ପ୍ରସ୍ତାବରେ ଅଟକିଛି ଯାଜପୁରରୋଡ଼-ଯଶିପୁର ରେଳପଥ

ଯାଜପୁର,୨୩ା୮(ହର୍ଷବର୍ଦ୍ଧନ ବେହେରା): ଯାଜପୁର ରୋଡ଼ଠାରୁ ଯଶିପୁର ୧୫୧.୫୭୦ କି.ମି. ବିଶିଷ୍ଟ ପ୍ରସ୍ତାବିତ ରେଳପଥ ପ୍ରକଳ୍ପ ଯାଜପୁର ଓ ମୟୂରଭଞ୍ଜ ଜିଲା ପ୍ରଶାସନର ଟ୍ରାଫିକ ତଥ୍ୟ ନ ମିଳିବା ଯୋଗୁ ପ୍ରାୟ ୮ ବର୍ଷ ହେଲା ଝୁଲି ରହିଛି। ପୂର୍ବତଟ ରେଳପଥ ପକ୍ଷରୁ ଚିଫ୍‌ ଅପରେଶନ ମ୍ୟାନେଜର ଡି.ଆର. ପଲ ଦେଇଥିବା ସୂଚନା ଅଧିକାର ଆଇନ(ଆରଟିଆଇ) ତଥ୍ୟରେ ଏହା ସ୍ପଷ୍ଟ ହୋଇଛି। ଏଥିଯୋଗୁ ଏହି ନୂତନ ରେଳ ପ୍ରକଳ୍ପର ପ୍ରସ୍ତାବିତ ୧୫ଟି ରେଳ ଷ୍ଟେଶନର ଅଞ୍ଚଳବାସୀ ରେଳ ସୁବିଧା ପାଇବାରୁ ବଞ୍ଚିତ ରହିଛନ୍ତି ବୋଲି ମତପ୍ରକାଶ ପାଇଛି। ଏହି କ୍ରମରେ ଯାଜପୁର ରୋଡ଼ଠାରୁ ପୂର୍ବକୁ ଧାମରା ଏବଂ ପଶ୍ଚିମକୁ ଯଶିପୁର ପର୍ଯ୍ୟନ୍ତ ନୂତନ ରେଳପଥ ପ୍ରସ୍ତାବରେ ସୀମିତ ରହିଛି। ଏହାସହ ଯଶିପୁରକୁ ରେଳପଥ ନିର୍ମାଣ ହେଲେ ଯାଜପୁର ରୋଡ଼ ରେଳଷ୍ଟେଶନକୁ ଡିଭିଜନ ମାନ୍ୟତା ଦାବି ଆହୁରି ସହଜ ହୋଇପାରିବ ବୋଲି ଆଶା କରାଯାଇଛି।
ପୂର୍ବରୁ ଓଡ଼ିଶାରେ ୧୭ଟି ରେଳ ପ୍ରକଳ୍ପ ସର୍ଭେ ପ୍ରକ୍ରିୟାରେ ଲଟକିଛି ବୋଲି ଆରଟିଆଇ ତଥ୍ୟରୁ ଜଣାପଡିଥିଲା। ବହୁ ବର୍ଷ ଧରି ସର୍ଭେ ଚାଲିଛି ବୋଲି ସୂଚନା ମିଳିଥିବାବେଳେ ସର୍ଭେ କେବେ ସରିବ, ଚୂଡ଼ାନ୍ତ ରିପୋର୍ଟକୁ ଅନୁମୋଦନ କେବେ ମିଳିବ ଏବଂ ରେଳ କାର୍ଯ୍ୟ ଆରମ୍ଭ ହେବା ନେଇ ସଂପୃକ୍ତ ଅଞ୍ଚଳବାସୀ ଆଶା ଆଶଙ୍କାରେ ରହିଛନ୍ତି। ଏହାବାଦ୍‌ ଯାଜପୁର ରୋଡ଼-ଧାମରା ରେଳ ପ୍ରକଳ୍ପକୁ ମଞ୍ଜୁରୀ ମିଳି ସାରିଥିଲେ ହେଁ ଗତ ବଜେଟ୍‌ରେ ସ୍ଥାନ ମିଳିନାହିଁ। ଏହି କ୍ରମରେ ଯାଜପୁର ରୋଡ଼-ଯଶିପୁର ପ୍ରସ୍ତାବିତ ରେଳ ପ୍ରକଳ୍ପ ଅନିଶ୍ଚିତତା ମଧ୍ୟରେ ଗତି କରୁଛି। ଆରଟିଆଇରୁ ମିଳିଥିବା ତଥ୍ୟ ଅନୁଯାୟୀ, ଏହି ପ୍ରକଳ୍ପ ପାଇଁ ୨୬୫୫ କୋଟି ୯୪ ଲକ୍ଷ ୩୦ ହଜାର ୩୨୯ ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ଏହି ରେଳଲାଇନ ପ୍ରକଳ୍ପ ଯାଜପୁର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲା ଦେଇ ନିର୍ମାଣ କରାଯିବାର ପ୍ରସ୍ତାବ ରହିଛି। ତେବେ ରେଳ ଲାଇନ ପ୍ରକଳ୍ପରେ ଟ୍ରାଫିକ ଡାଟା ପାଇଁ ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁର ଜିଲାପାଳଙ୍କୁ ୬ା୧୦ା୨୦୧୫, ୭ା୧୨ା୨୦୧୫, ୯ା୩ା୨୦୧୬ ଓ ୧ା୬ା୨୦୧୬ରେ ଅନୁରୋଧ କରାଯାଇଥିଲା। ଏହାସହ ୭ା୪ା୨୦୧୬ ଓ ୩୦ା୮ା୨୦୧୬ରେ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ସଚିବଙ୍କୁ ମଧ୍ୟ ଟ୍ରାଫିକ ଡାଟା ପ୍ରଦାନ କରିବାକୁ ପତ୍ର ଦିଆଯାଇଥିଲା। ହେଲେ ଏଯାଏ କେନ୍ଦୁଝର ଜିଲାପାଳଙ୍କୁ ବାଦ୍‌ ଦେଲେ ଅନ୍ୟ ଦୁଇ ଜିଲାପାଳଙ୍କଠାରୁ ଟ୍ରାଫିକ ଡାଟା ଦାଖଲ ହୋଇ ପାରିନାହିଁ। କେନ୍ଦୁଝର ଜିଲାପାଳଙ୍କ ପକ୍ଷରୁ ଦାଖଲ ହୋଇଥିବା ଟ୍ରାଫିକ୍‌ ଡାଟାରେ ଚାଉଳ, ସାର, କ୍ରୋମାଇଟ ଇତ୍ୟାଦି ବାର୍ଷିିକ ୧୨ ଲକ୍ଷ ୪୫ ହଜାର ଟନ୍‌ ପରିବହନ ହେବ। ତେବେ ସର୍ଭେ ରିପୋର୍ଟ ଅନୁସାରେ ମୟୂରଭଞ୍ଜ ଜିଲାର ଯଶିପୁର ନିକଟ ଗୋରୁମହିଷାଣି, ବାଦାମପାହାଡ଼ ଓ ସୁଲେଇପାଟ ଅଞ୍ଚଳରୁ ବାର୍ଷିକ ପ୍ରାୟ ୧୦ ଲକ୍ଷ ଟନ୍‌ ଲୁହାପଥର ପରିବହନ ହେବାର ସମ୍ଭାବନା ରହିଛି। କିନ୍ତୁ ମୟୂରଭଞ୍ଜ ଜିଲାପାଳଙ୍କ ନିକଟରୁ ଟ୍ରାଫିକ ଡାଟା ଏଯାଏ ମିଳି ପାରିନାହିଁ। ଏହି ନୂତନ ପ୍ରସ୍ତାବିତ ରେଳ ପ୍ରକଳ୍ପରେ ଯାଜପୁର ରୋଡ଼, ରଗଡ଼ି ରୋଡ, ଲୁଣାହାର, ଆନନ୍ଦପୁର, କଣ୍ଟିପାଳ, ବଲତନା, ସୋଲକୋସରା, ବଣିଆଯୋଡି, ଭୋଦବାଡିି, ବାଙ୍ଗିରୀପୋଷି, କେନ୍ଦୁଝର, ଝରାସାହି, ନାକୁର, ଅଙ୍ଗରପଦା, ଯଶିପୁର ଷ୍ଟେଶନ ରହିଛି। ଖଣି ପରିବହନ ସମ୍ଭାବନା ଥିବା ଏହି ରେଳ ପ୍ରକଳ୍ପକୁ କାହିଁକି ରାଜ୍ୟ ସରକାରଙ୍କ ପ୍ରଶାସନିକ ଅବହେଳା କରାଯାଇଛି ତାହା ସାଧାରଣରେ ପ୍ରଶ୍ନ ଉଠିଛି। ଏହାବାଦ୍‌ ଯାଜପୁରରୋଡ ଷ୍ଟେଶନଠାରୁ ଧାମରା ଭାୟା ଯାଜପୁର ଓ ଆରଡି ୯୬ କି.ମି.ରେଳପଥର ଫାଇନାଲ ଲୋକେଶନ ସର୍ଭେ (ଏଫଏଲ୍‌ଏସ୍‌)କୁ ମଞ୍ଜୁରୀ ମିଳି ସାରିଛି। ଡିଟେଲ ପ୍ରୋଗ୍ରେସ ରିପୋର୍ଟ(ଡିପିଆର) ପ୍ରସ୍ତୁତ ହୋଇ ସାରିଛି। ହେଲେ ରେଲଓ୍ବେ ବୋର୍ଡର ଏଯାଏ ଡିପିଆର ଉପରେ କୌଣସି ଅନୁମୋଦନ ମିଳି ନ ଥିବା ସୂଚନା ମିଳିଛି। ପ୍ରସ୍ତାବିତ ଏହି ଦୁଇ ରେଳପଥ ନିର୍ମାଣ ଉପରେ ରେଲଓ୍ବେ ବୋର୍ଡ ତପତ୍ରତା ପ୍ରକାଶ ନ କଲେ ଆଗାମୀ ଦିନରେ ଆନ୍ଦୋଳନାମତ୍କ ପନ୍ଥା ଗ୍ରହଣ କରାଯିବ ବୋଲି ବିଭିନ୍ନ ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri