ବିନା ଟ୍ୟାକ୍ସି ପରମିଟ୍‌ରେ ଭଡ଼ା କାର ବ୍ୟବହାର କରିଥିଲେ ଜଗତ୍‌ସିଂହପୁର ଜିଲାପାଳ

ଜଗତ୍‌ସିଂହପୁର ଅଫିସ, ୧୯।୭: ଜଗତ୍‌ସିଂହପୁର ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସରକାରୀ ଭାବେ ବ୍ୟବହାର କରୁଥିବା ଭଡ଼ା ଇନୋଭା କାରର ନମ୍ବର ପ୍ଲେଟ୍‌ ରଙ୍ଗ ହଠାତ୍‌ ବଦଳିବା ପ୍ରସଙ୍ଗ ସାଧାରଣରେ ଖୁବ୍‌ ଚର୍ଚ୍ଚା ହୋଇଥିଲା। ଏବେ ଏନେଇ ଆଉ ଏକ ତଥ୍ୟ ହସ୍ତଗତ ହୋଇଛି। ତାହା ହେଲା ଏହି କାର୍‌କୁ ଯେଉଁ ତାରିଖରେ ଭଡ଼ାରେ ଲଗାଯାଇଥିଲା ସେତେବେଳେ ତାହାର ଟ୍ୟାକ୍ସି ପରମିଟ୍‌ ନ ଥିଲା। କୌଣସି ଗାଡ଼ି ଭଡ଼ାରେ ଲାଗିବାକୁ ହେଲେ ତାହା ଟ୍ୟାକ୍ସି ପରମିଟ୍‌ ପାଇବା ବାଧ୍ୟତାମୂଳକ। କିନ୍ତୁ ନିଜେ ଜିଲାପାଳ ତଥା ଆଞ୍ଚଳିକ ପରିବହନ ପ୍ରାଧିକରଣ (ଆର୍‌ଟିଏ) ଅଧ୍ୟକ୍ଷଙ୍କ କ୍ଷେତ୍ରରେ ଏନେଇ ବ୍ୟତିକ୍ରମ ହେବା ବାଡ଼ ଖେତ ଖାଇବା ସଦୃଶ ବୋଲି ସାଧାରଣରେ କୁହାଯାଉଛି। କେଉଁ ଉଦ୍ଦେଶ୍ୟ ରଖି କାର୍‌ ମାଲିକଙ୍କ ପ୍ରତି ଜିଲାପାଳ ଅହେତୁକ ଅନୁକମ୍ପା ଦେଖାଇଛନ୍ତି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନା ଅଧିକାର (ଆର୍‌ଟିଆଇ) ଆଇନ ବଳରେ ଜିଲା ପ୍ରଶାସନ ଓ ଜଗତ୍‌ସିଂହପୁର ଆର୍‌ଟିଓରୁ ମିଳିଥିବା ତଥ୍ୟ ଅନୁଯାୟୀ, ଜିଲାପାଳ ମହାପାତ୍ର ବ୍ୟବହାର କରୁଥିବା ଇନୋଭା କାର୍‌ ନମ୍ବର ହେଉଛି ‘ଓଡି-୨୧-ଏଲ୍‌-୨୫୫୫’। ଏହା ୩ା୨ା୨୦ରେ ଆରଟିଓରେ ପଞ୍ଜୀକୃତ ହୋଇଥିଲା। କାର୍‌ଟି ୭ା୩ା୨୦୨୦ରୁ ୧ ବର୍ଷ ପାଇଁ ଜିଲାପାଳଙ୍କ ବ୍ୟବହାର ଉଦ୍ଦେଶ୍ୟରେ ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ମାସିକ ୩୭ ହଜାର ଟଙ୍କା ଭଡ଼ା ସୂତ୍ରରେ ଲାଗିଛି। କିନ୍ତୁ କାର୍‌ଟି ୧୭ା୩ା୨୦ରୁ ଟ୍ୟାକ୍ସି ଭାବେ ପରିବର୍ତ୍ତିତ ହୋଇଛି। ଏଠାରେ ପ୍ରଶ୍ନ ଉଠୁଛି ଗାଡ଼ିକୁ ମାର୍ଚ୍ଚ ୧୭ରେ ଟ୍ୟାକ୍ସି ପରମିଟ୍‌ ମିଳିଥିବାବେଳେ ଏହାର ୧୦ ଦିନ ଆଗରୁ ଅର୍ଥାତ୍‌ ମାର୍ଚ୍ଚ ୭ରେ କିପରି ଭଡ଼ାରେ ଲଗାଗଲା। ଏ ନେଇ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ଜିଲାପାଳ ମହାପାତ୍ର ଓ ଅତିରିକ୍ତ ଜିଲାପାଳ ସଚିଦାନନ୍ଦ ସାହୁଙ୍କଠାରୁ ପ୍ରତିକ୍ରିୟା ଜାଣିବା ପାଇଁ ସେମାନଙ୍କ ହ୍ବାଟ୍ସଆପ୍‌ ନମ୍ବର ଯୋଗେ ଶନିବାର ପୃଥକ୍‌ ଭାବେ ଚେଷ୍ଟା କରାଯାଇଥିଲା। କିନ୍ତୁ ସେମାନେ ଅଭିଯୋଗ ଉପରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

ସୂଚନାଯୋଗ୍ୟ ଯେ, ‘ଜିଲାପାଳଙ୍କ ଭଡ଼ା କାର ନମ୍ବର ପ୍ଲେଟ୍‌ ରଙ୍ଗ ବଦଳିଲା’ ଶୀର୍ଷକ ଖବର ଗତ ଜୁନ୍‌ ୬ରେ ଧରିତ୍ରୀରେ ପ୍ରକାଶ ପାଇଥିଲା। ଉକ୍ତ କାର୍‌ ନମ୍ବର ପ୍ଲେଟ୍‌ର ରଙ୍ଗ ଜୁନ ୧ ସୁଦ୍ଧା ଧଳା (ପ୍ରାଇଭେଟ୍‌) ଥିବାବେଳେ ଜୁନ୍‌ ୩ରେ ହଠାତ୍‌ ହଳଦିଆ (ଟ୍ୟାକ୍ସି) ହୋଇଯାଇଥିଲା। ଏ ସମ୍ପର୍କରେ ଆଞ୍ଚଳିକ ପରିବହନ ଅଧିକାରୀ (ଆର୍‌ଟିଓ) ପ୍ରତାପ କୁମାର ପଣ୍ଡା କହିଥିଲେ, କୌଣସି ପ୍ରାଇଭେଟ୍‌ କାର ଭଡ଼ାରେ ଲାଗିଲେ ଅର୍ଥାତ୍‌ ଟ୍ୟାକ୍ସି ଭାବେ ବ୍ୟବହାର ହେଲେ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯିବା ନିୟମ ରହିଛି। ଯେତେଥର ଧରାପଡିବ ସେତେ ଥର ୧୦ ହଜାର ଟଙ୍କା ହିସାବରେ ଜରିମାନା ଆଦାୟ ହୁଏ ବୋଲି ସେ କହିଥିଲେ। କିନ୍ତୁ ଜିଲାପାଳଙ୍କ ଭଡ଼ା କାର୍‌ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ଶୂନ।

ହାଇକୋର୍ଟର ବରିଷ୍ଠ ଆଇନଜୀବୀ ବିଶ୍ୱମ୍ବର ବେଉରିଆ କହିଛନ୍ତି ଯେ, କୌଣସି ପ୍ରାଇଭେଟ୍‌ କାର୍‌ର ଟ୍ୟାକ୍ସି ପରିିମିଟ୍‌ ନ ଥିଲେ ଭଡ଼ାସୂତ୍ରରେ ସରକାରୀ ବ୍ୟବହାରରେ ଲାଗିପାରିବ ନାହିଁ। ଟେଣ୍ଡର ପ୍ରକ୍ରିୟାରେ କଟିଯିବା କଥା। ଏ ବାବଦରେ ସରକାରୀ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ। ଏପରି କି କେହି ଚାହିଁଲେ ହାଇକୋର୍ଟରେ ଆଶ୍ରୟ ନେଇପାରିବେ। ଜଗତ୍‌ସିଂହପୁର କୋର୍ଟର ବରିଷ୍ଠ ଆଇନଜୀବୀ ରବୀନ୍ଦ୍ରନାଥ ମହାନ୍ତି କହିଛନ୍ତି ଯେ, ଏହା ବେଆଇନ କାର୍ଯ୍ୟ। ତେଣୁ ଗାଡ଼ି ଲାଇସେନ୍ସ ରଦ୍ଦ ସହ ସରକାରଙ୍କ ତରଫରୁ ମାମଲା ରୁଜୁ ହେବା କଥା।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri