ଡାଇଭର୍ସନ ଯୋଗୁ ବିଚ୍ଛିନ୍ନ ହେବ ଝୁମ୍ପୁରା-ଉଖୁଣ୍ଡା ରାସ୍ତା

ଝୁମ୍ପୁରା,୨ା୯(ଡି.ଏନ.ଏ.)- କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ କାର୍ଯ୍ୟାଳୟ ନିକଟରେ କାନପୁର ବୃହତ ଜଳସେଚନ ପ୍ରକଳ୍ପର ଗୋଟିଏ ପାର୍ଶ୍ୱର ମୁଖ୍ୟ କେନାଲ ଅତିକ୍ରମ କରୁଛି। ଏହି ସ୍ଥାନରେ ରାସ୍ତା ଉପରେ ପୋଲ ନିର୍ମାଣ ଲାଗି ଟେଣ୍ଡର ହୋଇଥିଲା। ମାତ୍ର ପୋଲ ନିର୍ମାଣ କେବଳ ଫାଉଣ୍ଡେଶନ ଖୋଳିବାରେ ସୀମିତ ରହିଯାଇଛି। ୨ ବର୍ଷ ବିତି ଯାଇଥିଲେ ମଧ୍ୟ କାମ ଆଗେଇ ପାରୁନାହିଁ। ଝୁମ୍ପୁରା-ଉଖୁଣ୍ଡା ରାସ୍ତାକୁ ଅତିକ୍ରମ କରୁଥିବା କେନାଲ ଖୋଳା ମଧ୍ୟ ସରିଯାଇଛି। ଗୋଟିଏ ପାର୍ଶ୍ୱରେ କେନାଲ ଗାଢ଼, ଅନ୍ୟ ପାର୍ଶ୍ୱରେ ପୋଲ ଫାଉଣ୍ଡେଶନ ଗାଢ, ମଝିରେ ଡାଇଭର୍ସନ ରାସ୍ତା ବିପଦସଙ୍କୁଳ ହୋଇପଡ଼ିଛି। ଡାଇଭର୍ସନ ରାସ୍ତା ମଧ୍ୟ ପିଚୁ କରାଯାଇ ନ ଥିବାରୁ ତାହା କାଦୁଅ ପଚ ପଚ ହୋଇଛି। ଏବେ ଏହି ଡାଇଭର୍ସନ ରାସ୍ତାର ଦୁଇ ପାର୍ଶ୍ୱରୁ ମାଟି ଧସିବା ଆରମ୍ଭ ହୋଇଛି। ଫଳରେ ଝୁମ୍ପୁରା ବ୍ଲକ ଓ ତହସିଲ କାର୍ଯ୍ୟାଳୟ ତଥା ବଜାରକୁ ସଂଯୋଗ କରୁଥିବା ଝୁମ୍ପୁରା- ଉଖୁଣ୍ଡା ରାସ୍ତା ବିଚ୍ଛିନ୍ନ ହେବାର ଆଶଙ୍କା ସୃଷ୍ଟି ହୋଇଛି। ରାସ୍ତା ସଂଯୋଗ ବିଚ୍ଛିନ୍ନ ହେଲେ ଝୁମ୍ପୁରା ବ୍ଲକର ୧୦ଟି ପଞ୍ଚାୟତର ଗ୍ରାମବାସୀ ଝୁମ୍ପୁରାକୁ ଯାତାୟାତ ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେବେ। ଏନେଇ ବିଭାଗୀୟ କାର୍ଯ୍ୟାଳୟରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୋଭିଡ୍‌ର ଆଳ ଦେଖାଇ କାମ ବନ୍ଦ ଅଛି ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ ସଫେଇ ଦିଆଯାଉଛି।
ସୂଚନା ଅନୁଯାୟୀ, ପ୍ରଥମ ଟେଣ୍ଡରର ଏଷ୍ଟିମେଟ ଉପରେ ଫାଉଣ୍ଡେଶନ ଧସିବାରୁ ପୋଲର ଡିଜାଇନ ବଦଳାଗଲା। ଡିଜାଇନ ବଦଳିବା ପରେ ଟେଣ୍ଡର ମଧ୍ୟ ସରିଛି। ବ୍ୟୟ ଅଟକଳ ୭କୋଟିରୁ ଊର୍ଦ୍ଧ୍ୱ ଟଙ୍କା ରହିଛି। ଜଳସମ୍ପଦ ବିଭାଗ ଟଙ୍କା ମଧ୍ୟ ପ୍ଲେସମେଟ କରିସାରିଛି। ହେଲେ ପୋଲ ନିର୍ମାଣ କାମ କାହିଁକି ଅଟକିଛି ବୁଝାପଡୁନାହିଁ। ପୁଣି ଡାଇଭର୍ସନ ରାସ୍ତା ପିଚୁ କରାଯିବା ନେଇ ଏଷ୍ଟିମେଟରେ ରହିଥିଲେ ହେଁ ତାହା କରାଯାଉ ନାହିଁ। ଡାଇଭର୍ସନ ପାର୍ଶ୍ୱରେ ସୁରକ୍ଷା ଗାର୍ଡ ମଧ୍ୟ ନାହିଁ। ଏସମ୍ପର୍କରେ ପୋଲ ନିର୍ମାଣ ଦାୟିତ୍ୱରେ ଥିବା ପୂର୍ତ୍ତ ବିଭାଗ ଯନ୍ତ୍ରୀ ଅଭିମନ୍ୟୁ ନାଏକଙ୍କୁ ପଚାରିବାରୁ ଟେଣ୍ଡରଧାରୀ ଆସିଲେ ହିଁ କାମ ଆରମ୍ଭ ହୋଇଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୪ ହଜାର ୪ ଶହ ଜରିମାନା ଦେଲେ ଆଇନ ଉଲ୍ଲଂଘନକାରୀ

ବନ୍ତ,୧୭।୪(ଡି.ଏନ୍‌.ଏ.) : କରୋନା ଲକ୍‌ ଡାଉନ୍‌ ବେଳେ ଗୁରବାର ଭଦ୍ରକ ଜିଲା ବନ୍ତ ଓ କେନ୍ଦୁଆପଦା ଫାଣ୍ଡି ଅଧୀନରେ ୯ ଜଣ ଆଇନ ଉଲ୍ଲଂଘନକାରୀଙ୍କ ଠାରୁ...

ମହିଳାଙ୍କ ଉପରକୁ ଗୁଳିମାଡ: ଗୁରୁତର ଅବସ୍ଥାରେ ଆଇଜିଏଚ୍‌ରେ ଭର୍ତ୍ତି

ସୁନ୍ଦରଗଡ଼/ବେଦବ୍ୟାସ (ଡି.ଏନ୍‌.ଏ)/ ରାଉରକେଲା ଅଫିସ୍‌ ୧୫।୧୨ – ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ସିଂଘଟୋଲାଠାରେ ସୋମବାର ରାତି ସାଢେ ୮ଟାରେ ମହିଳାଙ୍କ ଉପରକୁ ଗୁଳିମାଡ଼ ହୋଇଛି।...

ଆସିଲେନି ଓ୍ବାର୍ଡ ସଭ୍ୟ, ହୋଇପାରିଲାନି ନିର୍ବାଚନ

ଅମରପାଲି,୧୨ା୩(ଡି.ଏନ.ଏ.): ରାଜ୍ୟରେ ସମସ୍ତ ପଞ୍ଚାୟତର ନିର୍ବାଚିତ ସରପଞ୍ଚମାନେ କାର୍ଯ୍ୟଭାର ଗ୍ରହଣ କରିବା ପରେ ଶୁକ୍ରବାର ନାଏବ ସରପଞ୍ଚ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି। ବୀରମହାରାଜପୁର ବ୍ଲକର...

ଭଦ୍ରକରେ ପୁଣି ୨ ପଜିଟିଭ୍‌ ଚିହ୍ନଟ: ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଲା, ଦୁଇଜଣ ଯାକ ସୁରଟ ଫେରନ୍ତା

ଭଦ୍ରକ ଅଫିସ,୮ା୫: ଭଦ୍ରକ ଜିଲାରେ ଶୁକ୍ରବାର ସକାଳୁ ପୁଣି ଦୁଇ କରୋନା ପଜିଟିଭ୍‌ ଚି଼ହ୍ନଟ ହୋଇଛନ୍ତି। ବାସୁଦେବପୁର ମ୍ୟୁନିସିପାଲିଟିରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ...

ଆବାସ ଯୋଜନା ଅଭିଯୋଗ ପାଇଁ ହିତାଧିକାରୀଙ୍କ ଭିଡ଼

ଏରସମା,୨୫ା୧(ସ୍ବ.ପ୍ର.): ଏରସମା ବ୍ଲକ ପରିସରରେ ମଙ୍ଗଳବାର ଜିଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବହୁ ଅଭିଯୋଗକାରୀଙ୍କ ଭିଡ଼ ଜମିଥିଲା। ଶିବିରରେ ଅଧିକାଂଶ ଅଭିଯୋଗ...

ଦିଲ୍ଲୀରେ ଓଡ଼ିଆ ସମାଜ ପକ୍ଷରୁ ରାଶନ ସାମଗ୍ରୀ ବଣ୍ଟନ

ରୂପ୍‌ସା, ୨୭।୪(ଡି.ଏନ.ଏ.): ସାରା ଦେଶ ଏବେ କରୋନା ପାଇଁ ଲକ୍‌ଡାଉନ୍‌ରେ ରହିଛି। ସମସ୍ତେ ସରକାରଙ୍କ ନିୟମ ମାନି ନିଜ ନିଜ ଘରେ ରହୁଛନ୍ତି। ସହରଠାରୁ ଗ୍ରାମାଞ୍ଚଳ...

ଜଙ୍ଗଲରେ ଯୁବତୀଙ୍କ ମୃତଦେହ ପଡ଼ିବା ଘଟଣା: ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉଦ୍ଧାର

ମାଧପୁର,୨୪।୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକର ମାନଯୋର ଜଳସେଚନ ଉପରମୁଣ୍ଡ ଜଙ୍ଗଲରେ ଜଣେ ଯୁବତୀଙ୍କ ଗଳିତ ମୃତଦେହ ପଡ଼ିଥିବା ଖବର ବୁଧବାର ‘ଧରିତ୍ରୀ’ରେ ପ୍ରକାଶ ପାଇଥିଲା।...

କୁନ ବେହେରାଙ୍କ ୨ଟି ଯାକ କିଡ୍‌ନୀ ଖରାପ: ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଜେନାପୁର,୨୫ା୮(ଡି.ଏନ.ଏ.): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ପଞ୍ଚାୟତ ଉତ୍ତର ଆରିମୂଳ ଗଁାର କୁନ ଚନ୍ଦ୍ର ବେହେରା(୫୯) କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କର ୨ଟି ଯାକ...

Advertisement
Archives

Model This Week