୧୨,୫୦୦ ଫୁଟ୍‌ ଉଚ୍ଚତାରେ ଉଡ଼ିଲା ଦୀର୍ଘତମ ତ୍ରିରଙ୍ଗା

କେନ୍ଦୁଝର, ୨୨।୭ ଉତ୍ତରାଖଣ୍ଡର ପ୍ରସିଦ୍ଧ କେଦାରନାଥର ବରଫାବୃତ୍ତ ପର୍ବତ ଉପରେ ଉଡ଼ିଛି ବିଶ୍ୱର ଦୀର୍ଘତମ ତ୍ରିରଙ୍ଗା ପତାକା। ଏଭଳି ଦୁଃସାହସିକ କାର୍ଯ୍ୟ କରି ୱାଲର୍‌ଡ ୱାଇଡ୍‌ ବୁକ୍‌ ଅଫ୍‌ ରେକଡର୍‌ସରେ ନିଜକୁ ସ୍ଥାନିତ କରିଛି ଉତ୍ତରପ୍ରଦେଶର ଇଣ୍ଡିଆନ ଆଡଭେଞ୍ଚର ଫାଉଣ୍ଡେଶନ। ଏହି ଅଭିଯାନରେ ସାମିଲ ହୋଇଥିବା କେନ୍ଦୁଝର ଜିଲାର ଜଗନ୍ନାଥ ମହାନ୍ତ ବିରଳ ରେକର୍ଡ କ୍ଲବରେ ନିଜକୁ ସ୍ଥାନିତ କରି ଓଡ଼ିଶା ପାଇଁ ଆଣିଛନ୍ତି ଗୌରବ।
ଇଣ୍ଡିଆନ ଆଡ୍‌ଭେଞ୍ଚର ଫାଉଣ୍ଡେଶନ ସଂସ୍ଥା ନିଆରା ରେକର୍ଡ ଲକ୍ଷ୍ୟ ନେଇ ଉତ୍ତରାଖଣ୍ଡ ରାଜ୍ୟର ୧୨,୫୦୦ ଫୁଟ ଉଚ୍ଚତାରେ ଥିବା କେଦାରନାଥ ପର୍ବତ ଉପରେ ବିଶ୍ୱର ଦୀର୍ଘତମ ୨୮୦ ଫୁଟ ଲମ୍ବର ପତାକା ଉତ୍ତୋଳନ କରିବାକୁ ଯୋଜନା କରିଥିଲା। ଏଥିପାଇଁ ଗତ ଏପ୍ରିଲ ୨୮ରେ ଆବେଦନ କରାଯାଇଥିଲା। ଆବଶ୍ୟକ ଅନୁମତି ମିଳିବା ପରେ ଏହି ଅଭିଯାନରେ ୩୦ ଜଣ ସାମିଲ ହୋଇଥିଲେ। ୨୦୨୧ ଡିସେମ୍ବର ୨୭ରେ ସେମାନେ ପର୍ବତ ଚଢ଼ିବା ସହ ବିଯୁକ୍ତ ୧୬ ଡିଗ୍ରୀ ତାପମାତ୍ରାରେ ଭାରତର ଦୀର୍ଘତମ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଗତ ବୁଧବାର ଏହି ରେକର୍ଡ ଘୋଷଣା କରାଯିବା ପରେ ଅଭିଯାତ୍ରୀ ଦଳକୁ ବିଭିନ୍ନ ମହଲରେ ଶୁଭେଚ୍ଛାର ସୁଅ ଛୁଟିଛି।
ସୂଚନାଯୋଗ୍ୟ, ୨୩ ବର୍ଷୀୟ ଜଗନ୍ନାଥଙ୍କ ଘର କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଭଗାମୁଣ୍ଡା ପଞ୍ଚାୟତ ନୂଆଗାଁରେ। ତାଙ୍କ ବାପା ଶ୍ୟାମସୁନ୍ଦର ମହାନ୍ତ ଜଣେ ପ୍ରଧାନ ଶିକ୍ଷକ ଓ ମା’ ଶକୁନ୍ତଳା ମହାନ୍ତ ଗୃହିଣୀ। ଜଗନ୍ନାଥ ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଆଣ୍ଡ ଟେକ୍ନୋଲୋଜିରୁ କମ୍ପ୍ୟୁଟରରେ ମାଷ୍ଟର ଡିଗ୍ରୀ ପାସ୍‌ କରିବା ପରେ ନଏଡାର ଘରୋଇ କମ୍ପାନୀ ଏଚ୍‌ସିଏଲ୍‌ରେ କାର୍ଯ୍ୟରତ ଅଛନ୍ତି। ଉତ୍ତରପ୍ରଦେଶରେ ଜୁଲାଇ ୨୮ରେ ହେବାକୁ ଥିବା ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କୁ ‘ୟୁବା ଗୌରବ’ ପୁରସ୍କାରରେ ସମ୍ମାନିତ କରାଯିବ। ଦେଶର ୧୮ଜଣ ସ୍ବେଚ୍ଛାସେବୀଙ୍କୁ ଏହି ପୁରସ୍କାର ମିଳିବ ବୋଲି ଜଗନ୍ନାଥ କହିଛନ୍ତି। ଆସନ୍ତା ସେପ୍ଟେମ୍ବରରେ ଆୟୋଜିତ ହେବାକୁ ଥିବା ୧୮ ହଜାର ଫୁଟ ଉଚ୍ଚତା ବିଶିଷ୍ଟ ଲଦାଖ ଟ୍ରିପ୍‌ ଓ କେଦାରନାଥରୁ ବଦ୍ରିନାଥ ପର୍ଯ୍ୟନ୍ତ ନନ୍‌ଷ୍ଟପ ଯାତ୍ରା କରିବା ପାଇଁ ସେ ପ୍ରସ୍ତୁତି ଚଳାଇଛନ୍ତି। ସେହିପରି ଡିସେମ୍ବରରେ ସାଉଥ୍‌ ଆଫ୍ରିକାର କିଲିମାଞ୍ଜାରୋ (୫,୮୯୫ ମିଟର) ପର୍ବତଶ୍ରେଣୀ ଚଢ଼ିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ବ୍ୟାପିଲାଣି କ୍ୟାମ୍ପସ ରାଜନୀତି; ମହାବିଦ୍ୟାଳୟ ଛାଡି ଗାଁରେ ପ୍ରଚାର କରୁଛନ୍ତି ପ୍ରାର୍ଥୀ

ବଞ୍ଚୋ,୧୧।୧୦(ପ୍ରଦୋଷ ବିଶ୍ୱାଳ ): କ୍ୟାମ୍ପସରୁ ଗାଁ ମୁହାଁ ହେଲାଣି ଛାତ୍ର ସଂସଦ ନିର୍ବାଚନର ତାତି । ମହାବିଦ୍ୟାଳୟ ପରିସରରେ ସୀମିତ ରହିନାହିଁ ଛାତ୍ର ରାଜନୀତି । ଏବେ…

ଦୁଇ ରାଜନୈତିକ ଗୋଷ୍ଠୀ ମୁହାଁମୁହିଁ ଆଶଙ୍କା, ବରାଳ ବାଲୁଙ୍କେଶ୍ୱର ମନ୍ଦିର ନିକଟରେ ୧୬୩ ଧାରା ଜାରି

ସାକ୍ଷୀଗୋପାଳ,୧୧ା୧୦(କିଶୋର ମହାପାତ୍ର/ପ୍ରଶାନ୍ତ ବାରିକ): ଶାସକ ଓ ବିରୋଧୀ ଦୁଇ ରାଜନୈତିକ ଗୋଷ୍ଠୀ ମୁହାଁମୁହିଁ ଆଶଙ୍କା ଥିବାରୁ ସତ୍ୟବାଦୀ ପ୍ରଶାସନ ପକ୍ଷରୁ ବରାଳ ବାଲୁଙ୍କେଶ୍ୱର ମନ୍ଦିର ନିକଟରେ ବିଏନଏସ୍‌ର…

ଖଡ଼ିଆଳ କଲେଜ ସାଇନ୍‌ ଡାଏ: ଅଧ୍ୟକ୍ଷଙ୍କ ଇସ୍ତଫା ଦାବି ନେଇ ତେଜିଲା ଛାତ୍ର ଆନ୍ଦୋଳନ

ଖଡ଼ିଆଳ,୧୧ା୧୦(ସୁଜିତ୍‌ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବା ଘଟଣାକୁ ନେଇ କ୍ୟାମ୍ପସରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।…

ବାଘଛାଲ କାରବାର ଘଟଣାର ୪ ଅଭିଯୁକ୍ତ ଗିରଫ, କେତେଦୂର ଲମ୍ବିଛି ଚେର, ଜାରି ରହିଛି ଖୋଳତାଡ଼

ମୋହନା,୧୧ା୧୦(ମନ୍ମଥ ମିଶ୍ର): କଲରାପତରିଆ ବାଘଛାଲ କାରବାର ଘଟଣାରେ ବନ ବିଭାଗ ୪ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଗଜପତି ଜିଲା ମୋହନା ବନାଞ୍ଚଳ…

କର୍ଲାମୁଣ୍ଡା ଉତ୍ସବମୁଖର: ଆରମ୍ଭ ହେଲା ମା’ ଦୁର୍ଗାଙ୍କ ଶାରଦୀୟ ନବରାତ୍ର ପୂଜା, ୨୨ରେ ଭସାଣି

କର୍ଲାମୁଣ୍ଡା,୧୧ା୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମାସ୍ଥିତ ଦୁର୍ଗା ମଣ୍ଡପଠାରେ ଡୁକେରମାଲ ଦୁର୍ଗାପୂଜା କମିଟି ପକ୍ଷରୁ ରବିବାରଠାରୁ ସାର୍ବଜନୀନ ଶାରଦୀୟ ନବରାତ୍ର ପୂଜା…

ଗାଧୋଇବାକୁ ଯାଇ ଘାଇରେ ବୁଡ଼ିଗଲେ ଯୁବକ, ଦୀର୍ଘ ୮ ଘଣ୍ଟାର କସରତ ପରେ…

ମୋହନା,୧୧ା୧୦(ମନ୍ମଥ ମିଶ୍ର): ଗାଧୋଇବାକୁ ଯାଇ ଘାଇରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ଆର ଉଦୟଗିରି ଥାନା ଅନ୍ତର୍ଗତ…

ଆଜି ଅତାବିରା ଆସୁଛନ୍ତି ରାଜ୍ୟପାଳ: ଶିକ୍ଷା ଓ ସାଂସ୍କୃତିକ କ୍ଷେତ୍ରରେ ନୂଆ ଅଧ୍ୟାୟର କରିବେ ଶୁଭାରମ୍ଭ

ଅତାବିରା,୧୧ା୧୦(ଯୁଧିଷ୍ଠିର ମହାପାତ୍ର): ଓଡ଼ିଶାର ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପାଟି ରବିବାର ବରଗଡ଼ ଜିଲାର ଅତାବିରା ଗସ୍ତରେ ଆସୁଥିବାରୁ ଅଞ୍ଚଳରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି। ରାଜ୍ୟପାଳଙ୍କ ଗସ୍ତକୁ…

ଚେକିଂ ବେଳେ ଧରାପଡ଼ିଲେ ବାପ-ପୁଅ, ୨ ଦେଶୀ ବନ୍ଧୁକ ସହ ବିପୁଳ ଗୁଳି ଜବତ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୧ା୧୦(ଶୁଭକାନ୍ତ ନାୟକ/ ଶ୍ରୀଧର ମହାରଣା/ ନିରାକାର ପରିଡ଼ା): ପାର୍ବଣକୁ ଦୃଷ୍ଟିରେ ରଖି କେନ୍ଦୁଝର ପୋଲିସ କଡ଼ା ପଦକ୍ଷେପ ନେଇଛି। ଆନନ୍ଦପୁର ଉପଖଣ୍ଡରେ ପ୍ରଥମଥର ପାଇଁ ପୋଲିସ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?