ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ମିନି ଷ୍ଟାଡିୟମ ବ୍ୟୟାମ କେନ୍ଦ୍ର

ଗଞ୍ଜାମ,୬।୧୨(ବିଦ୍ୟାଧର ସାହୁ): ସ୍ଥାନୀୟ ଅଞ୍ଚଳବାସୀଙ୍କ ବୃହତ ସ୍ବାର୍ଥ ଦୃଷ୍ଟିରୁ ତଥା ଶରୀର ସୁସ୍ଥ ଓ ଶବଳ ରଖିବା ଲାଗି ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିୟମଠାରେ ତତ୍କାଳୀନ ସରକାରଙ୍କ ପକ୍ଷରୁ ବିଭିନ୍ନ ବ୍ୟାୟାମ ସାମଗ୍ରୀର ବ୍ୟବସ୍ଥା କରାଯାଇଥିଲା। ବର୍ତ୍ତମାନ ଏହି ଷ୍ଟାଡିୟମଠାରେ ଥିବା ବ୍ୟୟାମ କେନ୍ଦ୍ର ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ଦେଖିବାକୁ ମିଳିଛି l ସକାଳ ହେଲେ ଗଞ୍ଜେଇ ଖିଆଙ୍କ ବାସସ୍ଥଳୀ ଏବଂ ସନ୍ଧ୍ୟା ହେଲେ ମଦୁଆଙ୍କ ଭିଡ଼ ଜମୁଛି l ମାଳମାଳ ମଦ ବୋତଲ ଓ ପାଣି ବୋତଲ ମାଂସ ହାଡ଼ ଆଦି ପଡ଼ିଥିବା ଦେଖିବାକୁ ମିଳୁଛି l ଏନଏସି ପ୍ରଶାସନର ବେପରୁଆ ନୀତି ଏବଂ ଦୂରଦୃଷ୍ଟି ଅଭାବରୁ ତାହା ଠିକ ଭାବେ ରକ୍ଷଣବେକ୍ଷଣ କରାଯାଉନାହିଁ। ଯାହା ଫଳରେ ଲକ୍ଷାଧିକ ଟଙ୍କା ମୂଲ୍ୟର ଏହି ସବୁ ସାମଗ୍ରୀ ଭାଙ୍ଗିରୁଜି ଯାଇଥିବା ଦେଖିବାକୁ ମିଳିଛି l ବର୍ତମାନ ତାହା ଆଉ ବ୍ୟବହାର ଯୋଗ୍ୟ ନୁହେଁ ବୋଲି ସୂଚନା ମିଳିଛି l ସହରରେ ଏମିତି ଅନେକ ପ୍ରକଳ୍ପ ବ୍ୟବହାର ପୂର୍ବରୁ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ତାହା ମଧ୍ୟ ବ୍ୟବହାର ଯୋଗ୍ୟ ହୋଇ ରହିନାହିଁ l ଏହାକୁ ନେଇ ଘୋର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସହରବାସୀ l ପିସି କାରବାର ଜୋର ସୋରରେ ଚାଲିଥିବା ଯୋଗୁ ଠିକାଦାର ନିମ୍ନ କାମ କରି ଫାଇଦା ଉଠାଉଛନ୍ତି l ସମସ୍ୟା ଭୋଗ କରୁଛନ୍ତି ଅଞ୍ଚଳବାସୀ। ଏଥିସହ ବ୍ୟାୟାମ ସ୍ଥାନରେ କୁଢ଼ କୁଢ଼ ଅଳିଆ ଆବର୍ଜନା ମାସ ମାସ ଧରି ପଡିରହୁଛି l ପରିବେଶ ଦୂଷିତ ସହ ଦୁର୍ଘନ୍ଧରେ ନାକ ଫାଟି ପଡୁଛି l ଏଥିପାଇଁ ଲୋକେ ବ୍ୟାୟାମ କରିବାକୁ ନ ଆସି ମୁହଁ ଫେରାଉଛନ୍ତି l ରାତିରେ ପୋଲିସ ପେଟ୍ରୋଲିଂ କଡାକଡି କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ବିଲରୁ ମିଳିଲା ହାତୀର ମୃତଦେହ: ତଦନ୍ତ ଆରମ୍ଭ

ଖୋର୍ଦ୍ଧା,୧୮।୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ରେଞ୍ଜ ଅନ୍ତର୍ଗତ ପରିଛଳ ପଞ୍ଚାୟତ ଅନ୍ତର୍ଗତ ଡାଳତୋଡା କଣିବାରି ଫସଲ କ୍ଷେତରୁ ଏକ ମାଈ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ମୃତ...

ମାମୁ-ଭାଣିଜୀଙ୍କୁ ଧକ୍କାଦେଲା ପିକ୍‌ଅପ୍‌ ଭ୍ୟାନ୍‌: ଆଉ ତା’ପରେ…

ଆନନ୍ଦପୁର,୧୮।୧(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜଲା ଆନନ୍ଦପୁର ଥାନା ବିରିଡିହା ଛକ ନିକଟରେ ପିକପଭ୍ୟାନ ଧକ୍କାରେ ମାମୁ ଭାଣିଜୀ ଗୁରୁତର ହୋଇଛନ୍ତି। ଶନିବାର ସକାଳୁ ବିରିଡିହା ରଣାସାହି...

ବଢୁଛି ଶୀତ: ତୁଷାରପାତର ମଜା ନେଉଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡି,୧୮।୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡିରେ ପୁଣି ଅସହ୍ୟ ଶୀତ ହେଉଛି। ଗତ ୩ ଦିନ ହେଲା ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି ଶନିବାର ସର୍ବନିମ୍ନ...

ଚିଲିକାରେ ପକ୍ଷୀ ଗଣନା ଆରମ୍ଭ

ଖୋର୍ଦ୍ଧା,୧୮।୧(ପ୍ରଭାତ ପାଣିଗ୍ରାହୀ/କୈଳାଶ ଚନ୍ଦ୍ର ପଟ୍ଟନାୟକ): ସମଗ୍ର ଚିଲିକାରେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ଚିଲିକାକୁ ଆଗମନ କରିଥିବା ବିଦେଶାଗତ ଏବଂ ଦେଶୀୟ ପକ୍ଷୀଙ୍କ ଗଣନା ଚାଲିଛି।...

ଅଧିକାରୀ ବଦଳୁଛନ୍ତି, ଉଚ୍ଛେଦ ହେଉନି

ବରଗଡ଼,୧୮।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରର ବ୍ୟସ୍ତବହୁଳ ଲେଙ୍ଗୁ ମିଶ୍ର ଛକରୁ ପୁରୁଣା ଜିରା ବ୍ରିଜ୍‌ ରାସ୍ତାପାର୍ଶ୍ୱ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାରେ ସରକାରୀ କଳ ହାତ ବାନ୍ଧି ବସିବା...

ଜିଲା ପରିଷଦ ସଦସ୍ୟ-ସରପଞ୍ଚ ମୁହାଁମୁହିଁ, ଥାନାରେ ମାମଲା

ହାଟଡ଼ିହୀ/ଛେନାପଦି,୧୮ା୧(ଶୁଭକାନ୍ତ ନାୟକ/ ନିରାକାର ପରିଡ଼ା): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ବିଜେଡି ପ୍ରାର୍ଥୀ ବିଧାୟକ ଭାବେ ଗଡ଼ ଦଖଲ କରିଛନ୍ତି। ହେଲେ ନିର୍ବାଚନମଣ୍ଡଳୀରେ ଏବେ...

ବୁଲାବୁଲି ସାରି ଘରକୁ ଫେରୁଥିଲେ, ନିଆଁ ଲାଗି ହୁତୁ ହୁତୁ ହୋଇ ଜଳିଗଲା ଚଳନ୍ତା କାର୍‌

ବାଲିଗୁଡା,୧୭।୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଥାନା ଅନ୍ତର୍ଗତ ସାକୁଶବାଲି ନିକଟରେ ୫୯ ନଂ.ଜାତୀୟ ରାଜପଥ ଉପରେ ଶୁକ୍ରବାର ରାତିରେ ବଡ଼ ଦୁର୍ଘଟଣା ଘଟିଛି।...

ବଳାତ୍କାର ମାମଲା ଶୁଣାଣି ସମୟରେ କୋର୍ଟ ପରିସରରେ ବିଷ ପିଇଲେ ନାବାଳିକା

କେନ୍ଦ୍ରାପଡ଼ା, ୧୭ା୧ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା କୋର୍ଟ ପରିସର ବାହାରେ ଶୁକ୍ରବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ପୋକ୍‌ସୋ ମାମଲାରେ ସାକ୍ଷୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri