ଉତ୍ତରଣର ଉଷାଲୋକ

ଉପେନ୍ଦ୍ର ବିଶ୍ୱାଳ

ଦ୍ୱାପରର ଦ୍ୱାର ଭିତରକୁ ଧସେଇ ପଶିବାକୁ ଯେତେବେଳେ କଳିର ପ୍ରବଳ ପ୍ରୟାସ, ସେତେବେଳେ ସେଇ ଯୁଗସନ୍ଧିକ୍ଷଣର ଏକ ଘଟଣାଟିଏ। ଜଣେ ବ୍ରାହ୍ମଣଙ୍କର ଖେତ ଖନନ ବେଳେ ମିଳେ କେତେକ ରତ୍ନ ଅଳଙ୍କାର। ମାଲିକଙ୍କର ଏହା ପ୍ରାପ୍ୟ ବୋଲି ବିଚାର କରି ଗୋସେଇଁଙ୍କୁ ହସ୍ତାନ୍ତର କରେ ଶ୍ରମଜୀବୀ। ଯେହେତୁ ପୋତାଧନ ତାଙ୍କର ନୁହେଁ କି ଖନନରେ ତାଙ୍କର କିଛି ଅବଦାନ ନାହିଁ, ତେଣୁ ତାକୁ ସ୍ପର୍ଶ କରିବାକୁ ନାରାଜ ହେଲେ ବ୍ରାହ୍ମଣ। ବରଂ ଖନନ ବେଳେ ମିଳିଥିବାରୁ, ଖନନକାରୀ ହିଁ ତାହାର ଯଥାର୍ଥ ଦାବିଦାର ବୋଲି ମତବ୍ୟକ୍ତ କଲେ। ପାରିଶ୍ରମିକ ବ୍ୟତୀତ ଆଉ ଅଧିକ କିଛି ଗ୍ରହଣ କରିବା ତା’ ପାଇଁ ପାପ ବୋଲି କହିଲା ଶ୍ରମଜୀବୀ। ଏହାର ମୀମାଂସା ପାଇଁ ଦୁହେଁ ଦିନେ ହାଜର ହେଲେ ବିଚାରପତିଙ୍କ ସାମ୍ନାରେ। ଇତ୍ୟବସରରେ କଳି କବ୍‌ଜା କରି ସାରିଥାଏ ସେ କାଳଖଣ୍ଡକୁ। ଅତି ଆଶ୍ଚର୍ଯ୍ୟଜନକ ଭାବେ ବିପରୀତ ବୁଦ୍ଧି ଦେଖାଦେଇଛି ଦୁହିଁଙ୍କ ମନୋଭାବରେ। “ମୋ ଜମିରୁ ମିଳିଛି, ଏଣୁ ମୋର ଏବଂ ମୁଁ ପାଇଛି, ଏଣୁ ମୋର”- ଏହିପରି ଉଭୟ ବସିଲେ ସୁବର୍ଣ୍ଣ କଙ୍କଣଗୁଡ଼ିକୁ ହାତେଇବାକୁ। ଅର୍ଥାତ୍‌ ଦ୍ୱାପରକୁ ଦମନ କରି କଳି ଯେବେଠୁ ରାଜୁତି ଆରମ୍ଭ କଲା, ସେବେଠୁ ଦୂରେଇଗଲା ଦିବ୍ୟ ଦୃଷ୍ଟିଭଙ୍ଗୀ। ଯୁଗ ଅବତରଣର ଏମିତି ଏକ ସନ୍ଦେଶକୁ ନେଇ ରଚିତ ଯୁଗାନ୍ତକାରୀ ନାଟକ ‘କାଳାନ୍ତର’। ସୁପ୍ରସିଦ୍ଧ ନାଟ୍ୟକାର କୁଞ୍ଜ ରାଓଙ୍କ ଦ୍ବାରା ରଚିତ ଏହି ନାଟକଟିର ସାମଞ୍ଜସ୍ୟ ପରିଦୃଶ୍ୟ ହୁଏ ଆଜିର ଦିନରେ।
ସମୟର ଏହି ସନ୍ଧିକ୍ଷଣରେ ଦୃଶ୍ୟମାନ ହୁଏ ଠିକ୍‌ ତା’ର ଏକ ଓଲଟ ଚିତ୍ରପଟ। କଳିକୁ କବର ଦେଇ ଦ୍ୱାପରର ଦିବ୍ୟ ଦର୍ଶନ ହେଲାଭଳି। ସଂକୀର୍ଣ୍ଣତା ପରିବର୍ତ୍ତେ ଉଦାରତା। ସ୍ବାର୍ଥପରତା ପରିବର୍ତ୍ତେ ସେବା ଓ ଧୈର୍ଯ୍ୟର ଦିବ୍ୟଭାବ। ନକାରାତ୍ମକ ଭାବନା ବଦଳରେ ସକାରାତ୍ମକ ଭାବ। ଫେରିଚାହିଁବା ବର୍ଷକ ତଳକୁ। ପୋଲିସ୍‌ ପ୍ରତି ଜନଗଣଙ୍କ ମଧ୍ୟେ ଭରି ରହିଥିଲା ପ୍ରବଳ ଅସନ୍ତୋଷ। ଦୁର୍ନୀତିଗ୍ରସ୍ତ ଓ ବିଫଳ ତାଲିକାରେ କହିବାକୁଗଲେ ପୋଲିସ ବିଭାଗର ନାମ ହିଁ ଆଗରେ ରହୁଥିଲା। ଥାନା ପରେ ପରେ ଆସୁଥିଲା ଡାକ୍ତରଖାନା। ଡାକ୍ତରଖାନାର ଗୁଣ (ଖୁଣ) ଗାଇ ଗାଇ ଗଣମାଧ୍ୟମର ଗଳାରୁଦ୍ଧ ହୋଇଯାଉଥିଲା। ଦେଖିବାକୁ ମିଳୁଥିଲା ନର୍ସ ଓ ଡାକ୍ତରଙ୍କ ବିରୁଦ୍ଧରେ ପୁଳା ପୁଳା ଅଶାନ୍ତି ଓ ଅଭିଯୋଗ। ବୁଝିବାକୁ କେବେ ବି ଇଚ୍ଛାକରିନୁ, ଲୋକ ଅନୁପାତରେ ଅଛି କେତେ ଥାନା, ଅଛନ୍ତି କେତେ ପୋଲିସ। ସେମିତି ରୋଗୀ ଅନୁପାତରେ ଡାକ୍ତର, ନର୍ସ ଆଦି ସ୍ବାସ୍ଥ୍ୟକର୍ମୀ ଅଛନ୍ତି କେତେ। ଅବଶ୍ୟ ସାରା ବିଭାଗଟି ବଦନାମର ବୋଝ ବୋହିବାକୁ ବାଧ୍ୟ ହୁଏ। ସେମିତି ବି ତହସିଲଠୁ ଜିଲା ମହକୁମା ପର୍ଯ୍ୟନ୍ତ, ପ୍ରଶାସକମାନଙ୍କ ପ୍ରତି ମଧ୍ୟ ସାଧାରଣରେ ନ ଥିଲା ଭଲ ଭାବନା। କିନ୍ତୁ ଏହିମାନେ ହିଁ ଆମ ସାମ୍ନାରେ ଆଜି ଉଭା ହେଇଛନ୍ତି ଦେବଦୂତ ସମ। ଆଜି ସେମାନଙ୍କ ପାଇଁ ତାଳି ମାଡ଼ରେ ଉଛୁଳି ଉଠୁଛି ସାରା ଦେଶ। ଏଇଠି ବି ଅଟକି ଯାଇନି ତାଙ୍କର ଜୟଘୋଷ।
ଜାତୀୟତାର ତାଳେ ତାଳେ ପ୍ରଥମଥର ପାଇଁ ଓଡ଼ିଆ ଗାଇଛି ଜୟଗୀତି, ସେମାନଙ୍କୁ ବଧେଇ ଜଣାଇ। ଏମାନଙ୍କ ବଦାନ୍ୟତା ଓ ତ୍ୟାଗ ଅନସ୍ବୀକାର୍ଯ୍ୟ। ସହସ୍ର ସହସ୍ର ସଂଖ୍ୟାରେ ସଂକ୍ରମିତ ଏବଂ ଶତାଧିକ ଶହୀଦ ହେଉଥିଲେ ବି ଏମାନେ ହତୋତ୍ସାହ ନୁହନ୍ତି। ଜୀବନ, ଯନ୍ତ୍ରଣା, ଜନ୍ତାକୁ ବେଖାତିର କରି ଏମାନେ ଯଦି ସଙ୍କଟରୁ ଆମକୁ ମୁକୁଲାଉ ନ ଥାନ୍ତେ, ତା’ହେଲେ ଆମମାନଙ୍କ ଅବସ୍ଥା କ’ଣ ହେଉ ନ ଥାନ୍ତା? କେଉଁଠି କୁନି ଝିଅଟିକୁ ଘରେ ଛାଡ଼ି ଆସି, ଦୀର୍ଘଦିନ ଧରି ଘରକୁ ନ ଫେରି, ସେବିକାଟିଏ ଦେବୀ ସମ ସେବା କରିଚାଲିଛି ତ ଆଉ କେଉଁଠି ମାଆଟିଏ (ଜିଲାପାଳ) ଛୁଟି ବାତିଲକରି ୨୨ ଦିନର ନବଜାତକକୁ ଘରେ ଛାଡ଼ିଦେଇ, ସଙ୍କଟ ସମୟରେ ଗୁରୁଦାୟିତ୍ୱ ନିର୍ବାହ କଲାଣି। କେଉଁ ପୋଲିସ ମାସ ମାସ ଧରି ଘରକୁ ନ ଫେରି ଆମ ପାଇଁ ଲଢେଇରେ ସାମିଲ ହେଲାଣି। ଏହିପରି ପ୍ରାୟ ପ୍ରତିଟି ଯୋଦ୍ଧାର ମାନସପଟରେ ଉଜ୍ଜୀବିତ ଆଜି ଦିବ୍ୟଭାବ। ସେହିପରି ଉନ୍ନତ ଚିତ୍ତର ଉଷାଲୋକରେ ଉଦ୍ଭାସିତ ଆମ ଜନମାନସ। ସାଧାରଣ ଜୀବନ ନେଇ ବଞ୍ଚିଛନ୍ତି ସମସ୍ତେ। ନାହିଁ ଆଡମ୍ବର ଅବା ଅହମିକାପଣ। ବଢ଼ିଛି ଈଶ୍ୱରଭକ୍ତି ଓ ଆଧ୍ୟାତ୍ମିକତାର ସ୍ତର। ପରିବାରକୁ ଫେରିଛି ସଂପ୍ରୀତି, ସଂହତି, ସମନ୍ବୟ। ବେଦର ଦିବ୍ୟ ଆହ୍ବାନ- ‘ଚାଲ ଏକାଠି ବସିବା,ଏକାଠି ଖାଇବା,ଏକାଠି ଚାଲିବା’ ଆଜି ସାକାର ରୂପ ନେଉଛି। ବଢ଼ିଛି ସଦ୍‌ଭାବନା, ସ୍ବଚ୍ଛତା ପ୍ରତି ଅନୁରାଗ। କମିଛି ଖର୍ଚ୍ଚ କରିବାର ବଦଭ୍ୟାସ। ମନ ବି କହୁନି ମସ୍ତି ବା ମଉଜ କରିବାକୁ। ସଜେଇ ହେବାର ସଉକ ମାରିଦେଲା ମୁଖାବନ୍ଧା ଅଭ୍ୟାସ। ତାଲାବନ୍ଦ ଆଜି ବନ୍ଦ କରିଦେଇଛି ଅସାମାଜିକ ପଣିଆକୁ। ସମୟ ଆମକୁ ପଢାଉଛି ପରିବର୍ତ୍ତନ, ପରିମାର୍ଜନର ପାଠ। କହିବାକୁ ଗଲେ, ଏକପ୍ରକାର କଳିର କବାଟ କିଳିଛି କାରୋନା। ଜୀବନଟା ଯେ ଅତି ଅଳିକର, କ୍ଷଣିକର, ଏହି କଠୋର ସତ୍ୟକୁ ସୂଚାଉଛି ସେ। ଆତ୍ମଚିନ୍ତନ, ଆତ୍ମ ମନ୍ଥନ, ଆତ୍ମ ଶୁଦ୍ଧୀକରଣର ଅବକାଶ ଆସି ପହଞ୍ଚିଛି ଆଜି। ପ୍ରବହମାନ ନଦୀଟିଏ ବି ସାଧ୍ୟମତେ ପ୍ରୟାସ କରିଥାଏ ନିଜକୁ ଶୁଦ୍ଧ ରଖିବାକୁ। ସଫଳ ବି ହୁଏ। କାଳର ପ୍ରବାହରେ ନଦୀସମ ଗତି କରୁଥିବା ମଣିଷ କିନ୍ତୁ ନିଜକୁ ସ୍ବଚ୍ଛ ରଖିବାକୁ, ଚାରିପାଖ ସ୍ବଚ୍ଛ ରଖିବାକୁ ପ୍ରଯତ୍ନ କରେନି। ସେ ଏମିତି ଅମାନିଆ, ଅବାଧ୍ୟ, ଅକ୍ଷମ ଯେ ଲୋଡ଼େ ଆଇନର ଚାବୁକ ମାଡ଼। ଏଇ ଯେମିତି, ସର୍ବସାଧାରଣ ସ୍ଥାନମାନଙ୍କରେ ଛେପ, ଖଙ୍କାର ପକେଇ ଜୀବାଣୁର ଜୟଯାତ୍ରାକୁ ସୁଗମ କରିବା। ଜୀବନର ରୂପାନ୍ତର, ଉତ୍ତରଣ ପାଇଁ ପ୍ରଧାନ ଆବଶ୍ୟକତା ହେଉଛି ଉନ୍ନତ ଦୃଷ୍ଟିଭଙ୍ଗୀ।
ସ୍ବାମୀ ବିବେକାନନ୍ଦଙ୍କ ଅନୁଯାୟୀ ‘ଦୃଷ୍ଟିଶକ୍ତି ହରାଇଲେ ବି ତୁମେ ଯେମିତି ନିଜର ଦୃଷ୍ଟିକୋଣ ନ ହରାଇ ଦିଅ।’ ସୂର୍ଯ୍ୟଙ୍କ ଆଡ଼କୁ ମୁହଁକରି ଛିଡ଼ା ହେଲେ କଳାଛବି ଆମ ସାମ୍ନାକୁ ଆସିପାରେନା। ସେମିତି ବି ଉଚ୍ଚ ମୂଲ୍ୟବୋଧ, ନୈତିକତା ରୂପକ ଆଲୋକ ଦିଗକୁ ଆମ ଦୃଷ୍ଟି ନିବଦ୍ଧ ହେଲେ କଳୁଷକାଳିମା ଆମ ସାମ୍ନାକୁ ଆସିପାରିବ ନାହିଁ। ବାହାରର ବାତାବରଣ ଆଜି ଯେମିତି ସ୍ବଚ୍ଛ ଓ ପ୍ରଦୂଷଣମୁକ୍ତ, ଆମ ଅନ୍ତରର ବାତାବରଣକୁ ସେମିତି ନିର୍ମଳ ରଖିଲେ ଦିବ୍ୟତ୍ୱର ଆଲୋକରେ ଚହଟି ଉଠିବ ଦୁନିଆ। ନିନ୍ଦା ଓ ଅପବାଦଠାରୁ ଦୂରରେ ରହି ଆଜିପରି ପ୍ରଶଂସାର ପାତ୍ର ହୋଇ ସବୁଦିନେ ରୁହନ୍ତୁ ଯୋଦ୍ଧା ବାହିନୀ। ଅମାବାସ୍ୟା ପରେ ପରେ ଧୀରେ ଧୀରେ ଉଜ୍ଜ୍ୱଳତା ବୃଦ୍ଧି ପାଇ ପୂର୍ଣ୍ଣମୀ ଆସିଥାଏ। ଠିକ୍‌ ସେମିତି କଳିର କ୍ଷୟ ହୋଇ ପ୍ରାଚୀ ଆକାଶରେ ସତ୍ୟର ସନ୍ଦେଶ ନେଇ ଆସୁଛି ଉତ୍ତରଣର ଉଷାଲୋକ। ଆସନ୍ତୁ ପ୍ରସ୍ତୁତ ରହିବା ସ୍ବାଗତ ଅପେକ୍ଷାରେ।

ଗୋଡ଼ିଶୁଲ, ସଜନାଗଡ଼, ବାଲେଶ୍ୱର,
ମୋ: ୯୪୩୭୪୩୬୦୭୩


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?