ଭୁଶୁଡ଼ିଲା ବିଦ୍ୟାଳୟ ଛାତ

ଭୋଗରାଇ, ୨୨।୭(ଡି.ଏନ.ଏ.) ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ କୁମ୍ଭୀରଗଡ଼ି ପଞ୍ଚାୟତ ଅଡ଼ଙ୍ଗପନ୍ତେଇ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ୧୨୫ଜଣ ଛାତ୍ରୀଛାତ୍ର ପଢୁଥିବା ବେଳେ ବାରଣ୍ଡାର ଛାତ ହଠାତ୍‌ ଭୁଶୁଡ଼ିବାରୁ ଆତଙ୍କର ବାତାବରଣ ଖେଳିଥିଲା। ପ୍ରଚଣ୍ଡ ଶବ୍ଦ ଶୁଣି ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ଶ୍ରେଣୀଗୃହରୁ ତୁରନ୍ତ ବାହାରକୁ ଚାଲି ଆସିଥିଲେ। ଉକ୍ତ ବିଦ୍ୟାଳୟ ବହୁ ପୁରାତନ ଓ ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ହୋଇଥିବାରୁ ଭଗ୍ନବସ୍ଥା ଓ ବିପଦସଙ୍କୁଳ ଅବସ୍ଥାରେ ରହିଛି। ନିକଟସ୍ଥ ବାଉଁଶଖଣା ପ୍ରାଥମିକ ବିଦ୍ୟାଳୟ ସରକାର ବନ୍ଦ କରିଦେଇଥିବା ବେଳେ ଏହି ସ୍କୁଲର ଛାତ୍ରୀଛାତ୍ର ଅଡ଼ଙ୍ଗ ପନ୍ତେଇ ପ୍ରାଥମିକ ବିଦ୍ୟାଳୟରେ ପଢୁଛନ୍ତି। ବିଦ୍ୟାଳୟ ବିପଦସଙ୍କୁଳ ଥିବାରୁ ବାରମ୍ବାର ସ୍କୁଲ ଶିକ୍ଷୟିତ୍ରୀ ଶିକ୍ଷକ, ପରିଚାଳନା କମିଟି ନୂତନ ଗୃହ ନିର୍ମାଣ କରାଯିବାକୁ ଦାବି କରିଥିଲେ ମଧ୍ୟ ଅଦ୍ୟାବଧି ତାହା କାର୍ଯ୍ୟକାରୀ କରାଯାଇ ନ ଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଭୋଗରାଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ମିହିର କୁମାର ପ୍ରଧାନ ବିଡିଓ ଏବଂ ଜିଲା ଶିକ୍ଷାଧିକାରୀଙ୍କୁ ଅବଗତ କରାଇଥିବା ସେ କହିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ନୂତନ ସ୍କୁଲ ଗୃହ ନିର୍ମାଣ କରାଯିବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବବିଜ୍ଞାନ ପ୍ରତିଷ୍ଠାନର ୧୮ତମ ବାର୍ଷିକ ଅଧିବେଶନ: ଦକ୍ଷ ହେବେ ସ୍କୁଲ୍‌, କଲେଜ ବିଜ୍ଞାନ ଶିକ୍ଷକ

ଭୁବନେଶ୍ୱର,୨ା୧୧(ବ୍ୟୁରୋ): ବିଜ୍ଞାନ ଶିକ୍ଷକଙ୍କୁ ଅଧିକ ଦକ୍ଷ କରିବା ଲାଗି ସ୍ବତନ୍ତ୍ର ତାଲିମ ଦେବେ ରାଜ୍ୟ ସରକାର। ରାଜ୍ୟରେ କାର୍ଯ୍ୟରତ ସ୍କୁଲ ଓ କଲେଜର ବିଜ୍ଞାନ ଶିକ୍ଷକ...

ମୁଖ୍ୟମନ୍ତ୍ରୀଙ୍କ ଟୁଇଟ୍‌କୁ ନେଇ ପ୍ରଶ୍ନୋତ୍ତର

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଏକ ପ୍ରାକୃତିକ ମନୋରମ ଫଟୋକୁ ଟୁଇଟ୍‌ କରିଥିଲେ। ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ସେ ଅନେକ ସ୍ଥାନ ଭ୍ରମଣ...

ସୁସ୍ଥ ହେଲେ ୮୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୯।୩: ରାଜ୍ୟରେ ମଙ୍ଗଳବାର ୮୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ହୋଇଥିବା ଆକ୍ରାନ୍ତ ସଂଖ୍ୟା ୩,୩୫,୨୫୦ରେ ପହଞ୍ଚିଛି। ସମ୍ବଲପୁରରୁ ସର୍ବାଧିକ...

କୋଭିଡ୍‌ ପରିଚାଳନାରେ ଓଡ଼ିଶା ପୋଲିସକୁ ପ୍ରଶଂସା

ବରଗଡ଼ ଅଫିସ୍‌,୩୧।୧: କୋଭିଡ୍‌ ପରିଚାଳନାରେ ଜାତୀୟ ମହିଳା କମିଶନ ଓଡ଼ିଶା ପୋଲିସକୁ ପ୍ରଶଂସା କରିଛି । ରବିବାର ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ଜାତୀୟ ମହିଳା...

ଥମୁନି ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ କରୋନା ନେଲା ୬୬ ଜୀବନ

ଭୁବନେଶ୍ୱର,୧୪।୮(ବ୍ୟୁରୋ): ରାଜ୍ୟରେ ପୁଣି ଥରେ କରୋନା ଗ୍ରାଫ୍‌ ତଳମୁହାଁ ହୋଇଥିବା ବେଳେ ଦୈନିକ ସଂକ୍ରମଣ ମଧ୍ୟ ହ୍ରାସ ପାଇବାରେ ଲାଗିଛି। ହେଲେ ମୃତ୍ୟୁ ସଂଖ୍ୟାରେ ଲାଗୁନି...

ଶାଶୁ ଘରେ ଛାଡିଦେବାକୁ କହି ମହିଳାଙ୍କୁ ଗଣବଳାତ୍କାର

ବନ୍ତ,୨୯।୮(ଡି.ଏନ.ଏ.): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଗଣବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ବନ୍ତ ଥାନା ପୋଲିସ...

ଆଜିଠୁ ଖୋଲିବ ଦଶମ, ଦ୍ୱାଦଶ ଶ୍ରେଣୀ

ଭୁବନେଶ୍ୱର,୨୬।୭(ବ୍ୟୁରୋ: କୋଭିଡ୍‌-୧୯ ମହାମାରୀ ସଂକ୍ରମଣ ଯୋଗୁ ଦୀର୍ଘଦିନ ହେବ ସ୍କୁଲ ବନ୍ଦ ରହିଥିଲା। ସୋମବାରଠାରୁ ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବ। ସେଥିପାଇଁ ସ୍କୁଲଗୁଡ଼ିକୁ...

ଆଜିଠୁ ଭିତରକନିକା ବନ୍ଦ

ରାଜନଗର,୨୬ା୧୨ (ଡି.ଏନ.ଏ.): କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକରେ ଥିବା ଭିତରକନିକା ଜାତୀୟ ଉଦ୍ୟାନ ଆସନ୍ତାକାଲି ଠାରୁ ଜାନୁୟାରୀ ୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଏଥିପାଇଁ...

Advertisement
Archives

Model This Week