ଏଇ ଭାରତରେ

କେରଳ ଏର୍ନାକୁଲମ୍‌ ନିବାସୀ ଇକୋ-ଇନୋଭେଟର ଲକ୍ଷ୍ମୀ ମେନନ ‘ପିୟୋର ଲିଭିଂ’ ସଂସ୍ଥା ମାଧ୍ୟମରେ ବର୍ଜ୍ୟବସ୍ତୁରୁ ବିଭିନ୍ନ ବ୍ୟବହାର ଉପଯୋଗୀ ସାମଗ୍ରୀ ତିଆରି କରୁଛନ୍ତି। ପ୍ରଥମେ ବର୍ଜ୍ୟ କାଗଜରୁ କଲମ ତିଆରି କରିବା ପରେ ଏବେ ପର୍ସନାଲ ପ୍ରୋଟେକ୍ଟିଂ ଇକ୍ୟୁପିମେଣ୍ଟ (ପିପିଇ) କିଟ୍‌ ତିଆରିରୁ ବାହାରୁଥିବା ବର୍ଜ୍ୟରୁ ଗଦି ପ୍ରସ୍ତୁତ କରୁଛନ୍ତି। ଏହାର ନାମ ଦେଇଛନ୍ତି ଶଯ୍ୟା। ବର୍ଜ୍ୟ ପରିଚାଳନା ସହ କୋଭିଡ୍‌-ସେଣ୍ଟରରେ ଗଦିର ଆବଶ୍ୟକତା ପୂରଣ କରିବା ଲକ୍ଷ୍ୟରେ ସେ ଏହା କରିଛନ୍ତି। ଏହି ଶଯ୍ୟାର ଲମ୍ବ ୬ ଫୁଟ ଓ ଚଉଡା ୨.୫ ଫୁଟ। ବର୍ଜ୍ୟଗୁଡିକୁ ପରସ୍ପର ସହ ବାନ୍ଧି ବିନା ସିଲେଇରେ ଏହି ଗଦି ତିଆରି କରାଯାଉଛି। ଏହା ଓ୍ବାଟର ପ୍ରୁଫ୍‌। ସଫା କରିହେବ। କେରଳରେ (ପିପିଇ)ଗାଉନ ତିଆରି କରୁଥିବା କେତେଜଣ ଟେଲର୍‌ଠାରୁ ବର୍ଜ୍ୟ ସଂଗ୍ରହ କରୁଛନ୍ତି। ତାଙ୍କ ଘର ପାଖରେ ଚାକିରି ହରାଇଥିତ୍ବା ୧୦ ଜଣ ମହିଳାଙ୍କୁ ଗଦି ତିଆରି ପାଇଁ ନିଯୁକ୍ତି ଦେଇଛନ୍ତି। ଏହାକୁ ବଢ଼ାଇବା ଲାଗି ଯୋଜନା ବି କରୁଛନ୍ତି। ଏବେ ଜଣେ ମହିଳା ଦିନକୁ ୩୦୦ ଟଙ୍କା ମଜୁରି ନେଉଛନ୍ତି ଓ ଗୋଟିଏ ଗଦି କରୁଛନ୍ତି। ସେ ଗଦି ବାବଦକୁ ମଜୁରି ଖର୍ଚ୍ଚ ୩୦୦ ଟଙ୍କା ନେଇ କେରଳର ସବୁ ପଞ୍ଚାୟତକୁ ଦେବା ପାଇଁ ସ୍ଥିର କରିଛନ୍ତି। ପ୍ରଥମେ ଆମ୍ବାଲୁର ପଞ୍ଚାୟତ ତାଙ୍କ ଠାରୁ ୫ଟି ଗଦି ନେଇଛିି। ୯ ଟନ୍‌ ବର୍ଜ୍ୟରୁ ୨,୪୦୦ଟି ଗଦି ତିଆରି କରାଯାଇପାରିବ ବୋଲି କହନ୍ତି ଲକ୍ଷ୍ମୀ। ଗଦିକୁ ତଳେ ଶୋଉଥିବା ଗରିବମାନଙ୍କୁ ବାଣ୍ଟିବା ଲାଗି ସେ ଲକ୍ଷ୍ୟ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅନେକ ସମୟରେ ଜଣେ ମହିଳା ପରିବାର ପ୍ରତିପୋଷଣର ଦାୟିତ୍ୱ ବହନ କରିବା ଲାଗି ଏକ ପୁରୁଷକୈନ୍ଦ୍ରିକ ପେସାକୁ ଆଦରିନେବାକୁ ବାଧ୍ୟ ହୋଇଥାନ୍ତି, ଯାହା ଘଟିଛି ଜାନ୍‌ସୀ ବି.ଭି.ଙ୍କ…

ବୈଦିକ ଶିକ୍ଷା ବ୍ୟବସ୍ଥା

ବୈଦିକ ଯୁଗର ଶିକ୍ଷା ପଦ୍ଧତି ନୈତିକ ମୂଲ୍ୟବୋଧ ଉପରେ ଆଧାରିତ ଥିଲା। ଶିକ୍ଷାର କୌଣସି ବ୍ୟବସାୟୀକରଣ ନ ଥିଲା। ବିଦ୍ୟାର୍ଥୀମାନେ ଆବାସିକ ଗୁରୁକୁଳରେ ରହି ଶିକ୍ଷା ଗ୍ରହଣ…

ଏଠି କିଛି ବି ହୋଇପାରେ

କିଛିବର୍ଷ ପୂର୍ବେ ଓଡ଼ିଶାର ଏକ ବୃହତ୍‌ ଜନଜାତି ଶିକ୍ଷାନୁଷ୍ଠାନରେ ଅଧ୍ୟାପନା କରୁଥିଲି। ସେସମୟରେ ସେଠାରେ ଆୟୋଜିତ ହୋଇଥିଲା ଏକ ବିଶେଷ କାର୍ଯ୍ୟକ୍ରମ। ସେହି ଅବସରରେ ହିନ୍ଦୀ ଚଳଚ୍ଚିତ୍ର…

କେବଳ ନଜର ନୁହେଁ

ପଶ୍ଚିମ ଏସିଆରେ ଉତ୍ତେଜନା କମୁନାହିଁ। ଆମେରିକା ଓ ଇସ୍ରାଏଲ ଆଗରେ ଇରାନ୍‌ ନଇଁବାକୁ ନାରାଜ। ବରଂ ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ସାମରିକ ଘାଟି ଉପରେ ତେହରାନ ଆକ୍ରମଣ…

ନିଶାମୁକ୍ତ ଯୁବସମାଜ

ଆଜିକାଲିର ଯୁବପିଢ଼ି ନିଶାଦ୍ରବ୍ୟକୁ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ କରିସାରିଲେଣି। ଗ୍ଲୋବାଲ ୟୁଥ୍‌ ଟୋବାକୋ ସର୍ଭେ (ଜିୱାଇଟିଏସ୍‌) ୨୦୧୯ ଅନୁଯାୟୀ, ସାରା ଦେଶରେ ୧୩ରୁ ୧୫ ବର୍ଷ ବୟସର ୮.୫…

ବସ୍ତାନିରୁ ସ୍କୁଲ ବ୍ୟାଗ: ଭାରରୁ ବିଚାର ପର୍ଯ୍ୟନ୍ତ

ପିଲାବେଳେ କାନ୍ଧରେ ବସ୍ତାନି ପକେଇ ସ୍କୁଲ ଗଲାବେଳର ସ୍ମୃତି ନିଆରା। ଆଜିର ସ୍କୁଲ ବ୍ୟାଗକୁ ଦେଖିଲେ ଲାଗେ, ସେହି ବସ୍ତାନିର ସରଳତା ଓ ସ୍ନେହ ଏବେ ମଧ୍ୟ…

ପ୍ରତିବାଦରେ ବାଧା

ଚଳିତ ସପ୍ତାହରେ ଦିଲ୍ଲୀ ହାଇକୋର୍ଟରେ ଏକ ଅଦ୍ଭୁତ ବିତର୍କ ଦେଖିବାକୁ ମିଳିଥିଲା। ସରକାରଙ୍କୁ ପଚରାଯାଇଥିଲା, ପ୍ରତିବାଦ ପାଇଁ ଯନ୍ତରମନ୍ତର ଅଞ୍ଚଳକୁ ବ୍ୟବହାର କରିବାକୁ କାହିଁକି ବନ୍ଦ କରାଯାଉନାହିଁ।…

ବିଶ୍ୱରୂପ ଦର୍ଶନର ଆର୍ଥିକ ଦୃଷ୍ଟିକୋଣ

ଭାଗବତ ଗୀତାରେ ବିଶ୍ୱରୂପ ଦର୍ଶନ ବିଷୟରେ ଉଲ୍ଲେଖ ରହିଛି। ଶ୍ରୀମଦ ଭଗବଦଗୀତା ମାନବଜାତି ପାଇଁ ହେଉଛି ଏକ ଅମୂଲ୍ୟ ଜ୍ଞାନର ଭଣ୍ଡାର। ଏହା ଜୀବନ ଜୀବିକାର ଦିବ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri