Posted inଖେଳ

ବାୟୋ ବବଲ୍‌ରେ ଆୟୋଜନ ହେବ ଆନ୍ତଃ ଜିଲା ସିନିୟର ପୁରୁଷ ଟି୨୦ ଲିଗ୍‌

*ଡିସେମ୍ବର ୧୪ରୁ ୨୨ ଟୁର୍ନାମେଣ୍ଟ
* ମୋଟ୍‌ ୩୭ ଦଳ ଅଂଶଗ୍ରହଣ କରିବେ
* ୧୦୩ ମ୍ୟାଚ୍‌ ଖେଳାଯିବ
* ବାରବାଟୀରେ ଫାଇନାଲ
ଭୁବନେଶ୍ୱର,୧୪।୧୨(ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଆନ୍ତଃ ଜିଲା ସିନିୟର ପୁରୁଷ ଟି୨୦ ଲିଗ୍‌ ଆସନ୍ତା ୧୪ରୁ ୨୨ ତାରିଖ ମଧ୍ୟରେ ଆୟୋଜନ ହେବ। ଓସିଏର ଅନୁବନ୍ଧିତ ୟୁନିଟ୍‌ଗୁଡିକରୁ ମୋଟ୍‌ ୩୭ଟି ଦଳ ଏଥିରେ ଭାଗ ନେବେ। କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ଅନୁସାରେ କଟକ ଓ ଭୁବନେଶ୍ୱରରେ ସବୁ ଦଳ ରହିବେ। କଟକ ଜୋନ୍‌ରେ ୧୯ ଓ ଭୁବନେଶ୍ୱର ଜୋନ୍‌ରେ ୧୮ ଦଳ ରହିବେ।
ଟି୨୦ ପର୍ଯ୍ୟାୟରେ ୩ଟି ଫର୍ମାଟ୍‌ରେ ଟୁର୍ନାମେଣ୍ଟ ଆୟୋଜନ ହେବ। ପ୍ରିଲିମିନାରୀ ଲିଗ୍‌ ପରେ ସୁପର ଲିଗ୍‌ ଓ ଶେଷରେ ଫାଇନାଲ ମ୍ୟାଚ୍‌ ଖେଳାଯିବ। ପ୍ରିଲିମିନାରୀ ଲିଗ୍‌ରେ ଦଳଗୁଡିକୁ ୬ଟି ଗ୍ରୁପ୍‌ରେ ବିଭକ୍ତ କରାଯିବ। ତେବେ କେବଳ ଗୋଟିଏ ଗ୍ରୁପ୍‌ରେ ୭ଟି ଦଳ ସାମିଲ ହେବେ। ପ୍ରତ୍ୟେକ ଗ୍ରୁପ୍‌ର ଶ୍ରେଷ୍ଠ ଦଳ ଏପରି ୬ଟି ଦଳ ସୁପରଲିଗ୍‌କୁ ଉନ୍ନୀତ ହେବେ। ଏହି ୬ ଦଳକୁ ଦୁଇଟି ଗ୍ରୁପ୍‌ରେ ବିଭକ୍ତ କରାଯିବ। ଏହି ଦୁଇ ଗ୍ରୁପ୍‌ର ଶ୍ରେଷ୍ଠ ଦୁଇଟି ଦଳ ଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିବେ।
୯୬ଟି ପ୍ରିଲିମିନାରୀ ଲିଗ୍‌ ମ୍ୟାଚ୍‌, ୬ଟି ସୁପର ଲିଗ୍‌ ଓ ଫାଇନାଲ ମ୍ୟାଚ୍‌ ସହ ମୋଟ୍‌ ୧୦୩ଟି ମ୍ୟାଚ ଖେଳାଯିବ। କଟକ ଓ ଭୁବନେଶ୍ୱରର ୯ଟି ଭେନ୍ୟୁରେ ମ୍ୟାଚ୍‌ଗୁଡିକ ଆୟୋଜନ ହେବ। ଏହି ଭେନ୍ୟୁଗୁଡିକ ହେଲା ବାରବାଟୀ, ଡ୍ରିମ୍ସ, ନିମପୁର, ବିଡ଼ାନାସୀ, ରେଭେନ୍ସା, କିଟ୍‌, ବିକାଶ, ସେଞ୍ଜୁରିଅନ ଓ ଟାଉନ୍‌ କ୍ଲବ। ଫାଇନାଲ ମ୍ୟାଚ ବାରବାଟୀ ଷ୍ଟାଡିୟମରେ ଫ୍ଲଡ୍‌ ଲାଇଟ୍‌ ତଳେ ଖେଳାଯିବ।
ମ୍ୟାଚ୍‌ଗୁଡିକର ସଫଳ ଅୟୋଜନ ପାଇଁ ୪୦ଜଣ ଅମ୍ପାୟର, ୨୦ଜଣ ସ୍କୋରର, ୨୦ଜଣ ଭିଡିଓ ଆନାଲିଷ୍ଟଙ୍କୁ ଚୟନ କରାଯାଇଛି ବୋଲି ଆସୋସିଏଶନ ତରଫରୁ କୁହାଯାଇଛି। ଟୁର୍ନାମେଣ୍ଟ ଆୟୋଜନ ପାଇଁ ରହିବା ସ୍ଥାନ, ଗ୍ରାଉଣ୍ଡ ଓ ଯାତ୍ର ପାଇଁ ଜୈବ ସୁରକ୍ଷିତ ପରିବେଶ ତଥା ବାୟୋ ବବଲ୍‌ ସୃଷ୍ଟି କରାଯିବ। ସବୁ ଖେଳାଳିଙ୍କ ସମେତ ମ୍ୟାଚ ଓ ଓସିଏ ଅଫିସିଆଲଙ୍କ ଏଣ୍ଟ୍ରି ଓ ରିହିବା ଅବସରରେ କୋଭିଡ୍‌ ଗାଇଡ୍‌ଲାଇନ ଅନୁଯାୟୀ ନିୟମିତ ଟେଷ୍ଟ କରାଯିବ। ଟୁର୍ନାମେଣ୍ଟ ପ୍ରଦର୍ଶନ ଭିତ୍ତିରେ ୮୪ ଜଣ ଖେଳାଳିଙ୍କୁ ଚୟନ କରାଯିବ ଓ ଏମାନେ ଓଡ଼ିଶା କ୍ରିକେଟ ଲିଗ୍‌ (ଓସିଏଲ୍‌)୨୦୨୦-୨୧ରେ ଅଂଶଗ୍ରହଣ କରିବେ। ଏଥିସହିତ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଦ୍ୱାରା ଆୟୋଜନ ହେବାକୁ ଥିବା ସୟଦ ମୁସ୍ତାକ ଅଲି ଟି୨୦ ଟ୍ରଫି ପାଇଁ ଶ୍ରେଷ୍ଠ ୪୦ଜଣ ଖେଳାଳିଙ୍କୁ ଏହି ଟୁର୍ନାମେଣ୍ଟ ମାଧ୍ୟମରେ ଚୟନ କରାଯିବ। ଏକ ମେଡିକାଲ କମିଟିକୁ ଦାୟିତ୍ୱ ଦିଆଯିବ। ଜରୁରୀ ସ୍ଥିତି ଉପୁଜିଲେ କଟକ ଓ ଭୁବନେଶ୍ୱରରେ ଦୁଇଟି ହସ୍ପିଟାଲ୍‌ର ସହାୟତା ନିଆଯିବ ବୋଲି ଓସିଏ ତରଫରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଫାଇନାଲରେ ଏହି ୩ ପାକିସ୍ତାନୀ ଖେଳାଳି ଭାରତ ପାଇଁ କାଳ! ମ୍ୟାଚର ମୋଡ଼ ପଲଟାଇବାରେ ମାହିର, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧।୧୦: ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ହେଲେ ରୋମାଞ୍ଚର କୌଣସି ଅଭାବ ରହେ ନାହିଁ। ଏବେ ଏସିଆନ ଗେମ୍ସ ୨୦୨୬ର ଫାଇନାଲରେ ଦୁଇ ଦଳ…

କ୍ରିକେଟରେ ବଡ଼ ନିୟମ ପରିବର୍ତ୍ତନ: ICC ଜାରି କଲା ନୂଆ ଗାଇଡଲାଇନ, ଏଣିକି ରନ୍‌ଆଉଟ୍‌ରେ…

ନୂଆଦିଲ୍ଲୀ,୧।୧୦: କ୍ରିକେଟରେ ଆଉ କିଛି ନିୟମ ବଦଳିଛି। ଆଇସିସି ପକ୍ଷରୁ ଘୋଷଣା କରାଯାଇଥିବା ଏହି ନୂଆ ନିୟମଗୁଡ଼ିକ ଅକ୍ଟୋବର ୧ କିମ୍ବା ଏହା ପରେ ଆରମ୍ଭ ହେଉଥିବା…

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରୁ ବାଦ ପଡ଼ିଲେ ଏହି ଖେଳାଳି; BCCI ପକ୍ଷରୁ ରିପ୍ଲେସମେଣ୍ଟ ଖେଳାଳିଙ୍କ ନାମ ଘୋଷଣା, ପ୍ରଶଂସକ ଚକିତ

ନୂଆଦିଲ୍ଲୀ,୧।୧୦: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଭାରତୀୟ ଦଳରେ ହଠାତ ଏକ ପରିବର୍ତ୍ତନ କରିଛି। ବିଶେଷ ଭାବରେ, ୱେଷ୍ଟଇଣ୍ଡିଜ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦…

ଭାରତ ନା ପାକିସ୍ତାନ କିଏ ଜିତିବ ସ୍ବର୍ଣ୍ଣ ପଦକ? 2026 ଏସୀୟ କ୍ରୀଡାର ଫାଇନାଲରେ ମୁହାଁମୁହିଁ ହେବେ ଏମାନେ, ବୁଝନ୍ତୁ ଗଣିତ

ନୂଆଦିଲ୍ଲୀ,୧।୧୦: ୨୦୨୬ ଏସୀୟ କ୍ରୀଡ଼ାର ଫାଇନାଲ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଯାଉଛି। କ୍ରିକେଟ ପଡ଼ିଆରେ ପୁଣିଥରେ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?