ଗାଜାକୁ ଦୁଇଭାଗ କଲା ଇସ୍ରାଏଲୀ ସେନା

ତେଲ୍‌ ଆଭିଭ୍‌,୭ା୧୧:ହମାସ୍‌ ଇସ୍ରାଏଲ୍‌ ଯୁଦ୍ଧକୁ ସୋମବାର ମାସେ ପୂରିଛି। ଅକ୍ଟୋବର ୭ରେ ହମାସ୍‌ ଆତଙ୍କବାଦୀ ଇସ୍ରାଏଲ୍‌ ଉପରେ ଅତର୍କିତ ଆକ୍ରମଣ କରିବାରୁ ତେଲ୍‌ ଆଭିଭ୍‌ ପକ୍ଷରୁ ଯୁଦ୍ଧ ଘୋଷଣା କରାଯାଇଥିଲା। ଇସ୍ରାଏଲୀ ସେନା ଗାଜା ଉପରେ ପ୍ରବଳ ଆକ୍ରମଣ ଜାରି ରଖିଛି। ଗାଜା ଷ୍ଟ୍ରିପ୍‌ର ଉତ୍ତର ଭାଗ ସମେତ ଅନେକ ଅଞ୍ଚଳରେ ବୋମାମାଡ଼ ହେଉଛି। ଇସ୍ରାଏଲ୍‌ ଡିଫେନ୍ସ ଫୋର୍ସ (ଆଇଡିଏଫ୍‌) ଗାଜାକୁ ଦୁଇଭାଗ ଉତ୍ତର ଗାଜା ଓ ଦକ୍ଷିଣ ଗାଜାରେ ବିଭକ୍ତ କରିସାରିଲାଣି ବୋଲି କହିଛି। ଏଥିସହିତ ରବିବାର ସେଠାରେ ଜୋର୍‌ଦାର ବୋମାମାଡ଼ କରାଯାଇଛି। ଇସ୍ରାଏଲୀ ସେନା ଗାଜା ସିଟିକୁ ସମ୍ପୂର୍ଣ୍ଣ ଘେରି ରହିଥିବାବେଳେ ଅଧିକ ସୈନ୍ୟ ଗାଜାରେ ପ୍ରବେଶ କରିବାକୁ ଯାଉଛନ୍ତି। ବିଜୟୀ ନ ହେବା ପର୍ଯ୍ୟନ୍ତ ଯୁଦ୍ଧ ଜାରି ରହିବ ବୋଲି ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଘୋଷଣା କରିଛନ୍ତି।
ମାସକର ଯୁଦ୍ଧରେ ଗାଜାରେ ମୃତ୍ୟୁସଂଖ୍ୟା ୧୦ ହଜାର ଟପିଥିବାବେଳେ ଅନେକ ହଜାର ଆହତ ହେଲେଣି। ଅଧିକାଂଶ ଅଞ୍ଚଳ ଧ୍ୱଂସସ୍ତୂପରେ ପରିଣତ ହେଲାଣି। ରବିବାର ଆମେରିକା ପରରାଷ୍ଟ୍ର ସଚିବ ଅଚାନକ ଓ୍ବେଷ୍ଟ ବ୍ୟାଙ୍କ ଗସ୍ତ କରି ପାଲେଷ୍ଟିନୀୟ କର୍ତ୍ତୃପକ୍ଷ ଅଧ୍ୟକ୍ଷ ମହମ୍ମଦ ଆବ୍ବାସଙ୍କୁ ଭେଟିଥିଲେ। ଗାଜାରେ ତୃତୀୟ ଥର ପାଇଁ ଟେଲି ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାବେଳେ ସେଠାରେ ଖାଦ୍ୟ, ପାନୀୟ, ଇନ୍ଧନ, ଔଷଧ ଆଦି ଅତ୍ୟାବଶ୍ୟକ ସମାଗ୍ରୀର ଘୋର ଅଭାବ ଦେଖାଦେଇଛି। ଯୁଦ୍ଧ ଲାଗିରହିଥିବାରୁ ବାହାର ସହାୟତା ପର୍ଯ୍ୟାପ୍ତ ପରିମାଣରେ ପହଞ୍ଚତ୍ପାରୁ ନାହିଁ। ସହାୟତା ପହଞ୍ଚାଇବା ପାଇଁ ମାନବୀୟତା ଦୃଷ୍ଟିକୋଣରୁ ଯୁଦ୍ଧବିରତି ପାଇଁ ଜାତିସଂଘ ସମେତ ବିଭିନ୍ନ ଦେଶ ଆହ୍ବାନ ଦେଇଛନ୍ତି।
ଗାଜା ଜନସଂଖ୍ୟାର ୭୦ ପ୍ରତିଶତ ଅର୍ଥାତ୍‌ ୧୫ ଲକ୍ଷ ଲୋକେ ଘର ଛାଡ଼ି ପଳାଇଗଲେଣି। ଅନ୍ୟପକ୍ଷରେ ହମାସ୍‌ ଆତଙ୍କବାଦୀଙ୍କ ଆକ୍ରମଣରେ ଇସ୍ରାଏଲ୍‌ରୁ ୧,୪୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ୨୪୦ ଜଣଙ୍କୁ ହମାସ ପଣବନ୍ଦୀ ରଖିଛି। ଉତ୍ତର ଗାଜାର ଲୋକମାନଙ୍କୁ ତୁରନ୍ତ ଦକ୍ଷିଣ ଭାଗକୁ ଚାଲିଯିବା ଲାଗି ଇସ୍ରାଏଲ୍‌ ବାରମ୍ବାର ଆହ୍ବାନ ଦେଇଥିଲା। ଆକାଶମାର୍ଗରୁ ଲିଫ୍‌ଲେଟ୍‌ ପକାଯାଇ ଲୋକଙ୍କୁ ସତର୍କ କରାଯାଇଥିଲା। ଏବେ ଉତ୍ତର ଗାଜାରେ ୩.୫ ଲକ୍ଷ ଲୋକ ରହିଯାଇଥିବାବେଳେ ଏହା ଏବେ ସହରାଞ୍ଚଳ ଓ୍ବାର୍‌ ଜୋନ୍‌ରେ ପରିଣତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨୨ ଅଗଷ୍ଟରୁ ତ୍ରିଗ୍ରହୀ ଯୋଗର ପ୍ରଭାବ: ଏହି ୪ ରାଶି ଲୋକଙ୍କ ଭାଗ୍ୟରେ ନୂଆ ମୋଡ଼, ଜାଣନ୍ତୁ କ’ଣ ଘଟିବ…

ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଅଗଷ୍ଟ ୨୦୨୬ରେ ସିଂହ ରାଶିରେ ୩ଟି ଗ୍ରହର ଯୁତି ଗଠିତ ହେବାକୁ ଯାଉଛି। ପ୍ରଥମେ କେତୁ ସିଂହ ରାଶିରେ ଅବସ୍ଥିତ ରହିବେ। ଏହାପରେ…

ନୀତିନ ନବୀନଙ୍କ ନୂଆ ଟିମ୍‌ରେ କେଉଁ ରାଜ୍ୟରୁ କାହାକୁ ମିଳିଲା ଦାୟିତ୍ୱ: ଜାଣନ୍ତୁ

ନୂଆଦିଲ୍ଲୀ,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri