପକ୍ଷରୁ ୪୬ ତମ ଶ୍ରୀ ଗଣେଶ ପୂଜା ମହୋତ୍ସବ ସୋମବାର ଠାରୁ…

ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌

ପଟାଙ୍ଗି,୧୪ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଜୋଡିମାଦଲି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଚାଉଳ ବୋଝେଇ ଟ୍ରକ୍‌ । ସୂଚନା ଅନୁସାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?