ରାସ୍ତା ଖୋଳିଲେ ଖଣି କମ୍ପାନୀ, ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ

ଯୋଡ଼ା,୨୫।୬(ମାନସ ମହାନ୍ତି)କେନ୍ଦୁଝର ଜିଲା ଯୋଡ଼ା -ବାମେବାରି ରାସ୍ତାର ବାଂଶପାଣିଠାରେ ଥିବା ରେଳ ଓଭରବ୍ରିଜ ରାସ୍ତାରେ ଦୁଇ ଫୁଟ୍‌ରୁ ଊଦ୍ଧର୍‌ବ ଉଚ୍ଚରେ ପାଣି ଜମିଛି। ରାସ୍ତାରେ ହୋଇଥିବା ବଡ଼ ଗାଢ଼ରେ ଅସରାଏ ବର୍ଷାରେ ପାଣି ଜମି ଯାତାୟାତ ଠପ୍‌ ହୋଇଯାଉଛି। ଶୁକ୍ରବାର ଓ ଶନିବାର ମୌସୁମୀ ବର୍ଷାରେ ଉକ୍ତ ରସ୍ତାରେ ପାଣି ଜମିବାରୁ ବାମେବାରି-ଜୁରୁଡ଼ି-ଯୋଡ଼ା ରାସ୍ତାରେ କିଛି ସମୟ ଭାରିଯାନ ଚଳାଚଳ ଠପ୍‌ ହୋଇଯାଇଥିଲା।
ରାସ୍ତା ଦେଇ ଯାଉଥିବା ଚାଳକ ନରସିଂହ ଓରାମ, ମଗୁରୁଚରଣ ମୁଣ୍ଡା ପ୍ରମୁଖ କହିଛନ୍ତି, ରାସ୍ତାରେ ସେମାନେ ଦୈନିକ ଭାରିଯାନରେ ଲୁହାପଥର ପରିବହନ କରିଥାଆନ୍ତି। ଅନେକ ସମୟରେ ବିଭିନ୍ନ କମ୍ପାନୀର ବଡ଼ ମେସିନ ଖଣିକୁ ଏହି ଓଭରବ୍ରିଜ ରାସ୍ତା ଦେଇ ଯାଇ ନ ପାରି ଅଟକି ରହିଥାଏ। ଫଳରେ ବିଳମ୍ବିତ ରାତିରେ କିଛି ଅସାଧୁ ରେଳ କର୍ମଚାରୀଙ୍କୁ ହାତ ବାରିଶି କରି କମ୍ପାନୀଗୁଡ଼ିକ ସମତଳ ରାସ୍ତାକୁ ଖୋଳି ମେସିନ ଅତିକ୍ରମ କରାଇଥାନ୍ତି। ଫଳରେ ରାସ୍ତାରେ ବଡ଼ ଗର୍ତ୍ତ ସୃଷ୍ଟି ହୋଇଥାଏ। ଗର୍ତ୍ତରେ ସାମାନ୍ୟ ବର୍ଷା ହେଲେ ପ୍ରାୟ ଦୁଇ ଫୁଟ ଊର୍ଦ୍ଧ୍ୱ ଗଭୀରରେ ବର୍ଷା ଜଳ ଜମିଥାଏ। ଜଳ ନିଷ୍କାସନର ବ୍ୟବସ୍ଥା ନ ଥିବାରୁ ଗାଡ଼ି ଯାତାୟାତରେ ସମସ୍ୟା ଉପୁଜିଥାଏ। ଅଧିକ ବାଇକ ଆରୋହୀ ଦୁର୍ଦ୍ଦଶା ଭୋଗି ଥାଆନ୍ତି। ରାସ୍ତା ଦେଇ ଜୁରୁଡ଼ି-ବାମେବାରି ଅଞ୍ଚଳର ଜନସାଧାରଣ ଯୋଡ଼ା ବ୍ଲକ୍‌ ସଦର ମହକୁମାରେ ଥିବା ବିଭିନ୍ନ କାର୍ଯ୍ୟାଳୟ, ଡାକ୍ତରଖାନା, ବ୍ୟାଙ୍କକୁ ଯାଆସ କରି ଥାଆନ୍ତି।
ରାସ୍ତାଟି ଅର୍ଥନୈତିକ ଦୃଷ୍ଟି କୋଣରୁ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ହେଁ ଏଥିପ୍ରତି ପ୍ରଶାସନିକ ଉଦାସିନତା ସାଧାରଣଙ୍କୁ ବ୍ୟଥିତ କରିଛି ବୋଲି ଶ୍ରମିକ ନେତା ମହେଶ୍ୱର ରାଉତ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ସମସ୍ୟାର ସ୍ଥାୟୀ ପ୍ରତିକାର କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚମକିଲେ ବୈଭବ ସୂର୍ଯ୍ୟବଂଶୀ; ଗୋଟିଏ ଓଭରରେ କଲେ ଏମିତି କାମ, ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୨୫।୮: ବେଙ୍ଗାଲୁରୁସ୍ଥିତ BCCI ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଚାଲିଥିବା ଦୁଲୀପ ଟ୍ରଫିର କ୍ୱାର୍ଟରଫାଇନାଲ୍ ମ୍ୟାଚ୍‌ରେ ଇଷ୍ଟ ଜୋନ୍ ପକ୍ଷରୁ ଦମଦାର ବୋଲିଂ କରିଛନ୍ତି ୧୫ ବର୍ଷୀୟ ବୈଭବ…

ଚିନି ପରେ ଏବେ ଗୁଡ଼ ହେଲା ମହଙ୍ଗା, ଦୁଇଗୁଣା ବଢିଲା ଦର; ଜାଣନ୍ତୁ ଦାମ ବଢ଼ିବାର କାରଣ

ନୂଆଦିଲ୍ଲୀ,୨୫।୮: ଗତ କିଛି ଦିନ ଧରି ଚିନିର ବଢ଼ୁଥିବା ଦାମ ଲୋକଙ୍କ ଚିନ୍ତା ବଢ଼ାଇଥିବା ବେଳେ ଏବେ ଗୁଡ଼ ମଧ୍ୟ ମହଙ୍ଗା ହୋଇଛି। ଚିନି ପରେ ଗୁଡ଼ର…

ଡଙ୍ଗା ଚଢୁଥିଲେ ପରେଶ୍ୱର,ଟାଣିନେଲା କୁମ୍ଭୀର: ଆଉ ତା’ପରେ ଘଟିଲା…

ରାଜକନିକା,୨୫।୮(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ତ୍ରୈଲୋକ୍ୟପୁର ପଞ୍ଚାୟତ ଗଙ୍ଗାଧର ପ୍ରସାଦ ଡିଆ ଗାଁ ସନ୍ନିକଟ ଖରସ୍ରୋତା ନଦୀର ଭରାନଦୀରେ ମଙ୍ଗଳବାର ସକାଳେ ସମୟରେ…

ଧ୍ରୁବ ଜୁରେଲଙ୍କ ‘ଟାଟୁ’ ପଛରେ କ’ଣ ଅଛି ଅର୍ଥ? ଜାଣିବା ପରେ ଆପଣ ମଧ୍ୟ ତାଙ୍କୁ…

ନୂଆଦିଲ୍ଲୀ,୨୫।୮: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଧ୍ରୁବ ଜୁରେଲ ଶତକ ପୂରଣ କରିବା ମାତ୍ରେ, ତାଙ୍କର ଉତ୍ସବ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେ ପ୍ରଥମେ ଏକ…

ବିଧାୟକଙ୍କ ଉପସ୍ଥିତିରେ ଆପୋଷ ବୁଝାମଣାରେ ତୁଟିଲା ଉଠାଦୋକାନୀ ବିବାଦ

ଛତ୍ରପୁର,୨୫।୮(ଦିଲ୍ଲୀପ ସାମଲ): ଛତ୍ରପୁର ସହର ବାଳିକା ଉଚ୍ଚ ବିଦ୍ୟାଳୟ ନିକଟ ପରିବା ବଜାର ଉଠାଦୋକାନୀ ମଙ୍ଗଳବାର ବନ୍ଦ ଡାକରା ଦେଇଥିବା ବେଳେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ…

ଇମ୍ରାନଙ୍କୁ ନେଇ ଏମିତି କହିଲେ କପିଲ ଦେବ, ହେଉଛି ବଡ଼ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ କପିଲ ଦେବ ପୁଣି ଥରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଇମ୍ରାନ ଖାନଙ୍କ ସମର୍ଥନରେ ବାହାରିଛନ୍ତି। ସମ୍ପ୍ରତି, 21 ଜଣ…

ରାହୁଲ ଗାନ୍ଧୀଙ୍କ ଉପରେ ରାଗିଗଲେ ଶଙ୍କରାଚାର୍ଯ୍ୟ, ଦେଲେ ସିଧା ଚେତାବନୀ

ନୂଆଦିଲ୍ଲୀ,୨୫।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମନୁସ୍ମୃତି ସମ୍ପର୍କିତ ବୟାନକୁ ନେଇ ଶଙ୍କରାଚାର୍ଯ୍ୟ ସ୍ବାମୀ ଅବିମୁକ୍ତେଶ୍ୱରାନନ୍ଦ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ମନୁସ୍ମୃତି ଏବଂ…

ଅସରପା ଶବ୍ଦକୁ ନେଇ ଏବେବି ରହିଛି ବିବାଦ, ପୁଣି ଉଠିଲାଣି CJIଙ୍କ କଥା? ଅଭିଜିତ ଦୀପକେଙ୍କ ଆଶ୍ଚର୍ଯ୍ୟଜନକ ଦାବି

ନୂଆଦିଲ୍ଲୀ,୨୫।୮: ‘କକ୍ରୋଚ’ ଶବ୍ଦର ବ୍ୟବହାରକୁ ନେଇ ରାଜନୈତିକ ବିବାଦ ଜାରି ରହିଛି। ଏହା ମଧ୍ୟରେ, କକ୍ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଦାବି କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri