ନଷ୍ଟ ହେଉଛି ୫.୪୪ କୋଟିର ଟସର

ବାରିପଦା ଅଫିସ, ୨୨।୬-ମହାମାରୀ କରୋନା ଯୋଗୁ କିଣା ବିକା ହୋଇ ନ ପାରି ମୟୂରଭଞ୍ଜ ଜିଲାର ୨୧ ୟୁନିଟରେ ୫କୋଟି ୪୪ଲକ୍ଷ ଟଙ୍କାର ଟସର ପଡ଼ିରହିଛି । ଦୀର୍ଘ ଦିନ ଧରି ଜମା ହୋଇରହିବାରୁ ଏହାର ଗୁଣାତ୍ମକ ମାନ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି। ଫଳରେ ଏହି ଚାଷ ଉପରୁ ଚାଷୀ ମୁଁହ ଫେରାଇବାକୁ ବସିଲେଣି।
ଜିଲାରେ ଥିବା ଆଦିବାସୀମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଟସର ଚାଷକୁ ଗୁରୁତ୍ୱ ଦିଆଯାଇଥିଲା । ଚାଷ କରି ରେଶମ ଉତ୍ପାଦନ ତଥା ରେଶମ ଚାଷକୁ ଉପାର୍ଜନର ପନ୍ଥା ରୂପେ ଚାଷୀମାନେ କିପରି ଗ୍ରହଣ କରିବେ ସେଥିପାଇଁ ପରବର୍ତ୍ତୀ ପର୍ଯ୍ୟାୟରେ କେନ୍ଦ୍ରୀୟ ଟସର ବୋର୍ଡ ଦ୍ୱାରା ୧୯୭୫ରେ ବାଙ୍ଗରିପୋଷିଠାରେ ଏକ ଗବେଷଣା ସମ୍ପ୍ରସାରଣ କେନ୍ଦ୍ର ଖୋଲାଯାଇଥିଲା। ଲାଭଜନକ ଟସର ଚାଷକୁ ଉପାର୍ଜନର ପନ୍ଥା ଭାବେ ଅଞ୍ଚଳବାସୀ ଆପଣାଇ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ। ବର୍ତ୍ତମାନ ସମୟରେ ବାଙ୍ଗିରିପୋଷି ଟସର ସମବାୟ ସମିତିରେ ୭୪ଲକ୍ଷ ଟଙ୍କାର ଟସର ବିକ୍ରି ନ ହୋଇ ପଡ଼ିରହିଛି। ଜିଲାର ମୋରଡ଼ା, ଶୁଳିଆପଦା, କୁଳିଅଣା, ସାରସକଣା, ବାରିପଦା, ବିଶୋଇ, ଠାକୁରମୁଣ୍ଡା, ଶାମାଖୁଣ୍ଟା ଓ କପ୍ତିପଦା ବ୍ଲକରେ କାର୍ଯ୍ୟ କରୁଥିବା ୨୧ଟି ୟୁନିଟରେ ୫କୋଟି ୪୪ଲକ୍ଷ ଟଙ୍କା ମୂଲ୍ୟର ଟସର ପଡ଼ିରହିଛି। ଏଠାକାର ଟସରର ଉଚ୍ଚ ଗୁଣାତ୍ମକ ମାନ ରହୁଥିବାରୁ ଓଡ଼ିଶାର ବିଭିନ୍ନ ଜିଲାରୁ ବୁଣାକାର ସୋସାଇଟିମାନେ ଆସି ଟସର କିଣିଥାନ୍ତି ବୋଲି ଆମ୍ବଡ଼ିହାର ଚାଷୀ ମଙ୍ଗଳା ସୋରେନ ଓ ଉପରବେଡ଼ାର କାହ୍ନୁଚରଣ ମାରାଣ୍ଡି କହିଛନ୍ତି।
ରାଜ୍ୟରେ କେବଳ ସରକାରୀ ଭାବେ ଟସର କିଣାବିକା ହୋଇଥାଏ। ଉତ୍ପାଦିତ ଟସର ବିଭାଗୀୟ ବିପଣନ ବିଭାଗ ଭୁବନେଶ୍ୱରଙ୍କ ମାଧ୍ୟମରେ ବିଭିନ୍ନ ବୁଣାକାର ସୋସାଇଟି କିଣିଥାନ୍ତି। କରୋନା କଟକଣା ପାଇଁ କିଣାବିକା ବନ୍ଦ ଥିବାରୁ ବୁଣାକାର କୋ ଅପରେଟିଭ୍‌ ସୋସାଇଟି ସେସବୁ କିଣିବା ପାଇଁ ଆସୁନାହାନ୍ତି। ଫଳରେ ଦୀର୍ଘ ଦିନ ରହିବା ଦ୍ୱାରା ତା’ର ଗୁଣବତ୍ତା ନଷ୍ଟ ହେବାକୁ ବସିଲାଣି। ପଡ଼ୋଶୀ ପଶ୍ଚିମବଙ୍ଗ ଓ ବିହାରରେ ଖୋଲା ବଜାରରେ କିଣାବିକା ଥିବାରୁ ସେଠାରେ ସ୍ବାଭାବିକ ବିକ୍ରି ଚାଲିଛି। ତେବେ ଟସର ବିକ୍ରି ନ ହେଲେ ମଧ୍ୟ ଓଡ଼ିଶା ଟସର ଆଣ୍ଡ ସିଲ୍‌କ ଫେଡ଼େରଶନ ପକ୍ଷରୁ ଚାଷୀଙ୍କୁ ଅଗ୍ରୀମ ପ୍ରାପ୍ୟ ମିଳିସାରିଛି। ଜିଲାରେ ଟସର ଚାଷରୁ ମୋଟ ୩୦ହଜାର ଲୋକ ଉପକୃତ ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ ୯୨ପ୍ରତିଶତ ଆଦିବାସୀ ବର୍ଗର ଓ ୮ପ୍ରତିଶତ ଅନ୍ୟାନ୍ୟ ବର୍ଗର। ତେବେ ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ସମସ୍ୟା ଯୋଗୁ ଜିଲାରେ ଟସର ଉତ୍ପାଦନ ହ୍ରାସ ଘଟୁଛି ବୋଲି ଦାନାଦାର ଗ୍ରାମର ଚାଷୀ ମୁକୁଳ ନାଏକ ପ୍ରକାଶ କରିଛନ୍ତି । ଅତୀତରେ ଦୈନିକ ସହସ୍ରାଧିକ ପରିବାର ରେଶମ ଉତ୍ପାଦନକୁ ମୁଖ୍ୟ ବୃତ୍ତି ଭାବେ ବାଛି ପରିବାର ପ୍ରତିପୋଷଣ ଓ ଜୀବିକା ନିର୍ବାହ କରିବା ପାଇଁ ପ୍ରଶିକ୍ଷଣ ନେଉଥିଲେ। ଏପରିକି ଉକ୍ତ କେନ୍ଦ୍ରକୁ ଶ୍ରୀରାମଚନ୍ଦ୍ର ବିଶ୍ୱ ବିଦ୍ୟାଳୟ, ଫକୀରମୋହନ ବିଶ୍ୱବିଦ୍ୟାଳୟ ତଥା ରାଞ୍ଚିିସ୍ଥିତ କେନ୍ଦ୍ରୀୟ ଟସର ଗବେଷଣା କେନ୍ଦ୍ରରୁ ବହୁ ଛାତ୍ରୀଛାତ୍ର ଓ ଗବେଷକମାନେ ଆସିଥାନ୍ତି। ଏବେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଓ ଶ୍ରମିକ ସମସ୍ୟା ପାଇଁ ଟସର ଚାଷୀ ଚାଷ କାର୍ଯ୍ୟ କରିବାକୁ ଭୟ କରୁଛନ୍ତି । ୩୦ହଜାର ଚାଷୀଙ୍କ ମଧ୍ୟରୁ ବର୍ତ୍ତମାନ ୭ହଜାର ଚାଷୀ ପୂର୍ଣ୍ଣମାତ୍ରାରେ କାର୍ଯ୍ୟ କରୁଛନ୍ତି। ଟସର ଚାଷ ଏକ ଲାଭପ୍ରଦ ଚାଷ ହୋଇଥିଲେ ମଧ୍ୟ ଦିନକୁ ଦିନ ଉତ୍ପାଦନ ହ୍ରାସ ଘଟିବା ଯୋଗୁ ଏହା ଅସ୍ତିତ୍ୱ ହରାଇବାର ଆଶଙ୍କା ଦେଖାଦେଲାଣି। ରେଶମ ଚାଷର ବିକାଶ ଓ ଟସର ଚାଷୀଙ୍କ ସ୍ଥିତି ସୁଦୃଢ଼ କରିବାକୁ ଉତ୍ପାଦନଠାରୁ ଆରମ୍ଭ କରି ମାର୍କେଟିଂ ପର୍ଯ୍ୟନ୍ତ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରିବା ପାଇଁ ଜାମୁକୁଣ୍ଡାର ମହେନ୍ଦ୍ର ସିଂ, କଳାପାଣିର ପାନିକା ସିଂ, ସାମାୟ ସିଂ ଏବଂ ଆମ୍ବଡ଼ିହାର ରମେଶ ହାଁସଦା ପ୍ରମୁଖ ଅଗ୍ରଣୀ ଚାଷୀ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

ଚାଞ୍ଜଲ୍ୟକର ଖୁଲାସା କଲେ ଭାଜପା ପ୍ରଭାରୀ: ବିଜେଡି ଛାଡିବେ..

ଭୁବନେଶ୍ୱର,୧୯।୪: ଖୁବଶୀଘ୍ର ବିଜେଡି ଛାଡିବେ ଅନେକ ବଡ଼ ନେତା। ବିଜେଡି ଛାଡୁଥିବା ନେତାମାନେ ଭାଜପାରେ ଯୋଗ ଦେବେ। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ...

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ନବୀନ ନିବାସରେ ବିଜେଡି ପ୍ରାର୍ଥୀଙ୍କ ଭିଡ଼

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ପଞ୍ଚମ ପର୍ଯ୍ୟାୟ ବିଧାନସଭା ଟିକେଟ ଘୋଷଣା ପରେ ଗୁରୁବାର ନବୀନ ନିବାସରେ ବିଜେଡି ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଭିଡ଼ ଦେଖିବାକୁ ମିଳିଛି।...

ରାଜ୍ୟବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଜେଡି ଇସ୍ତାହାର ପାଇଁ ରାଜ୍ୟବାସୀଙ୍କ ମତାମତ ଲୋଡ଼ିଛନ୍ତି। ଗୁରୁବାର ସାମାଜିକ ଗଣମାଧ୍ୟମ ଜରିଆରେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri