Posted inଜାତୀୟ

ବିଗିଡିଲା ଭାଜପା ଏମ୍‌ପିଙ୍କ ସ୍ବାସ୍ଥ୍ୟାବସ୍ଥା

ଭୋପାଳ,୨୦।୧୨: ଭାରତୀୟ ଜନତା ପାର୍ଟି ଏମ୍‌ପି ସାଧ୍ୱୀ ପ୍ରଜ୍ଞା ସିଂ ଠାକୁର ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଛି। ତାଙ୍କୁ ଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି। ଗତ କିଛି ମାସ ହେବ ରେଟିନାର ପଛ ଭାଗରେ ସଂକ୍ରମଣ ପାଇଁ ଚିକିତ୍ସିତ ହେଉଛନ୍ତି। ଦିଲ୍ଲୀ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଏହି ଚିକିତ୍ସା କରାଯାଉଛି। ସେପଟେ ଡାକ୍ତରଖାନାରେ ଥିବାରୁ ସେ ଏନଆଇଏ କୋର୍ଟକୁ ଯାଇପାରିବେ ନାହିଁ ବୋଲି ଏମ୍‌ପିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। କିନ୍ତୁ କୋର୍ଟର ପରବର୍ତ୍ତୀ ତାରିଖରେ ସେ ନିଜକୁ ଉପସ୍ଥିତ ରହିବେ ଏବଂ ତାଙ୍କ ପକ୍ଷ ଉପସ୍ଥାପନ କରିବେ। ଗତ ଶୁକ୍ରବାର ସାଧ୍ୱୀ ପ୍ରଜ୍ଞା ମାଲେଗାଓଁ ବିସ୍ଫୋରଣ ମାମଲାରେ ଏନଆଇଏ କୋର୍ଟରେ ହାଜର ହେବେ, କିନ୍ତୁ ଅସୁସ୍ଥତା କାରଣରୁ ସେ କୋର୍ଟରେ ପହଞ୍ଚି ପାରି ନ ଥିଲେ। ଦିଲ୍ଲୀ ଏମ୍ସ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଚିକିତ୍ସିତ ହେଉଥିବା ପ୍ରଜ୍ଞା ରେଟିନା ସଂକ୍ରମଣ, ନିଶ୍ୱାସ ପ୍ରଶ୍ୱାସ ଭଳି ସମସ୍ୟାରେ ପୀଡିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କୁ ସଂସ୍କୃତ ଶ୍ଳୋକ ପଢ଼ାଇଲେ ଥମିବ ବଳାତ୍କାର: ମହାରାଷ୍ଟ୍ର ରାଜ୍ୟପାଳ

ନାଗପୁର,୨୦।୧୨: ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରୀ ଏକ ଅଜବ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଛାତ୍ରୀଛାତ୍ରଙ୍କୁ ସଂସ୍କୃତ ଶ୍ଳୋକ ପଢାଇଲେ ବଳାତ୍କାର ଥମିଯିବ ବୋଲି...

ସିଏଏ ନିଅଁ।ରେ ଜଳୁଛି ଦେଶ: କେନ୍ଦ୍ର ଜାରି କଲା ୫ ସର୍ତ୍ତ

ନୂଆଦିଲ୍ଲୀ,୨୧ା୧୨(ଆଇଏଏନ୍‌ଏସ୍‌): ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ)କୁ ବିରୋଧ କରି ଦେଶବ୍ୟାପୀ ଆନ୍ଦୋଳନ ଜାରି ରହିଥିବାବେଳେ ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଭାରତୀୟ ନାଗରିକତ୍ୱ ପାଇଁ ୫ଟି ସର୍ତ୍ତ...

ସଞ୍ଜୟ ରାଉତଙ୍କ ନାଁରେ ୱାରଣ୍ଟ ଜାରି

ମୁମ୍ବାଇ,୪ ।୭: ମୁମ୍ବାଇର ଏକ ଅଦାଲତ ସୋମବାର ଶିବସେନା ନେତା ସଞ୍ଜୟ ରାଉତଙ୍କ ବିରୋଧରେ ଏକ ୱାରଣ୍ଟ ଜାରି କରିଛନ୍ତି । ପୂର୍ବତନ ଭାରତୀୟ ଜନତା...

ଫଡନାଭିସ୍‌ଙ୍କୁ ମନାଇବା ଉଦ୍ୟମ: ନୂଆ ବିଜ୍ଞାପନରେ ରହିଲା ଫଟୋ…

ମୁମ୍ବାଇ,୧୪।୬ : ‘ରାଷ୍ଟ୍ର ମେଁ ମୋଦି ମହାରାଷ୍ଟ୍ର ମେଁ ଶିନ୍ଦେ’ ବିଜ୍ଞାପନ ପ୍ରକାଶ ପାଇବା ପରେ ଡ୍ୟାମେଜ କଣ୍ଠ୍ରୋଲ କରିବା ପାଇଁ ଶିବସେନା ମୁଖ୍ୟମନ୍ତ୍ରୀ ଏକନାଥ...

ଦେଶର କିଛି ରାଜ୍ୟରେ ମିଳିଲାଣି ଜିକା ଭାଇରସ, ଗୋଟିଏ ନମୁନାରେ ଜିକା, ଡେଙ୍ଗୁ , ଚିକନଗୁନିଆ

ନୂଆଦିଲ୍ଲୀ,୨୩ ।୬: ଦେଶର କିଛି ରାଜ୍ୟରେ ଜିକା ଭାଇରସ ମିଳିବା ଫଳରେ ଏବେ ଏହା ବିଶେଷଜ୍ଞଙ୍କୁ ଚିନ୍ତାରେ ପକାଇ ଦେଇଛି । ଏହାରୁ ନେଇ ପ୍ରତି...

ମିଶନ ୨୪: ହାଇଦ୍ରାବାଦରେ ୧୧ଟି ରାଜ୍ୟର ଭାଜପା ସଭାପତିଙ୍କ ସହ ବୈଠକ

ହାଇଦ୍ରାବାଦ,୯।୭:ଆଗାମୀ ୨୪ନିର୍ବାଚନ ପାଇଁ ଅଣ୍ଟା ଭିଡିଲାଣି ଭାଜପା। ଘନଘନ ବୈଠକ ସହ ଚାଲିଛି ସମରସଜ୍ଜା। ରବିବାର ହାଇଦ୍ରାବାଦର ଭାଜପା ମୁଖ୍ୟାଳୟରେ ୧୧ ଟି ରାଜ୍ୟର ଭାଜପା...

୧୧ଥର କରୋନା ଟିକା ନେଇଥିବା ବୃଦ୍ଧଙ୍କ ନାଁରେ ମାମଲା ରୁଜୁ

ପାଟନା,୯।୧: ବିହାରର ମାଧେପୁରାରେ ୧୧ଥର କରୋନା ଟିକା ନେଇ ନିକଟରେ ଚର୍ଚ୍ଚାକୁ ଆସିଥିବା ୮୪ ବର୍ଷ ବୟସ୍କା ବ୍ରହ୍ମଦେବ ମଣ୍ଡଳ ଖୁବ୍‌ଶୀଘ୍ର ଗିରଫ ହୋଇପାରନ୍ତି। ତାଙ୍କ...

ଆବଶ୍ୟକତା ଆଧାରରେ କଟକଣା

ନୂଆଦିଲ୍ଲୀ, ୨୮।୧୨: କରୋନା ଭୂତାଣୁର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଆସିବା ପରେ ଭାରତର ବିଭିନ୍ନ ରାଜ୍ୟରେ କୋଭିଡ୍‌-୧୯ ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି...

Advertisement
Archives

Model This Week