ନିର୍ଯାତନା ସହି ନ ପାରି ନବବଧୂ ଜୀବନ ହାରିବା ଘଟଣା: ସ୍ତ୍ରୀ ମୃତଦେହ ଦେଖିବାକୁ ଆସିଲେନି ସ୍ବାମୀ

ଭୁବନେଶ୍ୱର,୮ା୮(ବ୍ୟୁରୋ): ସାତ ଜନ୍ମର ସାଥୀ ହୋଇ ସାରା ଜୀବନ ହସଖୁସିରେ ରହିବେ ବୋଲି ଅଗ୍ନିକୁ ସାକ୍ଷୀ ରଖି ସ୍ତ୍ରୀଙ୍କ ହାତ ଧରିଥିଲେ। ହେଲେ ବିବାହର କେଇ ଦିନ ପରେ ସ୍ତ୍ରୀଙ୍କ ଦାନ୍ତ ରୋଗକୁ କ୍ୟାନସର ଭାବି ନିର୍ଯାତନା ଦେବା ସହ ହାତ ଛାଡିଦେଇଥିଲେ। ମାନସିକ ଯନ୍ତ୍ରଣା ସହି ନ ପାରି ଶେଷରେ ସ୍ତ୍ରୀ ପ୍ରଜ୍ଞାପାରମିତା ସ୍ବାଇଁ (୨୪) ତାଙ୍କ ଭାଇଙ୍କ ଘରେ ଶନିବାର ଆତ୍ମହତ୍ୟା କରିଥିଲେ। ରବିବାର ସତ୍ୟନଗରସ୍ଥିତ ଶ୍ମଶାନରେ ପ୍ରଜ୍ଞାଙ୍କ ଶେଷକୃତ୍ୟ ସମ୍ପନ୍ନ ବେଳେ ଏଠାକୁ ତାଙ୍କ ସ୍ବାମୀ ପ୍ରଶାନ୍ତ ପାତ୍ର ନ ଆସିବା ସମସ୍ତଙ୍କୁ ଚକିତ କରିଛି। ସେପଟେ ଭାଇ ପ୍ରିୟବ୍ରତଙ୍କ ଅଭିଯୋଗକ୍ରମେ ମଞ୍ଚେଶ୍ୱର ଥାନା ପୋଲିସ ଆଇପିସି ଦଫା ୩୦୬,୪୯୮(କ),୩୪ରେ ଏକ ମାମଲା (ନଂ.୨୮୦/୨୨) ରୁଜୁ କରି ତଦନ୍ତକୁ ଜୋରଦାର କରିଛି। ପ୍ରଜ୍ଞା କେଉଁ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଓ କେଉଁମାନେ କ୍ୟାନସର କହି ନିର୍ଯାତନା ଦେଉଥିଲେ ଏହା ଜାଣିବାକୁ ପୋଲିସ ପ୍ରୟାସ ଆରମ୍ଭ କରିଛି। ପ୍ରଜ୍ଞାଙ୍କ ମୋବାଇଲ ଫୋନ୍‌ ଜବତ କରାଯାଇଛି। ଏଥିସହ ବାପଘରକୁ ଯିବା ପାଇଁ ପ୍ରରୋଚନା କରିଥିବା ସମ୍ପୃକ୍ତ ମଧ୍ୟସ୍ଥିଙ୍କୁ ପୋଲିସ ଖୋଜାଖୋଜି କରୁଛି। ସୋମବାର ପଟିଆସ୍ଥିତ ଘରକୁ ପୋଲିସ ଯାଇ ସ୍ବାମୀ ଓ ଶାଶୂଙ୍କୁ ପଚରାଉଚରା କରିବ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ପଟିଆ ଜଗନ୍ନାଥ ନଗରର ପ୍ରଶାନ୍ତଙ୍କୁ କଟକ ନିଆଳିର ପ୍ରଜ୍ଞା ଜୁନ ୮ରେ ବିବାହ କରିଥିଲେ। ବିବାହର ୧୨ଦିନ ପରେ ଶାଶୂ, ନଣନ୍ଦ ଓ ସ୍ବାମୀ କ୍ୟାନ୍‌ସର ହୋଇଥିବା କହି ତାଙ୍କୁ ନିର୍ଯାତନା ଦେଇଥିଲେ। ଫଳରେ ପ୍ରଜ୍ଞାଙ୍କୁ ଜିଜିପି କୋଲନୀରେ ରହୁଥିବା ଭାଇ ପ୍ରିୟବ୍ରତ ଜୁନ ୨୦ରେ ଘରକୁ ନେଇ ଆସିଥିଲେ। ଏହାପରେ ଏକ ଘରୋଇ ହସ୍ପିଟାଲରେ ପ୍ରଜ୍ଞାଙ୍କୁ ଚିକିତ୍ସିତ କରାଉଥିଲେ। ଡାକ୍ତର କହିଥିଲେ, ଏହା କ୍ୟାନସର ନୁହେଁ, ବରଂ ସାମନ୍ୟ ଦାନ୍ତ ପୋକ ଯୋଗୁ ଏମିତି ହେଉଛି। ତେଣୁ ସର୍ଜରୀ କଲେ ଏହା ଭଲ ହୋଇଯିବ। ପରବର୍ତ୍ତୀ ସମୟରେ ତାଙ୍କର ସର୍ଜରୀ ହୋଇଥିଲା। ୯୫ ପ୍ରତିଶତ ଭଲ ହୋଇଯାଇଥିଲା। ଏ ସଂକ୍ରାନ୍ତରେ ଶାଶୂଘର ଲୋକଙ୍କୁ ପ୍ରଜ୍ଞା ଜଣାଇବା ପାଇଁ ବାରମ୍ବାର ଫୋନ କରି ଥିଲେ ମଧ୍ୟ କିଛି ଉତ୍ତର ମିଳି ନ ଥିଲା। ଫଳରେ ମାନସିକ ସ୍ତରରେ ପ୍ରଜ୍ଞା ଭାଙ୍ଗି ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?