ବିଏମ୍‌ସି ରାସ୍ତା ନିର୍ମାଣ ବେଳେ ଅଲୋଡ଼ା ହେଲା ଚିଠି ବାକ୍ସ

ବ୍ରହ୍ମପୁର ଅଫିସ,୨୧।୨: ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ବର୍ତ୍ତମାନ ସ୍ମାର୍ଟ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁରହିଛି। ଏହି ସ୍ମାର୍ଟ ରାସ୍ତା ନିର୍ମାଣ ସମୟରେ କେତେବେଳେ ଟ୍ରାଫିକ ସମସ୍ୟା ଉପୁଜୁଛି ତ ଆଉ କେତେବେଳେ ଯାତାୟାତରେ ବାଧା ସୃଷ୍ଟି ହେଉଛି। ଏଭଳି ଭାବେ ବିଏମ୍‌ସି ପକ୍ଷରୁ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାଠାରୁ ସେଣ୍ଟ୍‌ ଭିନସେଣ୍ଟ୍‌ କନ୍‌ଭେଣ୍ଟ୍‌ ସ୍କୁଲ ରାସ୍ତା ନିର୍ମିିତ ହେଉଥିବା ବେଳେ ଏହି ରାସ୍ତା ବର୍ତ୍ତମାନ ଯାତାୟାତ ସମୟରେ ସମସ୍ୟା ହେଉଛି। ଏପରିକି ରାସ୍ତା ନିର୍ମାଣ ବେଳେ ଏଠାରେ ଥିବା ଏକ ଚିଠି ବାକ୍ସକୁ ରାସ୍ତାର ଏକ ପାର୍ଶ୍ୱରେ ଅଲୋଡା ଭାବେ ପକାଯାଇଥିବା ନେଇ ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଅନ୍ୟପଟେ ରାସ୍ତା ନିର୍ମାଣ ହେଉଥିବା ବେଳେ କୌଣସି ସୂଚନା ଫଳକ ନ ଥିବା ଦେଖିବାକୁ ମିଳିଛି। ଏଥିସହ ରାସ୍ତା ୨ ପାର୍ଶ୍ୱରେ ଡ୍ରେନ୍‌ ଖୋଳାଯାଇଥିବାରୁ ସମ୍ପୂର୍ଣ୍ଣ କାଦୁଅ ହୋଇ ରହିଛି। ଫଳରେ ସର୍ବସାଧାରଣ ଏହି କାଦୁଅ ରାସ୍ତା ଦେଇ ଯିବା ଆସିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଏପରିକି ନିର୍ମାଣାଧୀନ ରାସ୍ତା ପାର୍ଶ୍ୱରେ ଥିବା ବହୁ ଠେଲା ବ୍ୟବସାୟୀ ହଇରାଣ ହେଉଥିବା କହିଛନ୍ତି। ଏଣୁ ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହେବା ଯାଏ ଯାତାୟାତ ବାରଣ ପାଇଁ ସୂଚନା ଦେବା ନିମନ୍ତେ ଦାବି ହୋଇଛି। ତେବେ ରାସ୍ତା ନିର୍ମାଣ ସମୟରେ ସେଣ୍ଟ ଭିନ୍‌ସେଣ୍ଟ୍‌ ସ୍କୁଲ ପାର୍ଶ୍ୱରେ ଥିବା ଏକ ଚିଠି ବାକ୍ସକୁ ଅଦରକାରୀ ଭାବେ ପକାଇ ଦିଆଯାଇଛି। ଗତ କିଛି ଦିନ ତଳେ ଏହି ବାକ୍ସକୁ ରାସ୍ତା ନିର୍ମାଣ ସମୟରେ ମୁଖ୍ୟ ରାସ୍ତାରେ ରଖାଯାଇଥିବା ଦେଖିବାକୁ ମିଳିଥିଲା। ଏହାପରେ ପୁଣି ଏହାକୁ ରାସ୍ତା ପାର୍ଶ୍ୱରେ ଅଲୋଡା ଭାବେ ରଖାଯାଇଛି। ଏହି ଚିଠି ବାକ୍ସକୁ ସ୍ଥାନୀୟ ବାସିନ୍ଦା ଓ ସ୍କୁଲ କର୍ତ୍ତୃପକ୍ଷ ବ୍ୟବହାର କରୁଥିଲେ। ଏ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏଥିସହ ବିଏମ୍‌ସିର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମୟରେ କୌଣସି ସୂଚନା ଫଳକ ଓ ଯାତାୟାତ ନିମନ୍ତେ ସୁବିଧା କରାଯାଉ ନ ଥିବାରୁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ନେଇ ବିଏମ୍‌ସି ନିର୍ବାହୀ ଯନ୍ତ୍ରୀଙ୍କୁ ମୋବାଇଲ ନଂ-୯୪୩୭୨୫୯୪୦୨ରେ ଯୋଗାଯୋଗ କରିଥିଲେ ସୁଦ୍ଧା କାୈଣସି ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri