ପ୍ରେସ୍‌ମିଟ୍‌ ବର୍ଜନ କଲେ ଗଣମାଧ୍ୟମ ପ୍ରତିନିଧି

ଆନନ୍ଦପୁର,୧୮ା୨(ସ୍ବ.ପ୍ର.): ଆନନ୍ଦପୁର ଜଳସମ୍ପଦ ବିଭାଗ ଅଧୀନରେ ନିର୍ମାଣାଧୀନ ପ୍ରକଳ୍ପ ପରିଦର୍ଶନ ପାଇଁ ମୁଖ୍ୟ ଶାସନ ସଚିବଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଥିଲା। ଏ ସମ୍ପର୍କରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଜିଲା ପ୍ରଶାସନ ସ୍ତରରେ ସୂଚନା ପ୍ରଦାନ କରାଯିବା ସହିତ ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ସାକ୍ଷାତକାର ନେବା ପାଇଁ ଶନିବାର ସକାଳେ ଆନନ୍ଦପୁର ବନ ବିଭାଗର ଶାଳପଡ଼ାସ୍ଥିତ ଡାକବଙ୍ଗଳାଠାରେ ଉପସ୍ଥିତ ରହିବାକୁ କୁହାଯାଇଥିଲା। ଏହିକ୍ରମରେ ଆନନ୍ଦପୁରର ବହୁ ଗଣମାଧ୍ୟମ ପ୍ରତିନିଧି ବନ ବିଭାଗର ଶାଳପଡ଼ାସ୍ଥିତ ଡାକବଙ୍ଗଳାଠାରେ ଉପସ୍ଥିତ ମଧ୍ୟ ରହିଥିଲେ।  କାର୍ଯ୍ୟସୂଚୀ ଅନୁଯାୟୀ ମୁଖ୍ୟ ଶାସନ ସଚିବ ଆନନ୍ଦପୁରରେ ପହଞ୍ଚିବା ପରେ ଡାକବଙ୍ଗଳାରେ ଜିଲାପାଳ, ଜଳସମ୍ପଦ ବିଭାଗ ଅଧିକାରୀ, ଆନନ୍ଦପୁର ଉପଜିଲାପାଳଙ୍କ ସହିତ ଆଲୋଚନା କରିଥିଲେ। ମୁଖ୍ୟ ଶାସନ ସଚିବ ଡାକବଙ୍ଗଳାରେ ପ୍ରବେଶ ପରେ ପ୍ରଶାସନିକ ସ୍ତରରେ ଏହାର ମୁଖ୍ୟ ଦ୍ୱାରକୁ ବନ୍ଦ କରାଯାଇ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବାହାରେ ଅପେକ୍ଷା କରିବାକୁ କୁହାଯାଇଥିଲା। ସାକ୍ଷାତକାର ପାଇଁ ଡକାଯିବ ବୋଲି ମଧ୍ୟ କୁହାଯାଇଥିଲା। ଫଳରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଡାକବଙ୍ଗଳା ବାହାରେ ଖରାରେ ଦୀର୍ଘ ସମୟ ଧରି ଛିଡା ହେବାକୁ ପଡ଼ିଥିଲା। ନା ସେମାନଙ୍କ ବସିବା ପାଇଁ ଚଉକି ଖଣ୍ଡେ ଥିଲା ନା ମାଗିଲେ ବି ପାଣି ଟୋପାଏ ମିଳୁଥିଲା। ଏଭଳି ଘଟଣାକୁ ନେଇ ଦୀର୍ଘ ସମୟ ଧରି ବାହାରେ ଖରାରେ ଛିଡ଼ା ହୋଇଥିବା ୨୦ରୁ ଊର୍ଦ୍ଧ୍ୱ ଗଣମାଧ୍ୟମ ପ୍ରତିନିଧି ଅସନ୍ତୋଷ ପ୍ରକାଶ ସହିତ ଜିଲା ପ୍ରଶାସନ ଉପରେ କ୍ଷୋଭ ପ୍ରକାଶ ମଧ୍ୟ କରିଥିଲେ। ଶେଷରେ ଉପସ୍ଥିତ ବରିଷ୍ଠ ଗଣମାଧ୍ୟମ ପ୍ରତିନିଧିମାନଙ୍କ ନିଷ୍ପତ୍ତି କ୍ରମେ ସମୂହ ଡାକବଙ୍ଗଳା ପରିସରରୁ ପଳାଇଆସିଥିଲେ। ମୁଖ୍ୟ ଶାସନ ସଚିବଙ୍କ ଗସ୍ତ କାର୍ଯ୍ୟକ୍ରମ ଅବସରରେ ଡାକବଙ୍ଗଳାଠାରେ କେନ୍ଦୁଝର ଜିଲାପାଳ ଖୋଦ୍‌ ଉପସ୍ଥିତ ରହିଥିବା ବେଳେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରତି ଏଭଳି ବ୍ୟବହାର ଘଟଣାକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯାଞ୍ଚ ପରେ ଜିଲାରେ ୧୩,୪୬୭ ପ୍ରାର୍ଥୀ

ବାରିପଦା ଅଫିସ,୨୪।୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପରେ ଶନିବାର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ମୟୂରଭଞ୍ଜ ଜିଲାରେ ୧୩ ହଜାର ୪୬୭...

ସକାଳ ୬ ରୁ ଦିନ୧ଟା ପର୍ଯ୍ୟନ୍ତ ଖୋଲିବ ପରିବା ଓ ଗ୍ରୋସରୀ ଦୋକାନ: ବାଇକ୍ ଓ ଚାରିଚକିଆ ଗାଡ଼ି ଉପରେ ରୋକ

ଭଦ୍ରକ ଅଫିସ,୭।୪ – ଏଣିକି ହାଟ, ପରିବା ମାର୍କେଟ୍ ଓ ଗ୍ରୋସେରୀ ଦୋକାନକୁ ଲୋକେ ଚାଲି ଚାଲି ଯିବେ । ବାଇକ୍ ଓ ଚାରିଚକିଆ ଧରି...

ଅବ୍ୟବସ୍ଥାରେ ୧୧୦ବର୍ଷର ସ୍କୁଲ -୮ ଶ୍ରେଣୀ ପାଇଁ ୬ ଗୃହ

ନିରାକାରପୁର,୨୧ା୧(ଡି.ଏନ୍‌.ଏ.): ‘ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ’ ଶିକ୍ଷା ବିଭାଗ ପକ୍ଷରୁ ଏହି ନାରା ଦିଆଯାଉଛି। ଭିତ୍ତିଭୂମି ସୁଦୃଢ ନ କରି ଏହି ନାରା ଦେବାର ଯଥାର୍ଥତା...

୪ଟି ବସ୍‌ ଯୋଗେ ସୁରତରୁ ଗଞ୍ଜାମ ଫେରୁଛନ୍ତି ୨୨୮ ଶ୍ରମିକ: ନିଜ ପଞ୍ଚାୟତ ଆଇସୋଲଶନ ସେଣ୍ଟରରେ ରହିବେ ୧୪ ଦିନ

ଛତ୍ରପୁର, ୨୮।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ୨୨୮ ଶ୍ରମିକ ନିଜ ଖର୍ଚ୍ଚରେ ୪ଟି ବସ୍‌ ଯୋଗେ ସୁରତରୁ ଗଞ୍ଜାମ ଫେରୁଥିବା ନେଇ ଗଞ୍ଜାମ ଜ଼ିଲା ପ୍ରଶାସନକୁ ଖବର...

୨ ଲକ୍ଷ ଟଙ୍କା ନେଇ ସୁରକ୍ଷା କର୍ମଚାରୀ ଫେରାର

ଅନୁଗୋଳ ଅଫିସ, ୯।୩: ଅନୁଗୋଳ ପଞ୍ଚମହଲାସ୍ଥିତ ସିଦ୍ଧିଲକ୍ଷ୍ମୀ ମୋଟର୍ସରୁ ଗତ ୬ ତାରିଖରେ ପ୍ରାୟ ୨ ଲକ୍ଷ ଟଙ୍କା ଚୋରି ହୋଇଛି। ତେବେ ଏହି ଚୋରି ଅନ୍ୟ...

ତିନିରଥରୁ କଢ଼ାହେଲା କନା, କଳସ

ପୁରୀ ଅଫିସ, ୨୦ା୭: ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ସରିବା ପରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ତିନିରଥ ରହିଛି। ନୀଳାଦ୍ରି ବିଜେ ପର ଦିନ ତିନି ରଥରୁ ସାରଥି,...

ଖଡିବାହାଳି ଗାଁରେ ହାତୀ ଆତଙ୍କ: ହାତୀ ଘଉଡ଼ାଇବାକୁ ସ୍ଥାନୀୟ ଲୋକଙ୍କ ଦାବି

କେନ୍ଦୁଝର, ୫।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଖଡିବାହାଳି ଗାଁରେ ହାତୀ ଆତଙ୍କ ଦେଖାଦେଇଛି । ଗତ ୫ ଦିନ ହେଲା ସନ୍ଧ୍ୟା ହେଲେ...

ଦେଢ ମାସରେ ବଦଳିଗଲା ନିୟମ : ବିଦ୍ୟାଳୟ ମିଶ୍ରଣକୁ ନେଇ ତେଜୁଛି ଅସନ୍ତୋଷ

ବାଲିକୁଦା,୩ା୮(ସ୍ବ.ପ୍ର.): ଚାପରେ ଶିକ୍ଷା ବିଭାଗ। ମାତ୍ର ଦେଢ ମାସରେ ବଦଳିଗଲା ବିଦ୍ୟାଳୟ ମିଶ୍ରଣ ନିୟମ। ତାହା ପୁଣି ନିର୍ଦ୍ଦିଷ୍ଟ ଏକ ବିଦ୍ୟାଳୟ ପାଇଁ। ସୂଚନା ଅନୁଯାୟୀ,...

Advertisement
Archives

Model This Week