ଏନ୍‌ଜିଟିରେ ହାଜର ହେଲେ କେନ୍ଦୁଝର ଜିଲାପାଳ

କେନ୍ଦୁଝର,୩୦ା୪(ସ୍ବ.ପ୍ର.): ଜାତୀୟ ସବୁଜ ପ୍ରାଧିକରଣ (ଏନ୍‌ଜିଟି) କୋଲକାତା ବେଞ୍ଚରେ ଶୁକ୍ରବାର କେନ୍ଦୁଝର ଜିଲାପାଳ ଆଶିଷ ଠାକ୍‌ରେ ଏବଂ ଘଷିପୁରା ତହସିଲଦାର ବାବୁଲି ପେରେଇ ହାଜର ହୋଇ ସେମାନଙ୍କ ପକ୍ଷ ରଖିଛନ୍ତି। ପକ୍ଷ ରଖିବା ସମୟରେ ଧାର୍ଯ୍ୟ ହୋଇଥିବା ୭.୩୦ କୋଟି ଟଙ୍କା ମଧ୍ୟରୁ ୬.୯୪ କୋଟି ଜାତୀୟ ରାଜପଥ ପ୍ରାଧିକରଣଙ୍କଠାରୁ ଆଦାୟ କରିବାକୁ ଧାର୍ଯ୍ୟ କରିଥିବା କହିଛନ୍ତି। ଯେହେତୁ ରାସ୍ତା ନିର୍ମାଣ ପାଇଁ ଠିକା ସଂସ୍ଥା ଉକ୍ତ ସ୍ଥାନରୁ ବେଆଇନ ଖନନ କରି ବ୍ୟବହାର କରିଛନ୍ତି, ଏଣୁ ତାଙ୍କଠାରୁ ଆଦାୟ କରାଯିବ ବୋଲି ଜିଲାପାଳ ପକ୍ଷ ରଖି ଜଣାଇଛନ୍ତି। ଅବଶିଷ୍ଟ ଅର୍ଥ ସ୍ଥାନୀୟ ଲୋକଙ୍କଠାରୁ ଆଦାୟ ହେବ ବୋଲି ଆବେଦନକାରୀଙ୍କ ଓକିଲ ଶଙ୍କର ପ୍ରସାଦ ପାଣି କହିଛନ୍ତି।
ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲା ଘଷିପୁରା ତହସିଲ ଅଧୀନ ମଦନପୁର ମୌଜାର କାଜୁ ଲାଗିଥିବା ୪୦ ଏକର ପରିମିତ ଜଙ୍ଗଲ ଜମିରେ ଚାଲିଥିବା ବେଆଇନ ମାଙ୍କଡା ପଥର ଓ ମୋରମ ଖଣିକୁ ନେଇ ଫେବୃୟାରୀ ୨୦୧୯ରେ ସ୍ଥାନୀୟ ଅଧିବାସୀ ସୁଧାଂଶୁ ଶେଖର କୁଅଁର ଓ ସମ୍ବିତ କୁମାର କୁଅଁର ଜାତୀୟ ସବୁଜ ପ୍ରାଧିକରଣ(ଏନ୍‌ଜିଟି)ଙ୍କ ଦ୍ୱାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ଅଭିଯୋଗ ଆଧାରରେ ଏନ୍‌ଜିଟି ତଦନ୍ତ ନିମନ୍ତେ ଏକ ଯୁଗ୍ମ କମିଟି ଗଠନ କରିଥିଲେ। ତଦନ୍ତ କମିଟି ରିପୋର୍ଟ ଆଧାରରେ ୭କୋଟି ୩୦ ଲକ୍ଷ ଟଙ୍କା ପରିବେଶ କ୍ଷତି ଭରଣା କରିବାକୁ ଧାର୍ଯ୍ୟ ହୋଇଥିଲା। ଏହି ବେଆଇନ ଚୋରା ଚାଲାଣରେ ଜଡିତ ଥିବା ମାଫିଆମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ କରିବା ପାଇଁ କେନ୍ଦୁଝର ଜିଲାପାଳଙ୍କୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଥିଲେ। ଏତଦବ୍ୟତୀତ ପରିବେଶଜନିତ କ୍ଷତି ଭରଣା ନିମନ୍ତେ ମାଫିଆଙ୍କଠାରୁ ଜରିମାନା ଆଦାୟ କରି ଏହାର ଭରଣା କରିବାକୁ କହିଥିଲେ। ଏଥିମଧ୍ୟରେ ୩ ବର୍ଷ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଟଙ୍କାଟିଏ ମଧ୍ୟ ମାଫିଆଙ୍କଠାରୁ ଆଦାୟ କରାଯାଇନାହିଁ କିମ୍ବା କୌଣସି ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇନାହିଁ। ଉକ୍ତ ସ୍ଥାନରେ ଦୀର୍ଘ ୨୦ବର୍ଷ ହେଲା ବେଆଇନ ଭାବେ ଖଣି କାରବାର ହୋଇଆସୁଥିଲା। ମାଫିଆଙ୍କ ସହିତ ସ୍ଥାନୀୟ ପ୍ରଶାସନର ସଲାସୁତରାରେ ଏହି ବେଆଇନ ଖନନ ଚାଲିଥିବା ସ୍ପଷ୍ଟ କରାଯାଇଛି। ଏନ୍‌ଜିଟି କୋର୍ଟରେ ଗତ ଫେବୃୟାରୀ ୧୪ରେ ଶୁଣାଣିବେଳେ ଜିଲା ପ୍ରଶାସନର ଏଭଳି ବେପରୁଆ ଏବଂ ଖାମଖିଆଲି ମନୋଭାବ ନୀତିକୁ ନିନ୍ଦା କରାଯାଇଛି। ଘଷିପୁରା ତହସିଲଦାରଙ୍କ ଶିଥିଳତାକୁ ନେଇ ଏନଜିଟି ବିରକ୍ତି ପ୍ରକାଶ କରିବା ସହ, ତାଙ୍କ ବାର୍ଷିକ ଗୁପ୍ତ ପଞ୍ଜିକାରେ (ଅପାରଗ) ରେକର୍ଡ କରିବା ପାଇଁ କେନ୍ଦୁଝର ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏନ୍‌ଜିଟି ମାର୍ଚ୍ଚ ୧୫ରେ ହୋଇଥିବା ଶୁଣାଣିରେ ବିଚାରପତି ଜଷ୍ଟିସ ଅମିତ ଷ୍ଟାଲେକାର ଓ ପରିବେଶ ବିଶେଷଜ୍ଞ ଶୈଳ ଦାସଗୁପ୍ତା କହିଛନ୍ତି ଯେ, ଆସନ୍ତା ଏପ୍ରିଲ ୨୯ ତାରିଖରେ ଶୁଣାଣି ତାରିଖ ଧାର୍ଯ୍ୟ କରି ବ୍ୟକ୍ତିଗତ ଭାବେ କେନ୍ଦୁଝର ଜିଲାପାଳ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏନେଇ ଜିଲାପାଳ ବ୍ୟକ୍ତିଗତ ଭାବେ ହାଜର ହୋଇ କ’ଣ ପଦକ୍ଷେପ ଗ୍ରହଣ କରିଛନ୍ତି ସେ ନେଇ ନିଜର ପକ୍ଷ ରଖିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ

ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍‌…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ଉତ୍ତରାଷାଢ଼ା ନକ୍ଷତ୍ର ସହ ଆୟୁଷ୍ମାନ ଯୋଗ: ଆଜିଠୁ ଏହି ୫ ରାଶିଙ୍କ ଭଲ ଦିନ ଆରମ୍ଭ, ଚାକିରିରେ ପ୍ରମୋସନ ସହ ଧନବର୍ଷା!

୨୫ ଅଗଷ୍ଟ ୨୦୨୬ ଦିନଟି ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ୍‌ ରହିପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ଦ୍ୱାଦଶୀ ତିଥି ଏବଂ ମଙ୍ଗଳବାର।…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

ନାବାଳକଙ୍କ ବାର୍‌ହା ସହ ଦୁଇ ଘଣ୍ଟା ଧରି  ଲଢ଼େଇ: ଶେଷରେ ଜୀବନ ବଞ୍ଚାଇବା ପାଇଁ…

ବାଙ୍କୀ, ୨୫।୮ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଗୋପାଳପୁର ପଞ୍ଚାୟତରେ ବାର୍‌ହା ଆତଙ୍କରେ ଭୟଭୀତ ଲୋକେ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଗୋପାଳପୁର ପଞ୍ଚାୟତର ୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri