ବନ୍ଧୁମିଳନ ଆଳରେ ନେତୃତ୍ୱ ପରିବର୍ତ୍ତନ ସ୍ବର

ଚଣ୍ଡିଖୋଲ,୨୫ା୧(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲା ବଡ଼ଚଣା ବିଜେଡି ପକ୍ଷରୁ ପୁରୁଖା କର୍ମୀମାନେ ବୁଧବାର ଚଣ୍ଡିଖୋଲ ନିକଟ ଧର୍ମଶାଳା ଭବନରେ ଏକ ବନ୍ଧୁମିଳନ କରି ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀର ନେତୃତ୍ୱ ପରିବର୍ତ୍ତନର ସ୍ବର ଉଠାଇଛନ୍ତି। ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ କୈଳାସ ଚନ୍ଦ୍ର ରାଉତଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରହ୍ଲାଦ ନନ୍ଦ, ପୂର୍ବତନ ଉପାଧ୍ୟକ୍ଷ ବିଚିତ୍ରାନନ୍ଦ ମହାପାତ୍ର, ପୂର୍ବତନ ଜିଲା ପରିଷଦ ସଭ୍ୟ ପୂଜାରାଣୀ ବଳ ଓ ରାଜ୍ୟ ଯୁବ ବିଜେଡି ଯୁଗ୍ମ ସମ୍ପାଦକ ଆଶିଷ ରଞ୍ଜନ ଚୌଧୁରୀ ପ୍ରମୁଖ ଯୋଗଦେଇଥିଲେ। ଯୁବନେତା ଧନେଶ୍ୱର ବେହେରାଙ୍କ ସଞ୍ଚାଳନରେ ଅନୁଷ୍ଠିତ ସଭାରେ ସରପଞ୍ଚ ପ୍ରମୋଦ ଜେନା, ସେକ୍‌ ଅବଦୁଲ ଗନି, ପୁଷ୍ପଲତା ସିଂହ, ଅକ୍ଷୟ ରାଉତରାୟ, ସାଗରିକା ଚୌଧୁରୀ, ପ୍ରାକ୍ତନ ସରପଞ୍ଚ ରବୀନ୍ଦ୍ର ନାଥ ଦାଶ, ପୂର୍ବତନ ସମିତିସଭ୍ୟ ପ୍ରତିଭା ଖୁଣ୍ଟିଆ, ବରିଷ୍ଠ ନେତୃମଣ୍ଡଳୀ ନିହାର ରଞ୍ଜନ ମିଶ୍ର, ପୂର୍ବତନ ବ୍ଲକ ମହିଳା ସଭାନେତ୍ରୀ ଦମୟନ୍ତୀ ସାମଲ, ସମିତିସଭ୍ୟ ସ୍ମରଣିକା ବଳ, ଶ୍ରୀକୃଷ୍ଣ ପରିଡ଼ା, ନିରଞ୍ଜନ ମହାନ୍ତି, ରବୀନ୍ଦ୍ର ରାଉତ, ବିଧାନଚନ୍ଦ୍ର ସାମନ୍ତରାୟ ଓ ଭରତ ମହାପାତ୍ର ପ୍ରମୁଖ ଯୋଗଦେଇ କହିଥିଲେ, ବିଜେଡି ପ୍ରତିଷ୍ଠା ସମୟରେ ଯେଉଁମାନେ ବଡ଼ଚଣାରେ ମଙ୍ଗ ଧରିଥିଲେ ଦଳ କ୍ଷମତାରେ ଥାଇ ମଧ୍ୟ ଆଜିର ନେତୃତ୍ତ୍ବ ସେମାନଙ୍କୁ ଅଣଦେଖା କରିଛି। ଯେଉଁମାନଙ୍କ ଦଳ ପ୍ରତି ସାମାନ୍ୟ ଧାରଣା ନାହିଁ ସେହିଭଳି ହାତ ଗଣତି ଲୋକଙ୍କୁ ନେଇ ନେତୃତ୍ୱ କାର୍ଯ୍ୟ କରୁଥିବାରୁ ଗତ ନିର୍ବାଚନରେ ଦଳ ମାତ୍ର ୧୪୮୫ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲା। ତେଣୁ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଜନ୍ମଜେୟ ଲେଙ୍କାଙ୍କୁ ଆଗାମୀ ନିର୍ବାଚନରେ ପ୍ରାର୍ଥୀ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ ବୋଲି ନେତୃମଣ୍ଡଳୀମାନେ ପ୍ରକାଶ କରିଥିଲେ। ଯଦି ରାଜ୍ୟ ନେତୃତ୍ୱ ବଡ଼ଚଣାର ନେତୃତ୍ୱ ପରିବର୍ତ୍ତନ ନ କରନ୍ତି ତେବେ ଆସନ୍ତା ନିର୍ବାଚନରେ ଅସହଯୋଗ କରିବାକୁ ସେମାନେ ଆହ୍ବାନ ଦେଇଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତର କର୍ମୀ ଯୋଗଦେଇଥିଲେ। ନିରଞ୍ଜନ ମଲ୍ଲିକ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

ହାଟଡିହୀର ଦୀପ୍ତିମୟୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି; ଛୁଟୁଛି ଶୁଭେଚ୍ଛାର…

ହାଟଡିହୀ,୨୨।୯(ଶୁଭକାନ୍ତ ନାୟକ): ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି ଭାବେ ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ଦୀପ୍ତିମୟୀ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି। ଭାଜପା…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଆଉ ନାହାନ୍ତି ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଡ. ଗୋପବନ୍ଧୁ ବେହେରା: କଳାହାଣ୍ଡିରେ ଶୋକର ଛାୟା

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଜଣେ ଅଗ୍ରଣୀ ଶିକ୍ଷାବିତ୍, ଆଦର୍ଶ ମାର୍ଗଦର୍ଶକ ତଥା ବିଶିଷ୍ଟ ରସାୟନ ବିଜ୍ଞାନ ପ୍ରଫେସର ଡକ୍ଟର ଗୋପବନ୍ଧୁ ବେହେରାଙ୍କର ୮୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?