ଏଇ ଭାରତରେ

କେରଳ ଏର୍ନାକୁଲମ୍‌ ନିବାସୀ ଇକୋ-ଇନୋଭେଟର ଲକ୍ଷ୍ମୀ ମେନନ ‘ପିୟୋର ଲିଭିଂ’ ସଂସ୍ଥା ମାଧ୍ୟମରେ ବର୍ଜ୍ୟବସ୍ତୁରୁ ବିଭିନ୍ନ ବ୍ୟବହାର ଉପଯୋଗୀ ସାମଗ୍ରୀ ତିଆରି କରୁଛନ୍ତି। ପ୍ରଥମେ ବର୍ଜ୍ୟ କାଗଜରୁ କଲମ ତିଆରି କରିବା ପରେ ଏବେ ପର୍ସନାଲ ପ୍ରୋଟେକ୍ଟିଂ ଇକ୍ୟୁପିମେଣ୍ଟ (ପିପିଇ) କିଟ୍‌ ତିଆରିରୁ ବାହାରୁଥିବା ବର୍ଜ୍ୟରୁ ଗଦି ପ୍ରସ୍ତୁତ କରୁଛନ୍ତି। ଏହାର ନାମ ଦେଇଛନ୍ତି ଶଯ୍ୟା। ବର୍ଜ୍ୟ ପରିଚାଳନା ସହ କୋଭିଡ୍‌-ସେଣ୍ଟରରେ ଗଦିର ଆବଶ୍ୟକତା ପୂରଣ କରିବା ଲକ୍ଷ୍ୟରେ ସେ ଏହା କରିଛନ୍ତି। ଏହି ଶଯ୍ୟାର ଲମ୍ବ ୬ ଫୁଟ ଓ ଚଉଡା ୨.୫ ଫୁଟ। ବର୍ଜ୍ୟଗୁଡିକୁ ପରସ୍ପର ସହ ବାନ୍ଧି ବିନା ସିଲେଇରେ ଏହି ଗଦି ତିଆରି କରାଯାଉଛି। ଏହା ଓ୍ବାଟର ପ୍ରୁଫ୍‌। ସଫା କରିହେବ। କେରଳରେ (ପିପିଇ)ଗାଉନ ତିଆରି କରୁଥିବା କେତେଜଣ ଟେଲର୍‌ଠାରୁ ବର୍ଜ୍ୟ ସଂଗ୍ରହ କରୁଛନ୍ତି। ତାଙ୍କ ଘର ପାଖରେ ଚାକିରି ହରାଇଥିତ୍ବା ୧୦ ଜଣ ମହିଳାଙ୍କୁ ଗଦି ତିଆରି ପାଇଁ ନିଯୁକ୍ତି ଦେଇଛନ୍ତି। ଏହାକୁ ବଢ଼ାଇବା ଲାଗି ଯୋଜନା ବି କରୁଛନ୍ତି। ଏବେ ଜଣେ ମହିଳା ଦିନକୁ ୩୦୦ ଟଙ୍କା ମଜୁରି ନେଉଛନ୍ତି ଓ ଗୋଟିଏ ଗଦି କରୁଛନ୍ତି। ସେ ଗଦି ବାବଦକୁ ମଜୁରି ଖର୍ଚ୍ଚ ୩୦୦ ଟଙ୍କା ନେଇ କେରଳର ସବୁ ପଞ୍ଚାୟତକୁ ଦେବା ପାଇଁ ସ୍ଥିର କରିଛନ୍ତି। ପ୍ରଥମେ ଆମ୍ବାଲୁର ପଞ୍ଚାୟତ ତାଙ୍କ ଠାରୁ ୫ଟି ଗଦି ନେଇଛିି। ୯ ଟନ୍‌ ବର୍ଜ୍ୟରୁ ୨,୪୦୦ଟି ଗଦି ତିଆରି କରାଯାଇପାରିବ ବୋଲି କହନ୍ତି ଲକ୍ଷ୍ମୀ। ଗଦିକୁ ତଳେ ଶୋଉଥିବା ଗରିବମାନଙ୍କୁ ବାଣ୍ଟିବା ଲାଗି ସେ ଲକ୍ଷ୍ୟ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri