Posted inଖେଳ

ବାୟୋ ବବଲ୍‌ରେ ଆୟୋଜନ ହେବ ଆନ୍ତଃ ଜିଲା ସିନିୟର ପୁରୁଷ ଟି୨୦ ଲିଗ୍‌

*ଡିସେମ୍ବର ୧୪ରୁ ୨୨ ଟୁର୍ନାମେଣ୍ଟ
* ମୋଟ୍‌ ୩୭ ଦଳ ଅଂଶଗ୍ରହଣ କରିବେ
* ୧୦୩ ମ୍ୟାଚ୍‌ ଖେଳାଯିବ
* ବାରବାଟୀରେ ଫାଇନାଲ
ଭୁବନେଶ୍ୱର,୧୪।୧୨(ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଆନ୍ତଃ ଜିଲା ସିନିୟର ପୁରୁଷ ଟି୨୦ ଲିଗ୍‌ ଆସନ୍ତା ୧୪ରୁ ୨୨ ତାରିଖ ମଧ୍ୟରେ ଆୟୋଜନ ହେବ। ଓସିଏର ଅନୁବନ୍ଧିତ ୟୁନିଟ୍‌ଗୁଡିକରୁ ମୋଟ୍‌ ୩୭ଟି ଦଳ ଏଥିରେ ଭାଗ ନେବେ। କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ଅନୁସାରେ କଟକ ଓ ଭୁବନେଶ୍ୱରରେ ସବୁ ଦଳ ରହିବେ। କଟକ ଜୋନ୍‌ରେ ୧୯ ଓ ଭୁବନେଶ୍ୱର ଜୋନ୍‌ରେ ୧୮ ଦଳ ରହିବେ।
ଟି୨୦ ପର୍ଯ୍ୟାୟରେ ୩ଟି ଫର୍ମାଟ୍‌ରେ ଟୁର୍ନାମେଣ୍ଟ ଆୟୋଜନ ହେବ। ପ୍ରିଲିମିନାରୀ ଲିଗ୍‌ ପରେ ସୁପର ଲିଗ୍‌ ଓ ଶେଷରେ ଫାଇନାଲ ମ୍ୟାଚ୍‌ ଖେଳାଯିବ। ପ୍ରିଲିମିନାରୀ ଲିଗ୍‌ରେ ଦଳଗୁଡିକୁ ୬ଟି ଗ୍ରୁପ୍‌ରେ ବିଭକ୍ତ କରାଯିବ। ତେବେ କେବଳ ଗୋଟିଏ ଗ୍ରୁପ୍‌ରେ ୭ଟି ଦଳ ସାମିଲ ହେବେ। ପ୍ରତ୍ୟେକ ଗ୍ରୁପ୍‌ର ଶ୍ରେଷ୍ଠ ଦଳ ଏପରି ୬ଟି ଦଳ ସୁପରଲିଗ୍‌କୁ ଉନ୍ନୀତ ହେବେ। ଏହି ୬ ଦଳକୁ ଦୁଇଟି ଗ୍ରୁପ୍‌ରେ ବିଭକ୍ତ କରାଯିବ। ଏହି ଦୁଇ ଗ୍ରୁପ୍‌ର ଶ୍ରେଷ୍ଠ ଦୁଇଟି ଦଳ ଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିବେ।
୯୬ଟି ପ୍ରିଲିମିନାରୀ ଲିଗ୍‌ ମ୍ୟାଚ୍‌, ୬ଟି ସୁପର ଲିଗ୍‌ ଓ ଫାଇନାଲ ମ୍ୟାଚ୍‌ ସହ ମୋଟ୍‌ ୧୦୩ଟି ମ୍ୟାଚ ଖେଳାଯିବ। କଟକ ଓ ଭୁବନେଶ୍ୱରର ୯ଟି ଭେନ୍ୟୁରେ ମ୍ୟାଚ୍‌ଗୁଡିକ ଆୟୋଜନ ହେବ। ଏହି ଭେନ୍ୟୁଗୁଡିକ ହେଲା ବାରବାଟୀ, ଡ୍ରିମ୍ସ, ନିମପୁର, ବିଡ଼ାନାସୀ, ରେଭେନ୍ସା, କିଟ୍‌, ବିକାଶ, ସେଞ୍ଜୁରିଅନ ଓ ଟାଉନ୍‌ କ୍ଲବ। ଫାଇନାଲ ମ୍ୟାଚ ବାରବାଟୀ ଷ୍ଟାଡିୟମରେ ଫ୍ଲଡ୍‌ ଲାଇଟ୍‌ ତଳେ ଖେଳାଯିବ।
ମ୍ୟାଚ୍‌ଗୁଡିକର ସଫଳ ଅୟୋଜନ ପାଇଁ ୪୦ଜଣ ଅମ୍ପାୟର, ୨୦ଜଣ ସ୍କୋରର, ୨୦ଜଣ ଭିଡିଓ ଆନାଲିଷ୍ଟଙ୍କୁ ଚୟନ କରାଯାଇଛି ବୋଲି ଆସୋସିଏଶନ ତରଫରୁ କୁହାଯାଇଛି। ଟୁର୍ନାମେଣ୍ଟ ଆୟୋଜନ ପାଇଁ ରହିବା ସ୍ଥାନ, ଗ୍ରାଉଣ୍ଡ ଓ ଯାତ୍ର ପାଇଁ ଜୈବ ସୁରକ୍ଷିତ ପରିବେଶ ତଥା ବାୟୋ ବବଲ୍‌ ସୃଷ୍ଟି କରାଯିବ। ସବୁ ଖେଳାଳିଙ୍କ ସମେତ ମ୍ୟାଚ ଓ ଓସିଏ ଅଫିସିଆଲଙ୍କ ଏଣ୍ଟ୍ରି ଓ ରିହିବା ଅବସରରେ କୋଭିଡ୍‌ ଗାଇଡ୍‌ଲାଇନ ଅନୁଯାୟୀ ନିୟମିତ ଟେଷ୍ଟ କରାଯିବ। ଟୁର୍ନାମେଣ୍ଟ ପ୍ରଦର୍ଶନ ଭିତ୍ତିରେ ୮୪ ଜଣ ଖେଳାଳିଙ୍କୁ ଚୟନ କରାଯିବ ଓ ଏମାନେ ଓଡ଼ିଶା କ୍ରିକେଟ ଲିଗ୍‌ (ଓସିଏଲ୍‌)୨୦୨୦-୨୧ରେ ଅଂଶଗ୍ରହଣ କରିବେ। ଏଥିସହିତ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଦ୍ୱାରା ଆୟୋଜନ ହେବାକୁ ଥିବା ସୟଦ ମୁସ୍ତାକ ଅଲି ଟି୨୦ ଟ୍ରଫି ପାଇଁ ଶ୍ରେଷ୍ଠ ୪୦ଜଣ ଖେଳାଳିଙ୍କୁ ଏହି ଟୁର୍ନାମେଣ୍ଟ ମାଧ୍ୟମରେ ଚୟନ କରାଯିବ। ଏକ ମେଡିକାଲ କମିଟିକୁ ଦାୟିତ୍ୱ ଦିଆଯିବ। ଜରୁରୀ ସ୍ଥିତି ଉପୁଜିଲେ କଟକ ଓ ଭୁବନେଶ୍ୱରରେ ଦୁଇଟି ହସ୍ପିଟାଲ୍‌ର ସହାୟତା ନିଆଯିବ ବୋଲି ଓସିଏ ତରଫରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri