ନଷ୍ଟ ହେଉଛି ୫.୪୪ କୋଟିର ଟସର

ବାରିପଦା ଅଫିସ, ୨୨।୬-ମହାମାରୀ କରୋନା ଯୋଗୁ କିଣା ବିକା ହୋଇ ନ ପାରି ମୟୂରଭଞ୍ଜ ଜିଲାର ୨୧ ୟୁନିଟରେ ୫କୋଟି ୪୪ଲକ୍ଷ ଟଙ୍କାର ଟସର ପଡ଼ିରହିଛି । ଦୀର୍ଘ ଦିନ ଧରି ଜମା ହୋଇରହିବାରୁ ଏହାର ଗୁଣାତ୍ମକ ମାନ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି। ଫଳରେ ଏହି ଚାଷ ଉପରୁ ଚାଷୀ ମୁଁହ ଫେରାଇବାକୁ ବସିଲେଣି।
ଜିଲାରେ ଥିବା ଆଦିବାସୀମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଟସର ଚାଷକୁ ଗୁରୁତ୍ୱ ଦିଆଯାଇଥିଲା । ଚାଷ କରି ରେଶମ ଉତ୍ପାଦନ ତଥା ରେଶମ ଚାଷକୁ ଉପାର୍ଜନର ପନ୍ଥା ରୂପେ ଚାଷୀମାନେ କିପରି ଗ୍ରହଣ କରିବେ ସେଥିପାଇଁ ପରବର୍ତ୍ତୀ ପର୍ଯ୍ୟାୟରେ କେନ୍ଦ୍ରୀୟ ଟସର ବୋର୍ଡ ଦ୍ୱାରା ୧୯୭୫ରେ ବାଙ୍ଗରିପୋଷିଠାରେ ଏକ ଗବେଷଣା ସମ୍ପ୍ରସାରଣ କେନ୍ଦ୍ର ଖୋଲାଯାଇଥିଲା। ଲାଭଜନକ ଟସର ଚାଷକୁ ଉପାର୍ଜନର ପନ୍ଥା ଭାବେ ଅଞ୍ଚଳବାସୀ ଆପଣାଇ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ। ବର୍ତ୍ତମାନ ସମୟରେ ବାଙ୍ଗିରିପୋଷି ଟସର ସମବାୟ ସମିତିରେ ୭୪ଲକ୍ଷ ଟଙ୍କାର ଟସର ବିକ୍ରି ନ ହୋଇ ପଡ଼ିରହିଛି। ଜିଲାର ମୋରଡ଼ା, ଶୁଳିଆପଦା, କୁଳିଅଣା, ସାରସକଣା, ବାରିପଦା, ବିଶୋଇ, ଠାକୁରମୁଣ୍ଡା, ଶାମାଖୁଣ୍ଟା ଓ କପ୍ତିପଦା ବ୍ଲକରେ କାର୍ଯ୍ୟ କରୁଥିବା ୨୧ଟି ୟୁନିଟରେ ୫କୋଟି ୪୪ଲକ୍ଷ ଟଙ୍କା ମୂଲ୍ୟର ଟସର ପଡ଼ିରହିଛି। ଏଠାକାର ଟସରର ଉଚ୍ଚ ଗୁଣାତ୍ମକ ମାନ ରହୁଥିବାରୁ ଓଡ଼ିଶାର ବିଭିନ୍ନ ଜିଲାରୁ ବୁଣାକାର ସୋସାଇଟିମାନେ ଆସି ଟସର କିଣିଥାନ୍ତି ବୋଲି ଆମ୍ବଡ଼ିହାର ଚାଷୀ ମଙ୍ଗଳା ସୋରେନ ଓ ଉପରବେଡ଼ାର କାହ୍ନୁଚରଣ ମାରାଣ୍ଡି କହିଛନ୍ତି।
ରାଜ୍ୟରେ କେବଳ ସରକାରୀ ଭାବେ ଟସର କିଣାବିକା ହୋଇଥାଏ। ଉତ୍ପାଦିତ ଟସର ବିଭାଗୀୟ ବିପଣନ ବିଭାଗ ଭୁବନେଶ୍ୱରଙ୍କ ମାଧ୍ୟମରେ ବିଭିନ୍ନ ବୁଣାକାର ସୋସାଇଟି କିଣିଥାନ୍ତି। କରୋନା କଟକଣା ପାଇଁ କିଣାବିକା ବନ୍ଦ ଥିବାରୁ ବୁଣାକାର କୋ ଅପରେଟିଭ୍‌ ସୋସାଇଟି ସେସବୁ କିଣିବା ପାଇଁ ଆସୁନାହାନ୍ତି। ଫଳରେ ଦୀର୍ଘ ଦିନ ରହିବା ଦ୍ୱାରା ତା’ର ଗୁଣବତ୍ତା ନଷ୍ଟ ହେବାକୁ ବସିଲାଣି। ପଡ଼ୋଶୀ ପଶ୍ଚିମବଙ୍ଗ ଓ ବିହାରରେ ଖୋଲା ବଜାରରେ କିଣାବିକା ଥିବାରୁ ସେଠାରେ ସ୍ବାଭାବିକ ବିକ୍ରି ଚାଲିଛି। ତେବେ ଟସର ବିକ୍ରି ନ ହେଲେ ମଧ୍ୟ ଓଡ଼ିଶା ଟସର ଆଣ୍ଡ ସିଲ୍‌କ ଫେଡ଼େରଶନ ପକ୍ଷରୁ ଚାଷୀଙ୍କୁ ଅଗ୍ରୀମ ପ୍ରାପ୍ୟ ମିଳିସାରିଛି। ଜିଲାରେ ଟସର ଚାଷରୁ ମୋଟ ୩୦ହଜାର ଲୋକ ଉପକୃତ ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ ୯୨ପ୍ରତିଶତ ଆଦିବାସୀ ବର୍ଗର ଓ ୮ପ୍ରତିଶତ ଅନ୍ୟାନ୍ୟ ବର୍ଗର। ତେବେ ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ସମସ୍ୟା ଯୋଗୁ ଜିଲାରେ ଟସର ଉତ୍ପାଦନ ହ୍ରାସ ଘଟୁଛି ବୋଲି ଦାନାଦାର ଗ୍ରାମର ଚାଷୀ ମୁକୁଳ ନାଏକ ପ୍ରକାଶ କରିଛନ୍ତି । ଅତୀତରେ ଦୈନିକ ସହସ୍ରାଧିକ ପରିବାର ରେଶମ ଉତ୍ପାଦନକୁ ମୁଖ୍ୟ ବୃତ୍ତି ଭାବେ ବାଛି ପରିବାର ପ୍ରତିପୋଷଣ ଓ ଜୀବିକା ନିର୍ବାହ କରିବା ପାଇଁ ପ୍ରଶିକ୍ଷଣ ନେଉଥିଲେ। ଏପରିକି ଉକ୍ତ କେନ୍ଦ୍ରକୁ ଶ୍ରୀରାମଚନ୍ଦ୍ର ବିଶ୍ୱ ବିଦ୍ୟାଳୟ, ଫକୀରମୋହନ ବିଶ୍ୱବିଦ୍ୟାଳୟ ତଥା ରାଞ୍ଚିିସ୍ଥିତ କେନ୍ଦ୍ରୀୟ ଟସର ଗବେଷଣା କେନ୍ଦ୍ରରୁ ବହୁ ଛାତ୍ରୀଛାତ୍ର ଓ ଗବେଷକମାନେ ଆସିଥାନ୍ତି। ଏବେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଓ ଶ୍ରମିକ ସମସ୍ୟା ପାଇଁ ଟସର ଚାଷୀ ଚାଷ କାର୍ଯ୍ୟ କରିବାକୁ ଭୟ କରୁଛନ୍ତି । ୩୦ହଜାର ଚାଷୀଙ୍କ ମଧ୍ୟରୁ ବର୍ତ୍ତମାନ ୭ହଜାର ଚାଷୀ ପୂର୍ଣ୍ଣମାତ୍ରାରେ କାର୍ଯ୍ୟ କରୁଛନ୍ତି। ଟସର ଚାଷ ଏକ ଲାଭପ୍ରଦ ଚାଷ ହୋଇଥିଲେ ମଧ୍ୟ ଦିନକୁ ଦିନ ଉତ୍ପାଦନ ହ୍ରାସ ଘଟିବା ଯୋଗୁ ଏହା ଅସ୍ତିତ୍ୱ ହରାଇବାର ଆଶଙ୍କା ଦେଖାଦେଲାଣି। ରେଶମ ଚାଷର ବିକାଶ ଓ ଟସର ଚାଷୀଙ୍କ ସ୍ଥିତି ସୁଦୃଢ଼ କରିବାକୁ ଉତ୍ପାଦନଠାରୁ ଆରମ୍ଭ କରି ମାର୍କେଟିଂ ପର୍ଯ୍ୟନ୍ତ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରିବା ପାଇଁ ଜାମୁକୁଣ୍ଡାର ମହେନ୍ଦ୍ର ସିଂ, କଳାପାଣିର ପାନିକା ସିଂ, ସାମାୟ ସିଂ ଏବଂ ଆମ୍ବଡ଼ିହାର ରମେଶ ହାଁସଦା ପ୍ରମୁଖ ଅଗ୍ରଣୀ ଚାଷୀ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରାଇମ୍‌ବ୍ରାଞ୍ଚ ସ୍କାନର୍‌ରେ ଗଙ୍ଗଓ୍ବାର

ଭୁବନେଶ୍ୱର, ୮ା୬ (ତ୍ରିନାଥ ମହାନ୍ତି) ବାଲିଅନ୍ତା ସୌମ୍ୟରଞ୍ଜନ ସ୍ବାଇଁ ହତ୍ୟା ମାମଲାରେ କ୍ରାଇମ୍‌ ବ୍ରାଞ୍ଚ(ସିବି) ସ୍କାନରକୁ ଆସିଛନ୍ତି ବରିଷ୍ଠ ଆଇପିଏସ୍‌ ଅଧିକାରୀ ଦୟାଲ ଗଙ୍ଗଓ୍ବାର। ତାଙ୍କ ଘରେ…

ବକୁଳବନ ଢାଞ୍ଚାରେ ହେବ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ

ଭୁବନେଶ୍ୱର/ଖୋର୍ଦ୍ଧା, ୮।୬ (ରବିନାରାୟଣ ଜେନା/ ପ୍ରଭାତ ପାଣିଗ୍ରାହୀ) ରାଜ୍ୟରେ ଉତ୍ତମ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ଏବଂ ଛାତ୍ରୀଛାତ୍ରଙ୍କୁ ଗୁଣବତ୍ତା ଶିକ୍ଷା ଯୋଗାଇ ଦେବାପାଇଁ ରାଜ୍ୟ ସରକାର…

ପ୍ରେମିକାଙ୍କୁ ହତ୍ୟା କରି ଜଙ୍ଗଲରେ ପୋତିଥିଲେ ପ୍ରେମିକ, ୨୬ ଦିନ ପରେ…

କେନ୍ଦୁଝର/ବଡ଼ବିଲ୭।୬(ନରେଶ ଚନ୍ଦ୍ର ପଟ୍ଟନାୟକ/ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଧୀନ ଝାଡ଼ଗାଁରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ପ୍ରେମିକାଙ୍କୁ ଗଳାକାଟି ହତ୍ୟା ପରେ ପ୍ରେମିକ ଜଙ୍ଗଲରେ…

କ୍ରଶରରେ ବିସ୍ଫୋରଣ: ଜଣେ ମୃତ, ଏକାଧିକ ଆହତ ଚର୍ଚ୍ଚା

ଢେଙ୍କାନାଳ,୭ା୬(ରତନ ନାୟାର): ଢେଙ୍କାନାଳ ଜିଲା ଗଁଦିଆ ତହସିଲ ନିହଲପ୍ରସାଦ ଥାନା କଷ୍ଟିପାଳ ଅଞ୍ଚଳରେ ଥିବା ଏକ କ୍ରଶରରେ ରବିବାର ଅପରାହ୍ନରେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା…

ଗୁପ୍ତେଶ୍ୱର ଶୈବପୀଠରେ ଏକାଠି ହେଲେ ୧୯୮୨ ମାଟ୍ରିକ ବ୍ୟାଚର ଛାତ୍ର, ସରକାରୀ ସ୍କୁଲର ଅଭାବ….

ଦିଗପହଣ୍ଡି,୭।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ୧୯୮୨ ମାଟ୍ରିକ ବ୍ୟାଚ ପୁରାତନ ଛାତ୍ରସଂଘର ଆଲୋଚନା ସଭା ରବିବାର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଶ୍ରୀ…

ସରିଲା ମା’ ଫୁଲସୁନ୍ଦରୀଙ୍କ ଠାକୁରାଣୀ ଯାତ୍ରା, ମନ୍ଦିରକୁ ଫେରିଲେ ଫୁଲସୁନ୍ଦରୀ-ବରାହୀ ଠାକୁରାଣୀ

ପୁରୁଷୋତ୍ତମପୁର,୭।୬(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଚାଲିଥିବା ମା’ ଫୁଲସୁନ୍ଦରୀଙ୍କ ଦ୍ବିବାର୍ଷିକ ଯାତ୍ରା ରବିବାର ଉଦଯାପନ ହୋଇଛି । ରାତିରେ ମା’ ଫୁଲସୁନ୍ଦରୀ ଓ ମା’ ବରାହୀ…

ବାଘ ଛାଲ ଜବତ, ଧରାପଡ଼ିଲେ ଦୁଇ ଅଭିଯୁକ୍ତ

ପାତ୍ରପୁର,୭।୬(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡ଼ା ଥାନା ପୋଲିସ ଶନିବାର ୨ଟି କଲରାପତିରିଆ ବାଘ ଛାଲ ଜବତ କରିଛି। ଏପରିକି ପୋଲିସ ବନ୍ଧୁକ ବ୍ୟାଗ, ଧାରୁଆ…

ଏୟାରଫୋର୍ସ Y ଗ୍ରୁପ ପରୀକ୍ଷା, ଓଡ଼ିଶାରେ ପ୍ରଥମ ସ୍ଥାନ ହାସଲ କଲେ ଆସୁରାଳୀର ସୌରଜ୍ୟୋତି ଦାସ

ତିହିଡ଼ି,୭ା୬(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକର ଆସୁରାଳୀ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ଅସୁରାଳିର ଯୁବ ପ୍ରତିଭା ସୌରଜ୍ୟୋତି ଦାସ । ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri