ବିନା ଟ୍ୟାକ୍ସି ପରମିଟ୍‌ରେ ଭଡ଼ା କାର ବ୍ୟବହାର କରିଥିଲେ ଜଗତ୍‌ସିଂହପୁର ଜିଲାପାଳ

ଜଗତ୍‌ସିଂହପୁର ଅଫିସ, ୧୯।୭: ଜଗତ୍‌ସିଂହପୁର ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସରକାରୀ ଭାବେ ବ୍ୟବହାର କରୁଥିବା ଭଡ଼ା ଇନୋଭା କାରର ନମ୍ବର ପ୍ଲେଟ୍‌ ରଙ୍ଗ ହଠାତ୍‌ ବଦଳିବା ପ୍ରସଙ୍ଗ ସାଧାରଣରେ ଖୁବ୍‌ ଚର୍ଚ୍ଚା ହୋଇଥିଲା। ଏବେ ଏନେଇ ଆଉ ଏକ ତଥ୍ୟ ହସ୍ତଗତ ହୋଇଛି। ତାହା ହେଲା ଏହି କାର୍‌କୁ ଯେଉଁ ତାରିଖରେ ଭଡ଼ାରେ ଲଗାଯାଇଥିଲା ସେତେବେଳେ ତାହାର ଟ୍ୟାକ୍ସି ପରମିଟ୍‌ ନ ଥିଲା। କୌଣସି ଗାଡ଼ି ଭଡ଼ାରେ ଲାଗିବାକୁ ହେଲେ ତାହା ଟ୍ୟାକ୍ସି ପରମିଟ୍‌ ପାଇବା ବାଧ୍ୟତାମୂଳକ। କିନ୍ତୁ ନିଜେ ଜିଲାପାଳ ତଥା ଆଞ୍ଚଳିକ ପରିବହନ ପ୍ରାଧିକରଣ (ଆର୍‌ଟିଏ) ଅଧ୍ୟକ୍ଷଙ୍କ କ୍ଷେତ୍ରରେ ଏନେଇ ବ୍ୟତିକ୍ରମ ହେବା ବାଡ଼ ଖେତ ଖାଇବା ସଦୃଶ ବୋଲି ସାଧାରଣରେ କୁହାଯାଉଛି। କେଉଁ ଉଦ୍ଦେଶ୍ୟ ରଖି କାର୍‌ ମାଲିକଙ୍କ ପ୍ରତି ଜିଲାପାଳ ଅହେତୁକ ଅନୁକମ୍ପା ଦେଖାଇଛନ୍ତି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନା ଅଧିକାର (ଆର୍‌ଟିଆଇ) ଆଇନ ବଳରେ ଜିଲା ପ୍ରଶାସନ ଓ ଜଗତ୍‌ସିଂହପୁର ଆର୍‌ଟିଓରୁ ମିଳିଥିବା ତଥ୍ୟ ଅନୁଯାୟୀ, ଜିଲାପାଳ ମହାପାତ୍ର ବ୍ୟବହାର କରୁଥିବା ଇନୋଭା କାର୍‌ ନମ୍ବର ହେଉଛି ‘ଓଡି-୨୧-ଏଲ୍‌-୨୫୫୫’। ଏହା ୩ା୨ା୨୦ରେ ଆରଟିଓରେ ପଞ୍ଜୀକୃତ ହୋଇଥିଲା। କାର୍‌ଟି ୭ା୩ା୨୦୨୦ରୁ ୧ ବର୍ଷ ପାଇଁ ଜିଲାପାଳଙ୍କ ବ୍ୟବହାର ଉଦ୍ଦେଶ୍ୟରେ ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ମାସିକ ୩୭ ହଜାର ଟଙ୍କା ଭଡ଼ା ସୂତ୍ରରେ ଲାଗିଛି। କିନ୍ତୁ କାର୍‌ଟି ୧୭ା୩ା୨୦ରୁ ଟ୍ୟାକ୍ସି ଭାବେ ପରିବର୍ତ୍ତିତ ହୋଇଛି। ଏଠାରେ ପ୍ରଶ୍ନ ଉଠୁଛି ଗାଡ଼ିକୁ ମାର୍ଚ୍ଚ ୧୭ରେ ଟ୍ୟାକ୍ସି ପରମିଟ୍‌ ମିଳିଥିବାବେଳେ ଏହାର ୧୦ ଦିନ ଆଗରୁ ଅର୍ଥାତ୍‌ ମାର୍ଚ୍ଚ ୭ରେ କିପରି ଭଡ଼ାରେ ଲଗାଗଲା। ଏ ନେଇ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ଜିଲାପାଳ ମହାପାତ୍ର ଓ ଅତିରିକ୍ତ ଜିଲାପାଳ ସଚିଦାନନ୍ଦ ସାହୁଙ୍କଠାରୁ ପ୍ରତିକ୍ରିୟା ଜାଣିବା ପାଇଁ ସେମାନଙ୍କ ହ୍ବାଟ୍ସଆପ୍‌ ନମ୍ବର ଯୋଗେ ଶନିବାର ପୃଥକ୍‌ ଭାବେ ଚେଷ୍ଟା କରାଯାଇଥିଲା। କିନ୍ତୁ ସେମାନେ ଅଭିଯୋଗ ଉପରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

ସୂଚନାଯୋଗ୍ୟ ଯେ, ‘ଜିଲାପାଳଙ୍କ ଭଡ଼ା କାର ନମ୍ବର ପ୍ଲେଟ୍‌ ରଙ୍ଗ ବଦଳିଲା’ ଶୀର୍ଷକ ଖବର ଗତ ଜୁନ୍‌ ୬ରେ ଧରିତ୍ରୀରେ ପ୍ରକାଶ ପାଇଥିଲା। ଉକ୍ତ କାର୍‌ ନମ୍ବର ପ୍ଲେଟ୍‌ର ରଙ୍ଗ ଜୁନ ୧ ସୁଦ୍ଧା ଧଳା (ପ୍ରାଇଭେଟ୍‌) ଥିବାବେଳେ ଜୁନ୍‌ ୩ରେ ହଠାତ୍‌ ହଳଦିଆ (ଟ୍ୟାକ୍ସି) ହୋଇଯାଇଥିଲା। ଏ ସମ୍ପର୍କରେ ଆଞ୍ଚଳିକ ପରିବହନ ଅଧିକାରୀ (ଆର୍‌ଟିଓ) ପ୍ରତାପ କୁମାର ପଣ୍ଡା କହିଥିଲେ, କୌଣସି ପ୍ରାଇଭେଟ୍‌ କାର ଭଡ଼ାରେ ଲାଗିଲେ ଅର୍ଥାତ୍‌ ଟ୍ୟାକ୍ସି ଭାବେ ବ୍ୟବହାର ହେଲେ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯିବା ନିୟମ ରହିଛି। ଯେତେଥର ଧରାପଡିବ ସେତେ ଥର ୧୦ ହଜାର ଟଙ୍କା ହିସାବରେ ଜରିମାନା ଆଦାୟ ହୁଏ ବୋଲି ସେ କହିଥିଲେ। କିନ୍ତୁ ଜିଲାପାଳଙ୍କ ଭଡ଼ା କାର୍‌ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ଶୂନ।

ହାଇକୋର୍ଟର ବରିଷ୍ଠ ଆଇନଜୀବୀ ବିଶ୍ୱମ୍ବର ବେଉରିଆ କହିଛନ୍ତି ଯେ, କୌଣସି ପ୍ରାଇଭେଟ୍‌ କାର୍‌ର ଟ୍ୟାକ୍ସି ପରିିମିଟ୍‌ ନ ଥିଲେ ଭଡ଼ାସୂତ୍ରରେ ସରକାରୀ ବ୍ୟବହାରରେ ଲାଗିପାରିବ ନାହିଁ। ଟେଣ୍ଡର ପ୍ରକ୍ରିୟାରେ କଟିଯିବା କଥା। ଏ ବାବଦରେ ସରକାରୀ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ। ଏପରି କି କେହି ଚାହିଁଲେ ହାଇକୋର୍ଟରେ ଆଶ୍ରୟ ନେଇପାରିବେ। ଜଗତ୍‌ସିଂହପୁର କୋର୍ଟର ବରିଷ୍ଠ ଆଇନଜୀବୀ ରବୀନ୍ଦ୍ରନାଥ ମହାନ୍ତି କହିଛନ୍ତି ଯେ, ଏହା ବେଆଇନ କାର୍ଯ୍ୟ। ତେଣୁ ଗାଡ଼ି ଲାଇସେନ୍ସ ରଦ୍ଦ ସହ ସରକାରଙ୍କ ତରଫରୁ ମାମଲା ରୁଜୁ ହେବା କଥା।


Enter your email to get our daily news in your inbox.

All Right Reserved By Dharitri.Com

ଓଜନ କମାଇବାର ସହଜ ଉପାୟ

ଆମ ଶରୀରର ଓଜନ ସନ୍ତୁଳିତ ରହିବା ନିହାତି ଦରକାର। ହେଲେ ଏହାର ଏକ ସରଳ ଉପାୟ ରହିଛି। ଏହାକୁ ଜଣେ ଅତି ସହଜରେ ଆପଣେଇ ପାରିବ। ତାହା…

ଆଜି ରାଜ୍ୟ କ୍ୟାବିନେଟ୍‌: ୯ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଅପରାହ୍ନ ୫ଟାରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି…

ଗୋ’ ଚାଲାଣବେଳେ ଫାଟିଲା ପିକ୍‌ଅପ୍‌ ଟାୟାର, ୩ ବଳଦ ମୃତ

ଜଗନ୍ନାଥପ୍ରସାଦ,୭ା୯(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ରବିବାର ମଧ୍ୟରାତ୍ରିରେ ବେଆଇନ ଗୋ-ଚାଲାଣ ବେଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ଜିରାବାଡ଼ି ଗ୍ରାମ ନିକଟରେ…

ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ICC ଏକ ଯୋଜନା ପ୍ରସ୍ତୁତ କରିଛି

ନୂଆଦିଲ୍ଲୀ,୭।୯: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ସମୟ ଧରି କୌଣସି ଦ୍ୱିପାକ୍ଷିକ କିମ୍ବା ତ୍ରି-ସିରିଜ ଖେଳାଯାଇ ନାହିଁ। ଭାରତ ଏପରି କାର୍ଯ୍ୟକ୍ରମକୁ ନିରନ୍ତର ମନା କରିଆସିଛି,…

୭ ଦିନରେ ସାଇନ୍‌ବୋର୍ଡ ବନାନ ସଂଶୋଧନ କରିବାକୁ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ଓଡ଼ିଆ ଉଚ୍ଚାରଣ ସହ ସମନ୍ବୟ ରଖି ସଂଶୋଧିତ ହୋଇଥିବା ବିଭିନ୍ନ ସ୍ଥାନ ନାମର ଇଂଲିଶ ବନାନକୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନରେ ସମାନ…

ବୃହତ୍ତମ ‘ଟି-ରେକ୍ସ’ ଡାଇନୋସର ମୃତ୍ୟୁ ରହସ୍ୟରୁ ହଟିଲା ପରଦା

ସାସ୍କାଚେୱାନ(କାନାଡା),୭ା୯: ପ୍ରାୟ ୬ କୋଟି ୬୦ ଲକ୍ଷ ବର୍ଷ ପୂର୍ବେ ପୃଥିବୀ ପୃଷ୍ଠରୁ ବିଲୁପ୍ତ ହୋଇଯାଇଥିବା ବିଶ୍ୱର ସବୁଠାରୁ ବୃହତ୍ତମ ‘ଟାଇରାନୋସରସ୍‌ ରେକ୍ସ’ (ଟି-ରେକ୍ସ) ଡାଇନୋସର ‘ସ୍କଟି’…

ପ୍ରତି ୪ ଜନଧନ ଆକାଉଣ୍ଟରୁ ଗୋଟିଏ ଅଚଳ

ବ୍ୟାଙ୍କ ସେବା ସହ ସମସ୍ତଙ୍କୁ ଯୋଡ଼ିବା ଉଦ୍ଦେଶ୍ୟରେ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଆରମ୍ଭ କରିଥିଲେ। ଏପରି କି ଏହି ଯୋଜନାରେ…

ଏଇ ଭାରତରେ

ରବିବାର ଭୋର ୪ଟା ହୋଇଗଲେ ମୁମ୍ବାଇର ପୂଜା ଓ ଦୀପେଶ ଡେଢ଼ିହାଙ୍କ ଘରେ ରୋଷେଇ ଆରମ୍ଭ ହୋଇଯାଏ । ଯେ କେହି ଭାବିବେ, ଏହି ଦମ୍ପତି ଏତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri