ମେଧାବୀଙ୍କ ମନ ଊଣା

ଅନୁଗୋଳ ଅଫିସ, ୧୬।୪
ଆସନ୍ତା ମେ ୩ ତାରିଖରୁ ଆରମ୍ଭ ହୋଇଥାନ୍ତା ମାଟ୍ରିକ ପରୀକ୍ଷା। ଏଥିପାଇଁ ଗତ ଜାନୁୟାରୀରୁ ଜୋର ଧରିଥିଲା ପ୍ରସ୍ତୁତି। ସ୍କୁଲରେ ଶହେ ଦିନିଆ ପାଠପଢ଼ା ଟାର୍ଗେଟ୍‌ ସହ ଦଶମ ଶ୍ରେଣୀର ସବୁ ଛାତ୍ରୀଛାତ୍ରଙ୍କୁ ଗଣଶିକ୍ଷା ବିଭାଗ ପକ୍ଷରୁ ‘ଶିକ୍ଷା ଦର୍ପଣ’ ବଣ୍ଟା ଯାଇଥିଲା। ଚଳିତବର୍ଷ ଅନୁଗୋଳରେ ୧୮ ହଜାର ୯୯୬ ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷା ଦେଇଥାନ୍ତେ। ସମସ୍ତେ ଫର୍ମ ପୂରଣ କରିସାରିଥିବା ବେଳେ ଜିଲା ଶିକ୍ଷା ବିଭାଗ ପକ୍ଷରୁ ୯୪ଟି ପରୀକ୍ଷା କେନ୍ଦ୍ର ପାଇଁ ବୋର୍ଡକୁ ପ୍ରସ୍ତାବ ଦିଆଯାଇଥିଲା। କରୋନା ନିୟମ ପାଳନ ସହ ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ବଧ୍ୟତାମୂଳକ କରାଯାଇଥିବାରୁ ଏ ନେଇ ବ୍ୟାପକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା। ଆଉ କିଛି ଦିନ ପରେ ପ୍ରଶ୍ନପତ୍ର ସଂଲଗ୍ନ ଉତ୍ତରଖାତା ଆସି ଜିଲାର ୮ଟି ବ୍ଲକରେ ହୋଇଥିବା ଷ୍ଟ୍ରଙ୍ଗରୁମ୍‌ରେ ପହଞ୍ଚତ୍ଥାନ୍ତା। କିନ୍ତୁ ରାଜ୍ୟରେ କରୋନା ସଂକ୍ରମଣ ଦୈନିକ ରେକର୍ଡ ଭାଙ୍ଗୁଥିବାରୁ ମାଟ୍ରିକ ପରୀକ୍ଷା ବର୍ତ୍ତମାନ ପାଇଁ ସ୍ଥଗିତ ରଖିବାକୁ ସରକାର ଗୁରୁବାର ନିଷ୍ପତ୍ତି ନେଇଛନ୍ତି। ଜୁନ୍‌ରେ ପରିସ୍ଥିତି ସମୀକ୍ଷା କରାଯିବା ପରେ କେବେ ପରୀକ୍ଷା ହେବ ସେ ନେଇ ପୁନଃ ଯୋଜନା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବାରୁ ଅନୁଗୋଳ ଜିଲାର ଅନେକ ମାଟ୍ରିକ ପରୀକ୍ଷାର୍ଥୀଙ୍କ ମଧ୍ୟରେ ନିରାଶା ଖେଳିଯାଇଛି। ବିଶେଷକରି ଜିଲାର ବହୁ ମେଧାବୀ ଛାତ୍ରୀଛାତ୍ର ପରୀକ୍ଷା ଦେବାକୁ ଆଗ୍ରହର ସହ ଅପେକ୍ଷା କରିଥିବା ବେଳେ ସ୍ଥଗିତ ନିଷ୍ପତ୍ତିକୁ ନେଇ ମନ ଊଣା କରିଛନ୍ତି। ବହୁ ଅଭିଭାବକ ସରକାରଙ୍କ ପଦକ୍ଷେପକୁ ଉଚିତ୍‌ ବୋଲି ଦର୍ଶାଇଛନ୍ତି। ଆଉ କେତେଜଣ ଅଭିଭାବକ ପିଲାମାନଙ୍କ ଭବିଷ୍ୟତ ନେଇ ଚିନ୍ତିତ ହୋଇପଡ଼ିଥିବା ପ୍ରକାଶ କରିଛନ୍ତି।

ନିଷ୍ପତ୍ତି ସ୍ବାଗତଯୋଗ୍ୟ
କରୋନାର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ମାଟ୍ରିକ ପରୀକ୍ଷା ସ୍ଥଗିତ ପାଇଁ ନିଆଯାଇଥିବା ନିଷ୍ପତ୍ତି ସ୍ବାଗତଯୋଗ୍ୟ। ପିଲାମାନେ ପାଠପଢ଼ା ସାରିଥିବାରୁ ଓ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିବାରୁ ସଂକ୍ରମଣ କମିବା ପରେ ପରୀକ୍ଷା କରାଯାଉ।
-ନିରଞ୍ଜନ ମାଝି, ଅଭିଭାବକ
କଟକଣା ମଧ୍ୟରେ ପରୀକ୍ଷା ହେଉ
ରାଜ୍ୟରେ କରୋନା ସ୍ଥିତି କେବେ ସୁଧୁରିବ ତାହା ସରକାର କହିପାରୁ ନାହାନ୍ତି। ମାଟ୍ରିକ ପରୀକ୍ଷା ପିଲାମାନଙ୍କ ଭବିଷ୍ୟତ ଦୃଷ୍ଟିରୁ ଅତି ଗୁରୁତ୍ୱପୂର୍ଣ୍ଣ। ତେଣୁ ଅଧିକ ପରୀକ୍ଷା କେନ୍ଦ୍ର ସହ କଡ଼ା କଟକଣା ମଧ୍ୟରେ ପରୀକ୍ଷା କରାଗଲେ ସମସ୍ତଙ୍କ ପରିଶ୍ରମ ସାର୍ଥକ ହୁଅନ୍ତା।
-ବାବୁଲାଲ୍‌ ଗଡ଼ନାୟକ, ଅଭିଭାବକ
ପିଲା ଅଧିକ ଚାପଗ୍ରସ୍ତ ହେବେ
ପରୀକ୍ଷା ପାଇଁ ପୂର୍ବରୁ ସରକାର ପ୍ରସ୍ତୁତି ଚଳାଇଥିଲେ। ପିଲାମାନେ ମଧ୍ୟ ସଂକ୍ରମଣ ଭୟ ମଧ୍ୟରେ ସ୍କୁଲ ଯାଉଥିଲେ। କିନ୍ତୁ ହଠାତ୍‌ ପରୀକ୍ଷା ସ୍ଥଗିତ କରାଯିବା ଦ୍ୱାରା ଅଧିକ ଚାପ ପଡ଼ିବ।
-ଅରବିନ୍ଦ ସାହୁ, ଅଭିଭାବକ
ଛାତ୍ରୀଛାତ୍ରଙ୍କ ମଧ୍ୟରେ ନିରାଶା
ଶହେ ଦିନିଆ ପାଠପଢ଼ା ଶେଷ ହୋଇଆସୁଥିଲା। କିନ୍ତୁ ପରୀକ୍ଷା ପୂର୍ବରୁ କରୋନା ସଂକ୍ରମଣ ହଠାତ୍‌ ବୃଦ୍ଧି ସରକାରଙ୍କୁ ଏପରି ନିଷ୍ପତ୍ତି ନେବାକୁ ବାଧ୍ୟ କଲା। ଛାତ୍ରୀଛାତ୍ରମାନେ ନିରାଶ ହୋଇଛନ୍ତି।
-ଶେଷଦେବ ମିଶ୍ର, ଅଭିଭାବକ
ପରିଶ୍ରମ ପାଣିରେ ପଡ଼ିଯିବ
ପୂର୍ବରୁ ବୋର୍ଡ ପରୀକ୍ଷାକୁ ନେଇ ଭୟ ଥିଲା। କିନ୍ତୁ ସ୍କୁଲ ଯାଇ ପଢ଼ିବା ପରେ ସମସ୍ତ ପ୍ରସ୍ତୁତି ଶେଷ କରିଥିଲୁ। କିନ୍ତୁ ପରୀକ୍ଷା ସ୍ଥଗିତ ରଖାଯାଇଥିବାରୁ ସବୁ ପରିଶ୍ରମ ପାଣିରେ ପଡ଼ିଯିବା ଆଶଙ୍କା ସୃଷ୍ଟି ହୋଇଛି। ତଥାପି ସରକାରଙ୍କ ନିଷ୍ପତ୍ତି ମାନିବାକୁ ପଡ଼ିବ। -ସରସ୍ବତୀ ସାହୁ, ଛାତ୍ରୀ
ଭବିଷ୍ୟତ ନେଇ ଚିନ୍ତିତ
ମାଟ୍ରିକ ପରୀକ୍ଷା ଆଉ ହେବ କି ନାହିଁ ଜଣାନାହିଁ। ତେଣୁ ଆମମାନଙ୍କ ଭବିଷ୍ୟତ କ’ଣ ହେବ ତାହାକୁ ନେଇ ଚିନ୍ତାରେ ପଡ଼ିଛୁ। ପରୀକ୍ଷା ନ ହେଲେ ଶିକ୍ଷାରେ ଆଗକୁ କିଭଳି ଯିବୁ ତାହା ବୁଝିପାରୁନୁ। ସରକାରଙ୍କ ନିଷ୍ପତ୍ତି ପିଲା ଓ ଅଭିଭାବକଙ୍କ ଚିନ୍ତା ବଢ଼ାଇ ଦେଇଛି।
-ତନୁଶ୍ରୀ ସରକାର, ଛାତ୍ରୀ
ବିକଳ୍ପ ବ୍ୟବସ୍ଥା ଭଲ ହୋଇଥାନ୍ତା
ମହାମାରୀ ସ୍ଥିତିରେ ଉନ୍ନତି ଆସିବା ପରେ ପରୀକ୍ଷା ସମ୍ବନ୍ଧୀୟ ନିଷ୍ପତ୍ତି ନିଆଯିବ ବୋଲି ସରକାର ଘୋଷଣା କରିଛନ୍ତି। କିନ୍ତୁ ବିକଳ୍ପ ବ୍ୟବସ୍ଥା ଭାବେ ପରୀକ୍ଷାକେନ୍ଦ୍ର ସଂଖ୍ୟା ୫ ହଜାରରୁ ଅଧିକ କରି କଡ଼ା କଟକଣା ମଧ୍ୟରେ ପରୀକ୍ଷା କରାଯାଇଥିଲେ ଭଲ ହୋଇଥାନ୍ତା।
-ସରୋଜ କୁମାର ପାଣିଗ୍ରାହୀ, ଓଷ୍ଟା ରାଜ୍ୟ ଉପସଭାପତି


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri