ଥଇଥାନ ନେତାଙ୍କ ମନ ବୁଝୁ ନ ଥିବା ଚର୍ଚ୍ଚା

ଅନୁଗୋଳ,୮ା୪ (ଅମିତ କୁମାର ସାମଲ): ଅନୁଗୋଳ ଜିଲା ରାଜନୀତିରେ ବିଜୁ ଜନତା ଦଳକୁ ନେଇ ଏବେ ସରଗରମ ଆଲୋଚନା ଚାଲିଛି। ଦଳ ପକ୍ଷରୁ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରାଯାଇସାରିଥିଲେ ମଧ୍ୟ ଜିଲାର ୫ଟି ନିର୍ବାଚନମଣ୍ଡଳୀରୁ ଅନୁଗୋଳ ଓ ତାଳଚେର ପାଇଁ ଏଯାଏ ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ। ପ୍ରଥମ ପର୍ଯ୍ୟାୟରେ ପାଲଲହଡ଼ା ଓ ଛେଣ୍ଡିପଦା ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିଥିଲା। ଏଠାରେ ଦଳୀୟ ବିଧାୟକଙ୍କୁ ପୁନର୍ବାର ପ୍ରାର୍ଥୀ କରାଯାଇଛି। ହେଲେ ଦ୍ୱିତୀୟ ପର୍ଯ୍ୟାୟ ଘୋଷଣାରେ ଦଳ ଆଠମଲ୍ଲିକରେ ଗତଥରର ପ୍ରାର୍ଥୀ ତଥା ବିଧାୟକ ରମେଶ ସାଏଙ୍କ ସ୍ଥାନରେ ନଳିନୀ ପ୍ରଧାନଙ୍କୁ ଏଠାରୁ ପ୍ରାର୍ଥୀ କରିଛି। ଦଳର ଏପରି ନିଷ୍ପତ୍ତିରେ ଅସନ୍ତୁଷ୍ଟ ପ୍ରକାଶ କରି ବିଧାୟକ ସାଏ ବିଜେଡିରୁ ଇସ୍ତଫା ଦେଇ ଭାଜପାରେ ସାମିଲ ହୋଇଛନ୍ତି। ଆଗକୁ ଅନୁଗୋଳ ଓ ତାଳଚେର ପାଇଁ ପ୍ରାର୍ଥୀ ଘୋଷଣା କରିବାକୁ ବାକି ଥିବାବେଳେ ଏଠାରେ ଦଳ କେଉଁ ପରିସ୍ଥିତିର ସମ୍ମୁଖୀନ ହେବ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି। ବିଶେଷକରି ୨୦୨୪ ନିର୍ବାଚନ ଟିକେଟ୍‌କୁ ନଜରରେ ରଖି ସଙ୍ଗଠନକୁ ମଜଭୁତ କରିଥିବା ଜିଲାର କେତେଜଣ ଯୁବ ନେତାଙ୍କୁ ଦଳ ପକ୍ଷରୁ ଆଗୁଆ ବିଭିନ୍ନ ପଦ ପଦବୀରେ ଥଇଥାନ କରାଯାଇଥିଲେ ହେଁ ସେମାନଙ୍କ ମନ ବୁଝୁ ନ ଥିବା ଚର୍ଚ୍ଚା ହେଉଛି।
ରାଜନୈତିକ ସମୀକ୍ଷକମାନଙ୍କ କହିବା ଅନୁଯାୟୀ, ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଜିଲାର ବିଭିନ୍ନ ନିର୍ବାଚନମଣ୍ଡଳୀରେ ଯୁବ ନେତାମାନେ ଆଗକୁ ଗୋଡ଼ କାଢ଼ିଥିଲେ। ଏଭଳି କି ସଙ୍ଗଠନ ଗଢ଼ିବା ସହ କର୍ମୀମାନଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଥିଲେ। ଏବେ ସେହି ଯୁବ ନେତାମାନଙ୍କ କର୍ମୀମାନେ ଜିଲାରେ ସକ୍ରିୟ ରହିଥିଲେ ହେଁ ତାଙ୍କ ନେତାଙ୍କ ଦେଖା ମିଳୁନାହିଁ। କାରଣ ବିଜେଡି ରାଜ୍ୟ ନେତୃତ୍ୱ ସେମାନଙ୍କୁ ବିଭିନ୍ନ ପଦପଦବୀ ଧରାଇ ୨୦୨୪ ନିର୍ବାଚନର ଯଥେଷ୍ଟ ପୂର୍ବରୁ ରାସ୍ତା ସଫା କରିଦେଇଛି। କିନ୍ତୁ ପ୍ରାର୍ଥୀ ଘୋଷଣାକୁ ନେଇ ଅନୁଗୋଳ ଜିଲାରେ ବିଜେଡି ଏବେ ଦ୍ୱନ୍ଦ୍ୱର ସମ୍ମୁଖୀନ ହେଉଥିବା ବେଳେ ସେହି ଯୁବ ନେତାମାନଙ୍କ ମନ ଆଉ ପଦପଦବୀରେ ଲାଗୁ ନ ଥିବା ଆଲୋଚନା ହେଉଛି। ସେମାନେ ମଝିରେ ମଝିରେ କର୍ମୀ ସମ୍ମିଳନୀ ଆଳରେ ବୈଠକ କରି ଉପସ୍ଥିତ ଜାହିର କରୁଛନ୍ତି। ପୁଣି କେତେବେଳେ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ଜନତାଙ୍କ ସେବା କରିବାର ସୁଯୋଗ ଅପେକ୍ଷାରେ ଥିବା ଜଣାଇ ଦେଉଛନ୍ତି। ପାଲଲହଡ଼ା ନିର୍ବାଚନମଣ୍ଡଳୀର ବିଜେଡି ନେତା ଅବନୀକାନ୍ତ ସାହୁଙ୍କୁ ନେଇ ଜିଲାରେ ଏପରି ଚର୍ଚ୍ଚା ଲାଗିରହିଛି। ଅବନୀକାନ୍ତଙ୍କୁ ପ୍ରଥମେ ତାଳଚେର-ଅନୁଗୋଳ-ମେରାମଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ(ତାମଡା) ଅଧ୍ୟକ୍ଷ ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିଲା। ତେବେ ତାଙ୍କ ନଜର ପାଲଲହଡା ବିଧାନସଭାକ୍ଷେତ୍ର ଉପରେ ଥିବାରୁ ପରେ ତାଙ୍କୁ ରାଜ୍ୟ ଖାଦ୍ୟ ନିଗମ ଅଧ୍ୟକ୍ଷ ଭାବେ ଥଇଥାନ କରିଦିଆଗଲା। ପାଲଲହଡ଼ାରୁ ବିଧାୟକ ମୁକେଶ ପାଲ ଦଳୀୟ ପ୍ରାର୍ଥୀ ହୋଇଥିଲେ ମଧ୍ୟ ଅବନୀକାନ୍ତଙ୍କ ହାତରେ ବହୁ ଭୋଟ ଥିବାରୁ ନିର୍ବାଚନମଣ୍ଡଳୀରେ ତାଙ୍କର ଗୁରୁତ୍ୱକୁ ଅଣଦେଖା କରାଯାଇ ନ ପାରେ। ସେହିପରି ତାଳଚେର ପୌରପାଳିକାର ଅଧ୍ୟକ୍ଷ ପବିତ୍ର ଭୂତିଆ ତାଳଚେରରୁ ପ୍ରାର୍ଥୀ ହେବାକୁ ମନ ବଳାଇଥିବା ଚର୍ଚ୍ଚା ହେଉଥିଲା। କିନ୍ତୁ ସେଠାରେ ତାଙ୍କ ନାମକୁ ଚପାଇ ଦିଆଯାଇଛି। ଯଦିଓ ଏଯାଏ ଦଳ ତାଳଚେର ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ ଓ ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ରାସ୍ତାରେ ସେପରି କଣ୍ଟା ନାହିଁ ତଥାପି ପୌରାଧ୍ୟକ୍ଷ ଭୂତିଆଙ୍କ ସମର୍ଥକମାନେ କିପରି ସହଯୋଗ କରିବେ ତାହା ଉପରେ ନଜର ରହିଛି। ସେହିପରି ୨୦୧୯ ନିର୍ବାଚନ ପୂର୍ବରୁ ମୀନକେତନ ଅମାନ୍ତ ବିଜେଡିରେ ଯୋଗଦେଇଥିଲେ। ଏହାପରେ ତାଙ୍କୁ ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ ଭାବେ ଥଇଥାନ କରାଯାଇଥିଲା। ପରେ ତାଙ୍କୁ ତାମଡା ଅଧ୍ୟକ୍ଷ ଦାୟିତ୍ୱ ଧରାଇ ଦିଆଯାଇଛି। ସେହିଭଳି ଦ୍ୱିତୀୟ ଥର ପାଇଁ ଅନୁଗୋଳ ଜିଲା ଯୁବ ବିଜେଡି ସଭାପତି ପଦରେ ଥିବା ଯୁବନେତା ଦୀନେଶ ପ୍ରଧାନଙ୍କୁ ନେଇ ଅନୁଗୋଳରେ ଅଧିକ ଚର୍ଚ୍ଚା ଚାଲିଛି। ଦଳ ପକ୍ଷରୁ ତାଙ୍କୁ ବସୁଧା ଯୋଜନାର ଉପଦେଷ୍ଟା ଏବଂ ଯୁବ ଓ ଛାତ୍ର ବିଜେଡି ସଂଯୋଜକ ଭାବେ କଳାହାଣ୍ଡି ଜିଲା ଦାୟିତ୍ୱ ପ୍ରଦାନ କରାଯାଇ ଥଇଥାନ କରାଯାଇଛି। କିନ୍ତୁ ତାଙ୍କ ସମର୍ଥକମାନେ ବିଧାନସଭା ଟିକେଟ୍‌ ଆଶା କରୁଥିବା କୁହାଯାଉଛି। ଜିଲାର ଯୁବ ବିଜେଡି କର୍ମୀଙ୍କ ଉପରେ ଦୀନେଶଙ୍କ ବେଶ୍‌ ପ୍ରଭାବ ଥିବାରୁ ତାଙ୍କୁ ନେଇ ନାନା ଚର୍ଚ୍ଚା ଲାଗିରହିଛି। ୩ ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀ ଘୋଷଣା ପରେ ଅନେକ ଅସନ୍ତୁଷ୍ଟ ଗୋଷ୍ଠୀ ସୃଷ୍ଟି ହୋଇଥିବା ବେଳେ ବିଭିନ୍ନ ପଦପଦବୀଧାରୀ ନେତାମାନେ କେଉଁ ରଣନୀତି ଆପଣାଉଛନ୍ତି ସେ ନେଇ ଜିଲାରେ ବେଶ୍‌ ଆଲୋଚନା ଜାରି ରହିଥିବା ରାଜନୈତିକ ସମୀକ୍ଷକମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନଠାରୁ ହାରି ବି ସେମିଫାଇନାଲ ଖେଳିବ ଭାରତ! ଏମିତି ହେବ ଟିମ ଇଣ୍ଡିଆର ଏଣ୍ଟ୍ରି

ନୂଆଦିଲ୍ଲୀ, ୯।୧୧: ଅଣ୍ଡର-୧୯ ଏସିଆ କପ ୨୦୨୬ରେ ପାକିସ୍ତାନ ଅଣ୍ଡର-୧୯ ଟିମ ବିପକ୍ଷରେ ରୋମାଞ୍ଚକର ମୁକାବିଲାରେ ପରାଜୟ ସତ୍ତ୍ୱେ ଭାରତୀୟ ଅଣ୍ଡର-୧୯ ଟିମର ସେମିଫାଇନାଲରେ ପହଞ୍ଚିବା ଆଶା…

୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ପାଖରେ ରହିଛି କୋଟି କୋଟି ଟଙ୍କାର କାର୍‌ କଲେକ୍ସନ: ଦାମ୍‌ ଜାଣିଲେ ଉଡ଼ିଯିବ ହୋଶ୍‌

ପାଟନା,୯।୧୧: ମାତ୍ର ୧୫ ବର୍ଷ ବୟସରେ ବିଶ୍ୱ କ୍ରିକେଟ୍‌ର ଅନ୍ୟତମ ଚର୍ଚ୍ଚିତ ଖେଳାଳି ପାଲଟିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପାଦ ଥାପିବା ପରେ ତାଙ୍କ ଲୋକପ୍ରିୟତା…

ତୃତୀୟ ଦିନିକିଆ ଚୂଡ଼ାନ୍ତ ଏକାଦଶରେ ହେବ ବଡ଼ ପରିବର୍ତ୍ତନ: ଏକାସାଙ୍ଗରେ ବାଦ୍‌ ପଡିବେ ୪ ଷ୍ଟାର୍‌ ଖେଳାଳି! ଶୁଣିଲେ ଖୁସି ହୋଇଯିବ ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ, ୯।୧୧: ଭାରତୀୟ କ୍ରିକେଟ ଟିମ ଟି-୨୦ ସିରିଜ ପରେ ଏବେ ଦିନିକିଆ ସିରିଜ୍‌ରେ ମଧ୍ୟ ଦମଦାର ପ୍ରଦର୍ଶନ କରିଛି। ଯାହାଫଳରେ ଟିମ ଇଣ୍ଡିଆ ଏବେ ଦିନିକିଆ…

IPLରେ ସବୁଠୁ ବଡ଼ ଟ୍ରେଡ୍‌ ଡିଲ୍‌: ଜାଣନ୍ତୁ କିଏ କେଉଁ ଦଳକୁ ଯିବେ

ନୂଆଦିଲ୍ଲୀ,୯।୧୧: ଆଇପିଏଲ ୨୦୨୭ ପାଇଁ ଟ୍ରେଡ ୱିଣ୍ଡୋ ଖୋଲିବା ପରେ ଖେଳାଳିଙ୍କ ଅଦଳବଦଳ ଜୋରଦାର ହୋଇଛି। ଆଗାମୀ ସିଜିନ୍‌ର ନିଲାମୀ ପୂର୍ବରୁ ଏପର୍ଯ୍ୟନ୍ତ ୮ଟି ଟ୍ରେଡ ଡିଲ…

କହୁକହୁ କହିଦେଲେ ଟ୍ରମ୍ପ, ‘ମୁଁ ନର୍କକୁ ଯିବାକୁ ଚାହେଁନି, ସ୍ୱର୍ଗକୁ ଯିବି’

ଓ୍ବାଶିଂଟନ,୯।୧୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସାକ୍ଷାତକାର ଏବେ ଚର୍ଚ୍ଚାରେ ରହିଛି । ସାମ୍ବାଦିକ ରସ୍‌ ଡାଉଥାଟ୍‌ଙ୍କ ସହ ଆଲୋଚନା ବେଳେ ଜୀବନ ଓ ମୃତ୍ୟୁକୁ…

ଦିନେ ଗୀତ ଗାଇବାକୁ କରୁଥଲା ଲାଜ…ସଙ୍ଗୀତ ଦୁନିଆରେ ପାଦ ଥାପିଲେ ସୋନୁ ନିଗମଙ୍କ ପୁଅ

ପ୍ରଶଂସକଙ୍କ ସହ ଖୁସି ଖବର ବାଣ୍ଟିଛନ୍ତି ବଲିଉଡ୍‌ର ଲୋକପ୍ରିୟ ଗାୟକ ସୋନୁ ନିଗମ। ତାଙ୍କ ୧୯ ବର୍ଷୀୟ ପୁଅ ନିଭାନ ନିଗମ ସଙ୍ଗୀତ ଦୁନିଆରେ ନିଜର ଯାତ୍ରା…

୧୫ ବର୍ଷରେ ବି ଅଣ୍ଡର-୧୯ ଏସିଆ କପରୁ ବାଦ୍‌ ପଡ଼ିଲେ ବୈଭବ! BCCIର ନିୟମ ହେଲା ବାଧକ

ନୂଆଦିଲ୍ଲୀ, ୯।୧୧: ଏସିସି ମେନ୍ସ ଅଣ୍ଡର-୧୯ ଏସିଆ କପରେ ପାକିସ୍ତାନ ବିପକ୍ଷରେ ଭାରତୀୟ ଅଣ୍ଡର-୧୯ କ୍ରିକେଟ ଟିମକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଏହି ପରାଜୟ ପରେ…

ଜାଣନ୍ତି କି ବିସ୍କୁଟ୍‌ରେ କାହିଁକି ଥାଏ ଛୋଟଛୋଟ ରନ୍ଧ୍ର

ପ୍ରାୟତଃ ଜଳଖିଆରେ ବିସ୍କୁଟ ଖାଉଥିବେ। ଆଜିକାଲି ବିସ୍କୁଟ ଅନେକ ଡିଜାଇନରେ ଆସୁଛି। ଏହି ଡିଜାଇନ ବ୍ୟତୀତ ଏଥିରେ ଛୋଟ ହୋଲ୍‌ ବା ରନ୍ଧ୍ର ମଧ୍ୟ ଅଛି। କେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?