ଜଳସମ୍ପଦ ବିଭାଗର ଅପାରଗତା ପଦାରେ ପଡ଼ିଲା

ପଟ୍ଟାମୁଣ୍ଡାଇ,୨ା୨(କଳ୍ପତରୁ ନାୟକ): କୃଷକଙ୍କ ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ମାତ୍ର ଚାଷୀ ସବୁବେଳେ ବିଭାଗୀୟ ଅଧିକାରୀଙ୍କ ରୋଷର ଶିକାର ହେଉଛନ୍ତି। ପଟ୍ଟାମୁଣ୍ଡାଇ କେନାଲ ଦ୍ୱାରା ଉତିକଣ ଅଞ୍ଚଳ ଚାଷଜମିକୁ ଜଳସେଚନ କରାଯାଇ ଚାଷ କାର୍ଯ୍ୟ ପାଇଁ ବ୍ୟବସ୍ଥା କରାଯାଇଛି। ମାତ୍ର ଜଳସମ୍ପଦ ବିଭାଗ ଅଧିକାରୀଙ୍କ ଅପାରଗତା ଯୋଗୁ ପୂର୍ତ୍ତ ବିଭାଗ ବାଇପାସ୍‌ ରାସ୍ତା ନିର୍ମାଣ କରୁଥିବା ଠିକାଦାର କେନାଲ ଖୋଳାପୋତା କରିବାରୁ ଅନେକ ସ୍ଥାନରେ ଅତଡ଼ା ଖସି କେନାଲ ପୋତି ହୋଇ ଶତାଧିକ ଏକର ଚାଷଜମିକୁ ପାଣି ଯିବାରେ ବ୍ୟାହତ ସୃଷ୍ଟି ହେଉଥିବା ବେଳେ ଏବେ ଆଉ ଏକ ବିପଦ ଘନେଇଛି। ବିଦ୍ୟୁତ୍‌ ବିଭାଗ କେନାଲର ପାର୍ଶ୍ୱ ପାଣିକୁ ଲଗାଇ ୩୩ କେଭି ବିଦ୍ୟୁତ୍‌ଖୁଣ୍ଟ ପକାଉଛନ୍ତି। ଯାହା କେନାଲ ପାଣିକୁ ନିତ୍ୟ ବ୍ୟବହାର କରୁଥିବା ଗ୍ରାମବାସୀ ଓ କୃଷକଙ୍କ ମନରେ ପାଣି ଚାର୍ଜ ହୋଇଯିବା ଭୟ ଖେଳିଯାଇଛି। ଜଳ ସମ୍ପଦ ବିଭାଗ ଅପାରଗତା ପାଇଁ ପୂର୍ତ୍ତ ବିଭାଗ ଶତାଧିକ ଚାଷୀଙ୍କ ପେଟକୁ ନାତ ମାରୁଥିବା ବେଳେ ବିଦ୍ୟୁତ୍‌ ବିଭାଗ ଜୀବନ ନେବାକୁ ବସିଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି।
କୃଷକ ନେତା ବିଜୟ ଦାସ, ଅନନ୍ତ ଦାଶ କହିଛନ୍ତି, ପଟ୍ଟାମୁଣ୍ଡାଇ ଓ ମହାକାଳପଡ଼ା ବ୍ଲକର ୨୧ ପଞ୍ଚାୟତ ଚାଷୀଙ୍କର ଏକମାତ୍ର ଭରସା ହେଉଛି ପଟ୍ଟାମୁଣ୍ଡାଇ କେନାଲ। ଏହି କେନାଲ ପାଣିରେ ଧାନ, ମୁଗ, ବିରି, ପନିପରିବା ଚାଷ ହେଉଥିବା ବେଳେ କେନାଲ ପାଖ ଗ୍ରାମର ଅଧିବାସୀ ଗାଧୁଆଗାଧି କରିବା ସହିତ ଗୃହପାଳିତ ପ୍ରାଣୀ ପାଣି ପିଇ ଥାନ୍ତି। ମାତ୍ର ଗତବର୍ଷ ଖରିଫ ଧାନଚାଷ ବେଳେ କେନାଲ ପାଣି କ୍ଷେତକୁ ପହଞ୍ଚତ୍ ପାରୁ ନ ଥିଲା। ଏବେ ରବି ଫସଲ ଚାଷ ପାଇଁ କେନାଲରେ ପାଣି ଛଡ଼ାଯାଇଥିବା ବେଳେ ପାଣି କ୍ଷେତକୁ ପହଞ୍ଚତ୍ ପାରୁନାହଁି। ଶୁଣିବାକୁ ମିଳୁଛି, ନୂତନ ବାଇପାସ ରାସ୍ତା ନିର୍ମାଣ କାମ ଚାଲିଛି। ଠିକାଦାର ରାସ୍ତା କାମରେ ମାଟି ପକାଇବା ପାଇଁ କେନାଲ ମାଟି ବ୍ୟବହାର କରି ବନ୍ଧ କରୁଥିବାରୁ ଦୋହରା ଖସି ଇଚ୍ଛାପୁର-କଖାରୁଣୀ ପୋଲ ପର୍ଯ୍ୟନ୍ତ କେନାଲ ଶଯ୍ୟା ପୋତି ହୋଇଯାଇଛି। ଫଳରେ ଗୋବରୀ ସମ୍ପ୍ରସାରିତ କେନାଲକୁ ଆବଶ୍ୟକ ଜଳ ପ୍ରବେଶ କରୁନାହଁି। ଏଥିରେ ୧୭ଟି ଛୋଟ ଶାଖା କେନାଲ ଓ ୫ଟି ମାଇନର କେନାଲ ଜଳ ପରିଚାଳନା ଠିକ୍‌ ଭାବେ ହେଉନାହିଁ। ଏଥିଯୋଗୁ ଖରିଫ ଧାନ ଚାଷ ପ୍ରଭାବିତ ହୋଇଥିବା ବେଳେ ଏବେ ରବି ଫସଲର ଉତ୍ପାଦନ ହ୍ରାସ ହେବାର ଆଶଙ୍କା ଦେଖାଦେଇଛି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ରତିକାନ୍ତ ବେହେରାଙ୍କୁ ପଚାରିବାରେ ଏପରିକାର୍ଯ୍ୟ ନ କରିବାକୁ ଠିକାଦାରଙ୍କ କୁହାଯାଇଛି। ବୁଦ୍ଧିଜୀବୀ ପ୍ରମୋଦ ସାହୁ କହିଛନ୍ତି, ବାଇପାସ ରାସ୍ତା କାମରେ ନିୟୋଜିତ ଠିକାଦାର କେନାଲ ବନ୍ଧକୁ ହାଣି ମାଟି ଉଠାଇ ପକାଉଥିଲେ। ରବି ଫସଲ ପାଇଁ କେନାଲ ପାଣି ଛଡ଼ା ଯିବାରୁ ବାଇପାସ ପୋଲ ପାଖରୁ ଅନତି ଦୂରରେ କେନାଲ ବନ୍ଧରୁ ୧୫ ଫୁଟର ଅତଡ଼ା ଖସି ପୌରପରିଷଦ ନୂତନ ଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏଥିସହ ବେଲତଳ ଗଁା ବଜାର ପ୍ରତି ବିପଦ ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ଏ ସଂକ୍ରାନ୍ତରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ଗିରି କହିଛନ୍ତି, ଜଳସମ୍ପଦ ବିଭାଗକୁ ଅବଗତ କରାଇ ମରାମତି କରାଯିବ। ସାମାଜିକ କର୍ମୀ ପ୍ରବୀର ନାୟକ କହିଛନ୍ତି, ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ଅଧୀନରେ ଥିବା ଗୋବରୀ ସମ୍ପ୍ରସାରିତ କେନାଲ ଓ ଏହାର ଶାଖା କେନାଲ ଉପରେ ପଟ୍ଟାମୁଣ୍ଡାଇ ୧୭ଟି ପଞ୍ଚାୟତ ଓ ପୌରାଞ୍ଚଳର ୮ ଗ୍ରାମ ସମେତ ମହାକାଳପଡ଼ା ଅଞ୍ଚଳର ୫ଟି ପଞ୍ଚାୟତର ଚାଷଜମି ଜଳସେଚିତ ହୋଇ ଲକ୍ଷାଧିକ ଜନସାଧାରଣ ଏହି ପାଣି କାରବାର କରନ୍ତି। ମାତ୍ର ପଟ୍ଟାମୁଣ୍ଡାଇ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ୩୩ କେଭି ତାର, ଖୁଣ୍ଟ କେନାଲ ଶଯ୍ୟାକଡ଼ରେ ପକାଯାଇଛି। ଯଦି କୌଣସି କାରଣ ବଶତଃ ଚାର୍ଜ ହୁଏ ତେବେ ପାଣି ବ୍ୟବହାର କରୁଥିବା ଲୋକଙ୍କ ଜୀବନ ଅକାଳରେ ହାନି ହେବ ବୋଲି ସାଧାରଣରେ ଆଲୋଚନା ହେଉଛି। ଜଳସମ୍ପଦ ସହନିର୍ବାହୀ ଯନ୍ତ୍ରୀ ପ୍ରଭାତ ସାହୁଙ୍କୁ ପଚାରିବାରେ ପୂର୍ତ୍ତ ବିଭାଗ ଆମକଥା ଶୁଣୁ ନ ଥିବା ବେଳେ ବିଦ୍ୟୁତ୍‌ ବିଭାଗ ଆମକୁ ଅବଗତ କରିନାହାନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକଅପ୍‌ ଚର୍ଚ୍ଚା ଭିତରେ ମୁହଁ ଖୋଲିଲେ ଆକୃତି ଅଗ୍ରୱାଲ, ପୃଥ୍ବୀ ଶ’ଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ,୧୭।୯: ଟିମ୍‌ ଇଣ୍ଡିଆରୁ ଦୀର୍ଘ ସମୟ ଧରି ଦୂରେ ଥିବା ଭାରତୀୟ ଓପନର ବ୍ୟାଟର ପୃଥ୍ୱୀ ଶ’ଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।…

ମୋଦିଙ୍କ ଜନ୍ମଦିନକୁ ନେଇ କଡ଼ା ସମାଲୋଚନା କଲେ ଭାଇ ବୀରେନ୍ଦ୍ର, କହିଲେ ମୋଦି କୌଣସି ମହାପୁରୁଷ ନୁହେଁ…

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଭାଜପା ଦ୍ୱାରା ଆୟୋଜିତ ‘ଆଶୀର୍ବାଦ କା ଦିୟା’ (ଆଶୀର୍ବାଦର ଦୀପ) କାର୍ଯ୍ୟକ୍ରମକୁ ନେଇ ଆରଜେଡି (RJD) ବିଧାୟକ ଭାଇ…

ପାର୍ବଣ ପୂର୍ବରୁ ବଡ଼ ଖବର: ଶସ୍ତା ହେବ ଖାଇବା ତେଲ! ଆମଦାନୀ ଶୁଳ୍କ କମାଇବାକୁ ସରକାରଙ୍କ…

ନୂଆଦିଲ୍ଲୀ,୧୭।୯: ଦେଶରେ ବୃଦ୍ଧି ପାଉଥିବା ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ମଧ୍ୟରେ ସାଧାରଣ ଲୋକଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଆଗାମୀ ପାର୍ବଣ ଋତୁ…

ଆର୍ଯ୍ୟପଲ୍ଲୀରେ କୂଳ ଖାଇ ଚାଲିଛି ସମୁଦ୍ର, ପ୍ରତିଶ୍ରୁତି ଦେଇ ରକ୍ଷଣାବେକ୍ଷଣ ଦାୟିତ୍ୱ ଭୁଲିଗଲା କମ୍ପାନୀ

ଛତ୍ରପୁର,୧୭ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗ୍ଲୋବାଲ ଓ୍ବାର୍ମିଂ ଯୋଗୁ ସମୁଦ୍ର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ତୀବ୍ର ସମୁଦ୍ର କୂଳ…

ଅବସର ନେଇ ଚକିତ କରାଇଲେ ଏହି ୩୮ ବର୍ଷୀୟ ଖେଳାଳି, କ୍ରିକେଟ ଜଗତରେ ହଇଚଇ

ନୂଆଦିଲ୍ଲୀ,୧୭।୯: ଅଷ୍ଟ୍ରେଲିଆର ଅଭିଜ୍ଞ ୱିକେଟ୍‌କିପର-ବ୍ୟାଟର ମାଥ୍ୟୁ ୱେଡ୍ ବିଗ୍‌ ବାଶ୍‌ ଲିଗ୍‌ (BBL)ରୁ ଅବସର ଘୋଷଣା କରିଛନ୍ତି । ଏହା ପୂର୍ବରୁ ସେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ମଧ୍ୟ…

ସେମିକନ୍ ଇଣ୍ଡିଆରେ ବଡ଼ ଘୋଷଣା କଲେ ଅଶ୍ୱିନୀ ବୈଷ୍ଣବ, ଓଡ଼ିଶାରେ ହେବ…

ନୂଆଦିଲ୍ଲୀ,୧୭।୯: ସେମିକଣ୍ଡକ୍ଟର କ୍ଷେତ୍ରରେ ଭାରତର ପରବର୍ତ୍ତୀ ପର୍ଯ୍ୟାୟର ଅଭିଯାନ ଅଧିକ ବ୍ୟାପକ ହେବ। ଦେଶରେ ଅତିକମ୍‌ରେ ୨୦୦ଟି ଷ୍ଟାର୍ଟଅପ୍‌ ଓ କମ୍ପାନୀକୁ ଚିପ୍‌ ଡିଜାଇନ କାର୍ଯ୍ୟରେ ସାମିଲ…

ଆଉ ୨ ଦିନ ପରେ ୩ ରାଶିଙ୍କ ଉପରୁ କଟିଯିବ ଶନିଦଶା! ଅପାର ଧନ ଲାଭ ସହ ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ଗୋଚର ଓ ଗତି ପରିବର୍ତ୍ତନକୁ ବେଶ ଗୁରୁତ୍ୱ ଦିଆଯାଏ। ଅନ୍ୟ ଗ୍ରହମାନଙ୍କ ତୁଳନାରେ ଶନି ଧୀରେ ଗତି କରୁଥିବାରୁ ତାଙ୍କ ରାଶି ପରିବର୍ତ୍ତନର…

ଗୋଟିଏ ଯୁବତୀଙ୍କୁ ଭଲପାଉଥିଲେ, ଈର୍ଷାରେ ପାଣିଟାଙ୍କି ଉପରୁ ଠେଲି ନେଇଗଲେ ବନ୍ଧୁଙ୍କ ଜୀବନ; ତଦନ୍ତ ପରେ…

ରାଉରକେଲା,୧୭।୯(ସଙ୍ଗୀତା ଜେନା): ସୁନ୍ଦରଗଡ଼ ଜିଲା ଲାଠିକଟା ଅଞ୍ଚଳରେ ଜଣେ ଯୁବକଙ୍କୁ ତାଙ୍କ ନିଜ ବନ୍ଧୁ ନିର୍ମାଣାଧୀନ ପାଣିଟାଙ୍କି ଉପରୁ ଠେଲି ହତ୍ୟା କରିଥିବା ଭଳି ଏକ ସାଂଘାତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?