Posted inଜାତୀୟ

ଆଇଟିଆର୍‌ ଫାଇଲିଂ ଅବଧି ସେପ୍ଟେମ୍ବର ୩୦ ଯାଏ ବୃଦ୍ଧି

ନୂଆଦିଲ୍ଲୀ,୨୧ା୫: ଆର୍ଥତ୍କ ବର୍ଷ ୨୦୨୦-୨୧ର ଆୟକର ରିଟର୍ନ (ଆଇଟିଆର୍‌) ଫାଇଲିଂ ଅବଧିକୁ କେନ୍ଦ୍ର ସରକାର ଗୁରୁବାର ଚଳିତ ବର୍ଷ ସେପ୍ଟେମ୍ବର ୩୦ ଯାଏ ବୃଦ୍ଧି କରିଛନ୍ତି। ବର୍ତ୍ତମାନ କୋଭିଡ୍‌ ସ୍ଥିତିକୁ ଧ୍ୟାନରେ ରଖି ବ୍ୟକ୍ତିବିଶେଷଙ୍କ ସୁବିଧା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ସେହିଭଳି କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ କମ୍ପାନୀଗୁଡ଼ିକ ଲାଗି ଆଇଟିଆର୍‌ ଫାଇଲିଂ କରିବା ଅବଧିକୁ ଆଉ ଗୋଟିଏ ମାସ ବଢ଼ାଯାଇ ନଭେମ୍ବର ୩୦ କରାଯାଇଛି। ଉଲ୍ଲେଖଯୋଗ୍ୟ, ବ୍ୟକ୍ତି ବିଶେଷଙ୍କ ଆଇଟିଆର୍‌-୧ ଏବଂ ଆଇଟିଆର୍‌-୪ ଫର୍ମରେ ଫାଇଲିଂ ସୀମା ଚଳିତ ବର୍ଷ ଜୁଲାଇ ୩୧ ଯାଏ ରହିଥିଲା। ଏହାବାଦ୍‌ କମ୍ପାନୀ ଏବଂ ଫାର୍ମଗୁଡ଼ିକର ଅଡିଟ୍‌ କ୍ଷେତ୍ରରେ ଫାଇଲିଂ ଅବଧି ଅକ୍ଟୋବର ୩୧ ରହିଥିଲା। ନିଯୁକ୍ତିଦାତାଙ୍କ ପକ୍ଷରୁ କର୍ମଚାରୀଙ୍କୁ ଫର୍ମ-୧୬ ଇସ୍ୟୁ କରିବାର ଅବଧି ଜୁଲାଇ ୧୫ ଯାଏ ବଢ଼ାଯାଇଥିବା ସିବିଡିଟି ପକ୍ଷରୁ ସ୍ପଷ୍ଟ କରାଯାଇଛି। ସେହିଭଳି ଟାକ୍ସ ଅଡିଟ୍‌ ରିପୋର୍ଟ ଏବଂ ଟ୍ରାନ୍ସଫର ପ୍ରାଇସିଂ ସାର୍ଟିଫିକେଟ ଫାଇଲିଂ କରିବା ଅବଧି ବଢ଼ାଯାଇ ଯଥାକ୍ରମେ ଅକ୍ଟୋବର ୩୧ ଏବଂ ନଭେମ୍ବର ୩୦ ରହିଛି। ଅବଧି ପରେ କିମ୍ବା ପରିବର୍ତ୍ତିତ ରିଟର୍ନ ଦାଖଲ କରିବାକୁ ହେଲେ ବ୍ୟକ୍ତି ବିଶେଷ ୨୦୨୨ ଜାନୁୟାରୀ ୩୧ ଯାଏ ପଇଠ କରିପାରିବେ। ୨୦୨୦-୨୧ ରିଟର୍ନ ଫାଇଲ ଲାଗି ସିବିଡିଟି ପକ୍ଷରୁ ଏପ୍ରିଲ ପହିଲାରେ ବିଜ୍ଞପ୍ତି ଜାରି କରାଯାଇଥିଲା। କୋଭିଡକୁ ନଜରରେ ରଖି ଫର୍ମରେ ବିଶେଷ ପରିବର୍ତ୍ତନ କରାଯାଇ ନ ଥିଲା। ନୂତନ ଟିକସ ସିଷ୍ଟମ ଗ୍ରହଣ କରିବା ନେଇ ଟିକସଦାତାଙ୍କୁ ଏଥିରେ ଏକ ବିକଳ୍ପ ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ସହ ୯ଥର କଥାବାର୍ତ୍ତା ପରେ ବି ବାହାରୁନି କୌଣସି ସମାଧାନ: ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୬ ।୨: ବୈଦେଶିକମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଚାଇନା ସହ ପ୍ରାୟ ୯ଥର କଥାବାର୍ତ୍ତା ହୋଇଥିଲେ ବି ସୀମା ବିବାଦକୁ ନେଇ ଏହାର କୌଣସି ପ୍ରଭାବ...

ମଝି ରାସ୍ତାରେ ଜଳିଲା ବସ୍‌: ୫୬ ଯାତ୍ରୀ ଉଦ୍ଧାର

ଅହମ୍ମଦାବାଦ୍‌, ୧୬।୬: ଗୁଜରାଟର ଅହମ୍ମଦାବାଦ୍‌-ବଡ଼ୋଦରା ଏକ୍ସପ୍ରେସ୍‌ ହାଇଓ୍ବେରେ ଘଟିଛି ଏକ ଅଭାବନୀୟ ଘଟଣା। ଆନନ୍ଦ ଜିଲାର ବାସଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ରେ ମଝି ରାସ୍ତାରେ...

ମୁସଲମାନ୍‌ ଭାରତମାତାର ସନ୍ତାନ; ସରକାର ନୁହଁନ୍ତି ଅଳ୍ପସଂଖ୍ୟକଙ୍କ ବିରୋଧୀ: ରାଜନାଥ ସିଂ

ନୂଆଦିଲ୍ଲୀ,୨୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଅଳ୍ପସଂଖ୍ୟକଙ୍କ ବିରୋଧୀ ନୁହଁନ୍ତି। ମୁସଲମାନ୍‌ ଭାରତମାତାର ସନ୍ତାନ। ଅଳ୍ପସଂଖ୍ୟକଙ୍କ ମଧ୍ୟରେ କିଛି ରାଜନୈତିକ ଦଳ ପକ୍ଷରୁ ସୃଷ୍ଟି କରାଯାଇଥିବା...

‘ହିନ୍ଦୁସ୍ଥାନୀ ମୁସଲମାନ ଭାବେ ଗର୍ବିତ’

ନୂଆଦିଲ୍ଲୀ, ୧୦।୨: ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ ସଭାରେ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ୍‌ ମଙ୍ଗଳବାର ଉଚ୍ଚ ସଦନରୁ ଅବସର ଗ୍ରହଣ...

ମୋଦିଙ୍କ ନେତୃତ୍ୱରେ ଦେଶର ଦ୍ରୁତ ବିକାଶ ଜାରି ରହିଛି: ଅମିତ ଶାହ

ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସ ଅବସରରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଗୁରୁବାର ଦେଶବାସୀଙ୍କୁ ଟୁଇଟ୍‌ କରି ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

‘ଲାଉଡ୍‌ସ୍ପିକର ପୂର୍ବରୁ ଭଗବାନ ନ ଥିଲେ କି’

ପାଟନା,୧।୫: ଦେଶରେ ଲାଉଡସ୍ପିକରକୁ ନେଇ ବିବାଦ ଲାଗିରହିଛି। ବର୍ତ୍ତମାନ ଏନେଇ ରାଷ୍ଟ୍ରିୟ ଜନତା ଦଳ(ଆରଜେଡି) ନେତା ତେଜସ୍ବୀ ଯାଦବଙ୍କ ଏକ ବୟାନ ସାମ୍ନାକୁ ଆସିଛି। ସେ...

ଟ୍ରାଫିକ୍‌ ଅପରାଧ ଉଭୟ ଆଇପିସି, ମୋଟରଯାନ ଆଇନରେ ଦଣ୍ଡନୀୟ

ନୂଆଦିଲ୍ଲୀ,୬ା୧୦(ଆଇଏଏନ୍‌ଏସ୍‌): ବେପରଓ୍ବା ଗାଡ଼ିଚାଳନା ଯୋଗୁ ଦୁର୍ଘଟଣାରେ ଅନେକ ଜୀବନ ଯାଉଛି। ଏଥିପାଇଁ ଟ୍ରାଫିକ ନିୟମ ଭାଙ୍ଗୁଥିବା ବ୍ୟକ୍ତିଙ୍କ ବିରୋଧରେ ଉଭୟ ଭାରତୀୟ ଦଣ୍ଡ ସଂହିତା (ଆଇପିସି)...

ବିନା ହାତ ଥିବା ନବଜାତ ଶିଶୁ: ବାପା କହିଲେ, ମୁଁ ଖୁସି ଅଛି

ଭୋପାଳ,୬।୧୨: ମଧ୍ୟପ୍ରଦେଶର ବଡଓ୍ବାନି ଜିଲାରେ ଏଭଳି ଏକ ଶିଶୁକନ୍ୟା ଜନ୍ମ ହୋଇଛି ଯାହାର ହାତ ନାହିଁ। ଶିଶୁଟି ସୁସ୍ଥ ଥିବା ବେଳେ ତାଙ୍କର ଓଜନ ୨...

Advertisement
Archives

Model This Week