Posted inଖେଳ

ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ପାଇଁ ଆୟର୍ଲାଣ୍ଡ ଦଳ

ସାଉଥାମ୍ପଟନ, ୨୯ା୭ (ପି.ଟି.)- ଗୁରୁବାର ଏଜାସ ବାଓଲଠାରେ ଆୟର୍ଲାଣ୍ଡ-ଇଂଲଣ୍ଡ ୩ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ ସିରିଜ ଆରମ୍ଭ ହେବ। ଓପନିଂ ମ୍ୟାଚ ପାଇଁ ଆୟର୍ଲାଣ୍ଡ ୧୪ ଜଣିଆ ଦଳ ଘୋଷଣା କରିଛି। ଅଲରାଉଣ୍ଡର କର୍ଟିସ କାମ୍ଫରଙ୍କୁ ଦଳରେ ସାମିଲ କରାଯାଇଛି। ଚୁଡ଼ାନ୍ତ ଦଳରେ ସ୍ଥାନ ପାଇଲେ ଏହା ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ପଦାର୍ପଣ ହେବ। ଆଣ୍ଡ୍ର୍ୟୁ ବାଲ୍‌ବିର୍ନେ ଦଳର ଅଧିନାୟକତ୍ୱ କରିବେ। ପଲ୍‌ ଷ୍ଟର୍ଲିଂ ତାଙ୍କ ଡେପୁଟି ଭାବେ କାର୍ଯ୍ୟକରିବେ। ୨୧ବର୍ଷୀୟ କାମ୍ଫର ହେଉଛନ୍ତି ଜଣେ ଦକ୍ଷିଣ ଆଫ୍ରିକା ଜନ୍ମିତ କ୍ରିକେଟର। କୋଭିଡ୍‌-୧୯ ପୂର୍ବରୁ ଫେବୃୟାରୀରେ ନାମ୍ବିଆ ବିପକ୍ଷ ଏକ ଟି୨୦ ସିରିଜରେ ସେ ଆୟର୍ଲାଣ୍ଡ ତରଫରୁ ଖେଳି ଦୁଇଟି ଅର୍ଦ୍ଧଶତକ ହାସଲ କରିଥିଲେ। ଆୟର୍ଲାଣ୍ଡ ତରଫରୁ ୨୦ ଅନ୍ତର୍ଜାତୀୟ ଟି୨୦ ଖେଳିଥିବା ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ହ୍ୟାରି ଟେକ୍ଟର ଅନ୍ତର୍ଜାତୀୟ ଦିନିକିଆ ପଦାର୍ପଣ କରିବା ଲାଗି ଆଶା ବାନ୍ଧିଛନ୍ତି।
ପ୍ରଥମ ଦିନିକିଆ ପାଇଁ ଆୟର୍ଲାଣ୍ଡ ଦଳ: ଆଣ୍ଡ୍ର୍ୟୁ ବାଲ୍‌ବିର୍ନେ (ଅଧିନାୟକ), କର୍ଟିସ କାମ୍ଫର, ଗ୍ୟାରେଥ ଡିଲାନି, ଜୋଶ ଲିଟଲ, ଆଣ୍ଡ୍ର୍ୟୁ ମ୍ୟାକ୍‌ବିର୍ନେ ବ୍ୟାରି ମ୍ୟାକାର୍ଥତ୍, କେଭିନ୍‌ ଓ’ବ୍ରିଏନ୍‌, ଓ୍ବିଲିୟମ ପୋଟରଫିଲ୍ଡ, ବଏଡ୍‌ ରାଙ୍କିନ୍‌, ସିମି ସିଂ, ପଲ୍‌ ଷ୍ଟିର୍ଲିଂ, ହ୍ୟାରି ଟେକ୍ଟର, ଲୋରକାନ ଟକର, କ୍ରେଗ୍‌ ୟଙ୍ଗ।
ରିଜର୍ଭ ଖେଳାଳି: ମାର୍କ ଆଡେର, ପିଟର ଚେଜ୍‌, ଜର୍ଜ ଡକ୍ରେଲ୍‌, ଜେ.ଜେ. ଗ୍ୟାରେଥ୍‌ ଟାଇରନ କେନ୍‌, ଜେମ୍ସ ମ୍ୟାକୋଲମ୍‌, ଷ୍ଟୁଆର୍ଟ ଥମ୍ପସନ, ଗ୍ୟାରି ଓ୍ବିଲସନ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଯେଉଁ ଟିମକୁ ଦିନେ କରିଥିଲେ ମନା, ଏବେ ସେଇ ଟିମକୁ ଫେରିବାକୁ ଚାହୁଁଛନ୍ତି ପାଣ୍ଡ୍ୟା! ରଖିଲେ ଏମିତି ସର୍ତ୍ତ, ଟିମ କହିଲା-ଆସ ନାହିଁ…

ମୁମ୍ବାଇ,୧୨,୮: ଇଣ୍ଡିଆନ ପ୍ରିମିୟର୍‌ ଲିଗ (ଆଇପିଏଲ) ୨୦୨୭ ପାଇଁ ଟ୍ରେଡ ଲିଷ୍ଟ ଆସିବା ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ହାର୍ଦ୍ଦିକ ବର୍ତ୍ତମାନ ପାଞ୍ଚ…

ଟାଇଟଲ ପ୍ରତ୍ୟାହାର, ୩ ବର୍ଷ ବାସନ୍ଦ ହେଲେ ଏହି ଆଥଲେଟ୍‌, ଜାଣନ୍ତୁ…

କୋଲୋରାଡୋ ସ୍ପ୍ରିଙ୍ଗ୍ସ,୧୧।୮: ବ୍ଲଡ ଡୋପିଙ୍ଗ୍‌ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଯୁକ୍ତରାଷ୍ଟ୍ର ଆମେରିକାର ୧,୫୦୦ମିଟର ଚାମ୍ପିୟନ ଜୋନା କୋଚ୍‌ଙ୍କଠାରୁ ଟାଇଟଲ ପ୍ରତ୍ୟାହାର କରି ନିଆଯିବା ସହ…

ବିବାହ ପ୍ରତିଶ୍ରୁତି ଦେଇ ରଖୁଥିଲେ ଶାରୀରିକ ସମ୍ପର୍କ: ଏହି କ୍ରିକେଟର୍‌ଙ୍କୁ ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୧୧।୮: ଇଣ୍ଡିଆନ ପ୍ରିମିୟର ଲିଗ (IPL)ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା ବଙ୍ଗଳା କ୍ରିକେଟର ଅଭିଷେକ ପୋରେଲଙ୍କୁ ଜଣେ ଡାକ୍ତରୀ ଛାତ୍ରୀଙ୍କ ଦ୍ୱାରା ଦାୟର କରାଯାଇଥିବା ଆପରାଧିକ…

ରୋହିତ ଶର୍ମାଙ୍କ ସନ୍ନ୍ୟାସ ନେବା ପକ୍କା? ଏହି ଖୁସି ଖବର ଲକ୍ଷ ଲକ୍ଷ ପ୍ରଶଂସକଙ୍କ ମନ ଭାଙ୍ଗିଦେବ!

ନୂଆଦିଲ୍ଲୀ, ୧୧।୮: ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ତୃତୀୟ ଦିନିକିଆ ମ୍ୟାଚରେ ଏହି ଭାରତୀୟ ଖେଳାଳି ଏକ ଚମତ୍କାର ଶତକ…

ଅଜିଙ୍କ୍ୟ ରାହାଣେଙ୍କ ସନ୍ନ୍ୟାସରେ ଚକିତ ହୋଇଯାଇଥିଲେ ସଚିନ! ଦୁହିଁଙ୍କ କଥାବାର୍ତ୍ତାର ହେଲା ଖୁଲାସା

ନୂଆଦିଲ୍ଲୀ, ୧୧।୮: ଗତ କିଛି ସପ୍ତାହ ଧରି ଅଜିଙ୍କ୍ୟ ରାହାଣେ ବେଶ ଚର୍ଚ୍ଚାରେ ଅଛନ୍ତି। ଗତ ଜୁଲାଇ ୩୦ ତାରିଖରେ ସେ ଅବସର ଘୋଷଣା କରିଥିଲେ। ଏହାସହ…

କ୍ରିକେଟ ପରେ ଟିଭି ପରଦାରେ ‘ହିଟମ୍ୟାନ୍’ଙ୍କ ଜଲୱା: ଛୋଟ ପରଦାରେ ଡେବ୍ୟୁ କରିବେ ରୋହିତ!

ନୂଆଦିଲ୍ଲୀ,୧୧।୮: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ କ୍ୟାପ୍ଟେନ୍ ରୋହିତ ଶର୍ମା ଆନ୍ତର୍ଜାତୀୟ ଟି-୨୦ ଏବଂ ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ଏବେ ନୂଆ ରୂପରେ ନଜର…

ଗାଙ୍ଗୁଲିଙ୍କ ଜୀବନ ପ୍ରତି ବିପଦ!

ନୂଆଦିଲ୍ଲୀ,୧୧।୮: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏବଂ ତାଙ୍କ ପତ୍ନୀ ଡୋନା ଗାଙ୍ଗୁଲିଙ୍କୁ ହତ୍ୟା ଧମକ ମିଳିଛି। ବର୍ତ୍ତମାନ କ୍ରିକେଟ ଆସୋସିଏସନ ଅଫ…

ରାଜ୍ୟଗୋଷ୍ଠୀ ଫେନ୍‌ସିଂରେ ଭାରତ ଜିତିଲା ୧୭ ପଦକ

ନୂଆଦିଲ୍ଲୀ,୧୦ା୮: ନାଇଜେରିଆର ଲାଗୋସରେ ଚାଲିଥିବା ୨୩ ବର୍ଷରୁ କମ୍‌ ରାଜ୍ୟଗୋଷ୍ଠୀ ଫେନ୍‌ସିଂ ଚାମ୍ପିୟନଶିପ୍‌ରେ ଭାରତ ଉଭୟ ପୁରୁଷ ଓ ମହିଳା ବିଭାଗରେ ଆଧିପତ୍ୟ ବିସ୍ତାର କରିଛି। ଇଭେଣ୍ଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri