Posted inଫୁରସତ

ଦୁନିଆର ସବୁଠାରୁ ଏକାକି ମହିଳା: ୭୬ ବର୍ଷ ଧରି ଜଙ୍ଗଲରେ ବିତାଉଛନ୍ତି ଜୀବନ

ଏକାକୀ ରହିବା ଯେକୌଣସି ମଣିଷ ପାଇଁ ସବୁଠାରୁ କଷ୍ଟକର କାର୍ଯ୍ୟ, ହେଲେ ସାଇବେରିଆର ଏକ ଜଙ୍ଗଲରେ ରୁହନ୍ତି ଦୁନିଆର ଏକମାତ୍ର ଏକାକି ମହିଳା। ତାଙ୍କର କୌଣସି ସମ୍ପର୍କୀୟ କିମ୍ବା ପରିବାର ନାହିଁ। ୭୬ ବର୍ଷ ବୟସ୍କା ଏହି ମହିଳା ଜନ୍ମରୁ ଏହି ଜଙ୍ଗଲରେ ଏକୁଟିଆ ରହିଆସୁଛନ୍ତି। ସେ ହେଲେ ଆଗାଫ୍ୟା। ଜଣେ କୋଟିପତି ବ୍ୟବସାୟୀ ମହିଳାଙ୍କ ବିଷୟରେ ଜାଣି ତାଙ୍କୁ ସାହାଯ୍ୟ କରିଛନ୍ତି।ଏବେ ସାଇବେରିଆରେ ତାଙ୍କ ନୂତନ ଘର ର୍ନିମାଣ କରାଯାଉଛି। ଏହି ଘର ସହରାଞ୍ଚଳଠାରୁ ଶହ ଶହ ମାଇଲ ଦୂରରେ ଅବସ୍ଥିତ।

୧୯୩୬ ମସିହାରେ ଷ୍ଟାଲିନଙ୍କ ଶାସନ କାଳରେ ଧାର୍ମିକ ନିର୍ଯାତନାକୁ ଏଡାଇବା ପାଇଁ ଆଗାଫ୍ୟାଙ୍କ ପରିବାର ଜଙ୍ଗଲକୁ ପଳାଇଥିଲେ। ସେହି ସମୟରେ ଆଗାଫ୍ୟା ଜଙ୍ଗଲରେ ଜନ୍ମଗ୍ରହଣ କରିଥିଲେ। ଏତେ ଦିନ ଧରି ଏକୁଟିଆ ରହିଥିବା ଆଗାଫ୍ୟା ବର୍ତ୍ତମାନ ନୂଆ ଘରକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି। ସେ ଆଉ ଏକୁଟିଆ ରହିବାକୁ ଚାହୁଁ ନ ଥିବା କହିଛନ୍ତି।

ଆଗାଫ୍ୟା ଜୀବନର ଅଧିକାଂଶ ସମୟ ଉକ୍ତ ଜଙ୍ଗଲରେ କୃଷକ ଭାବରେ ଅତିବାହିତ କରିଛନ୍ତି। ନିଜ ଖାଦ୍ୟ ପାଇଁ ମଧ୍ୟ ନିଜେ ଚାଷ କରୁଛନ୍ତି। କିନ୍ତୁ ବର୍ତ୍ତମାନ ବାର୍ଦ୍ଧକ୍ୟ ଯୋଗୁ ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ଜଙ୍ଗଲରେ ରହିବା ତାଙ୍କ ପାଇଁ ନିରାପଦ ନୁହେଁ। ରୁଷିଆର ଆଲୁମିନିୟମ ବ୍ୟବସାୟ ଜଡ଼ିତ ବ୍ୟବସାୟୀ ଓଲେଗ୍‌ ଡେରିପାସ୍କା ତାଙ୍କ ବିଷୟରେ ଜାଣିବା ପରେ ସହଯୋଗର ହାତ ବଢ଼ାଇଛନ୍ତି। ମହିଳାଜଣଙ୍କ ସହରରେ ନିର୍ମିତ ଘରେ ରହିବାକୁ ମନା କରିଦେଇଥିବାରୁ ଶହେରୁ ଅଧିକ କିଲୋମିଟର ଦୂରରେ ତାଙ୍କ ପାଇଁ ଘର ନିର୍ମାଣ କରାଯାଉଛି। ଏଥିପାଇଁ ବ୍ୟବସାୟୀଜଣଙ୍କ ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସେନ୍‌ସରରୁ ଜାଣିହେବ ହୃଦ୍‌ରୋଗ

ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜି, ହାଇଦ୍ରାବାଦର ଗବେଷକମାନେ ବିଶ୍ୱର ବିଭିନ୍ନ ପ୍ରତିଷ୍ଠିତ ଗବେଷଣା ସଂସ୍ଥାମାନଙ୍କ ସହଯୋଗରେ ଏବେ ବିକାଶ କରିଛନ୍ତି ଏକ ନୂତନ ସେନ୍‌ସର। ଏହା...

ହସ୍ପିଟାଲରୁ ୪ କରୋନା ପୀଡ଼ିତ ଭୁଲରେ ଡିସ୍‌ଚାର୍ଜ: ଖୋଜୁଛି ପୋଲିସ

ଚେନ୍ନାଇ: ତାମିଲନାଡୁର ଭିଲୁପୁରମ ଜିଲାର ୪ କରୋନା ରୋଗୀଙ୍କୁ ସରକାରୀ ଡାକ୍ତରଖାନାରୁ ମଙ୍ଗଳବାର ଭୁଲ୍‌ରେ ଡିସ୍‌ଚାର୍ଜ କରି ଦିଆଯାଇଛି। ଏହି ରୋଗୀମାନଙ୍କୁ ଖୋଜିବା ପାଇଁ ପୋଲିସ...

ନାତିକୁ କୋଳରେ ଧରି ନଜର ଆସିଲେ ମୁକେଶ ଅମ୍ବାନୀ

ଦୀର୍ଘ ଦିନ ପରେ ରବିବାର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡର ଚେୟାରମ୍ୟାନ ତଥା ଏମ୍‌ଡି ମୁକେଶ ଅମ୍ବାନୀଙ୍କୁ ଦେଖିବାକୁ ମିଳିଥିଲା। ଏହି ଅବସରରେ ଭାରତନାଟ୍ୟମ ନୃତ୍ୟର ଏକ...

କମ୍‌ ବଜେଟ୍‌ରେ ବି କରିପାରିବେ ସୁନ୍ଦର ବଗିଚା

ଆଜିକାଲି ସମୟରେ ସମସ୍ତଙ୍କ କ୍ଷେତ୍ରରେ ବଡ଼ ଫ୍ଲାଟ୍‌ କିମ୍ବା ବଗିଚା କରିବା ସମ୍ଭବ ନୁହେଁ। ତେଣୁ କମ୍‌ ବଜେଟ୍‌ ଆଉ ଅଳ୍ପ ସ୍ଥାନରେ ବି ଏକ...

ବିଏମ୍‌ଡବ୍ଲ୍ୟୁ, ମର୍ସିିଡିଜ୍‌କୁ ପଛରେ ପକାଇଦେବ ଏହି ଜେସିବି, ଘଣ୍ଟା ପ୍ରତି ବେଗ କେତେ ଜାଣନ୍ତୁ…

ଜେସିବିର ବ୍ୟବହାର ପ୍ରାୟ ସମସ୍ତ ସ୍ଥାନରେ ଦେଖିବାକୁ ମିଳିଥାଏ। ଏହା ଖୁବ୍‌ ଧୀର ଗତିରେ ଚାଲିଥାଏ ବୋଲି ଜାଣିଛେ। କିନ୍ତୁ ମାର୍ଟିନ୍‌ ନାମକ ଜଣେ ବ୍ୟକ୍ତି...

ଟଏଲେଟ୍‌ ପେପର୍‌ ଓ୍ବେଡିଂ ଗାଉନ୍‌

ପୃଥିବୀରେ ଅନେକ ଅଜବ ପ୍ରତିଯୋଗିତା ଅୟୋଜନ କରାଯାଇଥାଏ। କିଛି ପ୍ରତିଯୋଗିତା ସମ୍ପର୍କରେ ଅନେକେ ଅଳ୍ପ ବହୁତେ ଜାଣିଥିବେ। ସେମିତି ଏକ ଅଜବ ପ୍ରତିଯୋଗିତା ନ୍ୟୁୟର୍କରେ ଆୟୋଜିତ...

ହିନ୍ଦୁ ମହିଳାଙ୍କୁ ମନ୍ଦିର ଦର୍ଶନ କରାଇ ଦେବା ପାଇଁ କାନ୍ଧରେ ବସାଇ ନେଲେ ମୁସଲମାନ ଯବାନ

ଆନ୍ଧ୍ରପ୍ରଦେଶର ତିରୁମାଲାରେ ଧାର୍ମିକ ସମନ୍ବୟର ଏକ ଅନନ୍ୟ ଉଦାହରଣ ଦେଖିବାକୁ ମିଳିଛି। ଜଣେ ମୁସଲମାନ ଯବାନ ହିନ୍ଦୁ ମହିଳାଙ୍କୁ କାନ୍ଧରେ ବସାଇ ୬ କିଲୋମିଟର ନେଇଥିଲେ।...

ଜନ୍ମିତ ଶିଶୁର ନାମ ‘ସାନିଟାଇଜର୍‌’

ଲକ୍ଷ୍ନୌ: ଦେଶ ସହିତ ସମଗ୍ର ବିଶ୍ୱରେ କରୋନା ତା’ର କାୟା ବିସ୍ତାର କରିବାରେ ଲାଗିଛି। ଭାରତରେ ପ୍ରଥମେ ୨୧ ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା।...

Advertisement
Archives

Model This Week