ଗଣତନ୍ତ୍ରରେ ଗଣମାଧ୍ୟମ

୨୦୧୪ ପରେ ଭାରତ ‘ଗୋଦି ମିଡିଆ’ ଫ୍ରେଜ୍‌ ବା ଶବ୍ଦାବଳୀ ସହ ପରିଚିତ ହେଲା, ଯାହାକୁ ମାଗାସେସେ ପୁରସ୍କାର ବିଜେତା ସାମ୍ବାଦିକ ରବିଶ କୁମାର ସୃଷ୍ଟି କରିଥିଲେ। କିଛି ଦଶନ୍ଧି ପୂର୍ବରୁ ଆମେରିକାର ପ୍ରଫେସର ନୋମ ଚୋମସ୍କି ତାଙ୍କ ପୁସ୍ତକରେ ଲେଖିଥିଲେ ଯେ, ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକର ଗଣମାଧ୍ୟମ ପ୍ରକୃତରେ ସ୍ବାଧୀନ ନୁହେଁ ଏବଂ ଜନସାଧାରଣଙ୍କୁ ବିଶେଷ ଭାବରେ ବ୍ୟବସ୍ଥାର ବିଫଳତା ବିଷୟରେ ସୂଚନାଦେବା କାର୍ଯ୍ୟ କରୁନାହାନ୍ତି। ଅନ୍ୟପକ୍ଷରେ ଏହା ସରକାର ଏବଂ ବ୍ୟବସାୟିକ ସ୍ବାର୍ଥରେ ଜଡ଼ିତ, ଯାହାକୁ ସେ ‘ମାନୁଫାକ୍‌ଚରିଂ କନ୍‌ସେଣ୍ଟ’ ବୋଲି କହିଥିଲେ। ସେ କହିଥିଲେ, ଗଣମାଧ୍ୟମ ହେଉଛି ଏକ ଆଦର୍ଶଗତ ସଂସ୍ଥା ଯାହା ଏକ ନିର୍ଦ୍ଦିଷ୍ଟ ମଡେଲରେ ବଜାର ଶକ୍ତି, ନିଜସ୍ବ ତଥ୍ୟ ଉପରେ ନିର୍ଭର କରି ଏବଂ ବିନା ବାଧ୍ୟବାଧକତାରେ ପ୍ରଚାର କରିବା କଥା। ଏହି ମଡେଲର ବ୍ୟାଖ୍ୟାକାରୀ ଦିଗଗୁଡ଼ିକ ଥିଲା ଏହିପରି। ପ୍ରଥମତଃ ଗଣମାଧ୍ୟମ ଉପରେ କର୍ପୋରେଟ୍‌ ସ୍ବାର୍ଥର ପ୍ରଭୁତ୍ୱ ଥିଲା; ଦ୍ୱିତୀୟତଃ ଏହା ପାଉଥିବା ଅର୍ଥ ବିଜ୍ଞାପନ ଉପରେ ନିର୍ଭରଶୀଳ; ତୃତୀୟତଃ ସରକାର ମିଡିଆର କେତେଜଣ ପ୍ରମୁଖ ସାମ୍ବାଦିକ ଏବଂ ଆଙ୍କରଙ୍କୁ ଅନୁମତି ଦେଇ କିମ୍ବା ଲାଇସେନ୍ସ ବନ୍ଦକରି ତାହାକୁ ନିର୍ଭରଶୀଳ କରାଇଥିଲେ; ଚତୁର୍ଥତଃ ଆପୋସ ବୁଝାମଣା କରୁଥିବା ତଥା ଦୁର୍ବଳ ମିଡିଆ ଅସନ୍ତୋଷକୁ ଗୁରୁତ୍ୱ ନ ଦେଇ ରାଜନୈତିକ ବିରୋଧୀଙ୍କୁ ଆକ୍ରମଣକରି ସରକାରୀ ମୁଖପାତ୍ର ଭାବରେ କାର୍ଯ୍ୟ କରିଥିଲା ଏବଂ ପଞ୍ଚମରେ ଏହା ଭୟ ସୃଷ୍ଟିକାରୀ ଭାବେ ବିଭ୍ରାଟ ସୃଷ୍ଟି କରିଥିଲା ଯାହା ପ୍ରକୃତ ପ୍ରସଙ୍ଗରୁ ଧ୍ୟାନ ହଟାଇ ନେଇଥିଲା।
ସଚେତନ ପାଠକମାନେ ସମ୍ଭବତଃ ଏହି ସମସ୍ତ ପରିସ୍ଥିତି ଭାରତର ଗଣମାଧ୍ୟମ ପାଇଁ ପ୍ରଯୁଜ୍ୟ ବୋଲି ଲକ୍ଷ୍ୟ କରୁଥିବେ। ଏହିସବୁ ବିିଷୟ ମଧ୍ୟରୁ କେତୋଟି ଉପରେ, ଯେପରିକି ଲାଇସେନ୍ସ ଏବଂ ବିଜ୍ଞାପନ ପାଇଁ ଭାରତୀୟ ଗଣମାଧ୍ୟମ ପାଶ୍ଚାତ୍ୟ ଦେଶ ତୁଳନାରେ ସରକାର ଉପରେ ଅଧିକ ନିର୍ଭରଶୀଳ। ଏହା ମଧ୍ୟ ଲକ୍ଷ୍ୟ କରାଯାଇଛି ଯେ, ଗତ ଦଶନ୍ଧିରେ ଭାରତର ତାଲିକାଭୁକ୍ତ ୬ଟି ଗଣମାଧ୍ୟମ କମ୍ପାନୀର ଆୟ ବୃଦ୍ଧି ହୋଇନାହିଁ। ୨୦୧୪ରେ ଏହି କମ୍ପାନୀଗୁଡ଼ିକର ମୋଟ ବିକ୍ରି ୬୩୨୫ କୋଟି ଟଙ୍କା ଥିଲାବେଳେ ୨୦୨୩ରେ ଏହା ମୋଟ ୬୬୯୧ କୋଟି ଟଙ୍କା ଥିଲା। ୨୦୧୪ରେ ମୋଟ ଲାଭ ୭୬୧ କୋଟି ଏବଂ ୨୦୨୩ରେ ଏହା ଥିଲା ୨୫୪ କୋଟି ଟଙ୍କା। ତେଣୁ ପ୍ରଶ୍ନ ହେଉଛି- ଗୋଦି ମିଡିଆ କାହିଁକି ନିଜ ସ୍ବାର୍ଥ ବିରୋଧରେ କାର୍ଯ୍ୟ କରୁଛି? ସେମାନେ ସଂକୀର୍ଣ୍ଣ ହେବା ପଛରେ ଅନେକ କାରଣ ଅଛି। ସେଥିମଧ୍ୟରୁ ଦୁଇଟି ହେଉଛି, ଗତ ୨୦ ବର୍ଷ ମଧ୍ୟରେ ଗଣମାଧ୍ୟମର ସ୍ବଭାବ ବଦଳିଛି। ବିଜ୍ଞାପନ ବଡ଼ ଅଂଶ ଅନ୍‌ଲାଇନ ନେଇଯାଇଛି ଏବଂ ଏହାର ଅଧିକାଂଶ ଅର୍ଥ ଗୁଗଲ ଓ ଫେସ୍‌ବୁକ୍‌ କମ୍ପାନୀକୁ ଯାଉଛି। ଅନ୍ୟ କାରଣଟି ହେଉଛି ଅର୍ଥ ବ୍ୟବସ୍ଥା ଭଲ ସ୍ଥିତିରେ ନାହିଁ, ବିଶେଷକରି ଏହାର ଉପଭୋକ୍ତା କ୍ଷେତ୍ର। ତଥାପି କ’ଣ ଘଟୁଛି ତାହା ବୁଝିବା ପାଇଁ ମୁଁ ଚ୍ୟାନେଲର ଲୋକମାନଙ୍କ ସହ ଆଲୋଚନା କରିଥିଲି। ସେମାନଙ୍କୁ ଚାରୋଟି ପ୍ରଶ୍ନ ପଚାରିଲି- ସରକାରଙ୍କୁ ସମର୍ଥନ କରିବା ଏବଂ ବିରୋଧୀଙ୍କୁ ଆକ୍ରମଣ କରିବା ପାଇଁ ଚ୍ୟାନେଲଗୁଡ଼ିକ ନିମନ୍ତେ କି ପ୍ରକାର ପ୍ରୋତ୍ସାହନ ଅଛି? ନ୍ୟୁଜ ଚ୍ୟାନେଲ କାର୍ଯ୍ୟଗୁଡ଼ିକ ସରକାରଙ୍କ ବିଜ୍ଞାପନ ଉପରେ କେତେ ନିର୍ଭରଶୀଳ? ଦର୍ଶକଙ୍କ ପସନ୍ଦକୁ ସୂଚାଉଥିବା ସାଧାରଣତଃ ବିଷୟବସ୍ତୁ ପାଇଁ ରେଟିଂ ଯାହା ପାରମ୍ପରିକ ଖବର ହେବା ବଦଳରେ ସାମ୍ପ୍ରଦାୟିକ ଧ୍ରୁବୀକରଣ ହୋଇଛି କି? ଦର୍ଶକଙ୍କ ପସନ୍ଦକୁ ସୂଚାଉଥିବା ସାମ୍ବାଦିକତା ପାଇଁ ରେଟିଂ ସରକାରଙ୍କୁ ସଶକ୍ତ ଏବଂ ଯଥାର୍ଥ କରିଛି କି? ଏହିସବୁ ପ୍ରଶ୍ନ ଉପରେ ମୁଁ ଯେଉଁ ଉତ୍ତର ପାଇଲି ତାହା କୌତୂହଳପୂର୍ଣ୍ଣ। ପ୍ରଥମ ଉତ୍ତର ଥିଲା, ଯଦି ଟଙ୍କା ରୋଜଗାର କରିବାର ଉପାୟ ଥାଏ ତେବେ ମିଡିଆ ଏହା କରିବା ପାଇଁ ବାଟ ଖୋଜିବ। ଏହାର ବଡ଼ କାରଣ ରାଜନୈତିକ ଚାପ ନୁହେଁ, ବରଂ ଖରାପ ରାଜସ୍ବ ମଡେଲ। ଅନ୍ୟ ଏକ ଉତ୍ତର ଥିଲା, ସାମଗ୍ରିକ ଆୟର ହ୍ରାସକୁ ଦେଖିଲେ ସରକାରୀ ଅର୍ଥ ଉପରେ ମିଡିଆ ଅତ୍ୟଧିକ ନିର୍ଭରଶୀଳ ଏବଂ ସେଥିପାଇଁ ଖାଇବାକୁ ଦେଉଥିବା ହାତକୁ ଜଣେ ରୋକିପାରିବ ନାହିଁ। ଅନ୍ୟ ଏକ କାରଣ ହେଲା, ଗଣମାଧ୍ୟମର ବୃହତ୍‌ ଅଂଶ ବର୍ତ୍ତମାନ ଆଦାନୀ ଏବଂ ଅମ୍ବାନୀଙ୍କ ମାଲିକାନାରେ ଅଛି ଏବଂ ମିଡିଆ ସେମାନଙ୍କ ପାଇଁ ଏକ ସାଇଡ୍‌ ବିଜ୍‌ନେସ୍‌ ଥିବାବେଳେ ସ୍ବାର୍ଥରେ ରହିଛି।
ମିଡିଆ ବିଷୟବସ୍ତୁକୁ ନେଇ କରିଥିବା ଦ୍ୱିତୀୟ ସେଟ୍‌ ପ୍ରଶ୍ନର ଉତ୍ତରରେ ସେମାନେ କହିଥିଲେ, ଗ୍ରହଣ କରାଯାଇଥିବା ବିଭାଜନକାରୀ କିମ୍ବା ସାମ୍ପ୍ରଦାୟିକ ବିଷୟ ଅନ୍ୟ କାହାଣୀଗୁଡ଼ିକ ତୁଳନାରେ ଅଧିକ ଟିଆର୍‌ପି ପାଇଥିବାର କୌଣସି ପ୍ରମାଣ ନ ଥିଲା। କିନ୍ତୁ ଧ୍ରୁବୀକୃତ ବିଷୟଗୁଡ଼ିକ ଦର୍ଶକଙ୍କ ସଂଖ୍ୟା କମ୍‌ କରି ନ ଥିଲା, ଅର୍ଥାତ୍‌ ଏହା ଦର୍ଶକଙ୍କ ପାଇଁ ଗ୍ରହଣୀୟ ଥିଲା। ଘୃଣାର ବକ୍ତବ୍ୟ ବେଳେବେଳେ ଅତି ଭଲ ଖବର ବୋଲି ଗ୍ରହଣୀୟ ହେଉଥିଲା। ଉଦାହରଣ ସ୍ବରୂପ, ଯେତେବେଳେ ସରକାର ମୁସଲମାନଙ୍କୁ କୋଭିଡ୍‌ -୧୯ ମହାମାରୀ ସହ ଜଡ଼ିତ କଲେ, ସେତେବେଳେ ଅଭିଯୁକ୍ତ ମୁସଲମାନମାନେ ଜାଣିଶୁଣି କରୋନା ଭାଇରସ୍‌ ବିସ୍ତାର କରୁଥିବା ଖବରଟି ଅତ୍ୟଧିକ ପ୍ରସାରିତ ହୋଇଥିଲା। କୌତୂହଳର ବିଷୟ ଯେ ସରକାରଙ୍କୁ ସମର୍ଥନ କରିବା ଏବଂ ବିରୋଧୀଙ୍କୁ ଆକ୍ରମଣ କରିବା ଅଧିକ ଦର୍ଶକ ସୃଷ୍ଟି କରିଥିଲା କିମ୍ବା ଲୋକପ୍ରିୟ ଥିଲା ବୋଲି ତାହାର କୌଣସି ପ୍ରମାଣ ନ ଥିଲା। ଶେଷରେ ନିର୍ବାଚନ ଫଳାଫଳରୁ ବୁଝାପଡ଼ୁଛି ଯେ, ବିରୋଧୀଙ୍କୁ ଆଉ ବେଶିଦିନ ଅଣଦେଖା କରାଯାଇପାରିବ ନାହିଁ କିମ୍ବା ସେମାନଙ୍କ ଉପରେ ଯେଭଳି ଆକ୍ରମଣ କରାଯାଇଛି ତାହା ଆଉ ଜାରି ରହିବ ନାହିଁ। ଏହି କାରଣରୁ ଏବେଠାରୁ ଗଣମାଧ୍ୟମ କିପରି ବ୍ୟବହାର ପ୍ରଦର୍ଶନ କରିବ ଏବଂ ତାହାର ଆଚରଣରେ କିଛି ପରିବର୍ତ୍ତନ ହେବ କି ନାହିଁ ତାହା ଦେଖିବା ମଜାଦାର ହେବ। ସ୍ଥିତି ଏମିତି ରହିବ ବୋଲି ଜଣେ ଆଶା କରିବ, କାରଣ ସାମ୍ବାଦିକ ଭାବରେ ଯେ କେହି ଜଣେ ଭାରତୀୟ ସାମ୍ବାଦିକତାର ସବୁଠାରୁ ଖରାପ ଏବଂ ଲଜ୍ଜାଜନକ ସ୍ଥିତିର ସାକ୍ଷୀ ରହିଛନ୍ତି। ଆମ ଗଣତନ୍ତ୍ର, ଆମ ରାଜନୀତି ଏବଂ ଆମ ସମାଜର ଉନ୍ନତି ପାଇଁ ଏହି ଅବସ୍ଥାକୁ ଆମେ ପଛରେ ରଖିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

ତିନି ଧର୍ମର ଦକ୍ଷିଣାଭିମୁଖୀ ପ୍ରସାର

ସାଧାରଣତଃ ଆର୍ଯ୍ୟମାନଙ୍କ ଭୂମି ବା ‘ଆର୍ଯ୍ୟାବର୍ତ୍ତକୁ ହିମାଳୟ, ଗଙ୍ଗା ଏବଂ ଯମୁନା ପରିବେଷ୍ଟିତ ଏକ ତ୍ରିଭୁଜାକାର ଅଞ୍ଚଳ ଭାବେ ଦେଖାଯାଉଥିଲା। ଅଶୋକଙ୍କ ସମୟରେ ରଚିତ ପ୍ରାଚୀନ ଧର୍ମଶାସ୍ତ୍ରଗୁଡ଼ିକରୁ…

ହାକିମ ହେଲାଣି ଡାକମୁନ୍‌ସୀ

ଜଣେ ବୃଦ୍ଧ ବାପାଙ୍କ ଜୁଇ ପାଖରେ ତାଙ୍କ ସନ୍ତାନ ବୋଇଲେ ତାଙ୍କ ବିବାହିତ ତିନି ଝିଅ ଉପସ୍ଥିତ ରହିପାରିଲେ ନାହିଁ। ଯଦିବା ଉପସ୍ଥିତ ହେଲେ ଆଭାସୀ ମାଧ୍ୟମରେ।…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri