୮ ମାସରେ ୮୦୦ ଜୀବନ ବଞ୍ଚାଇଲେଣି ଏହି ବ୍ୟକ୍ତି, ମାଗଣାରେ ଯୋଗାଉଛନ୍ତି…

ପାଟଣା,୨୦ା୧୨: ସମଗ୍ର ବିଶ୍ୱ ବର୍ତ୍ତମାନ କରୋନା ମହାମାରୀ ସହିତ ସଂଘର୍ଷ କରୁଛି। ଏଭଳି ପରିସ୍ଥିତିରେ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଗୌରବ ରାୟ ନାମକ ଜଣେ ବ୍ୟକ୍ତି ଆଗେଇ ଆସିଛନ୍ତି। ଗୌରବ ଏମିତି କିଛି କାମ କରିଛନ୍ତି ଯାହା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ୫୦ ବର୍ଷୀୟ ଗୌରବ କରୋନା ସମୟରେ ଲୋକଙ୍କ ଜୀବନ ରକ୍ଷା କରିଥିବାରୁ ତାଙ୍କୁ ‘ଅକ୍ସିଜେନ୍‌ ମ୍ୟାନ୍‌’ କୁହାଯାଉଛି। ବିଗତ ୮ ମାସ ଧରି ସେ କ୍ରମାଗତ ଭାବରେ ମାଗଣାରେ ରୋଗୀଙ୍କୁ ଅମ୍ଳଜାନ ସିଲିଣ୍ଡର ଯୋଗାଉଛନ୍ତି। ତାଙ୍କର ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗୌରବ କେବଳ ପାଟଣା ନୁହେଁ ବରଂ ବର୍ତ୍ତମାନ ବିହାରର ୧୮ଟି ଜିଲାରେ ଅମ୍ଳଜାନ ସିଲିଣ୍ଡର ଯୋଗାଇବା କାମ ଆରମ୍ଭ କରିଛନ୍ତି। ଗୌରବ ପ୍ରତିଦିନ ତାଙ୍କ କାର୍‌ରେ ୧୨ରୁ ଅଧିକ ସିଲିଣ୍ଡର ନେଇ ଜିଲାର କୋଣ ଅନୁକୋଣ ବୁଲିଥାନ୍ତି। ଅଭାବୀ ଲୋକମାନଙ୍କଠାରୁ କଲ୍‌ ପାଇବା ମାତ୍ରେ ତାଙ୍କ ଘରେ ନେଇ ଅମ୍ଳଜାନ ସିଲିଣ୍ଡର ଯୋଗାଉଛନ୍ତି। ଯେଉଁମାନେ କରୋନା ସଂକ୍ରମିତ ଆଉ ଘରେ ରହି ଚିକିତ୍ସା ହେଉଛନ୍ତି ଗୌରବ ସେମାନଙ୍କୁ ଏପରି ଅକ୍ସିଜେନ ସିଲିଣ୍ଡର ଯୋଗାଉଛନ୍ତି।

ଗତ ଜୁଲାଇରେ ଗୌରବ କରୋନା ଆକ୍ରାନ୍ତ ହୋଇଥିଲେ। ଯେତେବେଳେ ତାଙ୍କ ଅବସ୍ଥା ଗୁରୁତର ହେଲା, ତାଙ୍କୁ ପାଟଣାର ପିଏମ୍‌ସି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ତାଙ୍କୁ ଅମ୍ଳଜାନ ସିଲିଣ୍ଡର ଆବଶ୍ୟକ ଥିଲା। ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଗୌରବ ଅମ୍ଳଜାନ ସିଲିଣ୍ଡର ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। କିଛି ଦିନ ମଧ୍ୟରେ ଗୌରବ କରୋନରୁ ମୁକ୍ତି ପାଇଲେ। କିନ୍ତୁ ସେହି ସମୟରେ ସେ ଅମ୍ଳଜାନ ସିଲିଣ୍ଡରର ମହତ୍ତ୍ୱ ଅନୁଭବ କରିଥିଲେ। ଏହି ଅସୁବିଧାକୁ ମନେ ପକାଇ ସେହିଦିନଠାରୁ ଗୌରବ ମାଗଣାରେ ରୋଗୀଙ୍କୁ ଅକ୍ସିଜେନ ସିଲିଣ୍ଡର ଯୋଗାଉଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ପି.ସି. ଚାକୋଙ୍କ ଇସ୍ତଫା

ନୂଆଦିଲ୍ଲୀ,୧୩ା୨(ପି.ଟି.): ଦିଲ୍ଲୀ ନିର୍ବାଚନରେ କଂଗ୍ରେସର ଦୟନୀୟ ପ୍ରଦର୍ଶନକୁ ନେଇ ଏଆଇସିସି ଦିଲ୍ଲୀ ଦାୟିତ୍ୱରେ ଥିବା କଂଗ୍ରେସ ନେତା ପି.ସି. ଚାକୋ ନିଜକୁ ଦାୟୀ କରିବା ସହ...

ଟେମ୍ପୋରେ ମହିଳାଙ୍କୁ ବଳାତ୍କାର, ଯୌନାଙ୍ଗରେ ପୁରାଇ ଦେଲେ ଲୁହା ରଡ୍‌

ମୁମ୍ବାଇ,୧୦।୯: ଟେମ୍ପୋ ଭିତରେ ଜଣେ ୩୪ ବର୍ଷୀୟା ମହିଳାଙ୍କୁ ବଳାତ୍କାର କରାଯିବା ସହ ଅକଥନିୟ ନିର୍ଯାତନା ଦିଆଯାଇଛି। ଏପରି କି ଅଭିଯୁକ୍ତ ପୀଡ଼ିତାଙ୍କ ଯୌନାଙ୍ଗରେ ଲୁହା...

ପ୍ରେମିକାଙ୍କ ବିବାହରେ ବଧୂ ବେଶ ସାଜି ପହଞ୍ଚିଲେ ପ୍ରେମିକ, ଧରା ପଡ଼ିବା ପରେ ଦେଖନ୍ତୁ କ’ଣ…

କୁହାଯାଏ ପ୍ରେମ ‘ଅନ୍ଧ’। କାରଣ ପ୍ରେମରେ ପଡ଼ିଥିବା ଲୋକ କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି। କେହି କେହି ତ ପ୍ରେମରେ ଏପରି ପଦକ୍ଷେପ ନିଅନ୍ତି,...

୫୦୦ ବିମାନ କିଣିବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୧୧।୨: ଟାଟା ସନ୍ସ ମାଲିକାନାରେ ଥିବା ଏୟାର ଇଣ୍ଡିଆ ୫୦୦ ବିମାନ କିଣିବ। ଏୟାରଲାଇନ୍ସର ଏହି ସର୍ବବୃହତ୍‌ ଅର୍ଡର ଚୂଡ଼ାନ୍ତ ହୋଇଥିବା ଜଣାପଡ଼ିଛି। ଅର୍ଡର ମଧ୍ୟରେ...

ଭୁଶୁଡିଲା ନିର୍ମାଣାଧୀନ ପାଚେରି: ଚାଲିଗଲା ୪ ଜୀବନ

ନୋଏଡା,୨୦।୯: ନୋଏଡାର ସେକ୍ଟର ୨୫ରେ ଏକ ନିର୍ମାଣାଧୀନ ପାଚେରି ଭୁଶୁଡି ପଡିଛି। ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହିତ ଅନେକ ଲୋକ ପାଚେରି...

ପ୍ରଥମଥର ଲାଗି ସଂସଦରେ ପ୍ରଶ୍ନ କଲେ ନାହିଁ ରାହୁଲ

ନୂଆଦିଲ୍ଲୀ,୨୫।୧୧: ସଂସଦର ଶୀତକାଳିନ ଅଧିବେଶନ ଚାଲିଥିବା ବେଳେ ମହାରାଷ୍ଟ୍ର ରାଜନୀତିକୁ ନେଇ ଗୃହରେ ହଟ୍ଟଗୋଳ ଆରମ୍ଭ ହୋଇ ଯାଇଛି। ସୋମବାର ଅଧିବେଶନ ଆରମ୍ଭ ହେବା ପରେ...

ଛୁଟି ମନାଇବା ପାଇଁ ୩ ବର୍ଷ ପୂର୍ବରୁ ବୁକ୍‌ କରିବାକୁ ପଡ଼ିଥାଏ ଏହି ଟାଓ୍ବାର, କାରଣ ଜାଣିଲେ…

ବ୍ରିଟେନ୍‌ର ସବୁଠାରୁ ଲୋକପ୍ରିୟ ଟାଓ୍ବାରରେ ଛୁଟି ମନାଇବାକୁ ହେଲେ ଦୀର୍ଘଦିନରୁ ବୁକ୍‌ କରିବାକୁ ପଡ଼ିଥାଏ। ଏହି ଟାଓ୍ବାରର ସ୍ବତନ୍ତ୍ରତା ରହିଛି। ଯାହାଦ୍ୱାରା ଏଠାରେ ସହଜରେ ବୁକ୍‌...

ଏଏପି ସରକାରଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣୁଛି ଭାଜପା

ନୂଆଦିଲ୍ଲୀ, ୨୨ା୬: ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଙ୍ଗଳବାର ରାଜଧାନୀରେ ଶାସକ ଆମ ଆଦମୀ ପାର୍ଟି (ଏଏପି) ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ବନ୍ଦ କରିବା ପାଇଁ...

Advertisement
Archives

Model This Week