ମେଧାବୀଙ୍କ ମନ ଊଣା

ଅନୁଗୋଳ ଅଫିସ, ୧୬।୪
ଆସନ୍ତା ମେ ୩ ତାରିଖରୁ ଆରମ୍ଭ ହୋଇଥାନ୍ତା ମାଟ୍ରିକ ପରୀକ୍ଷା। ଏଥିପାଇଁ ଗତ ଜାନୁୟାରୀରୁ ଜୋର ଧରିଥିଲା ପ୍ରସ୍ତୁତି। ସ୍କୁଲରେ ଶହେ ଦିନିଆ ପାଠପଢ଼ା ଟାର୍ଗେଟ୍‌ ସହ ଦଶମ ଶ୍ରେଣୀର ସବୁ ଛାତ୍ରୀଛାତ୍ରଙ୍କୁ ଗଣଶିକ୍ଷା ବିଭାଗ ପକ୍ଷରୁ ‘ଶିକ୍ଷା ଦର୍ପଣ’ ବଣ୍ଟା ଯାଇଥିଲା। ଚଳିତବର୍ଷ ଅନୁଗୋଳରେ ୧୮ ହଜାର ୯୯୬ ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷା ଦେଇଥାନ୍ତେ। ସମସ୍ତେ ଫର୍ମ ପୂରଣ କରିସାରିଥିବା ବେଳେ ଜିଲା ଶିକ୍ଷା ବିଭାଗ ପକ୍ଷରୁ ୯୪ଟି ପରୀକ୍ଷା କେନ୍ଦ୍ର ପାଇଁ ବୋର୍ଡକୁ ପ୍ରସ୍ତାବ ଦିଆଯାଇଥିଲା। କରୋନା ନିୟମ ପାଳନ ସହ ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ବଧ୍ୟତାମୂଳକ କରାଯାଇଥିବାରୁ ଏ ନେଇ ବ୍ୟାପକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା। ଆଉ କିଛି ଦିନ ପରେ ପ୍ରଶ୍ନପତ୍ର ସଂଲଗ୍ନ ଉତ୍ତରଖାତା ଆସି ଜିଲାର ୮ଟି ବ୍ଲକରେ ହୋଇଥିବା ଷ୍ଟ୍ରଙ୍ଗରୁମ୍‌ରେ ପହଞ୍ଚତ୍ଥାନ୍ତା। କିନ୍ତୁ ରାଜ୍ୟରେ କରୋନା ସଂକ୍ରମଣ ଦୈନିକ ରେକର୍ଡ ଭାଙ୍ଗୁଥିବାରୁ ମାଟ୍ରିକ ପରୀକ୍ଷା ବର୍ତ୍ତମାନ ପାଇଁ ସ୍ଥଗିତ ରଖିବାକୁ ସରକାର ଗୁରୁବାର ନିଷ୍ପତ୍ତି ନେଇଛନ୍ତି। ଜୁନ୍‌ରେ ପରିସ୍ଥିତି ସମୀକ୍ଷା କରାଯିବା ପରେ କେବେ ପରୀକ୍ଷା ହେବ ସେ ନେଇ ପୁନଃ ଯୋଜନା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବାରୁ ଅନୁଗୋଳ ଜିଲାର ଅନେକ ମାଟ୍ରିକ ପରୀକ୍ଷାର୍ଥୀଙ୍କ ମଧ୍ୟରେ ନିରାଶା ଖେଳିଯାଇଛି। ବିଶେଷକରି ଜିଲାର ବହୁ ମେଧାବୀ ଛାତ୍ରୀଛାତ୍ର ପରୀକ୍ଷା ଦେବାକୁ ଆଗ୍ରହର ସହ ଅପେକ୍ଷା କରିଥିବା ବେଳେ ସ୍ଥଗିତ ନିଷ୍ପତ୍ତିକୁ ନେଇ ମନ ଊଣା କରିଛନ୍ତି। ବହୁ ଅଭିଭାବକ ସରକାରଙ୍କ ପଦକ୍ଷେପକୁ ଉଚିତ୍‌ ବୋଲି ଦର୍ଶାଇଛନ୍ତି। ଆଉ କେତେଜଣ ଅଭିଭାବକ ପିଲାମାନଙ୍କ ଭବିଷ୍ୟତ ନେଇ ଚିନ୍ତିତ ହୋଇପଡ଼ିଥିବା ପ୍ରକାଶ କରିଛନ୍ତି।

ନିଷ୍ପତ୍ତି ସ୍ବାଗତଯୋଗ୍ୟ
କରୋନାର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ମାଟ୍ରିକ ପରୀକ୍ଷା ସ୍ଥଗିତ ପାଇଁ ନିଆଯାଇଥିବା ନିଷ୍ପତ୍ତି ସ୍ବାଗତଯୋଗ୍ୟ। ପିଲାମାନେ ପାଠପଢ଼ା ସାରିଥିବାରୁ ଓ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିବାରୁ ସଂକ୍ରମଣ କମିବା ପରେ ପରୀକ୍ଷା କରାଯାଉ।
-ନିରଞ୍ଜନ ମାଝି, ଅଭିଭାବକ
କଟକଣା ମଧ୍ୟରେ ପରୀକ୍ଷା ହେଉ
ରାଜ୍ୟରେ କରୋନା ସ୍ଥିତି କେବେ ସୁଧୁରିବ ତାହା ସରକାର କହିପାରୁ ନାହାନ୍ତି। ମାଟ୍ରିକ ପରୀକ୍ଷା ପିଲାମାନଙ୍କ ଭବିଷ୍ୟତ ଦୃଷ୍ଟିରୁ ଅତି ଗୁରୁତ୍ୱପୂର୍ଣ୍ଣ। ତେଣୁ ଅଧିକ ପରୀକ୍ଷା କେନ୍ଦ୍ର ସହ କଡ଼ା କଟକଣା ମଧ୍ୟରେ ପରୀକ୍ଷା କରାଗଲେ ସମସ୍ତଙ୍କ ପରିଶ୍ରମ ସାର୍ଥକ ହୁଅନ୍ତା।
-ବାବୁଲାଲ୍‌ ଗଡ଼ନାୟକ, ଅଭିଭାବକ
ପିଲା ଅଧିକ ଚାପଗ୍ରସ୍ତ ହେବେ
ପରୀକ୍ଷା ପାଇଁ ପୂର୍ବରୁ ସରକାର ପ୍ରସ୍ତୁତି ଚଳାଇଥିଲେ। ପିଲାମାନେ ମଧ୍ୟ ସଂକ୍ରମଣ ଭୟ ମଧ୍ୟରେ ସ୍କୁଲ ଯାଉଥିଲେ। କିନ୍ତୁ ହଠାତ୍‌ ପରୀକ୍ଷା ସ୍ଥଗିତ କରାଯିବା ଦ୍ୱାରା ଅଧିକ ଚାପ ପଡ଼ିବ।
-ଅରବିନ୍ଦ ସାହୁ, ଅଭିଭାବକ
ଛାତ୍ରୀଛାତ୍ରଙ୍କ ମଧ୍ୟରେ ନିରାଶା
ଶହେ ଦିନିଆ ପାଠପଢ଼ା ଶେଷ ହୋଇଆସୁଥିଲା। କିନ୍ତୁ ପରୀକ୍ଷା ପୂର୍ବରୁ କରୋନା ସଂକ୍ରମଣ ହଠାତ୍‌ ବୃଦ୍ଧି ସରକାରଙ୍କୁ ଏପରି ନିଷ୍ପତ୍ତି ନେବାକୁ ବାଧ୍ୟ କଲା। ଛାତ୍ରୀଛାତ୍ରମାନେ ନିରାଶ ହୋଇଛନ୍ତି।
-ଶେଷଦେବ ମିଶ୍ର, ଅଭିଭାବକ
ପରିଶ୍ରମ ପାଣିରେ ପଡ଼ିଯିବ
ପୂର୍ବରୁ ବୋର୍ଡ ପରୀକ୍ଷାକୁ ନେଇ ଭୟ ଥିଲା। କିନ୍ତୁ ସ୍କୁଲ ଯାଇ ପଢ଼ିବା ପରେ ସମସ୍ତ ପ୍ରସ୍ତୁତି ଶେଷ କରିଥିଲୁ। କିନ୍ତୁ ପରୀକ୍ଷା ସ୍ଥଗିତ ରଖାଯାଇଥିବାରୁ ସବୁ ପରିଶ୍ରମ ପାଣିରେ ପଡ଼ିଯିବା ଆଶଙ୍କା ସୃଷ୍ଟି ହୋଇଛି। ତଥାପି ସରକାରଙ୍କ ନିଷ୍ପତ୍ତି ମାନିବାକୁ ପଡ଼ିବ। -ସରସ୍ବତୀ ସାହୁ, ଛାତ୍ରୀ
ଭବିଷ୍ୟତ ନେଇ ଚିନ୍ତିତ
ମାଟ୍ରିକ ପରୀକ୍ଷା ଆଉ ହେବ କି ନାହିଁ ଜଣାନାହିଁ। ତେଣୁ ଆମମାନଙ୍କ ଭବିଷ୍ୟତ କ’ଣ ହେବ ତାହାକୁ ନେଇ ଚିନ୍ତାରେ ପଡ଼ିଛୁ। ପରୀକ୍ଷା ନ ହେଲେ ଶିକ୍ଷାରେ ଆଗକୁ କିଭଳି ଯିବୁ ତାହା ବୁଝିପାରୁନୁ। ସରକାରଙ୍କ ନିଷ୍ପତ୍ତି ପିଲା ଓ ଅଭିଭାବକଙ୍କ ଚିନ୍ତା ବଢ଼ାଇ ଦେଇଛି।
-ତନୁଶ୍ରୀ ସରକାର, ଛାତ୍ରୀ
ବିକଳ୍ପ ବ୍ୟବସ୍ଥା ଭଲ ହୋଇଥାନ୍ତା
ମହାମାରୀ ସ୍ଥିତିରେ ଉନ୍ନତି ଆସିବା ପରେ ପରୀକ୍ଷା ସମ୍ବନ୍ଧୀୟ ନିଷ୍ପତ୍ତି ନିଆଯିବ ବୋଲି ସରକାର ଘୋଷଣା କରିଛନ୍ତି। କିନ୍ତୁ ବିକଳ୍ପ ବ୍ୟବସ୍ଥା ଭାବେ ପରୀକ୍ଷାକେନ୍ଦ୍ର ସଂଖ୍ୟା ୫ ହଜାରରୁ ଅଧିକ କରି କଡ଼ା କଟକଣା ମଧ୍ୟରେ ପରୀକ୍ଷା କରାଯାଇଥିଲେ ଭଲ ହୋଇଥାନ୍ତା।
-ସରୋଜ କୁମାର ପାଣିଗ୍ରାହୀ, ଓଷ୍ଟା ରାଜ୍ୟ ଉପସଭାପତି


Enter your email to get our daily news in your inbox.

All Right Reserved By Dharitri.Com

ଶତକରୁ ବଞ୍ଚିତ ହୋଇ ବି ଇତିହାସ ରଚିଲେ ରୋହିତ ଶର୍ମା, ଭାଙ୍ଗିଲେ ସଚିନଙ୍କ ୨୨ ବର୍ଷ ପୁରୁଣା ମହାରେକର୍ଡ

ନ୍ୟୁ ଚଣ୍ଡୀଗଡ଼,୩।୧୦: ନ୍ୟୁ ଚଣ୍ଡୀଗଡ଼ସ୍ଥିତ ପିସିଏ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ମାତ୍ର…

ହସ୍ପିଟାଲରେ ଭାରତୀୟ ପାଇଲଟଙ୍କୁ ଭେଟିଲେ ଦୁବାଇ କ୍ରାଉନ ପ୍ରିନ୍ସ, ପାଇଲଟଙ୍କୁ କଲେ ସଲାମ୍‌

ଦୁବାଇ,୩।୧୦: ଫ୍ଲାଏଦୁବାଇ ବିମାନରେ ସହ-ପାଇଲଟଙ୍କ ଆକ୍ରମଣ ସତ୍ତ୍ୱେ ସାହସ ଦେଖାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କୁ ଦୁବାଇ କ୍ରାଉନ ପ୍ରିନ୍ସ ଶେଖ ହାମଦାନ ବିନ ମହମ୍ମଦ ବିନ…

ରୁଷିଆ ସେନାରେ ଏବେବି ୫୫ ଭାରତୀୟ, ତଥ୍ୟ ଦେବାକୁ ମସ୍କୋକୁ ଅନୁରୋଧ କଲା ନୂଆଦିଲ୍ଲୀ

ନୂଆଦିଲ୍ଲୀ,୩ା୧୦: ରୁଷିଆ ସେନାରେ ନିଯୁକ୍ତି ପାଇଥିବା ଭାରତୀୟଙ୍କ ମଧ୍ୟରୁ ଇତିମଧ୍ୟରେ ୧୪୦ ଜଣଙ୍କୁ ମୁକ୍ତ କରାଗଲାଣି। ଏବେ ବି ରୁଷିଆର ସଶସ୍ତ୍ର ସେନାରେ ୫୫ ଭାରତୀୟ କାର୍ଯ୍ୟରତ…

ବନ୍ୟଜନ୍ତୁଙ୍କ ସୁରକ୍ଷା ସମସ୍ତଙ୍କ ଦାୟିତ୍ଵ

ଦିଗପହଣ୍ଡି,୩|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବନାଞ୍ଚଳ କାର୍ଯ୍ୟାଳୟ ଅଧିନ ଖମାରିଗାଁ ପଞ୍ଚାୟତ ଅନ୍ତର୍ଗତ ବୁରୁବନ୍ଧ ଗ୍ରାମ ବନସୁରକ୍ଷା ସମିତି ପକ୍ଷରୁ ରାଜ୍ୟ ଜଙ୍ଗଲ ପରିବେଶ…

ଦୁର୍ଗାପୂଜା ପାଇଁ କଡ଼ା ସୁରକ୍ଷା ବ୍ୟାଙ୍କ ଓ ସୁନା ଋଣ ପ୍ରତିଷ୍ଠାନ: ପରିଦର୍ଶନ କଲା ପୋଲିସ

ବଞ୍ଚୋ, ୩।୧୦ (ପ୍ରଦୋଷ ବିଶ୍ୱାଳ): ଆଗାମୀ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଘଷିପୁରା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଘଷିପୁରା…

୪୮ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୨୪୧ କିଲୋମିଟର ବେଗରେ ଫେରିବ ବାତ୍ୟା ‘ନୋଲୋ’ (Nolo), ଉଡ଼ିବ ଘରଦ୍ୱାର! ଚିନ୍ତାରେ ପାଣିପାଗ ବିଶେଷଜ୍ଞ

ନୂଆଦିଲ୍ଲୀ,୩।୧୦: ପାଣିପାଗ ସମ୍ବନ୍ଧୀୟ ଏକ ଖବର ସାମ୍ନାକୁ ଆସିଛି ଯାହା ସମଗ୍ର ବିଶ୍ୱର ପାଣିପାଗ ବିଶେଷଜ୍ଞମାନଙ୍କୁ ଗଭୀର ଚିନ୍ତାରେ ପକାଇଛି। ଗତ କିଛି ଦିନ ଧରି ସମୁଦ୍ର…

ଏସୀୟ କ୍ରୀଡ଼ା ହକିରେ ଐତିହାସିକ ବିଜୟ, ସ୍ବର୍ଣ୍ଣ ହାତେଇଲା ଭାରତ

ନୂଆଦିଲ୍ଲୀ,୩।୧୦: ଏସୀୟ କ୍ରୀଡ଼ା ୨୦୨୬ରେ ଭାରତୀୟ ପୁରୁଷ ହକି ଦଳ ମାଲେସିଆକୁ ୫-୧ ଗୋଲ୍‌ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛି। ଏହି ବିଜୟ ସହ ଭାରତ…

ପାରାଲିସିସ୍‌ ପୀଡ଼ିତାଙ୍କ ପରିବାର ପାଖରେ ବିଧାୟକ: ବଢ଼ାଇଲେ ଆର୍ଥିକ ସହାୟତାର ହାତ

ଗଞ୍ଜାମ, ୩।୧୦ (ଅନାଥ ତରାଇ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ବଡ଼ସାହିର ଲକ୍ଷ୍ମୀନାରାୟଣ ବେହେରାଙ୍କ ପତ୍ନୀ ପାର୍ବତୀ ବେହେରା ପାରାଲିସିସ୍‌ ରୋଗରେ ପୀଡ଼ିତ ଥିବା ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?