୫ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର ପରେ ହତ୍ୟା

ଭୁବନେଶ୍ୱର,୭ା୧୧(ସତ୍ୟଜିତ୍‌ ରାଉତ):ଭୁବନେଶ୍ୱରରେ ସୋମବାର ଏକ ଲଜ୍ଜାଜନକ ଘଟଣା ଘଟିଛି। ୫ ବର୍ଷର ଶିଶୁକନ୍ୟାଙ୍କୁ ଜଣେ ୨୫ ବର୍ଷୀୟ ବିବାହିତ ଯୁବକ ବଳାତ୍କାର କରିବା ପରେ ହତ୍ୟା କରିଛନ୍ତି। ଘଟଣା ଘଟିଛି ଏୟାରଫିଲ୍ଡ ଥାନା ଅନ୍ତର୍ଗତ ପୋଖରୀପୁଟ ରେଳ ଓଭରବ୍ରିଜ୍‌ ନିକଟ କେଳାବସ୍ତିରେ। ଅଭିଯୁକ୍ତ ଫେରାର ଥିବାବେଳେ ପୋଲିସ ହତ୍ୟା ମାମଲା ରୁଜୁ କରି ତାଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି।
ଶିଶୁକନ୍ୟାଙ୍କ ମା’ବାପା ଦୀର୍ଘବର୍ଷ ହେଲା କେଳା ବସ୍ତିରେ ରହି ଦିନମଜୁରିଆ ଭାବେ ଗୁଜରାଣ ମେଣ୍ଟାଉଛନ୍ତି। ରବିବାର ସନ୍ଧ୍ୟା ପ୍ରାୟ ୬ଟାରେ ଶିଶୁକନ୍ୟା ଘର ପାଖରେ ଖେଳୁଥିଲେ। ଏହି ସମୟରେ ସେହି ବସ୍ତିରେ ରହୁଥିବା ଘନିଆ ଦାସ ପହଞ୍ଚତ୍ ଶିଶୁକନ୍ୟାଙ୍କୁ ଚକୋଲେଟ୍‌ କିଣାଇଦେବେ କହି ନିକଟସ୍ଥ ଦୋକାନକୁ ନେଇ ଯାଇଥିଲେ। ସେହି ସମୟରେ ଶିଶୁକନ୍ୟାଙ୍କ ମା’ ଘରେ ରୋଷେଇ କରୁଥିଲେ। ପ୍ରାୟ ୨୦ ମିନିଟ୍‌ ପରେ ଶିଶୁକନ୍ୟା ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଦେଢ଼ଘଣ୍ଟା ବିତିଯିବା ପରେ ମଧ୍ୟ ଶିଶୁକନ୍ୟାଙ୍କ ଖୋଜ ଖବର ନ ମିଳିବାରୁ ପରିବାର ଲୋକେ ସନ୍ଦେହରେ ଘନିଆଙ୍କ ଘରକୁ ଯାଇଥିଲେ। ବାଟରେ ଘନିଆଙ୍କୁ ଦେଖି ତାଙ୍କୁ ଶିଶୁକନ୍ୟା ସମ୍ପର୍କରେ ପଚାରିଥିଲେ। ଦୋକାନରେ ଚକୋଲେଟ୍‌ କିଣାଇଦେବା ପରେ ଶିଶୁକନ୍ୟା କାହିଁକି ଘରକୁ ଫେରିଲେ ନାହିଁ ବୋଲି ତାଙ୍କୁ ପଚାରିଥିଲେ। କିନ୍ତୁ ଘନିଆ କିଛି ନ ଜାଣିବା ଭଳି ଅଭିନୟ କରିବା ସହ ବ୍ୟସ୍ତବିବ୍ରତ ହୋଇପଡ଼ିଥିଲେ। ତାଙ୍କୁ ଅଧିକ ପଚରାଉଚରା କରିବାରୁ ସେ ଶିଶୁକନ୍ୟାଙ୍କ ପରିବାର ଲୋକଙ୍କୁ ଧକ୍କା ଦେଇ ସେଠାରୁ ଦୌଡ଼ି ପଳାଇ ଯାଇଥିଲେ। ଏହାପରେ ଘନିଆଙ୍କ ଘର ଖୋଲି ପରିବାର ଲୋକେ ଖୋଜାଖୋଜି କରିବାରୁ ଏକ କମ୍ବଳ ତଳେ ଶିଶୁକନ୍ୟାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଓ ଉଲଗ୍ନ ଅବସ୍ଥାରେ ପାଇଥିଲେ। ଯୌନାଙ୍ଗରୁ ରକ୍ତସ୍ରାବ ହୋଇଥିବାରୁ ତାଙ୍କୁ ବଳାତ୍କାର କରାଯାଇଥିବା ସ୍ପଷ୍ଟ ହେଉଥିବାବେଳେ ଅଭିଯୁକ୍ତ କୌଣସି ଧାରୁଆ ଅସ୍ତ୍ରରେ ଶିଶୁକନ୍ୟାଙ୍କ ଗଳାକାଟି ହତ୍ୟା କରିଥିବା ଅନୁମାନ କରାଯାଉଛି।
ଖବରପାଇ ଏୟାରଫିଲ୍ଡ ଥାନା ପୋଲିସ ପହଞ୍ଚି ମୃତଦେହକୁ ଜବତ କରି କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଶିଶୁକନ୍ୟାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରୁଥିବାବେଳେ ପୋଲିସ ଏକ ହତ୍ୟା ମାମଲା (ନଂ.୨୭୪/୨୩) ରୁଜୁ କରିଛି। ମଙ୍ଗଳବାର ଶବ ବ୍ୟବଚ୍ଛେଦ ପରେ ବଳାତ୍କାର ଦଫା ଲଗାଯିବ ବୋଲି ଆଇଆଇସି ଅଶୋକ ନାୟକ କହିଛନ୍ତି।
ସୂଚନାଥାଉ କି, ଅଭିଯୁକ୍ତ ଘନିଆ ପ୍ରାୟ ଦେଢ଼ ବର୍ଷ ତଳେ ଜଗତ୍‌ସିଂହପୁର ଜିଲାରେ ବିବାହ କରି ଶ୍ୱଶୁର ଘରେ ରହୁଥିଲେ। ତାଙ୍କର ୨ ମାସର ଏକ ଝିଅ ରହିଛି। କିଛିଦିନ ତଳେ ସ୍ତ୍ରୀଙ୍କ ସହ ଝଗଡ଼ା କରି ଭୁବନେଶ୍ୱର ପଳାଇ ଆସି କେଳା ବସ୍ତିସ୍ଥିତ ଘରେ ରହୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨୨ ଅଗଷ୍ଟରୁ ତ୍ରିଗ୍ରହୀ ଯୋଗର ପ୍ରଭାବ: ଏହି ୪ ରାଶି ଲୋକଙ୍କ ଭାଗ୍ୟରେ ନୂଆ ମୋଡ଼, ଜାଣନ୍ତୁ କ’ଣ ଘଟିବ…

ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଅଗଷ୍ଟ ୨୦୨୬ରେ ସିଂହ ରାଶିରେ ୩ଟି ଗ୍ରହର ଯୁତି ଗଠିତ ହେବାକୁ ଯାଉଛି। ପ୍ରଥମେ କେତୁ ସିଂହ ରାଶିରେ ଅବସ୍ଥିତ ରହିବେ। ଏହାପରେ…

ନୀତିନ ନବୀନଙ୍କ ନୂଆ ଟିମ୍‌ରେ କେଉଁ ରାଜ୍ୟରୁ କାହାକୁ ମିଳିଲା ଦାୟିତ୍ୱ: ଜାଣନ୍ତୁ

ନୂଆଦିଲ୍ଲୀ,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri