Advertisement

ଅଙ୍ଗନଓ୍ବାଡି କେନ୍ଦ୍ରରେ ଝୁଲୁଛି ତାଲା: ସିଡିପିଓଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିଲେ କର୍ମୀ

ପାଟଣା,୨୫ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ସମନ୍ବିତ ଶିଶୁ ଓ ମହିଳା ବିକାଶ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାରଠାରୁ ବ୍ଲକରେ କାର୍ଯ୍ୟରତ ଶତାଧିକ ଅଙ୍ଗନଓ୍ବାଡି କର୍ମୀ ଓ ପାଚିକା ବିଭିନ୍ନ ଦାବି ପୂରଣ ନେଇ ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ନଭେମ୍ବର ୨୧ରୁ ବିଭିନ୍ନ ଦାବି ନେଇ କର୍ମୀମାନେ ଆନ୍ଦୋଳନକୁ ଓହ୍ଲାଇ ଥିବାରୁ ଅଚଳାବସ୍ଥା ଜାରି ରହିଛି। ଏହି ଧାରଣାରେ ବ୍ଲକରେ କାର୍ଯ୍ୟରତ ଅଙ୍ଗନଓ୍ବାଡି ଓ ମିନି ଅଙ୍ଗନଓ୍ବାଡି ୨୬୩ଟି କେନ୍ଦ୍ରର ୪୫୦ ଜଣ ଅଙ୍ଗନଓ୍ବାଡିକର୍ମୀ ଓ ପାଚିକା ସାମିଲ ହୋଇଛନ୍ତି। ସେମାନଙ୍କର ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ବ୍ଲକର ସମ୍ପାଦିକା ପ୍ରେମଲତା ଆଚାର୍ଯ୍ୟ, ବିଷ୍ଣୁପ୍ରିୟା ବେଜ, ମୀନା ପତି, କମଳା ମହାନ୍ତ, ମନୋରମା ମହାନ୍ତ, ଓ ମେନକା ନାଏକ ପ୍ରମୁଖ ଚେତାବନୀ ଦେଇଛନ୍ତି। ଦାବିଗୁଡ଼ିକ ମଧ୍ୟରେ ଅଙ୍ଗନଓ୍ବାଡି କର୍ମୀଙ୍କୁ ସରକାରୀ ମାନ୍ୟତା, ମିନି ଅଙ୍ଗନଓ୍ବାଡି କର୍ମୀଙ୍କୁ ଅଙ୍ଗନଓ୍ବାଡି କର୍ମୀ ମାନ୍ୟତା,ମାସକୁ ସର୍ବନିମ୍ନ ଦରମା ୨୧ ହଜାରକୁ ବୃଦ୍ଧି ସହ ଦରଦାମ ବୃଦ୍ଧି ଯୋଗୁ୍‌ ରନ୍ଧା ଖାଦ୍ୟ ଦର ବୃଦ୍ଧି ଆଦି ରହିଛି। ଏମାନଙ୍କ ଆନ୍ଦୋଳନ ଯୋଗୁ ବ୍ଲକର ୨୬୩ଟି କେନ୍ଦ୍ର ଏବେ ବନ୍ଦ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଗଷ୍ଟ ୨ ଯାଏ ଅତାବିରା ଶଟଡାଉନ୍‌

ସରଣ୍ଡା,୨୭।୭( ଡି.ଏନ୍‌.ଏ.): ବରଗଡ ଜିଲାରେ କରୋନା ହୁ ହୁ ହୋଇ ବଢ଼ିଚାଲିଛି। ଅତାବିରାରେ ଗୋଷ୍ଟି ସଂକ୍ରମଣ ଦିଗକୁ ଆଗଉ ଥିବାବେଳେ ସୋମବାର ୨୧ ଜଣଙ୍କ ରିପୋର୍ଟ...

୬ ବର୍ଷର ଶିଶୁକୁ ଝାମ୍ପି ନେଲା ବାଘ

ରାଇଘର/ଉମରକୋଟ, ୧୨।୧୦(ଡି.ଏନ୍‌.ଏ./ସ୍ବ.ପ୍ର.): ନବରାତ୍ରି ସମୟରେ ପରିବାର ସହ ଛତିଶଗଡ଼ ସିହାଓ୍ବାସ୍ଥିତ ଶୀତଳା ମନ୍ଦିରକୁ ସପରିବାର ଦର୍ଶନ ପାଇଁ ଯାଉଥିଲେ। ବାଟରେ ୬ବର୍ଷୀୟ ଅବିନାଶଙ୍କୁ ପରିବାର ଲୋକଙ୍କ...

ଗାଧୋଇବା ପାଇଁ ପାଣି ଗରମ କରୁଥିବା ବେଳେ ବିଦ୍ୟୁତ୍‌ ଆଘାତ, ଯୁବକ ମୃତ

ଖୋର୍ଦ୍ଧା ଅଫିସ,୨୧।୧୨: ଗାଧୋଇବା ପାଇଁ ପାଣି ଗରମ କରୁଥିବା ସମୟରେ ବିଦ୍ୟୁତ୍‌ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନୟାଗଡ଼ ଜିଲା ଚାନ୍ଦପୁର...

ଅସୁରକ୍ଷିତ ବନ୍ୟପ୍ରାଣୀ: ସାତକୋଶିଆ ସଂରକ୍ଷିତ ଜଙ୍ଗଲରୁ କୁଟୁରା ଶିକାର; ୩ଜଣ ଶିକାରୀ ସହ ମାଂସ ଜବତ

ଠାକୁରମୁଣ୍ଡା, ୨୪।୪(ଡି.ଏନ୍‌.ଏ.): ମୟୂରଭଞ୍ଜ କରଞ୍ଜିଆ ବନଖଣ୍ଡ ସାତକୋଶିଆ ରେଞ୍ଜ ଅନ୍ତର୍ଗତ ବାଲିଘାଟ ସଂରକ୍ଷିତ ଜଙ୍ଗଲର କମ୍ପାର୍ମେଣ୍ଟ ନଂ ୧୨ ତଳବନ୍ଧ ନାଳ ନିକଟରେ ଗୁରବାର ରାତିରେ...

ଭିମାପଡା କାଞ୍ଝାଝରି ନଦୀର ପୋଲ ଉପରେ ୪ ଫୁଟ ବନ୍ୟାଜଳ: ଯୋଗାଯୋଗ ବିଛିନ୍ନ

ପାଟଣା,୧୪।୯(ସ୍ବ. ପ୍ର.): ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛିା ଏ ନେଇ ବେଳେ ମଙ୍ଗଳବାର ସକାଳୁ ପାଟଣା କେନ୍ଦୁଝର ରାସ୍ତାର ଭିମାପଡା କାଞ୍ଝାରୀ...

ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟରେ ଗ୍ୟାସ୍‌ ଲିକ୍‌ ଘଟଣା: ୭ ଗିରଫ, କମ୍ପାନୀକୁ ସିଲ୍‌ କଲା ଜିଲା ପ୍ରଶାସନ

ବାଲେଶ୍ୱର ଅଫିସ/ବାହାନଗା,୧୪।୧୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅଧୀନ ପଣପଣାସ୍ଥିତ ଫାଲ୍କନ କମ୍ପାନୀର ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟରେ କ୍ଲୋରିନ୍‌ ଗ୍ୟାସ୍‌ ଲିକ୍‌ ଘଟଣାରେ ୭ଜଣ ଅଧିକାରୀଙ୍କୁ...

ରମାଦେବୀ ଛାତ୍ରୀ ଝରାଫୁଲ ହତ୍ୟା ମାମଲା: ପୋଲିସ ହାତରେ ରାକେଶର ସାଙ୍ଗ

ଯାଜପୁର/ଭୁବନେଶ୍ୱର,୧୧।୪: ବହୁଚର୍ଚ୍ଚିତ ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ହତ୍ୟା ମାମଲାରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଯାଜପୁର ପୋଲିସ ପ୍ରାୟ ୩ ମାସ ପରେ ଗିରଫ...

୧୧ ରାଉଣ୍ଡ: ବିଜେଡି ପ୍ରାର୍ଥୀ ସନ୍ତୋଷ ଖଟୁଆ ଆଗରେ

ନୀଳଗିରି, ୨୩।୫(ଡି.ଏନ.ଏ.)-୧୧ରାଉଣ୍ଡ ସୁଦ୍ଧା ବିଜେଡି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆ ୨୭ହଜାର ୫୪୫, ଭାଜପା ବିଧାୟକ ପ୍ରାର୍ଥୀ ସୁକାନ୍ତ ନାୟକଙ୍କୁ ୨୫ହଜାର ୫୩୭ ଭୋଟ ମିଳିଛି।...

Advertisement
Archives

Model This Week