ବିଏମ୍‌ସି ରାସ୍ତା ନିର୍ମାଣ ବେଳେ ଅଲୋଡ଼ା ହେଲା ଚିଠି ବାକ୍ସ

ବ୍ରହ୍ମପୁର ଅଫିସ,୨୧।୨: ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ବର୍ତ୍ତମାନ ସ୍ମାର୍ଟ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁରହିଛି। ଏହି ସ୍ମାର୍ଟ ରାସ୍ତା ନିର୍ମାଣ ସମୟରେ କେତେବେଳେ ଟ୍ରାଫିକ ସମସ୍ୟା ଉପୁଜୁଛି ତ ଆଉ କେତେବେଳେ ଯାତାୟାତରେ ବାଧା ସୃଷ୍ଟି ହେଉଛି। ଏଭଳି ଭାବେ ବିଏମ୍‌ସି ପକ୍ଷରୁ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାଠାରୁ ସେଣ୍ଟ୍‌ ଭିନସେଣ୍ଟ୍‌ କନ୍‌ଭେଣ୍ଟ୍‌ ସ୍କୁଲ ରାସ୍ତା ନିର୍ମିିତ ହେଉଥିବା ବେଳେ ଏହି ରାସ୍ତା ବର୍ତ୍ତମାନ ଯାତାୟାତ ସମୟରେ ସମସ୍ୟା ହେଉଛି। ଏପରିକି ରାସ୍ତା ନିର୍ମାଣ ବେଳେ ଏଠାରେ ଥିବା ଏକ ଚିଠି ବାକ୍ସକୁ ରାସ୍ତାର ଏକ ପାର୍ଶ୍ୱରେ ଅଲୋଡା ଭାବେ ପକାଯାଇଥିବା ନେଇ ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଅନ୍ୟପଟେ ରାସ୍ତା ନିର୍ମାଣ ହେଉଥିବା ବେଳେ କୌଣସି ସୂଚନା ଫଳକ ନ ଥିବା ଦେଖିବାକୁ ମିଳିଛି। ଏଥିସହ ରାସ୍ତା ୨ ପାର୍ଶ୍ୱରେ ଡ୍ରେନ୍‌ ଖୋଳାଯାଇଥିବାରୁ ସମ୍ପୂର୍ଣ୍ଣ କାଦୁଅ ହୋଇ ରହିଛି। ଫଳରେ ସର୍ବସାଧାରଣ ଏହି କାଦୁଅ ରାସ୍ତା ଦେଇ ଯିବା ଆସିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଏପରିକି ନିର୍ମାଣାଧୀନ ରାସ୍ତା ପାର୍ଶ୍ୱରେ ଥିବା ବହୁ ଠେଲା ବ୍ୟବସାୟୀ ହଇରାଣ ହେଉଥିବା କହିଛନ୍ତି। ଏଣୁ ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହେବା ଯାଏ ଯାତାୟାତ ବାରଣ ପାଇଁ ସୂଚନା ଦେବା ନିମନ୍ତେ ଦାବି ହୋଇଛି। ତେବେ ରାସ୍ତା ନିର୍ମାଣ ସମୟରେ ସେଣ୍ଟ ଭିନ୍‌ସେଣ୍ଟ୍‌ ସ୍କୁଲ ପାର୍ଶ୍ୱରେ ଥିବା ଏକ ଚିଠି ବାକ୍ସକୁ ଅଦରକାରୀ ଭାବେ ପକାଇ ଦିଆଯାଇଛି। ଗତ କିଛି ଦିନ ତଳେ ଏହି ବାକ୍ସକୁ ରାସ୍ତା ନିର୍ମାଣ ସମୟରେ ମୁଖ୍ୟ ରାସ୍ତାରେ ରଖାଯାଇଥିବା ଦେଖିବାକୁ ମିଳିଥିଲା। ଏହାପରେ ପୁଣି ଏହାକୁ ରାସ୍ତା ପାର୍ଶ୍ୱରେ ଅଲୋଡା ଭାବେ ରଖାଯାଇଛି। ଏହି ଚିଠି ବାକ୍ସକୁ ସ୍ଥାନୀୟ ବାସିନ୍ଦା ଓ ସ୍କୁଲ କର୍ତ୍ତୃପକ୍ଷ ବ୍ୟବହାର କରୁଥିଲେ। ଏ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏଥିସହ ବିଏମ୍‌ସିର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମୟରେ କୌଣସି ସୂଚନା ଫଳକ ଓ ଯାତାୟାତ ନିମନ୍ତେ ସୁବିଧା କରାଯାଉ ନ ଥିବାରୁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ନେଇ ବିଏମ୍‌ସି ନିର୍ବାହୀ ଯନ୍ତ୍ରୀଙ୍କୁ ମୋବାଇଲ ନଂ-୯୪୩୭୨୫୯୪୦୨ରେ ଯୋଗାଯୋଗ କରିଥିଲେ ସୁଦ୍ଧା କାୈଣସି ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ପିଜି ପ୍ରବେଶିକା ପରୀକ୍ଷା ରେଜଲ୍ଟ, ନାମଲେଖା ସମୟସୂଚୀ…

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପିଜି ପ୍ରବେଶିକା ପରୀକ୍ଷା ବା କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ-୨୦୨୬ ରେଜଲ୍ଟ ଗୁରୁବାର ପ୍ରକାଶ ପାଇଛି। ଛାତ୍ରୀଛାତ୍ର ସାମ୍‌ସ ପୋର୍ଟାଲ ମାଧ୍ୟମରେ ନିଜ ପରୀକ୍ଷାଫଳ…

ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ ବଡ଼ ଆକ୍ସନ: ଦରମା ବନ୍ଦ ସହ ଚୁକ୍ତିଭିତ୍ତିକ ଡାକ୍ତରଙ୍କୁ ନୋଟିସ୍‌ ପରେ କାର୍ଯ୍ୟରୁ ନିବୃତ୍ତ ପାଇଁ ନିର୍ଦ୍ଦେଶ !

ଭୁବନେଶ୍ୱର, ୨ା୭: ରାଜ୍ୟରେ ଚାଲିଥିବା ଡାକ୍ତରୀ ଆନ୍ଦୋଳନକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବଡ଼ ଏବଂ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶା ମେଡିକାଲ ସର୍ଭିସେସ୍‌…

ୟୁଜରନେମ ବିବାଦ: ହ୍ବାଟସଆପ ପରେ, ଆଇଟି ମନ୍ତ୍ରଣାଳୟ ଏବେ ସିଗନାଲ-ଟେଲିଗ୍ରାମକୁ ପଠାଇଛି ନୋଟିସ

ନୂଆଦିଲ୍ଲୀ,୨।୭: ୟୁଜରନେମ ଫିଚରକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ହ୍ବାଟସଆପ ପରେ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY) ଏବେ ଟେଲିଗ୍ରାମ ଏବଂ ସିଗନାଲକୁ ମଧ୍ୟ…

ଶ୍ରୀ ଶ୍ରୀ ଦଧିବାମନଙ୍କ ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି: ଆସନ୍ତା ୧୬ରେ ଶ୍ରୀଗୁଣ୍ଡିଚା, ୨୫ରେ ରଥ ଉପରେ…

ବରଗଡ଼, ୨ା୭ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲିସ୍ଥିତ ପ୍ରସିଦ୍ଧ ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା ପାଳନ ପାଇଁ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ…

ପରିବେଶ ସୁରକ୍ଷା ପାଇଁ ଆଗେଇ ଆସିଲେ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ: ‘ପିଲାଟିଏ ଗଛଟିଏ’ ଅଭିଯାନରେ …

ଦିଗପହଣ୍ଡି, ୨ା୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସିଦ୍ଧେଶ୍ୱର ଗ୍ରାମ ନିକଟସ୍ଥ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଗୁରୁବାର ୭୬ ତମ ବନ…

ଟ୍ରକ୍ ମିଳିଲା, ଚପଲ ମିଳିଲା…ହେଲେ ୮ ଦିନ ହେଲା ଡ୍ରାଇଭରଙ୍କ ପତ୍ତା ନାହିଁ, ଭୋକ-ଉପାସରେ ଏ ଥାନାରୁ ସେ ଥାନା ବୁଲି ନୟାନ୍ତ…

ଦିଗପହଣ୍ଡି, ୨ା୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମର ଜଣେ ଗାଡ଼ି ଚାଳକ ବାପୁଜୀ ସ୍ୱାଇଁ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଛନ୍ତି।…

ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବେ ନାହିଁ ପୁଅ ମୋଜତାବା, ଜାଣନ୍ତୁ କାରଣ

ତେହରାନ,୨।୭: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପରଲୋକ ପରେ ସମଗ୍ର ଦେଶରେ ଗଭୀର ଶୋକ ପ୍ରକାଶ ପାଇଛି। ରାଜଧାନୀ ତେହରାନରୁ ଆରମ୍ଭ କରି ମଶାଦ,…

ଦେଓ ନଦୀ ପୋଲ ଉପରେ ଗୋ-ଚାଲାଣ ଗାଡ଼ି ସହ ଅଟୋର ମୁହାଁମୁହିଁ ଧକ୍କା: ଗୋଟିଏ ବଳଦ ମୃତ, ଗୋ-ମାଫିଆ…

ପାଟଣା, ୨ା୭ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା-କରଞ୍ଜିଆ ଦେଇଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥରେ ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଯାଇଛି। ସାହାରପଡା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri